ଜାତୀୟ ଖାଦ୍ୟ ସୁରକ୍ଷା ସୂଚକାଙ୍କରେ ଅଗ୍ରଗତି

ଭୁବନେଶ୍ୱର,୨।୧୨(ବ୍ୟୁରୋ): ବିଭିନ୍ନ ଖାଦ୍ୟ ସୁରକ୍ଷା ପଦକ୍ଷେପ ଯୋଗୁ ଜାତୀୟ ଖାଦ୍ୟ ସୁରକ୍ଷା ସୂଚକାଙ୍କରେ ଓଡ଼ିଶା ଅଗ୍ରଗତି ହାସଲ କରିଛି। ୨ଠ୧୮-୧୯ରେ ୨୬ତମ ସ୍ଥାନରେ ଓଡ଼ିଶା ରହିଥିବାବେଳେ ୨ଠ୧୯-୨ଠରେ ୧୩ତମ ଏବଂ ୨ଠ୨ଠ-୨୧ରେ ୪ର୍ଥ ସ୍ଥାନରେ ରହିଛି ରାଜ୍ୟ। ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ଖାଦ୍ୟ ସୁରକ୍ଷା ଆଡ୍‌ଭାଇଜରି କମିଟି ବୈଠକରୁ ଏହା ଜଣାପଡ଼ିଛି।
ତଥ୍ୟରୁ ଜଣାପଡ଼ିଛି ଯେ, ୨ଠ୨ଠ-୨୧ ବର୍ଷରେ ୩ଠ୪୯ ନମୁନା ସଂଗ୍ରହ କରାଯାଇ ପରୀକ୍ଷା କରାଯାଇଥିଲା। ଏଥିରୁ ୫୭୬ଟି ନମୁନା ମିସ୍‌ବ୍ରାଣ୍ଡିଂ ଭାବେ ବୁକ୍‌ କରାଯାଇଛି। ସେହିପରି ୨ଠ୨୧-୨୨ ଅକ୍ଟୋବର ସୁଦ୍ଧା ୧୯୮୪ ନମୁନାରୁ ୪୪୬ଟିକୁ ବୁକ୍‌ କରାଯାଇଛି। ଏହାବାଦ୍‌ ୨୮ଠଟି ମାମଲାରେ ଜରିମାନା ଆଦାୟ କରାଯାଇଛି। ମୋଟ୍‌ ୨୨,ଠ୭୬ ଫୁଡ୍‌ ବିଜନେସ୍‌ ଅପରେଟରଙ୍କୁ ଅନ୍‌ଲାଇନ୍‌ ଲାଇସେନ୍ସ ପ୍ରଦାନ କରାଯାଇଛି। ୮୩ ହଜାର ୨୮୫ ଏଫ୍‌ବିଓଗୁଡ଼ିକୁ ଅନ୍‌ଲାଇନ୍‌ ରେଜିଷ୍ଟ୍ରେଶନ୍‌ ସାର୍ଟିଫିକେଟ୍‌ ପ୍ରଦାନ କରାଯାଇଛି।
ଖାଦ୍ୟ ପ୍ରସ୍ତୁତି ଲାଗି ଷ୍ଟ୍ରିଟ୍‌ ଫୁଡ଼୍‌ ଭେଣ୍ଡରମାନଙ୍କୁ ତାଲିମ୍‌ ପ୍ରଦାନ କରିବାକୁ ମୁଖ୍ୟ ସଚିବ ନିର୍ଦ୍ଦେଶ ଦେଇଛନ୍ତିି। ଏହାସହ ବିଷାକ୍ତ ଖାଦ୍ୟର ପ୍ରଭାବ ସମ୍ପର୍କରେ ଭେଣ୍ଡରଙ୍କୁ ସଚେତନ କରିବାକୁ କୁହାଯାଇଛି। ସେହିପରି ଫୁଡ଼୍‌ ବିଜନେସ୍‌ ଅପରେଟର ଏବଂ ଷ୍ଟ୍ରିଟ୍‌ ଭେଣ୍ଡରଙ୍କ ଦ୍ୱାରା ନିରାପଦ ଖାଦ୍ୟ ବିକ୍ରୟ ଉପରେ ନଜର ରଖିବା ପାଇଁ ନିୟମିତ ଜିଲାସ୍ତରୀୟ ଖାଦ୍ୟ ସୁରକ୍ଷା ବୈଠକ କରିବାକୁ ମହାପାତ୍ର ନିର୍ଦ୍ଦେଶ ଦେଇଛନ୍ତି। ଖାଦ୍ୟ ସୁରକ୍ଷା କମିଶନର ଯାମିନୀ ଷଡ଼ଙ୍ଗୀ କହିଛନ୍ତି, ରାଜ୍ୟ ଖାଦ୍ୟ ଯାଞ୍ଚ ପରୀକ୍ଷାଗାରର କ୍ଷମତାକୁ ବୃଦ୍ଧି କରାଯାଇଛି। ବିଭିନ୍ନ ମେଳା, ସର୍ବସାଧାରଣ ଉତ୍ସବ ଏବଂ ପର୍ବପର୍ବାଣି ଆଦିରେ ମୋବାଇଲ୍‌ ଫୁଡ୍‌ ଟେଷ୍ଟିଂ ଲାବ୍‌ କାର୍ଯ୍ୟ କରୁଛି। ବୈଠକରେ ଉନ୍ନୟନ କମିଶନର ପ୍ରଦୀପ ଜେନା, ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ରାଜ୍‌ କୁମାର ଶର୍ମା, ଆଇନଶୃଙ୍ଖଳା ଏଡିଜି ରାଧାକିଷାନ ଶର୍ମାଙ୍କ ସମେତ ବରିଷ୍ଠ ଅଧିକାରୀମାନେ ଯୋଗଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଦିଗପହଣ୍ଡି ଏନଏସି କାଉନସିଲ ପକ୍ଷରୁ ପରିବର୍ଦ୍ଧିତ ସଭାରେ ଯୋଗଦେଲେ ବିଧାୟକ, ବିଦ୍ୟୁତ-ପାନୀୟ….

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି କାଉନସିଲର ୨୨ ତମ ପରିବର୍ଦ୍ଧିତ ଆଲୋଚନା ସଭା ବୁଧବାର ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ…

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

ଯୋଗାଣ ମନ୍ତ୍ରୀଙ୍କ ବଡ଼ ଘୋଷଣା, ପେଟ୍ରୋଲ ପମ୍ପରେ ମିଳିବ ୫ କେଜିଆ LPG ଗ୍ୟାସ, କେତେ ଟଙ୍କା?

ଭୁବନେଶ୍ବର,୮।୪: ୫ କେଜିଆ ଗ୍ୟାସ ସିଲିଣ୍ଡର ନେଇ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ବଡ଼ ଘୋଷଣା କରିଛନ୍ତି । ପେଟ୍ରୋଲ ପମ୍ପରେ ମିଳିବ ୫ କେଜିଆ ଏଲ୍‌ପିଜି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri