ଲାଭ କ୍ଷତି ନା ଧର୍ମ

କେନ୍ଦ୍ର ସରକାର ୫ ଅଗଷ୍ଟ ୨୦୧୯ରେ ଜମ୍ମୁ-କଶ୍ମୀରରୁ ଅନୁଚ୍ଛେଦ ୩୭୦ ଉଚ୍ଛେଦ କରିବାର ୪ ବର୍ଷ ପୂରିଗଲାଣି। ପଦକ୍ଷେପ ସ୍ବରୂପ ଜମ୍ମୁ-କଶ୍ମୀରର ସ୍ବତନ୍ତ୍ର ପାହ୍ୟାକୁ ହଟାଇ ନିଆଯାଇ ଏହାକୁ ଭାଙ୍ଗିି ଜମ୍ମୁ-କଶ୍ମୀର ଓ ଲଦାଖ ୨ କେନ୍ଦ୍ର ଶାସିତ ଅଞ୍ଚଳ କରାଯାଇଛି। ତେବେ ସେତେବେଳେ ପ୍ରଧାନମନ୍ତ୍ରୀ କହିଥିଲେ ଯେ, ୩୭୦ ଅନୁଚ୍ଛେଦ ଦ୍ୱାରା ଜମ୍ମୁ -କଶ୍ମୀର ଓ ଲଦାଖର ବିକାଶ ପଛାଇଯାଇଥିଲା ଓ ଏବେ ଏହି ସମସ୍ୟା ଦୂରହେବା ସହ ଏକ ନୂଆ ଯୁଗ ଆରମ୍ଭ ହେଲା। ସେ ମଧ୍ୟ ପ୍ରକାଶ କରିଥିଲେ ଯେ, ୩୭୦ ଅନୁଚ୍ଛେଦ ବିଚ୍ଛିନ୍ନତାବାଦ, ଉଗ୍ରବାଦ , ବଂଶବାଦ ଓ ଦୁର୍ନୀତିର ମୂଳ କାରଣ। ତେବେ ସରକାରଙ୍କ ଏହି ପଦକ୍ଷେପ ଉପରେ ସୁପ୍ରିମକୋର୍ଟରେ ବିଚାର ପ୍ରକ୍ରିୟା ଆରମ୍ଭ ହେବା ପୂର୍ବରୁ ଚଳିତ ବର୍ଷ ଜୁଲାଇ ୧୦ରେ କେନ୍ଦ୍ର ସରକାର ଏକ ସତ୍ୟପାଠ ଦାଖଲକରି କହିଥିତ୍ଲେ ଯେ, ୩୭୦ ଉଚ୍ଛେଦ କରାଯିବା ପରେ ସେଠାରେ ଏକ ଅଭୂତପୂର୍ବ ପ୍ରଗତି ଓ ସ୍ଥିରତା ଆସିିପାରିଛି। ସରକାରଙ୍କ ସଦ୍ୟତମ ରିପୋର୍ଟ ଦର୍ଶାଇଛି ଯେ, ୩୭୦ ଅନୁଚ୍ଛେଦ ଉଚ୍ଛେଦ ପରେ ସେଠାରେ ଉଗ୍ରବାଦ କାର୍ଯ୍ୟକଳାପ ବୃଦ୍ଧି ପାଇଛି। କିନ୍ତୁ ସେହି ଦାବିକୁ ଏବେ ଖଣ୍ଡନକରି ବିପରୀତ ତଥ୍ୟ ପ୍ରକାଶ ପାଇଛି। କେବଳ ଏତିକି ନୁହେଁ, ୩୭୦ ଅନୁଚ୍ଛେଦ ଉଚ୍ଛେଦ ପରେ ସେଠାରେ ବାହାରୁ କେତେଜଣ ଯାଇ ଜାଗା କିଣିଛନ୍ତି କିମ୍ବା କେତେଜଣ ପଣ୍ଡିତ ସେମାନଙ୍କ ଭିଟାମାଟିକୁ ଫେରିଛନ୍ତି ତାହା ଦେଶକୁ ଜଣାଇଦିଆଯାଉନାହିଁ। ଅପରପକ୍ଷରେ ସେଠାରେ ବସବାସ କରୁଥିବା ପଣ୍ଡିତମାନଙ୍କ ଉପରେ ଜୋର୍‌ଦାର ଆକ୍ରମଣ କରାଯାଉଛି ଏବଂ ଅନେକଙ୍କୁ ହତ୍ୟା କରାଯାଉଥିବାର ଖବର ପ୍ରକାଶ ପାଉଛି। ଉଲ୍ଲେଖଯୋଗ୍ୟ, ୫ ବର୍ଷ ହେଲା ସେଠାରେ ନିର୍ବାଚନ କରାଯାଇନାହିଁ। ନିର୍ବାଚନ କରା ନ ଯିବା ପରୋକ୍ଷରେ ଦର୍ଶାଉଛି ଯେ, ସେଠାରେ ଶାନ୍ତି ଓ ସ୍ଥିତି ବ୍ୟବସ୍ଥିତ ହୋଇପାରିନାହିଁ।
ଦେଶ ସ୍ବାଧୀନ ହେବା ପରେ ଜମ୍ମୁକଶ୍ମୀରରେ ୩୭୦ ଅନୁଚ୍ଛେଦ ଲାଗୁକରି ଜବାହରଲାଲ ସରକାର ଭୁଲ୍‌ କରିଥିଲେ ବୋଲି କୁହାଯାଉଛି। କିିନ୍ତୁ ଏବେ ତାହାକୁ ଉଚ୍ଛେଦକରି ଦେଶକୁ କି ଲାଭ ମିଳିଲା ଓ ସରକାର ଭୁଲ୍‌ କି ଠିକ୍‌ କରିଛନ୍ତି ତାହା ବିଚାର କରିବା କଥା। ୩୭୦ ଉଚ୍ଛେଦ ହେବା ପରେ ସେଠାରେ ଅତ୍ୟଧିକ ସେନା ଓ ଅର୍ଦ୍ଧସାମରିକ ବାହିନୀ ମୁତୟନ ହେବା ଏବଂ ଉଗ୍ରବାଦ କାର୍ଯ୍ୟକଳାପ ବୃଦ୍ଧି ଯୋଗୁ ରାଜକୋଷର ବ୍ୟାପକ କ୍ଷତି ଘଟୁଥିବା ବିଷୟ ଜାଣିବା ଶୁଣିବା ସୂତ୍ରଗୁଡ଼ିକରୁ ଖବର ମିଳୁଛି। । ଅନ୍ୟପକ୍ଷରେ କଶ୍ମୀରର ଗଣତନ୍ତ୍ର ଓ ଲୋକଙ୍କ ଅଧିକାରକୁ ଚାପିଦିଆଯାଇଛି। ଜମ୍ମୁ-କଶ୍ମୀରରୁ ସ୍ବତନ୍ତ୍ର ପାହ୍ୟା ହଟାଇ ଦିିଆଯିବା ପରଠାରୁ ଅଭିବ୍ୟକ୍ତିର ସ୍ବାଧୀନତାକୁ ଛଡ଼ାଇ ନିଆଯାଇଛି। ବିଶ୍ୱରେ ସବୁଠୁ ଅଧିକ ଥର ଇଣ୍ଟରନେଟ୍‌ ସେବା ବନ୍ଦ କଶ୍ମୀରରେ କରାଯାଇଛି ଓ ୧୮ ମାସ ଧରି ବନ୍ଦହେବା ବିଶ୍ୱରେ କୌଣସି ଗଣତନ୍ତ୍ରରେ ସବୁଠୁ ଲମ୍ବା ସମୟ। ଡିଜିଟାଲ ଓ୍ବାଚ୍‌ଡଗ୍‌ ଆସେସ୍‌ ନାଓ ରିପୋର୍ଟ ମୁତାବକ, ୨୦୨୨ରେ ବିଶ୍ୱରେ ମୋଟ ୧୮୭ ଟି ଇଣ୍ଟନେଟ୍‌ ସେବା ବନ୍ଦ ଘଟଣା ମଧ୍ୟରୁ ୮୪ ଟି ଭାରତରେ ଘଟିଛି ଏବଂ ଏହାର ୫୦% କଶ୍ମୀରରେ ହୋଇଛି। ଏଠାରେ ମନେପକାଇ ଦିଆଯାଇପାରେ ଯେ, ଇଣ୍ଟରନେଟ୍‌ ସେବା ବନ୍ଦ ହେଲେ ସେହି ସବୁ ସ୍ଥାନରେ ବ୍ୟାଙ୍କ ସମେତ ଅନେକ ବ୍ୟବସାୟିକ, ପ୍ରଶାସନିକ ଓ ଦୈନନ୍ଦିନ କାର୍ଯ୍ୟ ଯଥା ଶିକ୍ଷା ଓ ସ୍ବାସ୍ଥ୍ୟ ସେବା ମଧ୍ୟ ବନ୍ଦ ହୋଇଯାଇଥାଏ। କୁହାଯାଉଛି ଯେ, ଅତୀତରେ କେନ୍ଦ୍ରରେ କଂଗ୍ରେସ ସରକାର ଅମଳରେ ଚାଇନା ହାତକୁ ଭାରତର ଜମି ଟେକି ଦିଆଯାଇଛି। କିନ୍ତୁ ଦେଖାଯାଉଛି ୩୭୦ ଉଚ୍ଛେଦ ପରେ ଲଦାଖକୁ କେନ୍ଦ୍ରଶାସିତ ଅଞ୍ଚଳ କରି ସରକାର ଚାଇନା ଲାଙ୍ଗୁଡ଼ରେ ହାତ ମାରିଛନ୍ତି। ଅକ୍ସସାଇ ଚୀନ୍‌ ସହିତ ଲଦାଖର ବହୁ ଅଞ୍ଚଳକୁ ଚାଇନା ତା’ର ବୋଲି ଦାବି କରୁଛି। ଫଳରେ ସେଠାରେ ଅତ୍ୟଧିକ ସୈନ୍ୟ ମୁତୟନ କରାଯାଇଛି ଓ ସ୍ଥିତି ଉତ୍ତେଜନାପୂର୍ଣ୍ଣ ରହୁଛି। ତେବେ ୫ ମେ ୨୦୨୦ରେ ଗଲ୍‌ଓ୍ବାନ ଘାଟିରେ ଭାରତୀୟ ଓ ଚାଇନା ସେନା ମଧ୍ୟରେ ରକ୍ତାକ୍ତ ସଂଘର୍ଷ ଘଟି ଭାରତର ୨୦ ଜଣ ଯବାନ ଶହୀଦ ହେବା ଘଟଣାକୁ ଭାରତବାସୀ ଭୁଲିପାରିନାହାନ୍ତି। କିନ୍ତୁ ଚାଇନାର ବାସ୍ତବରେ କେତେ ସୈନ୍ୟ ନିହତ ହୋଇଛନ୍ତି ତାହା ଚାଇନା ପ୍ରକାଶ କରିନାହିଁ, କେବଳ ଭାରତ ସରକାର ଏହି ସଂଖ୍ୟା ୪୦ ବୋଲି ଦର୍ଶାଇଛନ୍ତି। ଏବେସୁଦ୍ଧା ଭାରତ ମଧ୍ୟକୁ ଚାଇନା ପ୍ରବେଶକରି ଅନେକ କିଲୋମିଟର ଜାଗା ମାଡ଼ି ବସିଥିଲେ ବି ବାସ୍ତବ ସ୍ଥିତି ସମ୍ପର୍କରେ ସରକାର କୌଣସି ତଥ୍ୟ ଜଣାଉନାହାନ୍ତି।
କଶ୍ମୀରରେ ଗଣତାନ୍ତ୍ରିକ ସରକାର ୫ ବର୍ଷ ହେଲା ନାହିଁ। ସେଠାରେ ସ୍ଥିତି ନିଶ୍ଚିତ ଭାବେ ଏବେ ମଧ୍ୟ ଅସ୍ବାଭାବିକ ରହୁଛି ବୋଲି ନିର୍ବାଚନ କରାଯାଇପାରୁନାହିଁ। ଏହାର କାରଣ ହୋଇପାରେ ଯେ, କେନ୍ଦ୍ରରେ ଶାସନ କରୁଥିବା ଭାଜପା ତାହାର ସ୍ଥିତି କେଉଁଭଳି ହେବ ବୁଝିପାରୁ ନ ଥିବା ହେତୁ ଜମ୍ମୁ-କଶ୍ମୀରର ନାଗରିକ ଗଣତାନ୍ତ୍ରିକ ଅଧିକାରରୁ ବଞ୍ଚିିତ ହେଉଛନ୍ତି। ଏହା ସତ୍ୟ ଯେ, ମୁସଲମାନ ବିରୋଧୀ ଅନେକ ନାଗରିକଙ୍କ ପ୍ରବଳ ଇଚ୍ଛା ଜମ୍ମୁ-କଶ୍ମୀରକୁ ଦମନକରି ରଖିବା ପାଇଁ। ତେବେ ସେମାନେ ସମ୍ଭବତଃ ସ୍ବୀକାର କରିବାକୁ ଅପ୍ରସ୍ତୁତ ଯେ, ଜମ୍ମୁ-କଶ୍ମୀର ଭଳି ପାହାଡ଼ ଅଞ୍ଚଳ ଯାହା ଦୁଇଟି ଭାରତ ବିରୋଧୀ ରାଷ୍ଟ୍ରଙ୍କ ମଝିରେ ରହିଛି ସେଠାରେ ଲୋକଙ୍କୁ ଦମନ କରି ରଖିବାକୁ ହେଲେ ପ୍ରତ୍ୟେକ ଦିନ ଅନେକ କୋଟି ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିଥାଏ। ସେଥିପାଇଁ ଜମ୍ମୁ-କଶ୍ମୀରରେ ଯେତେ ଦୀର୍ଘ ପରିସ୍ଥିତି ସ୍ବାଭାବିକ କରାଯାଇପାରିବ ତାହା ଭାରତ ପାଇଁ ସେତିକି ଲାଭଦାୟକ ହେବ। ଆଜିର ଲାଭକ୍ଷତି ପୃଥିବୀରେ ଧର୍ମର ସ୍ଥାନ ଅତ୍ୟନ୍ତ ନଗଣ୍ୟ। ଯେଉଁମାନେ ଧର୍ମକୁ ଅଧିକ ଗୁରୁତ୍ୱ ଦେଉଛନ୍ତି, ସେମାନେ ନିଜେ ଧନୀ ହୋଇ ସାରିଲେଣି ବୋଲି ଅନ୍ୟମାନଙ୍କୁ ଧର୍ମ ଖୁଆଇ ଗରିବ ରଖିବାକୁ ମସୁୁଧା କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୃତ୍ୟୁର ମିତ୍ର ଓ ଶାନ୍ତିର ସନ୍‌ମାର୍ଗ

ଆଧୁନିକ ଆମେରିକାର ଜନକ ବୋଲି କୁହାଯାଉଥିବା ବିଶିଷ୍ଟ ଲେଖକ, ଦାର୍ଶନିକ, ବୈଜ୍ଞାନିକ ତଥା ରାଷ୍ଟ୍ରନୀତିଜ୍ଞ ବେଞ୍ଜାମିନ ଫ୍ରାଙ୍କ୍‌ଲିନ କହୁଥିଲେ- ”ଦୁନିଆରେ କିଏ କେଉଁଠି କେବେ ଗୋଟେ ଭଲ…

ମହାତ୍ମା ଜ୍ୟୋତିରାଓ ଫୁଲେ: ଭାରତର ମାର୍ଗଦର୍ଶନ କରୁଥିବା ଏକ ଆଲୋକବର୍ତ୍ତିକା

ଆଜି ୧୧ ଏପ୍ରିଲ। ଆମ ସମସ୍ତଙ୍କ ପାଇଁ ଅତି ସ୍ବତନ୍ତ୍ର ଦିନ। ଆଜି ହେଉଛି ଭାରତର ମହାନ୍‌ ସମାଜ ସଂସ୍କାରକ ତଥା ଅନେକ ପିଢ଼ି ପାଇଁ ମାର୍ଗଦର୍ଶକ…

ଅଧିକାରୀ ଅଭାବ

ମଧ୍ୟପ୍ରଦେଶରେ ଅନୁମୋଦିତ ସଂଖ୍ୟା ତୁଳନାରେ ୧୫୦ରୁ ଅଧିକ ଆଇଏଏସ୍‌ ଅଧିକାରୀଙ୍କ ଅଭାବ ରହିଛି। ଏହା ଏକ ସାମାନ୍ୟ ବ୍ୟବଧାନ ନୁହେଁ ବରଂ ଏକ ବ୍ୟବସ୍ଥାଗତ ଅଭାବକୁ ଇଙ୍ଗିତ…

ଏଇ ଭାରତରେ

ପଶ୍ଚିମବଙ୍ଗ ସୁନ୍ଦରବନର ବହୁ ଅଞ୍ଚଳର ଜମିକୁ ଲୁଣାପାଣି ଚାଷ ଅନୁପଯୋଗୀ କରିଦେଇଥିଲା। ହେଲେ ଏବେ ସେଠାରେ ୧୫୦୦ କୃଷକ ସେହି ଜମିରେ ୧୯୨ କିସମର ଧାନ ଚାଷକରି…

ରାତ୍ରିଭୋଜନ ଓ ସଂଘର୍ଷ

ମ୍ପ୍ରତିକ ପରିସ୍ଥିତିରେ ଅନେକ ସମୟରେ ଦେଖାଯାଏ ରାତ୍ରିଭୋଜନ ଟେବୁଲଗୁଡ଼ିକ ପ୍ରାୟତଃ ଅଭିଭାବକଙ୍କ ଅପ୍ରତ୍ୟାଶିତ ଶ୍ରେଣୀଗୃହ ହୋଇଯାଏ। ପ୍ରାୟତଃ ପରିବାରରେ ଥିବା ପିଲାଟିର ଦିନସାରାର କାର୍ଯ୍ୟ ମୂଲ୍ୟାୟନ ମାତାପିତାମାନେ…

ଆଗ ଗଛ

ବର୍ତ୍ତମାନ ସମୟର ଇଏ ସବୁଠାରୁ ବଡ଼ ଆହ୍ବାନ। ଆମେ ସବୁ କାମକୁ ପଛରେ ପକାଇ ଆଗ ଗଛ ଲଗାଇବା ଉପରେ ପ୍ରାଧାନ୍ୟ ଦେବା। ଗଛ ଲଗାଇବା, ତା’ର…

ସଙ୍କଟରୁ ପରିବର୍ତ୍ତନର ଆଶା

ଆମେ ଏବେ ଏକ ନିରର୍ଥକ ଯନ୍ତ୍ରଣା ଏବଂ ଆସନ୍ନ ବିନାଶର ପୃଥିବୀରେ ବାସ କରୁଛୁ। ଏଠାରେ ନୈତିକ ବିକାଶ ଧାରଣା ମୂଲ୍ୟହୀନ ହୋଇଯାଇଥିବା ମନେହେଉଛି। ସମସାମୟିକ ସମାଜ…

ଆଦ୍ୟ ମନ୍ଦିର

ଭାରତୀୟ ପରମ୍ପରାରେ ଗଛର ଭୂମିକା ରହିଛି। ବିଭିନ୍ନ ଦେବଦେବୀଙ୍କୁ ନେଇ ପାଳନ କରାଯାଉଥିବା ପର୍ୱ ସହ ଗଛର ସମ୍ପର୍କ ଅଛି। ବିଶେଷକରି ନବରାତ୍ରି, ଗୌରୀପୂଜା ଓ ତେଜ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri