ପହଞ୍ଚୁନି ପ୍ରକଳ୍ପ ପାଣି

ବଇଣ୍ଡା,୨୭ା୪(ପରିକ୍ଷିତ ସାହୁ) ଗ୍ରାମାଞ୍ଚଳକୁ ପାନୀୟ ଜଳ ଯୋଗାଣ ପାଇଁ ସରକାରଙ୍କ ମାଳମାଳ ଯୋଜନା ରହିଛି। ହେଲେ ପ୍ରଶାସନିକ ଇଚ୍ଛାଶକ୍ତି ଅଭାବ ଏ କ୍ଷେତ୍ରରେ ପ୍ରତିବନ୍ଧକ ସାଜୁଛି। ଏହି କାରଣରୁ ଅନୁଗୋଳ ଜିଲା କିଶୋରନଗର ବ୍ଲକରେ ପାନୀୟ ଜଳ ସମସ୍ୟାର ସମାଧାନ ହୋଇପାରୁ ନାହିଁ। ବ୍ଲକର ୨୩ଟି ପଞ୍ଚାୟତରେ ୪୫ଟି ପ୍ରକଳ୍ପ ନିର୍ମାଣ କରାଯାଇଥିଲେ ମଧ୍ୟ ସମସ୍ତଙ୍କ ନିକଟରେ ପାଣି ପହଞ୍ଚତ୍ପାରୁ ନାହିଁ। କେଉଁଠି ପାଇପ୍‌ ଫାଟି ଆଁ କରିଛି ତ ଆଉ କେଉଁଠି ନିର୍ମାଣ କାର୍ଯ୍ୟ ଶେଷ ହୋଇପାରୁ ନାହିଁ। ଫଳରେ ପ୍ରତିବର୍ଷ ଖରାଦିନେ ପିଇବା ପାଣିକୁ ନେଇ ହନ୍ତସନ୍ତ ହେବାକୁ ପଡ଼ୁଛି ବ୍ଲକବାସିନ୍ଦାଙ୍କୁ।
ବ୍ଲକର ଠେଲକନାଳୀ ପଞ୍ଚାୟତରେ ବସୁଧା ଯୋଜନାରେ ନିର୍ମାଣ ହେଉଥିବା ପ୍ରକଳ୍ପ ସମ୍ପୂର୍ଣ୍ଣ ହେଉନାହିଁ। ଏଥିଯୋଗୁ ପଞ୍ଚାୟତବାସୀ ପିଇବା ପାଣି ଯୋଗାଡ଼ କରିବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବଇଣ୍ଡାଠାରେ ଥିବା ପ୍ରକଳ୍ପର ପାଇପ୍‌ଗୁଡିକ ୮୦ ପ୍ରତିଶତ ଫାଟିଯାଇଛି। ଫଳରେ ନୁନୁକାପଶି, ବଇଣ୍ଡାଛକ, ଶିକ୍ଷକପଡ଼ା ଆଦି ଅଞ୍ଚଳକୁ ଜଳ ଯୋଗାଣ ବନ୍ଦ ରହିଛି। ଗାଁ ବଇଣ୍ଡା ପଞ୍ଚାୟତର ଧୁଣ୍ଡି ଗ୍ରାମରେ ଠିକ୍‌ ଭାବେ ପାଣି ମିଳୁନାହିଁ। ଉକ୍ତ ଗ୍ରାମର ମଦନପଡ଼ା ସାହିକୁ ପାଣି ଯାଉ ନ ଥିବାବେଳେ ସେଠାରେ ନଳକୂଅଟିଏ ବି ଖୋଳାଯାଇ ନାହିଁ। କେତେକ ପଞ୍ଚାୟତରେ ଥିବା ପ୍ରକଳ୍ପର ରକ୍ଷଣାବେକ୍ଷଣ ଉପଯୁକ୍ତ ଭାବେ କରାଯାଉ ନାହିଁ। ଏପରିକି ବିଦ୍ୟୁତ୍‌ ବିଲ୍‌ ପଇଠ କରାଯାଉ ନ ଥିବା ଯୋଗୁ ପାଣି ଯୋଗାଣ ଅନେକ ସମୟରେ ହୋଇପାରୁନାହିଁ। ସେହିପରି ବ୍ଲକରେ ଥିବା ୧୭୪୨ଟି ନଳକୂପ ମଧ୍ୟରୁ ସରକାରୀ ଭାବେ ୨୦ଟି ଅଚଳ ଥିବା କୁହାଯାଉଥିବା ବେଳେ ବେସରକାରୀ ଭାବେ ଏହି ସଂଖ୍ୟା ୧୧୨ ବୋଲି କୁହାଯାଉଛି। ସେଥିରୁ କଦଳୀମୁଣ୍ଡା ପଞ୍ଚାୟତରେ ୪ଟି, ଧଡରପାଳରେ ୩, ଉରୁକୁଳରେ ୪, ଅଙ୍ଗପଡ଼ାରେ ୩, ବିଲେଇନାଳିରେ ୫, କଦଳୀମୁଣ୍ଡାରେ ୪, ଠେଲକନାଳିରେ ୪, ଗାଁ ବଇଣ୍ଡାରେ ୪, କଣ୍ଟେଇକୋଳିଆରେ ୫ ନଳକୂଅ ଖରାପ ରହିଥିବା କୁହାଯାଉଛି। ଏ ନେଇ କିଶୋରନଗର ଜଳ ପରିମଳ ବିଭାଗ ସହକାରୀ ଯନ୍ତ୍ରୀ ପୁରୁଷୋତ୍ତମ ପ୍ରଧାନ କହିଛନ୍ତି, ଠେଲକନାଳି ପ୍ରକଳ୍ପ ଶୀଘ୍ର କାର୍ଯ୍ୟକ୍ଷମ କରାଯିବ। ଏହାଛଡ଼ା ବ୍ଲକର ୨୩ଟି ପଞ୍ଚାୟତ ସହ ଆଠମଲ୍ଲିକ ବ୍ଲକର କିଆକଟା, ବାସୁଦେବପୁର, ଟୁସର ପଞ୍ଚାୟତକୁ ମହାନଦୀରୁ ପାଣି ଯୋଗାଣ ପାଇଁ ସରକାରଙ୍କ ପକ୍ଷରୁ ଯୋଜନା ହୋଇଛି। ଏହି ମେଗା ପ୍ରୋଜେକ୍ଟ ପାଇଁ ୨୫୩ କୋଟି ଟଙ୍କା ବିନିଯୋଗ କରାଯିବ। ଏହି ପ୍ରକଳ୍ପ ନର୍ମାଣ ହେଲେ କିଶୋରନଗର ବ୍ଲକବାସୀଙ୍କ ପିଇବା ପାଣି ଅସୁବିଧା ରହିବ ନାହିଁ ବୋଲି ଯନ୍ତ୍ରୀ ପ୍ରଧାନ ପ୍ରକାଶ କରିଛନ୍ତି।

ପ୍ରକଳ୍ପରୁ ଦୈନିକ ପାଣି ମିଳୁନି
ପଞ୍ଚାୟତ ପକ୍ଷରୁ ଗ୍ରାମ ନିକଟରେ ଏକ ପ୍ରକଳ୍ପ କରାଯାଇଛି। କିନ୍ତୁ ପ୍ରତ୍ୟେକ ଦିନ ପାଣି ମିଳେନି। ଗତ ୩ ଦିନ ହେବ ପାଣି ଆସୁ ନ ଥିବାରୁ ଖୋଲା କୂଅ ଉପରେ ନିର୍ଭର କରିବାକୁ ପଡୁଛି। ଏଥିପ୍ରତି ପ୍ରଶାସନ ଦୃଷ୍ଟି ଦେଲେ ଲୋକେ ଉପକୃତ ହୁଅନ୍ତେ।
-ବବିତା ସାହୁ, ଧୁଣ୍ଡି
ଗାଁରେ ଟ୍ୟାଙ୍କର ବୁଲାଯାଉ
ବସୁଧା ଯୋଜନାରେ ଜଳ ଯୋଗାଣ ପ୍ରକଳ୍ପ ନିର୍ମାଣ ହେଉଛି। ଏଯାଏ ତାହା ସମ୍ପୂର୍ଣ୍ଣ ହୋଇ ନ ଥିବାରୁ ଗ୍ରାମବାସୀ ପାନୀୟ ଜଳ ପାଇଁ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଯଥାଶୀଘ୍ର ପ୍ରକଳ୍ପ ଶେଷ ସହ ଟ୍ୟାଙ୍କର ଯୋଗେ ଖଳାସାହିକୁ ପାଣି ଯୋଗାଇ ଦିଆଯାଉ।
-ସୁଷମା ପ୍ରଧାନ, ଠେଲକନାଳି

ଖୋଲା କୂଅ ଉପରେ ନିର୍ଭର
ଗ୍ରାମରେ ନଳକୂଅ ନାହିଁ। ଜଳ ପ୍ରକଳ୍ପ ନିର୍ମାଣ ହୋଇନାହିଁ। ଏକ ଖୋଲା କୂଅରୁ ୧୦୦ ପରିବାର ପାଣି ନେଉଛନ୍ତି। ବହୁଥର ବ୍ଲକ ପ୍ରଶାସନ ଓ ଲୋକ ପ୍ରତିନିଧିଙ୍କୁ ଅଭିଯୋଗ କରିଛୁ। ହେଲେ କେହି ଶୁଣୁନାହାନ୍ତି। ତୁରନ୍ତ ଏକ ନଳକୂଅ ଖୋଳାଯାଉ।
-ସୁଭଦ୍ରା ସାହୁ, ଗୁରୁଜାଙ୍ଗ

୨ ବର୍ଷ ହେବ ପାଇପ୍‌ ଫାଟିଯାଇଛି
ବଇଣ୍ଡା ଅଞ୍ଚଳ ପାଇଁ ୧୯୯୯ ମସିହାରେ ଜଳଯୋଗାଣ ପ୍ରକଳ୍ପ ନିର୍ମାଣ ହୋଇଥିଲା। ୨ ବର୍ଷ ହେବ ପାଇପ୍‌ ଫାଟିଯାଇଛି। ନୂତନ ପାଇପ୍‌ ବିଛାଇବାରେ ବିଳମ୍ବ ଯୋଗୁ ବଇଣ୍ଡାବାସୀ ପାଣି ପାଇବାରୁ ବଞ୍ଚିତ ହେଉଛନ୍ତି। ଏଥିପ୍ରତି ଦୃଷ୍ଟି ଦିଆଯାଉ।
-ରମେଶ କୁମାର ବେହେରା, ବଇଣ୍ଡା

ସୋଲାର ପମ୍ପ୍‌ ଅଚଳ
କଣ୍ଟେଇକୋଳିଆ ପଞ୍ଚାୟତର ଅନେକ ଗ୍ରାମକୁ ଯାଇଥିବା ପାଇପ୍‌ ଫାଟିଯାଇଛି। ୫ ବର୍ଷ ହେବ ଅଁଳାବେରେଣୀ ଗ୍ରାମ ସୋଲାର ପମ୍ପ୍‌ ଅଚଳ ହୋଇପଡିଛି। ବହୁ ନଳକୂଅରୁ ପାଣି ବାହାରୁ ନାହିଁ। ଫଳରେ ପଞ୍ଚାୟତବାସୀ ପିଇବା ପାଣି ପାଇବାରୁ ବଞ୍ଚିତ ହେଉଛନ୍ତି।
-ଆମାତ ସାହୁ, କଣ୍ଟେଇକୋଳିଆ

ସରପଞ୍ଚମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି
କିଶୋରନଗର ବ୍ଲକରେ ଜଳ ସମସ୍ୟାର ସମାଧାନ ପାଇଁ ସରକାରଙ୍କ ପକ୍ଷରୁ ପଦକ୍ଷେପ ନିଆଯାଉଛି। ସମସ୍ୟା ଥିବା ସମସ୍ତ ଗ୍ରାମକୁ ଟ୍ୟାଙ୍କର ପାଣି ଯୋଗାଣ ପାଇଁ ବ୍ଲକ କର୍ତ୍ତୃପକ୍ଷ ଓ ସରପଞ୍ଚମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ନଳକୂଅ ନ ଥିଲେ ଖୋଳାଯିବାକୁ କୁହାଯାଇଛି।
-ରମେଶ ଚନ୍ଦ୍ର ସାଏ, ବିଧାୟକ, ଆଠମଲ୍ଲିକ


Enter your email to get our daily news in your inbox.

All Right Reserved By Dharitri.Com

ହୋଲି ପାଇଁ ଗଡ଼ିବ ୬୨ ସ୍ବତନ୍ତ୍ର ଟ୍ରେନ୍‌

ଭୁବନେଶ୍ୱର, ୬ା୨(ଅନୁରାଧା ମହାରଣା)- ହୋଲି ଉତ୍ସବ ସମୟରେ ଯାତ୍ରୀମାନଙ୍କ ପାଇଁ ସୁଗମ, ନିରାପଦ ଏବଂ ଆରାମଦାୟକ ଯାତ୍ରା ସୁନିଶ୍ଚିତ କରିବାକୁ ପୂର୍ବତଟ ରେଳପଥ ଏହାର ପରିସୀମା ମଧ୍ୟରେ…

ଗୋଟିଏ ଦିନରେ ୩ ଦୁର୍ଘଟଣା

ମୋରଡ଼ା/ରାସଗୋବିନ୍ଦପୁର,୬ା୨(ସ୍ମାରକ ମାଜୀ/ସତ୍ୟବାଦୀ ପରିଡ଼ା)- ମୟୂରଭଞ୍ଜ ଜିଲା ମୋରଡ଼ା ଓ଼ ରାସଗୋବିନ୍ଦପୁର ଥାନା ଅଞ୍ଚଳର ବିଭିନ୍ନ ସ୍ଥାନରେ ଦୁର୍ଘଟଣା ଘଟିଛି। ସୂଚନା ଅନୁଯାୟୀ, ଗୁରୁବାର ବିଳମ୍ବିତ ରାତିରେ ରାସଗୋବିନ୍ଦପୁର…

ସି କେ ନାଇଡୁ ଟ୍ରଫି: ବେଙ୍ଗଲ ଦଳ ୩୦୧/୬ , ଆୟୁଷ ସିଂଙ୍କ ଶତକ

ବରଗଡ଼,୬।୨(ପ୍ରେମାନନ୍ଦ ଖମାରୀ): ବରଗଡ଼ସ୍ଥିତ କ୍ରୀଷ୍ଣା ବିକାଶ ଗ୍ରାଉଣ୍ଡରେ ଓଡ଼ିଶା ଓ ବେଙ୍ଗଲ ମଧ୍ୟରେ ୨୩ ବର୍ଷରୁ କମ ସି.କେ ନାଇଡୁ ଟ୍ରଫିର ଏଲାଇଟ୍ ଗ୍ରପ୍‌ – ବି…

୮୫ କି.ଗ୍ରା. ଗଞ୍ଜେଇ ଜବତ: ୩ ଅଟକ

ଆନନ୍ଦପୁର, ୬ା୨(ସୁଶାନ୍ତ କୁମାର ସାହୁ): ଗଞ୍ଜେଇ ଭର୍ତ୍ତି ୨ଟି ଚାରିଚକିଆ ଗାଡି କେନ୍ଦୁଝର ସ୍ପେଶାଲ ସ୍କ୍ବାଡ୍‌ ଦ୍ୱାରା ଜବତ କରାଯାଇଛି। ଏଥିରେ ୮୫ କି.ଗ୍ରା. ଗଞ୍ଜେଇ ଥିବା…

U19 World Cup: ବିଶ୍ୱ ଚାମ୍ପିୟନ ହେଲା ଭାରତ, ତଥାପି ICCରୁ ପୁରସ୍କାରରେ ମିଳିବ ନାହିଁ ଗୋଟିଏ ଟଙ୍କା 

ହରାରେ,୬।୨: ଭାରତ ପୁଣି ଥରେ ୧୯ ବର୍ଷରୁ କମ୍‌ ବିଶ୍ୱକପରେ ଇତିହାସ ରଚିଲା। ଟିମ ଇଣ୍ଡିଆ ହରାରେ ସ୍ପୋଟର୍‌ସ କ୍ଲବ୍‌ରେ ଇଂଲଣ୍ଡ ବିପକ୍ଷରେ ଖେଳାଯାଇଥିବା ଫାଇନାଲରେ ବିଜୟୀ…

ଜୁଆଆଡ୍ଡା ଚାଲିଥିବା ବେଳେ ହଠାତ୍‌ ପହଞ୍ଚିଲା ପୋଲିସ

ଗଜପତି,୬।୨(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି ଥାନା ଅନ୍ତର୍ଗତ ଝାମିଙ୍ଗା ନିକଟରେ ଜୁଆଆଡ୍ଡା ଚାଲିଥିବା ବେଳେ ପାରଳାଖେମୁଣ୍ଡି ଆଦର୍ଶ ଥାନା ପୋଲିସ ଅତର୍କିତ ଚଢ଼ାଉ କରିଛି। ଏଥିରେ…

Under 19 World Cup 2026: ଷଷ୍ଠ ଥର ପାଇଁ ଭାରତ ଚାମ୍ପିୟନ, ୧୭୫ ରନ୍‌ର ଇନିଂସ ଖେଳି ଇଂଲଣ୍ଡର ଆଶାକୁ ଧୂଳିସାତ କଲେ…

ହରାରେ, ୬।୨: ବୈଭବ ସୂର୍ଯ୍ୟବଂଶୀଙ୍କ ରେକର୍ଡ ବ୍ରେକିଂ ଇନିଂସ ସହାୟତାରେ ଭାରତ ୬ଷ୍ଠ ଥର ପାଇଁ ୧୯ ବର୍ଷରୁ କମ୍‌ ଦିନିକିଆ କ୍ରିକେଟ ବିଶ୍ୱକପ ଚାମ୍ପିୟନ ହୋଇଛି।…

ହାତ ଯୋଡ଼ି ପ୍ରାର୍ଥନା କଲେ, ପରେ ୧୭ ମହଲାରୁ ଡେଇଁ ପଡ଼ିଲେ; ଚମକାଉଛି ବେକରୀ ମାଲିକଙ୍କ ମୃତ୍ୟୁ ପୂର୍ବର ଭିଡିଓ… 

ମୁମ୍ବାଇ,୬।୨: ମହାରାଷ୍ଟ୍ରର ସୋଲାପୁରରୁ ଏକ ଅତ୍ୟନ୍ତ ଦୁଃଖଦ ଖବର ସାମ୍ନାକୁ ଆସିଛି। ଏଠାର ପ୍ରସିଦ୍ଧ ମୁଲତାନି ବେକେରୀର ୬୦ ବର୍ଷୀୟ ମାଲିକ ସୁନୀଲ ସଦରଙ୍ଗାନୀ ବିଜୟପୁର ରୋଡରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri