ଗାଈଙ୍କ କୃତ୍ରିମ ଗର୍ଭାଧାନରେ ସମସ୍ୟା

ମାନେକା ଗାନ୍ଧୀ

ଗୋରୁଙ୍କ ସଂଖ୍ୟା ବୃଦ୍ଧି କରିବା ଲାଗି ଆର୍ଟିଫିସିଆଲ ଇନ୍‌ସିମିନେସନ(ଏଆଇ) ବା କୃତ୍ରିମ ଗର୍ଭାଧାନ ପ୍ରକ୍ରିୟା ଦେଶରେ ବହୁଳ ଭାବେ କାର୍ଯ୍ୟକାରୀ କରାଯାଉଛି। ୨୦୧୭ରେ କେନ୍ଦ୍ର ସରକାର ନ୍ୟାଶନାଲ ଡାଇରୀ ପ୍ଲାନରେ ସମସ୍ତ ଗର୍ଭଧାରଣ ଯୋଗ୍ୟ ପ୍ରାଣୀଙ୍କ ମଧ୍ୟରୁ ୩୫%ଙ୍କର କୃତ୍ରିମ ଗର୍ଭାଧାନ କରିବାକୁ ଲକ୍ଷ୍ୟ ରଖିଥିଲେ। କୃତ୍ରିମ ଗର୍ଭାଧାନ ସଂଖ୍ୟା ୨୦ ମିଲିୟନରୁ ଏବେ ୬୯.୨୯ ମିଲିୟନରେ ପହଞ୍ଚିଛି। ସରକାର ଏଆଇ ପଦ୍ଧତି ପଛରେ ଦୁଇଟି କାରଣ ରହିଛି। ପ୍ରାକୃତିକ ଉପାୟରେ ଗାଈଟି ଷଣ୍ଢଠାରୁ ଗ୍ରହଣ କରୁଥିବା ସିମେନ ବା ଶୁୁକ୍ର ତୁଳନାରେ ବହୁତ କମ୍‌ ପରିମାଣର ଶୁକ୍ର ବ୍ୟବହାର କରି ଅଧିକ ଗାଈଙ୍କ ଗର୍ଭଧାରଣ କରିବାକୁ ଏବଂ ସେମାନଙ୍କ ସ୍ବଚ୍ଛତା ଓ ସ୍ବାସ୍ଥ୍ୟ ଉପରେ ନିୟନ୍ତ୍ରଣ ରଖିବାକୁ ଏଆଇ ପଦ୍ଧତି ଆପଣାଇଛନ୍ତି। ଦେଖିବାକୁ ଗଲେ ପ୍ରଥମ ଲକ୍ଷ୍ୟ ଆଂଶିକ ଭାବେ ସଫଳ ହୋଇଥିବାବେଳେ ଦ୍ୱିତୀୟ ଲକ୍ଷ୍ୟ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇଆସିଛି। ବଂଶଗତ କିମ୍ବା ସଂକ୍ରାମକ ରୋଗ ପାଇଁ ସିମେନ୍‌କୁ ଠିକ୍‌ ଭାବେ ଯାଞ୍ଚ ବା ପରୀକ୍ଷା କରାଯାଏନାହିଁ।
ମୋ ଜାଣିବାରେ ସିମେନ୍‌ ପରୀକ୍ଷା କରିବା ଲାଗି କୌଣସି କେନ୍ଦ୍ରରେ ବିଜ୍ଞାନଭିତ୍ତିକ ଉପକରଣ ନାହିଁ। ସମସ୍ତ ଅନ୍ତର୍ଜାତୀୟ ନିୟମକୁ ଅତି ଖାମଖିଆଲି ଭାବେ ଗ୍ରହଣ କରାଯାଉଛି। ଏଆଇ କେନ୍ଦ୍ରଗୁଡ଼ିକରେ ଷଣ୍ଢମାନଙ୍କଠାରୁ ସିମେନ ସଂଗ୍ରହ କରିବା ପୂର୍ବରୁ ସେମାନଙ୍କ ରୋଗ ନିରୂପଣ କରିବା ଲାଗି ପରୀକ୍ଷା କରାଯିବା ଉଚିତ। ପରେ ନିୟମିତ ଭାବେ ସେମାନଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯିବା ଦରକାର। ସେମାନଙ୍କୁ କମ୍‌ ଚାପରେ ଓ ସୁସ୍ଥରେ ରଖାଯିବା ଆବଶ୍ୟକ। କିନ୍ତୁ ବାସ୍ତବତା କିଛି ଭିନ୍ନ। ଷଣ୍ଢମାନଙ୍କୁ କମ୍‌ ଖାଇବାକୁ ଦିଆଯାଉଛି , ଚଲାବୁଲା କରିବାକୁ ଦିଆଯାଉନାହିଁ। ସେମାନଙ୍କ ସ୍ବାସ୍ଥ୍ୟ ପରୀକ୍ଷା କ୍ୱଚିତ ହେଉଛି । ଏଣୁ ସେମାନେ ଦୁର୍ବଳ ଅବସ୍ଥାରେ ରହୁଛନ୍ତି। କୃତ୍ରିମ ଉପାୟରେ ଗୋଟିଏ ଷଣ୍ଢଠାରୁ ସଂଗୃହୀତ ସଂକ୍ରମିତ ସିମେନରେ ହଜାର ହଜାର ଗାଈ ରୋଗଗ୍ରସ୍ତ ହେବା ଏବଂ ଗର୍ଭଧାରଣ କରୁଥିବା ଗାଈର ଗର୍ଭପାତ କିମ୍ବା ଭ୍ରୂଣ ସଂକ୍ରମିତ ହେବାର ଅଧିତ୍କ ଆଶଙ୍କା ରହିଛି।
ଗାଈ କ୍ଷୀରରେ ଥିବା ବ୍ରୁସେଲୋସିସ୍‌ (ଏକ ପ୍ରକାର ବ୍ୟକ୍ଟେରିଆ ଜନିତ ସଂକ୍ରମଣ) ସହ ଟ୍ୟୁବରକ୍ୟୁଲୋସିସ ବା ଯକ୍ଷ୍ମା ରୋଗର ସମ୍ପର୍କ ରହିଛି। ଏହା ସିମେନ୍‌ ମାଧ୍ୟମରେ ହିଁ ଆସିଥାଏ। ଏପରି କି ସ୍ବଚ୍ଛତା ପାଳନ କରୁଥିବା ଦେଶଗୁଡ଼ିକ ସମେତ ବିଶ୍ୱର ପ୍ରାୟ ସବୁ ଦେଶରେ କରାଯାଇଥିବା ଗବେଷଣାରୁ ଜଣାପଡିଛି ଯେ, ଏଆଇ ମାଧ୍ୟମରେ ଏହି ସବୁ ରୋଗ ବ୍ୟାପୁଛି। ନ୍ୟୁ ସାଇଣ୍ଟିଷ୍ଟ ମାଗାଜିନରେ ୨୦୨୦ରେ ଆମେରିକାନ ଆସୋସିଏଶନ ଫର୍‌ ଦି ଆଡ୍‌ଭାନ୍ସମେଣ୍ଟ ଅଫ୍‌ ସାଇନ୍ସ ପ୍ରକାଶ କରିଥିତ୍ଲା ଯେ, ବ୍ଲୁଟଙ୍ଗ୍‌ ଡିଜିଜ୍‌ରେ ପୀଡିତ ଗୋରୁଙ୍କ ମଧ୍ୟରୁ ୯୦ ପ୍ରତିଶତ ଯାଏ ମୃତ୍ୟୁ ହେବାର ସମ୍ଭାବନା ରହିଛି। ଏହି ରୋଗ ସଂକ୍ରମିତ ସିମେନ୍‌ ଯୋଗୁ ହେଉଛି। ୨୦୦୬ରେ ନେଦରଲାଣ୍ଡରେ ହଠାତ ବ୍ଲୁଟଙ୍ଗ୍‌ ଡିଜିଜ୍‌ ପ୍ରକାଶ ପାଇ ୧୬ଟି ଦେଶକୁ ବ୍ୟାପିଥିତ୍ଲା ଯାହାକୁ ଏକ ବ୍ୟୟବହୁଳ ଟିକାକରଣ ମାଧ୍ୟମରେ ୨୦୧୦ରେ ଶେଷ କରାଯାଇପାରିଥିଲା। କିନ୍ତୁ ୨୦୧୫ରେ ପୁଣି ଏହି ରୋଗ ଫ୍ରାନ୍ସରେ ଦେଖାଦେଇଥିଲା ଓ ଏହା ଏବେ ବି ରହିଛି। ଏହି ରୋଗର ଉତ୍ସ ଜାଣିବା ଲାଗି ଗ୍ଲାସ୍‌ଗୋ ବିଶ୍ୱବିଦ୍ୟାଳୟର ବୈଜ୍ଞାନିକମାନେ ଉଭୟ ନେଦରଲାଣ୍ଡ ଏବଂ ଫ୍ରାନ୍ସରେ ଦେଖାଦେଇଥିବା ଏହି ରୋଗର ଭୂତାଣୁର ୧୫୦ଟି ନମୁନାର ଆନୁବାଂଶିକ ଉପକ୍ରମ ବା ତଥ୍ୟ ଉପରେ ଅନୁଧ୍ୟାନ କରିଥିଲେ। ଫ୍ରାନ୍ସରେ ବ୍ୟାପିଥିବା ଭୂତାଣୁ ନେଦରଲାଣ୍ଡର ଭୂତାଣର ଜିନୋମ୍‌ ସମ୍ପୂର୍ଣ୍ଣ ସମାନ ରହିଥିଲା ବୋଲି ଗବେଷକମାନେ ପିଏଲ୍‌ଏସ୍‌ଓ ଜର୍ନାଲରେ ଉଲ୍ଲେଖ କରିଥିଲେ ଏବଂ ଶୀତଳୀକରଣ ବ୍ୟବସ୍ଥାରେ ବର୍ଷ ବର୍ଷ ଧରି ରଖାଯାଇଥିବା ସିମେନ୍‌ ମାଧ୍ୟମରେ ଏହି ଭୂତାଣୁ ଆସି ବ୍ୟାପିଥିବା ଜଣାପଡିଥିଲା।
ଦି ଓ୍ବାଲର୍‌ଡ ହେଲ୍‌ଥ ଅର୍ଗାନାଇଜେଶନ ବା ବିଶ୍ୱ ପ୍ରାଣୀ ସ୍ବାସ୍ଥ୍ୟ ସଂଗଠନ ସିମେନ ଦ୍ୱାରା ଫୁଟ୍‌ ଆଣ୍ଡ ୍‌ମାଉଥ ଡିଜିଜ୍‌,ଭେସିକୁଲାର ଷ୍ଟୋମଟିସ, ଇନ୍‌ଫେକ୍ଟିୟସ ବୋଭାଇନ ରାହିନୋଟ୍ରାଚିଟିସ (ଆଇବିଆର), ବୋଭାଇନ ଭାଇରସ ଡାଇରିଆ (ବିଭିଡି) ଣପାପିଲୋମାଟୋସିସ୍‌, ଲେପ୍ଟୋସ୍ପାଇରୋସିସ୍‌, ଟ୍ୟୁବରକ୍ୟୁଲୋସିସ୍‌, ପାରାଟ୍ୟୁବରକ୍ୟୁଲୋସିସ, ମାଇକୋପ୍ଲାଜମା, ଆନାପ୍ଲାଜମୋସିସ୍‌, ବ୍ରୁସେଲୋସିସ୍‌, କାମ୍ପିଲୋବ୍ୟାକ୍ଟେରିଓସିସ୍‌ ଏବଂ ଟ୍ରିକୋମୋନିଆସିସ୍‌ ରୋଗ ବ୍ୟାପୁଥିବାର ପ୍ରମାଣ ପାଇଛି। ୨୦୦୪ରେ ଢାକାର ସଭର୍‌ସ୍ଥିତ ସେଣ୍ଟ୍ରାଲ ଏଆଇ ଲାବୋରେଟୋରିର ୧୩୮ଟି ଷଣ୍ଢଙ୍କୁ ଟ୍ୟୁବରକ୍ୟୁଲୋସିସ୍‌ ବା ଯକ୍ଷ୍ମା ପରୀକ୍ଷା କରିବା ପରେ ସେମାନଙ୍କ ମଧ୍ୟରୁ ୩୮ଟି (୨୭.୫%) ଏବଂ ବ୍ରସେଲୋସିସ୍‌ ପରୀକ୍ଷାରେ ଗୋଟିଏ (୦.୭%) ଷଣ୍ଢଙ୍କଠାରେ ପଜିଟିଭ ଦେଖିତ୍ବାକୁ ମିଳିଥିଲା। ସାଧାରଣତଃ ବାହାରେ ବୁଲୁଥିବା ଷଣ୍ଢଙ୍କ ତୁଳନାରେ ସିମେନ୍‌ ସଂଗ୍ରହ ପାଇଁ ଏଆଇ ସେଣ୍ଟରରେ ଥିତ୍ବା ଷଣ୍ଢମାନଙ୍କଠାରେ ଯକ୍ଷ୍ମାର ବ୍ୟାପକତା ୪ଗୁଣ ବେଶି ବୋଲି ଗବେଷକମାନେ ପ୍ରକାଶ କରିଥିଲେ।
ଟ୍ୟୁବରକ୍ୟୁଲୋସିସ୍‌ ଓ ବ୍ରୁସେଲୋସିସ୍‌ କେବଳ ପ୍ରାଣୀମାନଙ୍କ କ୍ଷେତ୍ରରେ ସୀମିତ ରହିନାହିଁ, ଏହା ମଣିଷଙ୍କ ପ୍ରତି ମଧ୍ୟ ବିପଦ ସୃଷ୍ଟି କରିଛି। ଦକ୍ଷିଣ ଏସିଆ ଦେଶଗୁଡ଼ିକରେ କେତେକ ନିର୍ଦ୍ଦିଷ୍ଟ ଅଞ୍ଚଳର ଅଧିକାଂଶ ଫାର୍ମଗୁଡ଼ିକରେ ଟ୍ୟୁବରକ୍ୟୁଲୋସିସ୍‌ ଦେଖାଯାଏ। ବୈଜ୍ଞାନିକମାନେ କହନ୍ତି ଯେ, ବ୍ରୁସେଲା ଆର୍ବଟସ୍‌ ବ୍ୟାକ୍ଟେରିଆ ଦ୍ୱାରା ବ୍ରୁସେଲୋସିସ୍‌ ବ୍ୟାପେ ଏବଂ ଏହି ରୋଗରେ ପୀଡିତ ଗାଈ ଏକାଧିକ ଥର ଗର୍ଭପାତର ଶିକାର ହୁଏ। ଏହାପରେ ଯଦି ବି ଗାଈ ଗର୍ଭଧାରଣ କରେ, ତେବେ ଜନ୍ମିତ ବାଛୁରି ଦୁର୍ବଳ ଓ ରୋଗଗ୍ରସ୍ତ ହୋଇଥାଏ। ଏହି ରୋଗଗ୍ରସ୍ତ ଗାଈଙ୍କ ଗର୍ଭଧାରଣ ହାର ବି ହ୍ରାସ ପାଏ। ଭେସିକ୍ୟୁଲେଟିସି ରୋଗର ବାହକ ସାଜୁଥିବା ଷଣ୍ଢଙ୍କ ଅଣ୍ଢକୋଷ ସଂକ୍ରମଣ (ଏପିଡିଡାଇମିଟିସ) ଲକ୍ଷଣ ପ୍ରକାଶ ପାଇଥାଏ। ଏହି ରୋଗଗ୍ରସ୍ତ ଷଣ୍ଢର ସିମେନରେ ଗର୍ଭଧାରଣ କରୁଥିବା ଗାଈର ଗର୍ଭାଶୟ କେତେକ ବିପଜ୍ଜନକ ବ୍ୟାକ୍ଟେରିଆ ଦ୍ୱାରା ସାଂଘାତିକ ଭାବେ ସଂକ୍ରମିତ ହୁଏ। ଏହି ରୋଗର ଲକ୍ଷଣ ବାହାରକୁ ପ୍ରକାଶ ପାଉ ନ ଥିବାରୁ ଏହାକୁ ଏଆଇ କେନ୍ଦ୍ରଗୁଡ଼ିକ କ୍ୱଚିତ ପରୀକ୍ଷା କରିଥାଆନ୍ତି।
ସେହିପରି ବ୍ୟାକ୍ଟେରିଆ ଜନିତ ସଂକ୍ରାମକ ରୋଗ ଲେପ୍‌ଟୋସ୍ପିରୋସିସ୍‌ ଉଭୟ ମଣିଷ ଓ ପ୍ରାଣୀଙ୍କୁ ହୋଇଥାଏ। ଏହି ରୋଗର ବ୍ୟାକ୍ଟେରିଆ ଶୀତଳୀକରଣ ବ୍ୟବସ୍ଥା ଏବଂ କ୍ରାୟୋକନଜରଭେସନ ଟେମ୍ପରେଚରରେ ରହିଥିତ୍ବା ସିମେନରେ ହିଁ ରହିଥାଆନ୍ତି। ବୋଭାଇନ ହର୍ପିସ ଭାଇରସ (ବିଏଚ୍‌ଭି-୧)ସାଧାରଣତଃ ଅଧିକାଂଶ କ୍ଲିନିକାଲ ଟେଷ୍ଟରେ ଜଣାପଡେନାହିଁ। ଏହା ଜନନେନ୍ଦ୍ରୀୟ, ଶ୍ୱାସକ୍ରିୟା ଏବଂ ନବଜାତ( ବାଛୁରି) ମୃତ୍ୟୁର କାରଣ ହୋଇଥାଏ ବୋଲି ୧୯୯୦ରେ ଷ୍ଟାରୌବ ଏବଂ ୨୦୦୫ରେ ଟାକ୍ୱିଚି ଓ ତାଙ୍କ ସାଥୀ ଗବେଷକମାନେ ଜାଣିପାରିଥିତ୍ଲେ। ପଲିମରେଶି ଚେନ୍‌ ରିଆକ୍ସନ( ପିସିଆର) ଦ୍ୱାରା ବିଏଚ୍‌ଭି-୧ ସଂକ୍ରମିତ ସିମେନକୁୁ ଚିହ୍ନଟ କରାଯାଇପାରିବ, କିନ୍ତୁ ଭାରତରେ ଏହା କରାଯାଏ ନାହିଁ। ଏପରିକି ଟିକାକରଣ ବି କ୍ୱଚିତ କରାଯାଏ। ବୋଭାଇନ ଡାଇରିଆ ଭୂତାଣୁ ( ବିଭିଡିଭି) ଭ୍ରୂଣକୁ ସଂକ୍ରମିତ କରେ ଏବଂ ଅନ୍ତନଳୀ ରୋଗର କାରଣ ହୋଇଥାଏ। ଏହି ସଂକ୍ରମଣରେ ପୀଡିତ ଗାଈଙ୍କ ରୋଗପ୍ରତିରୋଧକ ଶକ୍ତି ହ୍ରାସ ପାଏ। ଏହା ଏଆଇ ପାଇଁ ଷଣ୍ଢଙ୍କଠାରୁ ସଂଗ୍ରହ କରାଯାଉଥିବା ସିମେନରେ ସଂକ୍ରମିତ ହୁଏ ଏବଂ ଏହା ଗାଈର ପ୍ରଜନନ କ୍ଷମତା କମାଇଦିଏ। କଲମ୍ବିଆର ୧୦୩ଟି ଫାର୍ମର ଷଣ୍ଢମାନଙ୍କ ଉପରେ ଗ୍ରିଫିଥ୍‌ଙ୍କ ଦ୍ୱାରା ୧୯୮୪ରେ କରାଯାଇଥିବା ଗବେଷଣାରୁ ଜଣାପଡିଛି ଯେ,୧୩.୭% ଷଣ୍ଢଙ୍କଠାରେ ଟ୍ରାଇକୋମୋନା ଫୋଏଟସ ଏବଂ ୧୫% ଷଣ୍ଢଙ୍କଠାରେ କାମ୍ପିଲୋବ୍ୟାକ୍ଟେର ଫୋଏଟସ ରହିଛି। କେବଳ ଏତିକି ନୁହେଁ ଅନ୍ୟ ସଂକ୍ରମଣକାରୀ ବ୍ୟାକ୍ଟେରଆ ଷଣ୍ଢମାନଙ୍କଠାରେ ରହିଥିବାର ବିଭିନ୍ନ ଗବେଷଣାରୁ ସ୍ପଷ୍ଟ ହୋଇଛିି। ଏହାକୁ ନେଇ ଏବେ ବିଶ୍ୱରେ ପ୍ରଶ୍ନ ଉଙ୍କିମାରିଛି। କଲମ୍ବିଆରେ ସଂଗୃହୀତ ସିମେନ କ’ଣ ଏବକାର ମାନଦଣ୍ଡ ପୂରଣ କରୁଛି? ଭାରତରେ ମଧ୍ୟ ଆମେ ଏଭଳି ପ୍ରଶ୍ନ ଉତଥାପନ କରିପାରିବା।
ଭାରତରେ ଏହିସବୁ ରୋଗ ସମ୍ପର୍କରେ ହେଉ କି ଷଣ୍ଢମାନଙ୍କର ସ୍ବାସ୍ଥ୍ୟ ନିଶ୍ଚିତ କରିବାର ମାନଦଣ୍ଡ ପୂରଣ କରିବାରେ ହେଉ ଏବଂ ଏହାକୁ କିଭଳି ସମ୍ପାଦନ କରାଯିବ, ସେ ସମ୍ପର୍କରେ ଆମ ପ୍ରାଣୀ ଚିକିତ୍ସକମାନଙ୍କର ଜ୍ଞାନ ଅଛି କି ନାହିଁ ମୁଁ ଜାଣିବାକୁ ଚାହେଁ। ସିମେନ ସଂଗ୍ରହ,ପ୍ରୋସେସିଂ ଏବଂ ତାହାକୁ ଷ୍ଟୋର କରିବାକୁ କେଉଁ ସବୁ ସ୍ବଚ୍ଛତାର ମାନଦଣ୍ଡ ଉପଯୋଗ କରାଯାଉଛି ତାହା ମଧ୍ୟ ଜାଣିବା ଦରକାର।
Email: gandhim@nic.in


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଝାଡ଼ଖଣ୍ଡର ଚିତ୍ରଶିଳ୍ପୀ ପ୍ରକାଶ ଶାହ ମେଟାଲ, ପ୍ଲାଷ୍ଟିକ ଏବଂ ଶିଳ୍ପଜାତ ବର୍ଜ୍ୟକୁ ଆକର୍ଷଣୀୟ ପବ୍ଲିକ ଆର୍ଟରେ ପରିଣତ କରୁଛନ୍ତି। ସେ ସାହିବଗଞ୍ଜରେ ଓ୍ବେଷ୍ଟ ଟୁ ଓ୍ବଣ୍ଡର ପାର୍କ…

ରକ୍ତତୀର୍ଥ ଇରମ

ସାରା ଦେଶରେ ସ୍ବାଧୀନତା ପାଇଁ ଯେଉଁ ଆନ୍ଦୋଳନ ଆରମ୍ଭ ହେଲା ସେଥିରେ ଅନେକ ହଜାର କ୍ରାନ୍ତିକାରୀ ଯୋଗଦେଇ କାରାବରଣ କରିଥିଲେ। ଓଡ଼ିଶାରେ ଏହି ଆନ୍ଦୋଳନର ନେତୃତ୍ୱ ନେଇଥିଲେ…

ରାଷ୍ଟ୍ର ନିର୍ମାଣ ପ୍ରତି ସମର୍ପିତ ଜଣେ ମହାପୁରୁଷ

ଖୁବ୍‌ ସୁନ୍ଦର ଉକ୍ତିଟିଏ ଅଛି, ”ବୃକ୍ଷ କବହୁଁ ନହିଁ ଫଲ ଭଖୈ, ନଦୀ ନ ସଂଚୈ ନୀର୍‌। ପରମାରଥ କେ କାରନେ, ସାଧୁନ ଧରା ଶରୀର।“ ଏହାର…

ଘୃଣିତ ଜ୍ଞାନେଶ

ଦୁର୍ନୀତି କଥା ଉଠିଲେ ସାଧାରଣରେ ଆର୍ଥିକ ଦିଗକୁ ବୁଝାଯାଏ। କିନ୍ତୁ ତାହାର ପରିଭାଷା ଅତ୍ୟନ୍ତ ବ୍ୟାପକ। କ୍ଷମତା ବିସ୍ତାର ଲାଗି କିଛି ଲୋକଙ୍କୁ ଦବାଇ ଦେଇ ପ୍ରଭୁତ୍ୱ…

କ୍ଷମତାର ଦୁରୁପଯୋଗ

ଦୁର୍ନୀତି ଓ ଲାଞ୍ଚ, ଏହି ଦୁଇଟି ଶବ୍ଦକୁ ପରସ୍ପର ବଦଳରେ ବ୍ୟବହାର କରାଯାଇପାରେ। କିନ୍ତୁ ପ୍ରକୃତରେ ଲାଞ୍ଚ ଶବ୍ଦ ୧୬ଶ ଶତାବ୍ଦୀରେ ଉତ୍ପତ୍ତି ହୋଇଥିଲା। ଏହାର ଅର୍ଥ…

ମହଙ୍ଗା ମାଡ଼

ମହଙ୍ଗା ଭାର ନିମ୍ନ ଆୟକାରୀ ଓ ଗରିବ ପରିବାର ଅଧିକ ଅନୁଭବ କରନ୍ତି। ଦରଦାମର ସାମାନ୍ୟ ବୃଦ୍ଧି ସେମାନଙ୍କ ପାଇଁ ବଡ଼ ଆଘାତ ହୋଇଥାଏ। ଦିନ ମଜୁରିଆ…

କୁକି-ମେଇତି ହିଂସାର ଦିଗ

ଇମ୍ଫାଲ ଉପତ୍ୟକାରେ ଶାନ୍ତି ପାଇଁ ଉଦ୍ୟମ ସତ୍ତ୍ୱେ ଅଶାନ୍ତିର ନିଆଁ ଜଳିଉଠୁଛି ସମୟାନ୍ତରରେ। ବର୍ତ୍ତମାନର ଏନ୍‌ଡିଏ ସମର୍ଥିତ ଭାଜପା ସରକାର ପୂର୍ବ କଂଗ୍ରେସ ସରକାରଙ୍କ ସମୟର ନିଶା…

ଅଧିକାରୀଙ୍କ ପାଇଁ ଏଆଇ

ଭାରତର ପ୍ରଶାସନିକ ବ୍ୟବସ୍ଥାରେ ପରବର୍ତ୍ତୀ ବଡ଼ ପରିବର୍ତ୍ତନ ହୁଏତ ଅନ୍ୟ କୌଣସି କ୍ୟାଡର୍‌ ସଂସ୍କାର କିମ୍ବା ନୂଆ ନିୟମାବଳୀ ମାଧ୍ୟମରେ ଆସି ନ ପାରେ। ବରଂ ଏହା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?