ଇକୋ ସେନ୍‌ସେଟିଭ ଜୋନ୍‌ରେ ପ୍ରକଳ୍ପ

କେନ୍ଦ୍ରାପଡ଼ା ଅଫିସ,୧୯।୮: ଜାତୀୟ ଉଦ୍ୟାନ ଭିତରକନିକାର ସୁରକ୍ଷା ପାଇଁ ପରିବେଶ ସମ୍ବେଦନଶୀଳ ଅଞ୍ଚଳ (ଇକୋ ସେନ୍‌ସେଟିଭ ଜୋନ) ଚିହ୍ନଟ ହୋଇଛି। ସେହି ପରିସରରେ କୌଣସି ପ୍ରକଳ୍ପ ଆରମ୍ଭ ହେଲେ ଭିତରକନିକା ଇକୋ ସେନ୍‌ସେଟିଭ ଜୋନ୍‌ ମନିଟରିଂ କମିଟିର ଅନୁମତି ନିଆଯିବ। ଏଥିପାଇଁ ୬ଥର ବୈଠକ ବସି ୪ ପ୍ରକଳ୍ପ ପାଇଁ ମନିଟରିଂ କମିଟି ଅନୁମତି ଦେଇଛି। ସେହିପରି ୨୦୧୮ ଶେଷ ସୁଦ୍ଧା ଇକୋ ସେନ୍‌ସେଟିଭ ଜୋନରେ ଏକ ମାଷ୍ଟର ପ୍ଲାନ ପ୍ରସ୍ତୁତ କରିବାକୁ ନିଷ୍ପତ୍ତି ହୋଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ତା’ର ରୂପରେଖ ଚୂଡ଼ାନ୍ତ ହୋଇପାରି ନାହିଁ। ଅନ୍ୟପକ୍ଷେ ଖରସ୍ରୋତା ନଦୀରୁ ପାଣି ଉଠାଯାଇ ଭଦ୍ରକକୁ ଦିଆଗଲେ ଭିତରକନିକାର ଜୈବ ବିବିଧତା ଉପରେ ତା’ର ପ୍ରଭାବ ପଡିବ ଦର୍ଶାଇ ଭିତରକନିକା ଇକୋ ସେନ୍‌ସେଟିଭ ଜୋନ ମନିଟରିଂ କମିଟି ସଦସ୍ୟ ଶ୍ରୀକାନ୍ତ ନାୟକ ଗତ ୧୦ ତାରିଖରୁ ଅନଶନ କରିବା ସହ ଧାରଣାରେ ଅଛନ୍ତି।
ଇକୋ ସେନସେଟିଭ ଜୋନ ସମ୍ପର୍କରେ ଅଧ୍ୟାପକ ଦେବୀପ୍ରସାଦ ସାହୁ, ଅଧ୍ୟାପକ ଶରତ ଚନ୍ଦ୍ର ସାହୁ, ଅଧ୍ୟାପକ କ୍ଷିତୀଶ କୁମାର ସିଂହ, ପରିବେଶବିତ୍‌ ହେମନ୍ତ କୁମାର ରାଉତ ପ୍ରମୁଖ କହିଛନ୍ତି, ଜୈବ ମଣ୍ଡଳର ସୁରକ୍ଷା ପାଇଁ ତା’ର ବାହାରେ ୨ରୁ ୫ କିଲୋମିଟର ଯାଏ ଏକ ବଳୟକୁ ଚିହ୍ନଟ କରାଯାଏ, ଯାହାଦ୍ୱାରା ମୂଳ ବନାଞ୍ଚଳକୁ ସୁରକ୍ଷା ମିଳେ। ସାଧାରଣ ଭାବେ କହିଲେ ଗାଡ଼ିର ଇଞ୍ଜିନକୁ ସୁରକ୍ଷା ଦେବା ପାଇଁ ଶକ୍‌ଅବ୍‌ଜରଭର ରହିବା ପରି ଭିତରକନିକାର ୬୭୨ ବର୍ଗ କିଲୋମିଟର ଅଞ୍ଚଳର ସୁରକ୍ଷା ପାଇଁ କେନ୍ଦ୍ରାପଡ଼ା ଜିଲାର ୧୪୭ ଓ ଭଦ୍ରକ ଜିଲାର ୪୫ଟି ଗ୍ରାମକୁ ଇକୋ ସେନ୍‌ସେଟିଭ ଜୋନ୍‌ ଭାବେ ଚିହ୍ନଟ କରାଯାଇଛି। କେନ୍ଦ୍ର ସରକାରଙ୍କ ପରିବେଶ ମନ୍ତ୍ରଣାଳୟ ପକ୍ଷରୁ ଭିତରକନିକାର ସୁରକ୍ଷା ପାଇଁ ୨୦୧୪ରେ ଗେଜେଟ ନୋଟିଫିକେଶନ ହୋଇଥିବା ବେଳେ ୨୦୧୫ ଜୁନ୍‌ରେ ଚିହ୍ନଟ ଅଞ୍ଚଳ ନେଇ ପୂର୍ଣ୍ଣ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି ଜୋନ୍‌ ଅଞ୍ଚଳରେ ଏକ ମାଷ୍ଟର ପ୍ଲାନ ହୋଇଥାଏ। ସେଠାରେ ଗଛ କାଟିବା ମନା ହେତୁ ବନ ବିଭାଗ ପକ୍ଷରୁ ସ୍ଥାନୀୟ ଅଞ୍ଚଳବାସୀଙ୍କ ଜାଳେଣି ଓ ଗୃହ ନିର୍ମାଣ ପାଇଁ ଆବଶ୍ୟକ କାଠ ସୁଲଭ ମୂଲ୍ୟରେ ଯୋଗାଇ ଦିଆଯାଏ। ବାହାଘର, ବ୍ରତ ପରି ବିଭିନ୍ନ ଉତ୍ସବରେ ଶବ୍ଦ ପ୍ରଦୂଷଣ ରୋକିବା ପାଇଁ ସ୍ବତନ୍ତ୍ର ସ୍ଥାନ ଚିହ୍ନଟ କରାଯାଏ। ଏହିପରି ଶତାଧିକ କଟକଣା ଓ ଗାଇଡ୍‌ଲାଇନ ରହିଛି। ସେହିପରି ଏହି ଜୋନ୍‌ରେ ନୂତନ ପ୍ରକଳ୍ପର ଅନୁମତି କେବଳ ମନିଟରିଂ କମିଟିର ମଞ୍ଜୁରୀ ପରେ ମିଳିଥାଏ। ଖରସ୍ରୋତା ନଦୀର ପାଣିଉଠା ସ୍ଥାନ ରାଜକନିକା ବ୍ଲକ ବରୁଣାଡିହା ଓ ଜଳ ବିଶୋଧନ କେନ୍ଦ୍ର ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ନୂଆହାଟ ଅଞ୍ଚଳ ଭିତରକନିକା ଇକୋ ସେନ୍‌ସେଟିଭ ଜୋନରେ ଥିବା ସେମାନେ ପ୍ରକାଶ କରିଛନ୍ତି।
ମନିଟରିଂ କମିଟିର ସଦସ୍ୟ ଶ୍ରୀକାନ୍ତ କହିଛନ୍ତି, ପ୍ରଥମ ବୈଠକରେ କମିଟି ଗଠନ ହୋଇଥିଲା। ଦ୍ୱିତୀୟ ବୈଠକରେ ଜନସଚେତନତା ପାଇଁ ଉଦ୍ୟମ କରିବା ସହ ଏକ ମାଷ୍ଟରପ୍ଲାନ ପ୍ରସ୍ତୁତ କରିବାକୁ ବନ ବିଭାଗକୁ ଦାୟିତ୍ୱ ଦିଆଯାଇଥିଲା। ଏଥିସହିତ ଜୋନ ଅଞ୍ଚଳରେ ଥିବା ରାଜନଗରରେ ଏକ ବିଦ୍ୟୁତ୍‌ ପାୱାର ଷ୍ଟେଶନ ବସାଇବାକୁ ମଞ୍ଜୁରୀ ମିଳିଥିଲା। ତୃତୀୟ ଓ ଚତୁର୍ଥ ବୈଠକରେ ଭଦ୍ରକର ଦୁଇଟି ଜେଟି ନିର୍ମାଣ ଓ ଭିତରକନିକା ଇକୋ ରିଟ୍ରିଟ ପାଇଁ ଅନୁମତି ଦିଆଯାଇଥିଲା। ତେବେ ୨୦୨୦ ଡିସେମ୍ବର ବୈଠକରେ ଖରସ୍ରୋତା ନଦୀରୁ ପାଣିଉଠାକୁ ବିରୋଧ କରାଯାଇଛି। ଏହାଦ୍ୱାରା ଭିତରକନିକା କ୍ଷତିଗ୍ରସ୍ତ ହେବ ବୋଲି ଦର୍ଶାଯାଇଥିବା ବେଳେ କମିଟି ଅଧ୍ୟକ୍ଷ ଜିଲାପାଳ ଚଞ୍ଚକତା କରି ପ୍ରକଳ୍ପ ପାଇଁ ଅନୁକୂଳ ବାତାବରଣ ସୃଷ୍ଟି କରିଛନ୍ତି। ପ୍ରକଳ୍ପ ପରେ ଭିତରକନିକା ଜୈବ ବିବିଧତା ଉପରେ କୌଣସି ପ୍ରଭାବ ପଡିବ ନାହିଁ ବୋଲି ବୈଠକରେ ଉପସ୍ଥାପିତ ଆଇଆଇଟି ହାଇଦ୍ରାବାଦର ରିପୋର୍ଟରେ ଉଲ୍ଲେଖ ନାହିଁ। ଏହି ରିଜୋଲେଶନକୁ ତୁରନ୍ତ ଖାରଜ, ପ୍ରକଳ୍ପ କାର୍ଯ୍ୟ ବନ୍ଦ କରି ଏକ ବିଶେଷଜ୍ଞ ଦଳଙ୍କ ଦ୍ୱାରା ଅନୁଧ୍ୟାନ କରି ରିପୋର୍ଟ ଉପସ୍ଥାପନା କରିବା ଓ ଭିତରକନିକାର ପରିବେଶ ନଷ୍ଟ ହେଉଥିବାରୁ ତୁରନ୍ତ ମୁଖ୍ୟ ବନ ସଂରକ୍ଷକ ଏଥିରେ ହସ୍ତକ୍ଷେପ ଦାବି କରି ସେ ଅନଶନରେ ଅଛନ୍ତି ବୋଲି କହିଛନ୍ତି।
ଏ ସମ୍ପର୍କରେ ଡିଏଫ୍‌ଓ ଡ. ଯଜ୍ଞଦତ୍ତ ପତି କହିଛନ୍ତି, ୨୦୨୦ ଡିସେମ୍ବରରେ ପ୍ରକଳ୍ପ ସମ୍ପର୍କରେ ଦୁଇଟି ବୈଠକ ହୋଇଛି। ଆଇଆଇଟି ହାଇଦ୍ରାବାଦର ପରିବେଶ ସମ୍ପର୍କିତ ତଥ୍ୟକୁ ଆଧାର କରି ଖରସ୍ରୋତାରୁ ପାଣି ଉଠାଇବାକୁ ମଞ୍ଜୁରୀ ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ବେସାହାରା ଲଳିତାଙ୍କୁ ସାହାରା ଦେବାକୁ ଦାବି, ପାଠ ସହିତ ବଞ୍ଚିବାର ସହାୟତା ଆଶାରେ ଲଳିତା

କେନ୍ଦୁଝର,୧୪।୧୨ (ନରେଶ ଚନ୍ଦ୍ର ପଟ୍ଟନାୟକ) : କଥାରେ ଅଛି ଦୁଃଖ ଯେତେବେଳେ ପରିବାର ବନ୍ଧୁବର୍ଗଙ୍କୁ ସାଙ୍ଗରେ ନେଇକି ଆସେ । ଏଭଳି ଏକ ଦୁଃଖଦ ଘଟଣା...

ଧାନଖଳାରେ ନିଆଁ ଲଗାଇଦେଲେ ଦୁର୍ବୃତ୍ତ, ଜଳିଗଲା ୬୦୦ ବସ୍ତା ଧାନ

ବଲାଙ୍ଗୀର,୧୪ା୧୨(ସୁନିଲ କୁମାର ମହାନ୍ତି): ପୁଣି ଧାନ ଖଳାରେ ନିଆଁ ଲଗାଇ ଦେଇଛନ୍ତି ଦୁର୍ବୃତ୍ତ। ବଲାଙ୍ଗୀର ଜିଲା ଦେଓଗାଁ ବ୍ଲକ ଉଡାର ପଞ୍ଚାୟତ ଜଲିଆ ଗାଁର ଚାଷୀ...

ବିଳମ୍ବିତ ନ୍ୟାୟ ଲୋକଙ୍କ ଉପରେ ବୋଝ: CJI

କଟକ,୧୪।୧୨: ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି(CJI) ସୂର୍ଯ୍ୟ କାନ୍ତ ରବିବାର କଟକ ଶହୀଦ ଭବନରେ ହାଇକୋର୍ଟ ବାର୍‌ ପକ୍ଷରୁ ଆୟୋଜିତ ଆଲୋଚନାଚକ୍ରରେ ଯୋଗ ଦେଇଛନ୍ତି। ଏହି ଅବସରରେ...

କୋଟଗଡ଼ରେ ହାତୀ ଆତଙ୍କ: ନଷ୍ଟ କଲେ ଫସଲ

ବାଲିଗୁଡ଼ା,୧୪ା୧୨(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ା ବନଖଣ୍ଡର କୋଟଗଡ଼ ଅଭୟାରଣ୍ୟରେ ଦେଖିବାକୁ ମିଳିଛି ହାତୀ ଆତଙ୍କ। ଗତ ଦୁଇଦିନ ଧରି କୋଟଗଡ଼ ବନାଞ୍ଚଳର ଲାସେରୀ...

ପର୍ଯ୍ୟଟକଙ୍କୁ ଦୂରଦୂରାନ୍ତରୁ ଟାଣିଆଣୁଛି ଦାରିଙ୍ଗବାଡ଼ି, ମୌଳିକ ସୁବିଧା ପାଇଁ ନିବେଦନ

ଦାରିଙ୍ଗବାଡ଼ି,୧୪ା୧୨(ଅରୁଣ ସାହୁ): ଓଡ଼ିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡ଼ି ସମେତ ତା’ର ଆଖପାଖରେ ପର୍ଯ୍ୟଟକଙ୍କ ଭିଡ଼ ଦେଖିବାକୁ ମିଳିଛି। ଏଭଳି ଏକ ପର୍ଯ୍ୟଟନକ୍ଷେତ୍ର ଦାରିଙ୍ଗବାଡ଼ିଠାରୁ ମାତ୍ର ୨୨...

ସବ୍ୟ-ଅର୍ଚ୍ଚିତାଙ୍କ ଘରକୁ ଆସିବେ କୁନି ଅତିଥି, ସୋସିଆଲ ମିିଡିଆରେ ସେୟାର କଲେ ଭିଡ଼ିଓ

ଭୁବନେଶ୍ବର,୧୪।୧୨: ଓଲିଉଡ ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ର ଏବଂ ଅଭିନେତ୍ରୀ ଅର୍ଚ୍ଚିତା ସାହୁ ଏକ ଖୁସି ଖବର ଦେଇଛନ୍ତି । ଖୁବଶୀଘ୍ର ସେମାନଙ୍କ ଘରକୁ କୁନି...

ଉଦ୍ଧାର ହାତୀ ଛୁଆ ନନ୍ଦନକାନନ ସ୍ଥାନାନ୍ତର

କେନ୍ଦୁଝର,୧୪।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝରରୁ ରବିବାର ସକାଳେ ଏକ ହାତୀ ଛୁଆ ଉଦ୍ଧାର ହୋଇଛି। ପିସିସିଏଫ (ବନ୍ୟପ୍ରାଣୀ)ଙ୍କ ନିର୍ଦ୍ଦେଶ ଅନୁଯାୟୀ, ଉକ୍ତ ଛୁଆକୁ ବନ ବିଭାଗ...

ବଡାଖାନା କାର୍ଯ୍ୟକ୍ରମ: ସଫେଇ କର୍ମଚାରୀଙ୍କୁ ଖାଦ୍ୟ ପରଷିଲେ ଅଧ୍ୟକ୍ଷ

କେସିଙ୍ଗା,୧୪।୧୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଏଏନସି ପରିସରରେ ବଡାଖାନା କାର୍ଯ୍ୟକ୍ରମ ରବିବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅଧ୍ୟକ୍ଷ ନୃପରାଜ ଯାଦବ ସଭାପତିତ୍ୱ ଭାବେ ଯୋଗଦେଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri