ଗାଈଙ୍କ କୃତ୍ରିମ ଗର୍ଭାଧାନରେ ସମସ୍ୟା

ମାନେକା ଗାନ୍ଧୀ

ଗୋରୁଙ୍କ ସଂଖ୍ୟା ବୃଦ୍ଧି କରିବା ଲାଗି ଆର୍ଟିଫିସିଆଲ ଇନ୍‌ସିମିନେସନ(ଏଆଇ) ବା କୃତ୍ରିମ ଗର୍ଭାଧାନ ପ୍ରକ୍ରିୟା ଦେଶରେ ବହୁଳ ଭାବେ କାର୍ଯ୍ୟକାରୀ କରାଯାଉଛି। ୨୦୧୭ରେ କେନ୍ଦ୍ର ସରକାର ନ୍ୟାଶନାଲ ଡାଇରୀ ପ୍ଲାନରେ ସମସ୍ତ ଗର୍ଭଧାରଣ ଯୋଗ୍ୟ ପ୍ରାଣୀଙ୍କ ମଧ୍ୟରୁ ୩୫%ଙ୍କର କୃତ୍ରିମ ଗର୍ଭାଧାନ କରିବାକୁ ଲକ୍ଷ୍ୟ ରଖିଥିଲେ। କୃତ୍ରିମ ଗର୍ଭାଧାନ ସଂଖ୍ୟା ୨୦ ମିଲିୟନରୁ ଏବେ ୬୯.୨୯ ମିଲିୟନରେ ପହଞ୍ଚିଛି। ସରକାର ଏଆଇ ପଦ୍ଧତି ପଛରେ ଦୁଇଟି କାରଣ ରହିଛି। ପ୍ରାକୃତିକ ଉପାୟରେ ଗାଈଟି ଷଣ୍ଢଠାରୁ ଗ୍ରହଣ କରୁଥିବା ସିମେନ ବା ଶୁୁକ୍ର ତୁଳନାରେ ବହୁତ କମ୍‌ ପରିମାଣର ଶୁକ୍ର ବ୍ୟବହାର କରି ଅଧିକ ଗାଈଙ୍କ ଗର୍ଭଧାରଣ କରିବାକୁ ଏବଂ ସେମାନଙ୍କ ସ୍ବଚ୍ଛତା ଓ ସ୍ବାସ୍ଥ୍ୟ ଉପରେ ନିୟନ୍ତ୍ରଣ ରଖିବାକୁ ଏଆଇ ପଦ୍ଧତି ଆପଣାଇଛନ୍ତି। ଦେଖିବାକୁ ଗଲେ ପ୍ରଥମ ଲକ୍ଷ୍ୟ ଆଂଶିକ ଭାବେ ସଫଳ ହୋଇଥିବାବେଳେ ଦ୍ୱିତୀୟ ଲକ୍ଷ୍ୟ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇଆସିଛି। ବଂଶଗତ କିମ୍ବା ସଂକ୍ରାମକ ରୋଗ ପାଇଁ ସିମେନ୍‌କୁ ଠିକ୍‌ ଭାବେ ଯାଞ୍ଚ ବା ପରୀକ୍ଷା କରାଯାଏନାହିଁ।
ମୋ ଜାଣିବାରେ ସିମେନ୍‌ ପରୀକ୍ଷା କରିବା ଲାଗି କୌଣସି କେନ୍ଦ୍ରରେ ବିଜ୍ଞାନଭିତ୍ତିକ ଉପକରଣ ନାହିଁ। ସମସ୍ତ ଅନ୍ତର୍ଜାତୀୟ ନିୟମକୁ ଅତି ଖାମଖିଆଲି ଭାବେ ଗ୍ରହଣ କରାଯାଉଛି। ଏଆଇ କେନ୍ଦ୍ରଗୁଡ଼ିକରେ ଷଣ୍ଢମାନଙ୍କଠାରୁ ସିମେନ ସଂଗ୍ରହ କରିବା ପୂର୍ବରୁ ସେମାନଙ୍କ ରୋଗ ନିରୂପଣ କରିବା ଲାଗି ପରୀକ୍ଷା କରାଯିବା ଉଚିତ। ପରେ ନିୟମିତ ଭାବେ ସେମାନଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯିବା ଦରକାର। ସେମାନଙ୍କୁ କମ୍‌ ଚାପରେ ଓ ସୁସ୍ଥରେ ରଖାଯିବା ଆବଶ୍ୟକ। କିନ୍ତୁ ବାସ୍ତବତା କିଛି ଭିନ୍ନ। ଷଣ୍ଢମାନଙ୍କୁ କମ୍‌ ଖାଇବାକୁ ଦିଆଯାଉଛି , ଚଲାବୁଲା କରିବାକୁ ଦିଆଯାଉନାହିଁ। ସେମାନଙ୍କ ସ୍ବାସ୍ଥ୍ୟ ପରୀକ୍ଷା କ୍ୱଚିତ ହେଉଛି । ଏଣୁ ସେମାନେ ଦୁର୍ବଳ ଅବସ୍ଥାରେ ରହୁଛନ୍ତି। କୃତ୍ରିମ ଉପାୟରେ ଗୋଟିଏ ଷଣ୍ଢଠାରୁ ସଂଗୃହୀତ ସଂକ୍ରମିତ ସିମେନରେ ହଜାର ହଜାର ଗାଈ ରୋଗଗ୍ରସ୍ତ ହେବା ଏବଂ ଗର୍ଭଧାରଣ କରୁଥିବା ଗାଈର ଗର୍ଭପାତ କିମ୍ବା ଭ୍ରୂଣ ସଂକ୍ରମିତ ହେବାର ଅଧିତ୍କ ଆଶଙ୍କା ରହିଛି।
ଗାଈ କ୍ଷୀରରେ ଥିବା ବ୍ରୁସେଲୋସିସ୍‌ (ଏକ ପ୍ରକାର ବ୍ୟକ୍ଟେରିଆ ଜନିତ ସଂକ୍ରମଣ) ସହ ଟ୍ୟୁବରକ୍ୟୁଲୋସିସ ବା ଯକ୍ଷ୍ମା ରୋଗର ସମ୍ପର୍କ ରହିଛି। ଏହା ସିମେନ୍‌ ମାଧ୍ୟମରେ ହିଁ ଆସିଥାଏ। ଏପରି କି ସ୍ବଚ୍ଛତା ପାଳନ କରୁଥିବା ଦେଶଗୁଡ଼ିକ ସମେତ ବିଶ୍ୱର ପ୍ରାୟ ସବୁ ଦେଶରେ କରାଯାଇଥିବା ଗବେଷଣାରୁ ଜଣାପଡିଛି ଯେ, ଏଆଇ ମାଧ୍ୟମରେ ଏହି ସବୁ ରୋଗ ବ୍ୟାପୁଛି। ନ୍ୟୁ ସାଇଣ୍ଟିଷ୍ଟ ମାଗାଜିନରେ ୨୦୨୦ରେ ଆମେରିକାନ ଆସୋସିଏଶନ ଫର୍‌ ଦି ଆଡ୍‌ଭାନ୍ସମେଣ୍ଟ ଅଫ୍‌ ସାଇନ୍ସ ପ୍ରକାଶ କରିଥିତ୍ଲା ଯେ, ବ୍ଲୁଟଙ୍ଗ୍‌ ଡିଜିଜ୍‌ରେ ପୀଡିତ ଗୋରୁଙ୍କ ମଧ୍ୟରୁ ୯୦ ପ୍ରତିଶତ ଯାଏ ମୃତ୍ୟୁ ହେବାର ସମ୍ଭାବନା ରହିଛି। ଏହି ରୋଗ ସଂକ୍ରମିତ ସିମେନ୍‌ ଯୋଗୁ ହେଉଛି। ୨୦୦୬ରେ ନେଦରଲାଣ୍ଡରେ ହଠାତ ବ୍ଲୁଟଙ୍ଗ୍‌ ଡିଜିଜ୍‌ ପ୍ରକାଶ ପାଇ ୧୬ଟି ଦେଶକୁ ବ୍ୟାପିଥିତ୍ଲା ଯାହାକୁ ଏକ ବ୍ୟୟବହୁଳ ଟିକାକରଣ ମାଧ୍ୟମରେ ୨୦୧୦ରେ ଶେଷ କରାଯାଇପାରିଥିଲା। କିନ୍ତୁ ୨୦୧୫ରେ ପୁଣି ଏହି ରୋଗ ଫ୍ରାନ୍ସରେ ଦେଖାଦେଇଥିଲା ଓ ଏହା ଏବେ ବି ରହିଛି। ଏହି ରୋଗର ଉତ୍ସ ଜାଣିବା ଲାଗି ଗ୍ଲାସ୍‌ଗୋ ବିଶ୍ୱବିଦ୍ୟାଳୟର ବୈଜ୍ଞାନିକମାନେ ଉଭୟ ନେଦରଲାଣ୍ଡ ଏବଂ ଫ୍ରାନ୍ସରେ ଦେଖାଦେଇଥିବା ଏହି ରୋଗର ଭୂତାଣୁର ୧୫୦ଟି ନମୁନାର ଆନୁବାଂଶିକ ଉପକ୍ରମ ବା ତଥ୍ୟ ଉପରେ ଅନୁଧ୍ୟାନ କରିଥିଲେ। ଫ୍ରାନ୍ସରେ ବ୍ୟାପିଥିବା ଭୂତାଣୁ ନେଦରଲାଣ୍ଡର ଭୂତାଣର ଜିନୋମ୍‌ ସମ୍ପୂର୍ଣ୍ଣ ସମାନ ରହିଥିଲା ବୋଲି ଗବେଷକମାନେ ପିଏଲ୍‌ଏସ୍‌ଓ ଜର୍ନାଲରେ ଉଲ୍ଲେଖ କରିଥିଲେ ଏବଂ ଶୀତଳୀକରଣ ବ୍ୟବସ୍ଥାରେ ବର୍ଷ ବର୍ଷ ଧରି ରଖାଯାଇଥିବା ସିମେନ୍‌ ମାଧ୍ୟମରେ ଏହି ଭୂତାଣୁ ଆସି ବ୍ୟାପିଥିବା ଜଣାପଡିଥିଲା।
ଦି ଓ୍ବାଲର୍‌ଡ ହେଲ୍‌ଥ ଅର୍ଗାନାଇଜେଶନ ବା ବିଶ୍ୱ ପ୍ରାଣୀ ସ୍ବାସ୍ଥ୍ୟ ସଂଗଠନ ସିମେନ ଦ୍ୱାରା ଫୁଟ୍‌ ଆଣ୍ଡ ୍‌ମାଉଥ ଡିଜିଜ୍‌,ଭେସିକୁଲାର ଷ୍ଟୋମଟିସ, ଇନ୍‌ଫେକ୍ଟିୟସ ବୋଭାଇନ ରାହିନୋଟ୍ରାଚିଟିସ (ଆଇବିଆର), ବୋଭାଇନ ଭାଇରସ ଡାଇରିଆ (ବିଭିଡି) ଣପାପିଲୋମାଟୋସିସ୍‌, ଲେପ୍ଟୋସ୍ପାଇରୋସିସ୍‌, ଟ୍ୟୁବରକ୍ୟୁଲୋସିସ୍‌, ପାରାଟ୍ୟୁବରକ୍ୟୁଲୋସିସ, ମାଇକୋପ୍ଲାଜମା, ଆନାପ୍ଲାଜମୋସିସ୍‌, ବ୍ରୁସେଲୋସିସ୍‌, କାମ୍ପିଲୋବ୍ୟାକ୍ଟେରିଓସିସ୍‌ ଏବଂ ଟ୍ରିକୋମୋନିଆସିସ୍‌ ରୋଗ ବ୍ୟାପୁଥିବାର ପ୍ରମାଣ ପାଇଛି। ୨୦୦୪ରେ ଢାକାର ସଭର୍‌ସ୍ଥିତ ସେଣ୍ଟ୍ରାଲ ଏଆଇ ଲାବୋରେଟୋରିର ୧୩୮ଟି ଷଣ୍ଢଙ୍କୁ ଟ୍ୟୁବରକ୍ୟୁଲୋସିସ୍‌ ବା ଯକ୍ଷ୍ମା ପରୀକ୍ଷା କରିବା ପରେ ସେମାନଙ୍କ ମଧ୍ୟରୁ ୩୮ଟି (୨୭.୫%) ଏବଂ ବ୍ରସେଲୋସିସ୍‌ ପରୀକ୍ଷାରେ ଗୋଟିଏ (୦.୭%) ଷଣ୍ଢଙ୍କଠାରେ ପଜିଟିଭ ଦେଖିତ୍ବାକୁ ମିଳିଥିଲା। ସାଧାରଣତଃ ବାହାରେ ବୁଲୁଥିବା ଷଣ୍ଢଙ୍କ ତୁଳନାରେ ସିମେନ୍‌ ସଂଗ୍ରହ ପାଇଁ ଏଆଇ ସେଣ୍ଟରରେ ଥିତ୍ବା ଷଣ୍ଢମାନଙ୍କଠାରେ ଯକ୍ଷ୍ମାର ବ୍ୟାପକତା ୪ଗୁଣ ବେଶି ବୋଲି ଗବେଷକମାନେ ପ୍ରକାଶ କରିଥିଲେ।
ଟ୍ୟୁବରକ୍ୟୁଲୋସିସ୍‌ ଓ ବ୍ରୁସେଲୋସିସ୍‌ କେବଳ ପ୍ରାଣୀମାନଙ୍କ କ୍ଷେତ୍ରରେ ସୀମିତ ରହିନାହିଁ, ଏହା ମଣିଷଙ୍କ ପ୍ରତି ମଧ୍ୟ ବିପଦ ସୃଷ୍ଟି କରିଛି। ଦକ୍ଷିଣ ଏସିଆ ଦେଶଗୁଡ଼ିକରେ କେତେକ ନିର୍ଦ୍ଦିଷ୍ଟ ଅଞ୍ଚଳର ଅଧିକାଂଶ ଫାର୍ମଗୁଡ଼ିକରେ ଟ୍ୟୁବରକ୍ୟୁଲୋସିସ୍‌ ଦେଖାଯାଏ। ବୈଜ୍ଞାନିକମାନେ କହନ୍ତି ଯେ, ବ୍ରୁସେଲା ଆର୍ବଟସ୍‌ ବ୍ୟାକ୍ଟେରିଆ ଦ୍ୱାରା ବ୍ରୁସେଲୋସିସ୍‌ ବ୍ୟାପେ ଏବଂ ଏହି ରୋଗରେ ପୀଡିତ ଗାଈ ଏକାଧିକ ଥର ଗର୍ଭପାତର ଶିକାର ହୁଏ। ଏହାପରେ ଯଦି ବି ଗାଈ ଗର୍ଭଧାରଣ କରେ, ତେବେ ଜନ୍ମିତ ବାଛୁରି ଦୁର୍ବଳ ଓ ରୋଗଗ୍ରସ୍ତ ହୋଇଥାଏ। ଏହି ରୋଗଗ୍ରସ୍ତ ଗାଈଙ୍କ ଗର୍ଭଧାରଣ ହାର ବି ହ୍ରାସ ପାଏ। ଭେସିକ୍ୟୁଲେଟିସି ରୋଗର ବାହକ ସାଜୁଥିବା ଷଣ୍ଢଙ୍କ ଅଣ୍ଢକୋଷ ସଂକ୍ରମଣ (ଏପିଡିଡାଇମିଟିସ) ଲକ୍ଷଣ ପ୍ରକାଶ ପାଇଥାଏ। ଏହି ରୋଗଗ୍ରସ୍ତ ଷଣ୍ଢର ସିମେନରେ ଗର୍ଭଧାରଣ କରୁଥିବା ଗାଈର ଗର୍ଭାଶୟ କେତେକ ବିପଜ୍ଜନକ ବ୍ୟାକ୍ଟେରିଆ ଦ୍ୱାରା ସାଂଘାତିକ ଭାବେ ସଂକ୍ରମିତ ହୁଏ। ଏହି ରୋଗର ଲକ୍ଷଣ ବାହାରକୁ ପ୍ରକାଶ ପାଉ ନ ଥିବାରୁ ଏହାକୁ ଏଆଇ କେନ୍ଦ୍ରଗୁଡ଼ିକ କ୍ୱଚିତ ପରୀକ୍ଷା କରିଥାଆନ୍ତି।
ସେହିପରି ବ୍ୟାକ୍ଟେରିଆ ଜନିତ ସଂକ୍ରାମକ ରୋଗ ଲେପ୍‌ଟୋସ୍ପିରୋସିସ୍‌ ଉଭୟ ମଣିଷ ଓ ପ୍ରାଣୀଙ୍କୁ ହୋଇଥାଏ। ଏହି ରୋଗର ବ୍ୟାକ୍ଟେରିଆ ଶୀତଳୀକରଣ ବ୍ୟବସ୍ଥା ଏବଂ କ୍ରାୟୋକନଜରଭେସନ ଟେମ୍ପରେଚରରେ ରହିଥିତ୍ବା ସିମେନରେ ହିଁ ରହିଥାଆନ୍ତି। ବୋଭାଇନ ହର୍ପିସ ଭାଇରସ (ବିଏଚ୍‌ଭି-୧)ସାଧାରଣତଃ ଅଧିକାଂଶ କ୍ଲିନିକାଲ ଟେଷ୍ଟରେ ଜଣାପଡେନାହିଁ। ଏହା ଜନନେନ୍ଦ୍ରୀୟ, ଶ୍ୱାସକ୍ରିୟା ଏବଂ ନବଜାତ( ବାଛୁରି) ମୃତ୍ୟୁର କାରଣ ହୋଇଥାଏ ବୋଲି ୧୯୯୦ରେ ଷ୍ଟାରୌବ ଏବଂ ୨୦୦୫ରେ ଟାକ୍ୱିଚି ଓ ତାଙ୍କ ସାଥୀ ଗବେଷକମାନେ ଜାଣିପାରିଥିତ୍ଲେ। ପଲିମରେଶି ଚେନ୍‌ ରିଆକ୍ସନ( ପିସିଆର) ଦ୍ୱାରା ବିଏଚ୍‌ଭି-୧ ସଂକ୍ରମିତ ସିମେନକୁୁ ଚିହ୍ନଟ କରାଯାଇପାରିବ, କିନ୍ତୁ ଭାରତରେ ଏହା କରାଯାଏ ନାହିଁ। ଏପରିକି ଟିକାକରଣ ବି କ୍ୱଚିତ କରାଯାଏ। ବୋଭାଇନ ଡାଇରିଆ ଭୂତାଣୁ ( ବିଭିଡିଭି) ଭ୍ରୂଣକୁ ସଂକ୍ରମିତ କରେ ଏବଂ ଅନ୍ତନଳୀ ରୋଗର କାରଣ ହୋଇଥାଏ। ଏହି ସଂକ୍ରମଣରେ ପୀଡିତ ଗାଈଙ୍କ ରୋଗପ୍ରତିରୋଧକ ଶକ୍ତି ହ୍ରାସ ପାଏ। ଏହା ଏଆଇ ପାଇଁ ଷଣ୍ଢଙ୍କଠାରୁ ସଂଗ୍ରହ କରାଯାଉଥିବା ସିମେନରେ ସଂକ୍ରମିତ ହୁଏ ଏବଂ ଏହା ଗାଈର ପ୍ରଜନନ କ୍ଷମତା କମାଇଦିଏ। କଲମ୍ବିଆର ୧୦୩ଟି ଫାର୍ମର ଷଣ୍ଢମାନଙ୍କ ଉପରେ ଗ୍ରିଫିଥ୍‌ଙ୍କ ଦ୍ୱାରା ୧୯୮୪ରେ କରାଯାଇଥିବା ଗବେଷଣାରୁ ଜଣାପଡିଛି ଯେ,୧୩.୭% ଷଣ୍ଢଙ୍କଠାରେ ଟ୍ରାଇକୋମୋନା ଫୋଏଟସ ଏବଂ ୧୫% ଷଣ୍ଢଙ୍କଠାରେ କାମ୍ପିଲୋବ୍ୟାକ୍ଟେର ଫୋଏଟସ ରହିଛି। କେବଳ ଏତିକି ନୁହେଁ ଅନ୍ୟ ସଂକ୍ରମଣକାରୀ ବ୍ୟାକ୍ଟେରଆ ଷଣ୍ଢମାନଙ୍କଠାରେ ରହିଥିବାର ବିଭିନ୍ନ ଗବେଷଣାରୁ ସ୍ପଷ୍ଟ ହୋଇଛିି। ଏହାକୁ ନେଇ ଏବେ ବିଶ୍ୱରେ ପ୍ରଶ୍ନ ଉଙ୍କିମାରିଛି। କଲମ୍ବିଆରେ ସଂଗୃହୀତ ସିମେନ କ’ଣ ଏବକାର ମାନଦଣ୍ଡ ପୂରଣ କରୁଛି? ଭାରତରେ ମଧ୍ୟ ଆମେ ଏଭଳି ପ୍ରଶ୍ନ ଉତଥାପନ କରିପାରିବା।
ଭାରତରେ ଏହିସବୁ ରୋଗ ସମ୍ପର୍କରେ ହେଉ କି ଷଣ୍ଢମାନଙ୍କର ସ୍ବାସ୍ଥ୍ୟ ନିଶ୍ଚିତ କରିବାର ମାନଦଣ୍ଡ ପୂରଣ କରିବାରେ ହେଉ ଏବଂ ଏହାକୁ କିଭଳି ସମ୍ପାଦନ କରାଯିବ, ସେ ସମ୍ପର୍କରେ ଆମ ପ୍ରାଣୀ ଚିକିତ୍ସକମାନଙ୍କର ଜ୍ଞାନ ଅଛି କି ନାହିଁ ମୁଁ ଜାଣିବାକୁ ଚାହେଁ। ସିମେନ ସଂଗ୍ରହ,ପ୍ରୋସେସିଂ ଏବଂ ତାହାକୁ ଷ୍ଟୋର କରିବାକୁ କେଉଁ ସବୁ ସ୍ବଚ୍ଛତାର ମାନଦଣ୍ଡ ଉପଯୋଗ କରାଯାଉଛି ତାହା ମଧ୍ୟ ଜାଣିବା ଦରକାର।
Email: gandhim@nic.in


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଜୀବିକା ପାଇଁ ମାଛ ଧରୁଥିବାବେଳେ ଗଛ ଲଗାଇ ଜୈବ ବିବିଧତାର ସୁରକ୍ଷା କରୁଛନ୍ତି କେରଳର କଣ୍ଡଲ ରଞ୍ଜନ। କନ୍ନୁର ଜିଲାରେ କଣ୍ଡଲଙ୍କ ଘର। କଣ୍ଡଲର ଅର୍ଥ...

ବିଷମିଶା ରଙ୍ଗିନ ଖାଦ୍ୟ

ବର୍ଷାଦିନେ ଲଗାଣ ବର୍ଷା ଭିତରେ ଗରମ କୋବି ମାଞ୍ଚୁରିଆନ, ରଙ୍ଗିନ ମିଠା, କଟନକ୍ୟାଣ୍ଡି ଆଉ ସ୍କୁଲ ଯାଉଥିବା ପିଲାଙ୍କ ପାଇଁ ବରଫ ଗୋଲା ହେଉ ବା...

ବଜେଟରେ ସାଧାରଣ ଜନତା

ଜୁଲାଇ  ୨୩ ତାରିଖରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ବଜେଟ ଉପସ୍ଥାପନ କରିଥିଲେ। ପୂର୍ବଥର ଭଳି ବଜେଟ ଏଥର ଦେଶର ସାଧାରଣ ଜନତା ବିଶେଷ କରି କୃଷକ,...

ଇସ୍ତଫା ପଛର କାରଣ

ଜଣେ ଆଇଏଏସ୍‌ ପ୍ରୋବେସନରଙ୍କ ନକଲି ସାର୍ଟିଫିକେଟ୍‌କୁ ନେଇ ହୋଇଥିବା ଘୋଟାଲା ପରେ ୟୁପିଏସ୍‌ସି ଅଧ୍ୟକ୍ଷ ଡ. ମନୋଜ ସୋନି ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି ବୋଲି...

ଅସ୍ତମିତ ଅସ୍ମିତା

ଦୁବଂଶ ଧ୍ବଂସ ମୂଳରେ ଥିଲା କୋକୁଆ। ବାସ୍ତବରେ କୋକୁଆର ସ୍ବରୂପ କେହି ଦେଖି ନ ଥିଲେ। କୋକୁଆ କୌଣସି ଜୀବ ବା ଜୀବାଣୁ ନ ଥିଲା।...

ଭଙ୍ଗା ପୋଲର ଆତ୍ମକଥା

ହେଉଛି ଭଙ୍ଗା ପୋଲ। ନାମକରଣ ହେବା ପରେ ପରେ ମୁଁ ଭାଙ୍ଗିଗଲି, ସେଥିପାଇଁ ମୋତେ ମୋ ନାମରେ କେହି ଜାଣନ୍ତି ନାହିଁ। ଦିନେ ଦିବାଲୋକରେ ସମସ୍ତଙ୍କ...

ତାଲିବାନ୍‌ ଶାସନରେ ଲିଙ୍ଗଗତ ବିଭେଦ

ଆଜକୁ ତିନି ବର୍ଷ ପୂର୍ବେ ଆଫଗାନିସ୍ତାନରେ ତାଲିବାନ୍‌ କ୍ଷମତାକୁ ଫେରିଥିଲା। ତା’ ପରଠାରୁ ସେଠାରେ ଝିଇମାନେ ମାଧ୍ୟମିକ ବିଦ୍ୟାଳୟରେ ପଢ଼ିପାରିନାହାନ୍ତି। ସେମାନଙ୍କ ପାଇଁ ମୌଳିକ ଶିକ୍ଷାର...

ଏଇ ଭାରତରେ

ପରିବେଶ ସ୍ବଚ୍ଛ ରଖିବା ଲାଗି ଏକ ଅଭିନବ ଉପାୟ ଆପଣାଇଛନ୍ତି ମନୋଜ ରଞ୍ଜନ। ସେ ଅଳିଆ ଗଦା ହେଉଥିବା ସ୍ଥାନରେ ସୁନ୍ଦର ବଗିଚା କରି କଲୋନିରେ...

Advertisement
Mettle Meet 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri