ଲିଜ୍‌ଧାରୀଙ୍କ ନାଁରେ ମାମଲା

ବାରିପଦା ଅଫିସ,୧୯ା୮: ମୟୂରଭଞ୍ଜ ଜିଲା ବଡ଼ସାହି ତହସିଲ ଅଧୀନ ମହୁପୁରା ଘାଟରୁ ବେଆଇନ ବାଲି ଉତ୍ତୋଳନ ଘଟଣାକୁ ନେଇ ଲିଜଧାରୀଙ୍କ ନାଁରେ ବଡ଼ସାହି ଥାନାରେ ମାମଲା ରୁଜୁ ହୋଇଛି। ଏ ନେଇ ଜାତୀୟ ଗ୍ରୀନ୍‌ ଟ୍ରିବ୍ୟୁନାଲ(ଏନ୍‌ଜିଟି)ରେ ମାମଲା ଚାଲିଥିବା ବେଳେ ବାରିପଦା ସଦର ଉପଜିଲାପାଳଙ୍କ କାର୍ଯ୍ୟାଳୟ ପତ୍ର ସଂଖ୍ୟା ୫୯୩୯/୧୭ା୮ା୨୦୨୦୨ ଅନୁଯାୟୀ ପୋଲିସକୁ ମାମଲା ରୁଜୁ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ସହକାରୀ ଜିଲାପାଳ ସୋମେଶ ରଣବିଜୁଳିଙ୍କ ଅଭିଯୋଗକୁ ଭିତ୍ତିି କରି ପୋଲିସ ଲିଜ୍‌ଧାରୀ କୃପାସିନ୍ଧୁ ସିଂଙ୍କ ନାମରେ ଏକ ମାମଲା (ନଂ. ୨୩୨/୨୨)ରୁଜୁ କରିଛି।
ସୂଚନା ଅନୁଯାୟୀ, ମହୁପୁରା ବାଲି ସଇରାତରୁ ଅନୁମତିଠାରୁ ୨୦ଗୁଣା ଅଧିକ ବାଲି ମେଶିନ ସାହାଯ୍ୟରେ ଉତ୍ତୋଳନ କରି ପରିବହନ କରାଯାଉଛି ବୋଲି ରାଧା ମୋହନ ସିଂଙ୍କ ଅଭିଯୋଗ କ୍ରମେ ଏନ୍‌ଜିଟି ଇଷ୍ଟର୍ଣ୍ଣ ବେଞ୍ଚ କୋଲକାତା ପକ୍ଷରୁ ୪୦/୨୨ଇଜେଡରେ ଏକ ମାମଲା ରୁଜୁ ହୋଇଥିଲା। ଅନୁମତି ଦିଆଯାଇଥିବା ପରିମାଣଠାରୁ ଢେର ଅଧିକ ବାଲି ପ୍ରତିଦିନ ଚାଲାଣ କରାଯାଉଛି ବୋଲି ଆବେଦନକାରୀ ଦର୍ଶାଇଥିଲେ। ଏହାକୁ ନେଇ ମୟୂରଭଞ୍ଜ ଜିଲାପାଳ, ରାଜ୍ୟ ପରିବେଶ ଓ ପ୍ରଭାବ ମୂଲ୍ୟାୟନ ପ୍ରାଧିକରଣ (ସିଆ), ଜିଲା ଖଣି ବିଭାଗ, ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଓ ବଡ଼ସାହି ତହସିଲଦାରଙ୍କୁ ନେଇ ଗଠିତ କମିଟି ୨୦୨୨ ମେ ୯ରେ ବାଲିଘାଟ ସ୍ଥିତି ଅନୁଧ୍ୟାନ କରିି ରିପୋର୍ଟ ଦାଖଲ କରିଥିଲେ। ସଇରାତରେ ବ୍ୟାପକ ଅନିୟମିତତା ହୋଇଥିବା ଓ ବେଆଇନ ଭାବେ ବାଲି ଉତ୍ତୋଳନ କରାଯାଇଥିବା ନେଇ ରିପୋର୍ଟରେ ଉଲ୍ଲେଖ କରାଯାଇଥିଲା। ମାତ୍ରାଧିକ ବାଲି ଉତ୍ତୋଳନ ଯୋଗୁ ନଦୀର ପ୍ରାକୃତିକ ଜଳ ପ୍ରବାହର ପଥ ପରିବର୍ତ୍ତନ ହୋଇଛି ଓ ଲିଜ୍‌ ଅଞ୍ଚଳ ବାହାରୁ ବେଆଇନ ଭାବେ ବାଲି ଉତ୍ତୋଳନ କରାଯାଇଛି ବୋଲି ରିପୋର୍ଟରେ ଦର୍ଶାଯାଇଛି। ତଦନ୍ତ କମିଟି ଦାଖଲ କରିଥିବା ରିପୋର୍ଟରେ ୧୨କୋଟି ୩୫ଲକ୍ଷ ୮୪ହଜାର ୮୪୪ଟଙ୍କା ପରିବେଶ କ୍ଷତିପୂରଣ ଓ ପରିବେଶ କ୍ଷତି ବାବଦରେ ୨୧ଲକ୍ଷ ଟଙ୍କା କ୍ଷତିପୂରଣ ଆଦାୟ ପାଇଁ ସୁପାରିଶ କରାଯାଇଛି।
ଉଲ୍ଲେଖଯୋଗ୍ୟ, ଏହି ତହସିଲ ଅଧୀନ ଆରପଟା ଓ ଡିଙ୍ଗିରା ବାଲି ସଇରାତରୁ ବେଆଇନ ବାଲି ଉତ୍ତୋଳନକୁ ନେଇ ଏନ୍‌ଜିଟିରେ ମାମଲା ରୁଜୁ ହୋଇଥିଲା। ତଦନ୍ତ ରିପୋର୍ଟକୁ ଭତ୍ତିକରି ତତ୍କାଳୀନ ତହସିଲଦାର ମମତାଜ ମହାରଣା ଓ ଲିଜ୍‌ଧାରୀ ପ୍ରଦୀପ ବିନ୍ଧାଣୀଙ୍କ ନାମରେ ପୃଥକ ମାମଲା (ନଂ.୧୧୪/୨୨ ଓ ୧୧୫/୨୨)ରୁଜୁ ହୋଇଥିଲା। ମାତ୍ର ମହୁପୁରା ସଇରାତରେ ୧୨କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ରାଜସ୍ବ ହରିଲୁଟକୁ ନେଇ ଜିଲା ପ୍ରଶାସନ ପକ୍ଷରୁ ଲିଜ୍‌ଧାରୀଙ୍କ ନାମରେ ମାମଲା ରୁଜୁ ହୋଇଥିଲେ ହେଁ ତକତ୍ାଳୀନ ତହସିଲଦାରଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ। ଫଳରେ ବହୁ କୋଟି ଟଙ୍କାର ରାଜସ୍ବ ଲୁଟ ପାଇଁ ସହଯୋଗ କରିଥିବା ଅଧିକାରୀଙ୍କୁ ଖସାଇଦେବାକୁ ଉଦ୍ୟମ କରାଯାଉଛି ବୋଲି ପରିବେଶବିତ୍‌ମାନେ ମତପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରେଳ ଲାଇନ୍‌ ପାରି ହେଉଥିଲେ, ଧକ୍କା ଦେଲା ବାଙ୍ଗିରିପୋଷି-ରୁପ୍ସା ଟ୍ରେନ: ମୁଣ୍ଡରୁ ଗଣ୍ଡି ଅଲଗା…

ବୈଶିଙ୍ଗା, ୧।୪ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମଛପଦା ନିକଟରେ ବୁଧବାର ରାତିରେ ଏକ ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟିଯାଇଛି। ବାଙ୍ଗିରିପୋଷି-ରୁପ୍ସା ଡିଏମୟୁ…

ଗଜପତି ପୋଲିସର ବଡ଼ ସଫଳତା: ୧ କୋଟି ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୩ ମାଫିଆ…

ମୋହନା, ୧।୪(ମନ୍ମଥ ମିଶ୍ର): ରାଜ୍ୟ ସରକାରଙ୍କ ଗଞ୍ଜେଇ ମୁକ୍ତ ଓଡ଼ିଶା ଅଭିଯାନ ମଧ୍ୟରେ ଗଜପତି ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଜିଲାର ଆର୍‌. ଉଦୟଗିରି ଥାନା…

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବ୍ୟାକଫୁଟରେ ସୁପରପାୱାର ଆମେରିକା, ଇରାନ ସହ ଯୁଦ୍ଧରୁ ଓହରିବ! ଟ୍ରମ୍ପଙ୍କ ବଡ଼ ବୟାନ…

ୱାଶିଂଟନ, ୧ା୪:ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ଏକ ନୂଆ ମୋଡ଼ ନେଇଛି। ସୁପରପାୱାର ଆମେରିକାର ରଣନୀତି ଫେଲ ମାରୁଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ…

ରାସାୟନିକ ଦୁର୍ଘଟଣା ରୋକିବାରେ ‘ଗ୍ରାସିମ୍‌’ ତୁଲାଉଛି ଗୁରୁଦାୟିତ୍ୱ, ଜନସାଧାରଣଙ୍କ ମଧ୍ୟରେ…

ଗଞ୍ଜାମ,୧ା୪(ଅନାଥ ତରାଇ/ବିଦ୍ୟାଧର ସାହୁ)- ପରିବେଶ ସୁରକ୍ଷା ଏବଂ ଜନସାଧାରଣଙ୍କ ନିରାପତ୍ତା ପ୍ରତି ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରି ପୁଣିଥରେ ଚର୍ଚ୍ଚାରେ ଗ୍ରାସିମ୍‌ ଇଣ୍ଡଷ୍ଟ୍ରିଜ୍‌। ମଙ୍ଗଳବାର ଅପରାହ୍ନ ପ୍ରାୟ…

ଥୁଆମୂଳ ରାମପୁରରେ ମା’ ଠାକୁରାଣୀଙ୍କ ଚୈତ୍ର ଘଣ୍ଟଯାତ୍ରା ସମ୍ପନ୍ନ: ଭକ୍ତିମୟ ପରିବେଶରେ ନିଜ ଆସ୍ଥାନକୁ ଫେରିଲେ ମା’

ଥୁଆମୂଳ ରାମପୁର,୧।୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ମୁଖ୍ୟାଳୟରେ ଅତି ଆଡ଼ମ୍ବର ସହକାରେ ଅନୁଷ୍ଠିତ ହେଉଥିବା ମା’ ଠାକୁରାଣୀଙ୍କ ପବିତ୍ର ଚୈତ୍ର ଘଣ୍ଟଯାତ୍ରା…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri