ଇକୋ ସେନ୍‌ସେଟିଭ ଜୋନ୍‌ରେ ପ୍ରକଳ୍ପ

କେନ୍ଦ୍ରାପଡ଼ା ଅଫିସ,୧୯।୮: ଜାତୀୟ ଉଦ୍ୟାନ ଭିତରକନିକାର ସୁରକ୍ଷା ପାଇଁ ପରିବେଶ ସମ୍ବେଦନଶୀଳ ଅଞ୍ଚଳ (ଇକୋ ସେନ୍‌ସେଟିଭ ଜୋନ) ଚିହ୍ନଟ ହୋଇଛି। ସେହି ପରିସରରେ କୌଣସି ପ୍ରକଳ୍ପ ଆରମ୍ଭ ହେଲେ ଭିତରକନିକା ଇକୋ ସେନ୍‌ସେଟିଭ ଜୋନ୍‌ ମନିଟରିଂ କମିଟିର ଅନୁମତି ନିଆଯିବ। ଏଥିପାଇଁ ୬ଥର ବୈଠକ ବସି ୪ ପ୍ରକଳ୍ପ ପାଇଁ ମନିଟରିଂ କମିଟି ଅନୁମତି ଦେଇଛି। ସେହିପରି ୨୦୧୮ ଶେଷ ସୁଦ୍ଧା ଇକୋ ସେନ୍‌ସେଟିଭ ଜୋନରେ ଏକ ମାଷ୍ଟର ପ୍ଲାନ ପ୍ରସ୍ତୁତ କରିବାକୁ ନିଷ୍ପତ୍ତି ହୋଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ତା’ର ରୂପରେଖ ଚୂଡ଼ାନ୍ତ ହୋଇପାରି ନାହିଁ। ଅନ୍ୟପକ୍ଷେ ଖରସ୍ରୋତା ନଦୀରୁ ପାଣି ଉଠାଯାଇ ଭଦ୍ରକକୁ ଦିଆଗଲେ ଭିତରକନିକାର ଜୈବ ବିବିଧତା ଉପରେ ତା’ର ପ୍ରଭାବ ପଡିବ ଦର୍ଶାଇ ଭିତରକନିକା ଇକୋ ସେନ୍‌ସେଟିଭ ଜୋନ ମନିଟରିଂ କମିଟି ସଦସ୍ୟ ଶ୍ରୀକାନ୍ତ ନାୟକ ଗତ ୧୦ ତାରିଖରୁ ଅନଶନ କରିବା ସହ ଧାରଣାରେ ଅଛନ୍ତି।
ଇକୋ ସେନସେଟିଭ ଜୋନ ସମ୍ପର୍କରେ ଅଧ୍ୟାପକ ଦେବୀପ୍ରସାଦ ସାହୁ, ଅଧ୍ୟାପକ ଶରତ ଚନ୍ଦ୍ର ସାହୁ, ଅଧ୍ୟାପକ କ୍ଷିତୀଶ କୁମାର ସିଂହ, ପରିବେଶବିତ୍‌ ହେମନ୍ତ କୁମାର ରାଉତ ପ୍ରମୁଖ କହିଛନ୍ତି, ଜୈବ ମଣ୍ଡଳର ସୁରକ୍ଷା ପାଇଁ ତା’ର ବାହାରେ ୨ରୁ ୫ କିଲୋମିଟର ଯାଏ ଏକ ବଳୟକୁ ଚିହ୍ନଟ କରାଯାଏ, ଯାହାଦ୍ୱାରା ମୂଳ ବନାଞ୍ଚଳକୁ ସୁରକ୍ଷା ମିଳେ। ସାଧାରଣ ଭାବେ କହିଲେ ଗାଡ଼ିର ଇଞ୍ଜିନକୁ ସୁରକ୍ଷା ଦେବା ପାଇଁ ଶକ୍‌ଅବ୍‌ଜରଭର ରହିବା ପରି ଭିତରକନିକାର ୬୭୨ ବର୍ଗ କିଲୋମିଟର ଅଞ୍ଚଳର ସୁରକ୍ଷା ପାଇଁ କେନ୍ଦ୍ରାପଡ଼ା ଜିଲାର ୧୪୭ ଓ ଭଦ୍ରକ ଜିଲାର ୪୫ଟି ଗ୍ରାମକୁ ଇକୋ ସେନ୍‌ସେଟିଭ ଜୋନ୍‌ ଭାବେ ଚିହ୍ନଟ କରାଯାଇଛି। କେନ୍ଦ୍ର ସରକାରଙ୍କ ପରିବେଶ ମନ୍ତ୍ରଣାଳୟ ପକ୍ଷରୁ ଭିତରକନିକାର ସୁରକ୍ଷା ପାଇଁ ୨୦୧୪ରେ ଗେଜେଟ ନୋଟିଫିକେଶନ ହୋଇଥିବା ବେଳେ ୨୦୧୫ ଜୁନ୍‌ରେ ଚିହ୍ନଟ ଅଞ୍ଚଳ ନେଇ ପୂର୍ଣ୍ଣ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି ଜୋନ୍‌ ଅଞ୍ଚଳରେ ଏକ ମାଷ୍ଟର ପ୍ଲାନ ହୋଇଥାଏ। ସେଠାରେ ଗଛ କାଟିବା ମନା ହେତୁ ବନ ବିଭାଗ ପକ୍ଷରୁ ସ୍ଥାନୀୟ ଅଞ୍ଚଳବାସୀଙ୍କ ଜାଳେଣି ଓ ଗୃହ ନିର୍ମାଣ ପାଇଁ ଆବଶ୍ୟକ କାଠ ସୁଲଭ ମୂଲ୍ୟରେ ଯୋଗାଇ ଦିଆଯାଏ। ବାହାଘର, ବ୍ରତ ପରି ବିଭିନ୍ନ ଉତ୍ସବରେ ଶବ୍ଦ ପ୍ରଦୂଷଣ ରୋକିବା ପାଇଁ ସ୍ବତନ୍ତ୍ର ସ୍ଥାନ ଚିହ୍ନଟ କରାଯାଏ। ଏହିପରି ଶତାଧିକ କଟକଣା ଓ ଗାଇଡ୍‌ଲାଇନ ରହିଛି। ସେହିପରି ଏହି ଜୋନ୍‌ରେ ନୂତନ ପ୍ରକଳ୍ପର ଅନୁମତି କେବଳ ମନିଟରିଂ କମିଟିର ମଞ୍ଜୁରୀ ପରେ ମିଳିଥାଏ। ଖରସ୍ରୋତା ନଦୀର ପାଣିଉଠା ସ୍ଥାନ ରାଜକନିକା ବ୍ଲକ ବରୁଣାଡିହା ଓ ଜଳ ବିଶୋଧନ କେନ୍ଦ୍ର ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ନୂଆହାଟ ଅଞ୍ଚଳ ଭିତରକନିକା ଇକୋ ସେନ୍‌ସେଟିଭ ଜୋନରେ ଥିବା ସେମାନେ ପ୍ରକାଶ କରିଛନ୍ତି।
ମନିଟରିଂ କମିଟିର ସଦସ୍ୟ ଶ୍ରୀକାନ୍ତ କହିଛନ୍ତି, ପ୍ରଥମ ବୈଠକରେ କମିଟି ଗଠନ ହୋଇଥିଲା। ଦ୍ୱିତୀୟ ବୈଠକରେ ଜନସଚେତନତା ପାଇଁ ଉଦ୍ୟମ କରିବା ସହ ଏକ ମାଷ୍ଟରପ୍ଲାନ ପ୍ରସ୍ତୁତ କରିବାକୁ ବନ ବିଭାଗକୁ ଦାୟିତ୍ୱ ଦିଆଯାଇଥିଲା। ଏଥିସହିତ ଜୋନ ଅଞ୍ଚଳରେ ଥିବା ରାଜନଗରରେ ଏକ ବିଦ୍ୟୁତ୍‌ ପାୱାର ଷ୍ଟେଶନ ବସାଇବାକୁ ମଞ୍ଜୁରୀ ମିଳିଥିଲା। ତୃତୀୟ ଓ ଚତୁର୍ଥ ବୈଠକରେ ଭଦ୍ରକର ଦୁଇଟି ଜେଟି ନିର୍ମାଣ ଓ ଭିତରକନିକା ଇକୋ ରିଟ୍ରିଟ ପାଇଁ ଅନୁମତି ଦିଆଯାଇଥିଲା। ତେବେ ୨୦୨୦ ଡିସେମ୍ବର ବୈଠକରେ ଖରସ୍ରୋତା ନଦୀରୁ ପାଣିଉଠାକୁ ବିରୋଧ କରାଯାଇଛି। ଏହାଦ୍ୱାରା ଭିତରକନିକା କ୍ଷତିଗ୍ରସ୍ତ ହେବ ବୋଲି ଦର୍ଶାଯାଇଥିବା ବେଳେ କମିଟି ଅଧ୍ୟକ୍ଷ ଜିଲାପାଳ ଚଞ୍ଚକତା କରି ପ୍ରକଳ୍ପ ପାଇଁ ଅନୁକୂଳ ବାତାବରଣ ସୃଷ୍ଟି କରିଛନ୍ତି। ପ୍ରକଳ୍ପ ପରେ ଭିତରକନିକା ଜୈବ ବିବିଧତା ଉପରେ କୌଣସି ପ୍ରଭାବ ପଡିବ ନାହିଁ ବୋଲି ବୈଠକରେ ଉପସ୍ଥାପିତ ଆଇଆଇଟି ହାଇଦ୍ରାବାଦର ରିପୋର୍ଟରେ ଉଲ୍ଲେଖ ନାହିଁ। ଏହି ରିଜୋଲେଶନକୁ ତୁରନ୍ତ ଖାରଜ, ପ୍ରକଳ୍ପ କାର୍ଯ୍ୟ ବନ୍ଦ କରି ଏକ ବିଶେଷଜ୍ଞ ଦଳଙ୍କ ଦ୍ୱାରା ଅନୁଧ୍ୟାନ କରି ରିପୋର୍ଟ ଉପସ୍ଥାପନା କରିବା ଓ ଭିତରକନିକାର ପରିବେଶ ନଷ୍ଟ ହେଉଥିବାରୁ ତୁରନ୍ତ ମୁଖ୍ୟ ବନ ସଂରକ୍ଷକ ଏଥିରେ ହସ୍ତକ୍ଷେପ ଦାବି କରି ସେ ଅନଶନରେ ଅଛନ୍ତି ବୋଲି କହିଛନ୍ତି।
ଏ ସମ୍ପର୍କରେ ଡିଏଫ୍‌ଓ ଡ. ଯଜ୍ଞଦତ୍ତ ପତି କହିଛନ୍ତି, ୨୦୨୦ ଡିସେମ୍ବରରେ ପ୍ରକଳ୍ପ ସମ୍ପର୍କରେ ଦୁଇଟି ବୈଠକ ହୋଇଛି। ଆଇଆଇଟି ହାଇଦ୍ରାବାଦର ପରିବେଶ ସମ୍ପର୍କିତ ତଥ୍ୟକୁ ଆଧାର କରି ଖରସ୍ରୋତାରୁ ପାଣି ଉଠାଇବାକୁ ମଞ୍ଜୁରୀ ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

‘ତ୍ରିଲୋଚନଙ୍କ ବଳିଦାନକୁ ଓଡ଼ିଶା ପୋଲିସ ଭୁଲିବ ନାହିଁ’

ଭଞ୍ଜନଗର,୨।୪(ବାବୁଲା ପ୍ରଧାନ)-ଏପ୍ରିଲ ପହିଲାରେ ଓଡିଶା ପୋଲିସ ପ୍ରତିଷ୍ଠା ଦିବସ ପାଳନ ହେଉଛି। ଏହି ଅବସରରେ ଶହିଦ୍ ଯବାନମାନଙ୍କୁ ପୋଲିସ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଦିଆଯାଉଛି । ଏହିଭଳି ଗଞ୍ଜାମ…

ବରଗଡ଼ରେ ଧରପଗଡ଼, ଅତର୍କିତ ଚଢ଼ାଉ କରି ୧୮ ସାର ବ୍ରିକ୍ରେତାଙ୍କ ଲାଇସେନ୍ସ ରବ୍ଦ

ବରଗଡ଼,୪।୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲାରେ ସାରବିକ୍ରିରେ କଳାବଜାର ତଥା ଅନ୍ୟ ଅନିୟମିତତା ନେଇ କୃଷି ବିଭାଗ ପକ୍ଷରୁ ଧରପଗଡ଼ ଆରମ୍ଭ ହୋଇଛି। ଏହି କ୍ରମରେ ବୁଧବାର ଓ…

ପୂର୍ବ ଶତ୍ରୁତାରୁ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ, ଜାମିନ ନାମଞ୍ଜୁର ପରେ ଅଭିଯୁକ୍ତ…

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର): ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ କରିବା ଅଭିଯୋଗରେ ଦିଗପହଣ୍ଡି ପୋଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ…

ଧରିତ୍ରୀ’ ପ୍ରଭାବ: ପଲିଥିନ୍ ତଳେ ଛଟପଟ ହାନ୍ଦୁଙ୍କୁ ମିଳିବ ସ୍ୱପ୍ନର ପକ୍କା ଘର, ଖବର ପ୍ରକାଶ ପରେ…

ଥୁଆମୂଳ ରାମପୁର, ୨। ୪(ଦୁର୍ଗା କୀର୍ତ୍ତି): ଅସହାୟଙ୍କ ସ୍ୱର ସାଜିଛି ‘ଧରିତ୍ରୀ’। ଖବର ପ୍ରସାରଣର ମାତ୍ର କିଛି ଦିନ ମଧ୍ୟରେ ପ୍ରଶାସନିକ ସ୍ତରରେ ଦେଖାଦେଇଥିବା ତ୍ୱରିତ ପଦକ୍ଷେପ…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri