ମାଛକୁଣ୍ଡ ଜଳବିଦ୍ୟୁତ୍‌ ପ୍ରକଳ୍ପରୁ ଉତ୍ପାଦନ ୩ ଦିନ ବନ୍ଦ ରହିବ

କୋରାପୁଟ,୧୯।୫(ସ୍ବ.ପ୍ର.): କୋରାପୁଟ ଜିଲା ଲମତାପୁଟ ବ୍ଲକର ଅନକାଡେଲିଠାରେ ଥିବା ମାଛକୁଣ୍ଡ ଜଳବିଦ୍ୟୁତ ପ୍ରକଳ୍ପ ୩ ଦିନ ବନ୍ଦ ରଖିବା ପାଇଁ ପ୍ରକଳ୍ପ କର୍ତ୍ତପକ୍ଷ ନିଷ୍ପତ୍ତି ନେଇଛନ୍ତି। ତେବେ ଏହି ବନ୍ଦ ଯୋଗୁ ଦୈନିକ କ୍ଷତି ୧୮ ଲକ୍ଷ ଅନୁସାରେ ମୋଟ ୫୪ ଲକ୍ଷ ଟଙ୍କା ରାଜସ୍ବ କ୍ଷତି ହେବ। ମାଛକୁଣ୍ଡ ଜଳବିଦ୍ୟୁତ ପ୍ରକଳ୍ପ ଅଧୀନରେ ଆସୁଥିବା ଜଲାପୁଟ, ମାଛକୁଣ୍ଡ ଡି ଡ୍ୟାମ ଏବଂ ଅନକାଡେଲିସ୍ଥିତ ଟିପି ଡ୍ୟାମ ଜଳ ଭଣ୍ଡାରର ବାସ୍ତବ ସ୍ଥିତି ଅନଧ୍ୟାନ ପାଇଁ ପ୍ରକଳ୍ପ କର୍ତ୍ତୃପକ୍ଷ ଏପରି ନିଷ୍ପତ୍ତି ନେଇଥିବା ଜଣାପଡିଛି। କୋରାପୁଟ ଜିଲା ଲମତାପୁଟ ବ୍ଲକ ଅନକାଡେଲିଠାରେ ରହିଛି ମାଛକୁଣ୍ଡ ଜଳ ବିଦ୍ୟୁତ୍‌ ପ୍ରକଳ୍ପ। ପ୍ରକଳ୍ପ ଆରମ୍ଭରୁ ଆନ୍ଧ୍ର ଓ ଓଡିଶା ମଧ୍ୟରେ ୭୦-୩୦ ଅନୁପାତରେ ଅଧିକାର ନେଇ ଚୁକ୍ତିନାମା ହୋଇଥିଲା। ମାତ୍ର ଗତ ଦୁଇ ବର୍ଷ ତଳେ ଏହି ଚୁକ୍ତିନାମା ଶେଷ ପରେ ବର୍ତ୍ତମାନ ଉଭୟ ଆନ୍ଧ୍ର ଓ ଓଡିଶା ଏହି ପ୍ରକଳ୍ପ ନେଇ ସମାନ ଅଧିକାର ପାଇବାକୁ ଏକ ଚୁକ୍ତିନାମା ହୋଇଛି ା ବର୍ତ୍ତମାନ ଏହି ପ୍ରକଳ୍ପକୁ ଆନ୍ଧ୍ର ଜଳ ବିଦ୍ୟୁତ ନିଗମ ଏବଂ ଏପି ଜେନକୋ ପରିଚାଳନା କରୁଥିବା ଜଣାପଡିଛି ା ତେବେ ରାଜ୍ୟ ସରକାର ଟାଟା କମ୍ପାନୀକୁ ଏହାର ପରିଚାଳନା ଦାୟିତ୍ୱ ଦେଇଛନ୍ତି। ଫଳରେ ଟାଟା କମ୍ପାନୀ ପକ୍ଷରୁ ମାଛକୁଣ୍ଡ ଜଳବିଦ୍ୟୁତ ପ୍ରକଳ୍ପର ଅନୁଧ୍ୟାନ ଆରମ୍ଭ କରିଛି ା ପ୍ରକଳ୍ପର ବର୍ତ୍ତମାନ ସ୍ଥିତି କ’ଣ ରହିଛି ତାହା ଜାଣିବାକୁ ପ୍ରକଳ୍ପକୁ ୩ ଦିନ ପାଇଁ ବନ୍ଦ କରାଯାଇ କମ୍ପାନୀର ମେକାନିକ ଟିମ ଜଳାପୁଟସ୍ଥିତ ମୁଖ୍ୟ ଜଳଭଣ୍ଡାର ସମେତ ମାଛକୁଣ୍ଡ ଡି ଡ୍ୟାମ, ଅନକାଡେଲିସ୍ଥିତ ଟିପି ଡ୍ୟାମର ନିରୀକ୍ଷଣ କରୁଥିବା ଜଣାଯାଇଛି ା ମାଛକୁଣ୍ଡ ପ୍ରକଳ୍ପର ଡି ଡ୍ୟାମ ଓ ଟିପି ଡ୍ୟାମକୁ ମଙ୍ଗଳବାର ଶୁଖାଯାଇଥିବାବେଳେ ବୁଧବାର ଟାଟା କମ୍ପାନୀ କର୍ତ୍ତୃପକ୍ଷ ଡ୍ୟାମର ସମସ୍ତ ୬ଟି ଗେଟ୍‌ ଯାଞ୍ଚ କରିବା ସହିତ ଡ୍ୟାମର ସମସ୍ତ ସିଭିଲ କାର୍ଯ୍ୟ ଅନୁଧ୍ୟାନ କରୁଥିବା ଜଣାଯାଇଛି ା ସେହିଭଳି ଡି ଡ୍ୟାମଠାରୁ ଟିପି ଡ୍ୟାମ ପର୍ଯ୍ୟନ୍ତ ଥିବା ଟନେଲ କେନାଲ ଯାଞ୍ଚ କରାଯାଉଥିବା ପ୍ରକଳ୍ପର ଡେପୁଟି ସହକାରୀ ଯନ୍ତ୍ରୀ ବଜ୍ର ସୁନ୍ଦର ପାଢୀ ସୂଚନା ଦେଇଛନ୍ତି। ସୁଚନା ଥାଉକି ଯେ ମାଛକୁଣ୍ଡ ଜଳବିଦ୍ୟୁତ ପ୍ରକଳ୍ପରେ ସମୁଦାୟ ୬ଟି ଟରବାଇନ ରହିଥିବାବେଳେ ଦୈନିକ ୧୨୦ ମେଗାୱାଟ ବିଦ୍ୟୁତ୍‌ ଉପତ୍ାଦାନ ହେଉଛି। ଗତ କିଛି ମାସ ଧରି ୨ଟି ଟରବାଇନ ଯାନ୍ତ୍ରିକ କାରଣରୁ ଅସ୍ଥାୟୀ ଭାବେ ବନ୍ଦ ରହିଛି ା ବର୍ତ୍ତମାନ କେବଳ ପ୍ରକଳ୍ପରେ ୪ଟି ଟରବାଇନ କାର୍ଯ୍ୟ କରୁଥିବାବେଳେ ସେଥିରୁ ଦୈନିକ ମାତ୍ର ୭୨ ମେଗାୱାଟ ବିଦ୍ୟୁତ ଉତ୍ପାଦାନ ହେଉଛି ା


Enter your email to get our daily news in your inbox.

All Right Reserved By Dharitri.Com

କୋଟିଆ ସୀମାନ୍ତବାସୀଙ୍କୁ ନେଇ ୯୦ ତମ ଓଡ଼ିଶା ଦିବସ ପାଳନ କଲା ଜିଲା ପ୍ରଶାସନ

ପଟ୍ଟାଙ୍ଗି,୧।୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍ ଅଧିନରେ ରହିଥିବା ଦୁଇ ରାଜ୍ୟର ବିବାଦୀୟ କୋଟିଆ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଜିଲା ପ୍ରଶାସନ ପକ୍ଷରୁ ୯୦…

ଛେଚିଲା କୁଆପଥର ବର୍ଷା, ପବନରେ ଗଛ ଭାଙ୍ଗି ନଷ୍ଟ ହେଲା ଏକାଧିକ ଗାଡ଼ି

ନନ୍ଦପୁର,୧ା୪(ତୁଷାରକାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ ବୁଧବାର ପବନ ସହ କୁଆପଥର ବର୍ଷା ହୋଇଛି। ଯାହାର ପ୍ରଭାବରେ ନନ୍ଦପୁର ବ୍ଲକ ସଦର ମହକୁମା ସ୍ଥିତ…

୧୫ କିଲୋ ଗଞ୍ଜେଇ ସହ ଯୁବକଙ୍କୁ ବାନ୍ଧିଲା ପୋଲିସ

ନନ୍ଦପୁର,୩୦।୩( ତୁଷାର କାନ୍ତ ମହାନ୍ତି): ନନ୍ଦପୁର ଅବକାରୀ ଦଳ ସୋମବାର ଜଣେ ଯୁବକଙ୍କୁ ୧୫ କିଲୋ ୨୦୦ ଗ୍ରାମ ଗଞ୍ଜେଇ ସହ ଗିରଫ କରିଛି। ନନ୍ଦପୁର ଅଞ୍ଚଳରୁ…

ଟାୱାର ଉପରକୁ ଚଢି ଏମିତି କାଣ୍ଡ କଲେ ଯୁବକ, ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା

କୋରାପୁଟ, ୩୦।୩(ଅମିତାଭ ବେହେରା ): ମୋବାଇଲ ଟାୱାର ଉପରକୁ ଚଢି ଜଣେ ମଦ୍ୟପ ଯୁବକ ଉନ୍ମତ୍ତ କାଣ୍ଡ ସୃଷ୍ଟି କରିଥିବା ଘଟଣା କୋରାପୁଟ ଜିଲାରେ ଚର୍ଚ୍ଚାର ବିଷୟ…

ଶହୀଦ ଗ୍ରାମରକ୍ଷୀଙ୍କ ପରିବାରକୁ ଭେଟି ସମ୍ବର୍ଦ୍ଧିତ ଜଣାଇଲେ ଏସଡିପିଓ, ଝିଅର ପାଠପଢାକୁ ନେଇ ଦେଲେ ଏମିତି ପ୍ରତିଶ୍ରୁତି

ପଟ୍ଟାଙ୍ଗି, ୩୦।୩(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ଥାନା ଅଧୀନରେ କାର୍ଯ୍ୟ କରୁଥିବା ସ୍ବର୍ଗତ ଗ୍ରାମରକ୍ଷୀ ଜଗା ଖିଲଙ୍କ ମା , ଝିଅ ଏବଂ ସ୍ତ୍ରୀଙ୍କୁ…

କାଳବୈଶାଖୀ: ରାସ୍ତାରେ ପଡ଼ିଲା ଗଛ, ଭାଙ୍ଗିଲା ଘର

ନନ୍ଦପୁର,୩୦।୩(ତୁଷାର କାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ଓ ଲମତାପୁଟ ବ୍ଲକ ଅଞ୍ଚଳରେ କାଳବୈଶାଖୀର କରାଳ ରୂପ ଦେଖିବାକୁ ମିଳିଛି। ଘୂର୍ଣ୍ଣିଝଡ଼ ଓ ପ୍ରବଳ ବର୍ଷା ଯୋଗୁ…

ଶୁଣୁନି ପ୍ରଶାସନ: ରାଶନ କାର୍ଡ, ଭତ୍ତାରୁ ବଞ୍ଚିତ ମହିଳା

ନନ୍ଦପୁର/ପାଡୁଆ, ୩୦।୩(ତୁଷାର କାନ୍ତ ମହାନ୍ତି/ଶଙ୍କର ପୂଜାରୀ)-କୋରାପୁଟ ଜିଲା ନନ୍ଦପୁର ବ୍ଲକ୍‌ ପାଡୁଆ ପଞ୍ଚାୟତ ସଦର ମହକୁମା ଉପରସାହିର ଲକ୍ଷ୍ମୀ ଖରା(୬୬) ସରକାରଙ୍କ ରାଶନ କାର୍ଡ, ଭତ୍ତା ଆଦି…

ଫୁଲ ତୋଳିବା ହେଲା କାଳ, କୂଅରେ ପଡ଼ି ଚାଲିଗଲା ବୃଦ୍ଧାଙ୍କ ଜୀବନ

ନନ୍ଦପୁର,୩୦।୩(ତୁଷାର କାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ ସଦର ମହକୁମା ବାହିରିପଡ଼ା ଜମି ଭିତରେ ଥିବା ଏକ ପରିତ୍ୟକ୍ତ କୂଅରେ ପଡ଼ି ଜଣେ ବୃଦ୍ଧା ମହିଳାଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri