ନିକଟରେ ଜି୭, ନାଟୋ ସଦସ୍ୟ ଓ ଜି୨୦ ବୈଦେଶିକ ମନ୍ତ୍ରୀମାନଙ୍କର ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ଏଥିରେ ସମସ୍ତେ ଜାଣିଲେ ଯେ, ପୃଥିବୀ ଅନେକ ସଙ୍କଟଜନକ ସ୍ଥିତିକୁ ଏକାଠି ସାମ୍ନା କରୁଛି। ଖାଦ୍ୟ ଓ ଶକ୍ତି ଅସୁରକ୍ଷା, ମୁଦ୍ରା ମୂଲ୍ୟହ୍ରାସ, ଜଳବାୟୁ ପରିବର୍ତ୍ତନର ତୀବ୍ରତା ଏବଂ ସଶସ୍ତ୍ର ସଂଘଷକୁ ନେଇ ଏବେ ଅନ୍ତର୍ଜାତୀୟ ସ୍ତରରେ ଚିନ୍ତା ବଢ଼ିଯାଇଛି। ଏ ଦୃଷ୍ଟିରୁ ଆଗକୁ ନଭେମ୍ବରରେ ହେବାକୁ ଥିବା ଜି୨୦ ଗୋଷ୍ଠୀର ନେତାମାନଙ୍କ ସମ୍ମିଳନୀ ଅତି ଗୁରୁତ୍ୱପୂର୍ଣ୍ଣ ମନେ ହୁଏ। କିନ୍ତୁ ଏକାବେଳକେ ଦେଖାଦେଇଥିବା ସଙ୍କଟଗୁଡ଼ିକର ସମାଧାନ କରିବାକୁ ଆମେ ଆଉ ଅପେକ୍ଷା କରିପାରିବା ନାହିଁ। ଏଣୁ ନଭେମ୍ବରରେ ହେବାକୁ ଥିବା ଜି୨୦ ସମ୍ମିଳନୀ ପୂର୍ବରୁ ଏକ ସାଧାରଣ, ସମନ୍ବିତ କାର୍ଯ୍ୟ କରିବା ଲାଗି ଏକ ଅନ୍ଲାଇନ ପ୍ରକ୍ରିୟା ଆରମ୍ଭ କରିବା ଉଚିତ।
ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମ(ଡବ୍ଲ୍ୟଏଫ୍ପି) ଅନୁଯାୟୀ, ବିଶ୍ୱରେ ଦୀର୍ଘ ବର୍ଷ ହେବ ଭୋକିଲା ରହୁଥିବା ଲୋକଙ୍କ ସଂଖ୍ୟା ୮୦୦ ମିଲିିୟନରୁ ଅଧିକ ଥିବାବେଳେ ଏବେ ଆଉ ୩୨୩ ମିଲିୟନ ଲୋକ କ୍ଷୁଧାକୁ ସାମ୍ନା କରୁଥିବା ଅନୁମାନ କରାଯାଉଛି। ଶକ୍ତି ମୂଲ୍ୟ ବୃଦ୍ଧି ପାଇଛି । ଗରିବ ଦେଶଗୁଡ଼ିକ ମଧ୍ୟରୁ ୬୦% ଏବେ ଋଣ ସଙ୍କଟରେ ପଡ଼ିଛନ୍ତି। ବିଶ୍ୱର ବିଭନ୍ନ ଅଞ୍ଚଳରେ ଲୋକମାନେ ମରୁଡ଼ି, ବନ୍ୟା, ବନାଗ୍ନି ଏବଂ ଜଳବାୟୁ ଖରାପ ହେବାର ଅନ୍ୟ ସଙ୍କେତଗୁଡ଼ିକୁ ଅନୁଭବ କରୁଛନ୍ତି। ଏପ୍ରିଲରେ ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରସ ସତର୍କ କରିଦେଇଥିଲେ ଯେ, ଏବେ ଏକାଠି ପ୍ରକାଶ ପାଇଥିବା ସବୁ ସଙ୍କଟ ମାନବଜାତିର ଏକ ପଞ୍ଚମାଂଶ ଅର୍ଥାତ୍ ୧.୭ ବିଲିୟନ ଲୋକଙ୍କୁ ବିଗତ ଦଶନ୍ଧି ତୁଳନାରେ ସବୁଠୁ ଭୟଙ୍କର ଦାରିଦ୍ର୍ୟ, ଅଭାବ ଓ କ୍ଷୁଧା ମଧ୍ୟକୁ ଠେଲି ଦେଇପାରେ। କିନ୍ତୁ ସ୍ଥିତି ଅତ୍ୟନ୍ତ ବିପଜ୍ଜନକ ହୋଇଥିଲେ ବି ଆମେ ଏହାକୁ ପରିବର୍ତ୍ତନ କରିବାରେ ଅକ୍ଷମ ନୋହଁୁ। ଋଣ, ଶକ୍ତି ଏବଂ ଖାଦ୍ୟ ଅସୁରକ୍ଷା ସ୍ଥିତିର ସମାଧାନ କରିବା ଲାଗି ବିଭିନ୍ନ ଦେଶ ଦ୍ୱାରା କିଛି ପଦକ୍ଷେପ ନେବା ଆରମ୍ଭ ହୋଇଗଲାଣି। ତେବେ ସମନ୍ବିତ ଏବଂ ସମ୍ମିଳିତ ପଦକ୍ଷେପଗୁଡ଼ିକ ନିଆଯିବା ଦରକାର। ସମସ୍ୟାଗୁଡ଼ିକ ପରସ୍ପର ଭାବେ ଏଭଳି ଯୋଡ଼ି ହୋଇ ରହିଛି ଯେ, ଏଗୁଡ଼ିକୁ ସ୍ତର ସ୍ତର କରି ଆମକୁ ସମାଧାନ କରିବାକୁ ପଡ଼ିବ।
ସାମ୍ପ୍ରତିକ ପରିସ୍ଥିତିରେ ଆମକୁ ପ୍ରାଥମିକତାଭିତ୍ତିରେ ଉଚିତ ମୂଲ୍ୟ ସୁନିଶ୍ଚିତ କରିବା ସହ ସାରା ବିଶ୍ୱରେ ଖାଦ୍ୟ ଓ ଶକ୍ତି ବଜାରରେ ଯୋଗାଣଗୁଡ଼ିକୁ ସୁରକ୍ଷିତ କରିବାକୁ ହେବ। ଚଳିତ ବର୍ଷ ଡବ୍ଲ୍ୟୁଏଫ୍ପିର ନିଅଣ୍ଟ ଥିବା ୧୦ ବିଲିୟନ ଡଲାର ଯୋଗାଡ଼ କରିବା ଆବଶ୍ୟକ। ଏବେ ସୁଦ୍ଧା ଅନ୍ତର୍ଜାତୀୟ ସଂସ୍ଥାସବୁ ଏବଂ ଅନେକ ଦେଶ ଖାଦ୍ୟ ଅଭାବ ପ୍ରତି ସେମାନଙ୍କ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ଖାଦ୍ୟ ବ୍ୟବସ୍ଥାର ସାମର୍ଥ୍ୟ ବଢ଼ାଇବା ଲାଗି ମାନବୀୟ ପାଣ୍ଠି ଯୋଗାଣ ଏବଂ ନିବେଶକୁ ସଂଯୋଜିତ କରିବା ସକାଶେ ସେମାନେ ନିକଟରେ ‘ଖାଦ୍ୟ ସୁରକ୍ଷା ପାଇଁ ବୈଶ୍ୱିକ ମେଣ୍ଟ’ ଗଠନ କରିଛନ୍ତି। ଆମେରିକା ନେତୃତ୍ୱରେ ‘ଗ୍ଲୋବାଲ ଫୁଡ୍ ସିକ୍ୟୁରିଟି ଟୁ ଆକ୍ସନ’ ପାଇଁ ପ୍ରସ୍ତୁତ ନକ୍ସାକୁ ୮୦ରୁ ଊର୍ଦ୍ଧ୍ୱ ଦେଶ ସମର୍ଥନ କରିଛନ୍ତି। ଅନେକ ଆଞ୍ଚଳିକଭିତ୍ତିକ ସମ୍ମିଳନୀ ଯଥା ଖାଦ୍ୟ ସୁରକ୍ଷା ସଙ୍କଟ ଉପରେ ମେଡିଟେରିଆନ ମନ୍ତ୍ରୀସ୍ତରୀୟ ବୈଠକ ଏବଂ ବିଶ୍ୱ ଖାଦ୍ୟ ସୁରକ୍ଷା ମନ୍ତ୍ରୀସ୍ତରୀୟ ସମ୍ମିଳନୀ ଆୟୋଜିତ କରାଯାଇଛି। କିନ୍ତୁ ଖାଦ୍ୟ ଅସୁରକ୍ଷା ରୋକିବାକୁ ମୁକ୍ତ ବାଣିଜ୍ୟ ଅତି ଜରୁରୀ ବୋଲି ଆମେ ଜାଣିଥିଲେ ମଧ୍ୟ ୨୦ରୁ ଅଧିକ ଦେଶ ଖାଦ୍ୟ ରପ୍ତାନି ଉପରେ କଟକଣା ଲଗାଇଛନ୍ତି। ତେବେ ରପ୍ତାନି କଟକଣାରୁ ଡବ୍ଲ୍ୟୁଏଫ୍ପିର ମାନବୀୟ କ୍ରୟକୁ ବାଦ୍ ଦେବା ଲାଗି ବିଶ୍ୱ ବାଣିଜ୍ୟ ସଂଗଠନର ସଦସ୍ୟ ଦେଶଗୁଡ଼ିକ ରାଜି ହୋଇଥିବାବେଳେ, ତାହା ଏଥିପାଇଁ ପର୍ଯ୍ୟାପ୍ତ ନୁହେଁ। ଭଣ୍ଡାରଗୁଡ଼ିକରେ ଖାଦ୍ୟ ଶସ୍ୟ ଗଚ୍ଛିତ ରଖିଥିବା ପ୍ରମୁଖ ଦେଶଗୁଡ଼ିକ ଆଗକୁ ମୂଲ୍ୟବୃଦ୍ଧି ରୋକିବା ସହ ଏହାକୁ ହ୍ରାସ କରିବା ଲାଗି ଅନ୍ତର୍ଜାତୀୟ ବଜାରକୁ ଗଚ୍ଛିତ ଖାଦ୍ୟ ଯୋଗାଇବା ଦରକାର। ଏହା ସହ ବଜାରର ସ୍ବଚ୍ଛତା ଏବଂ ସଞ୍ଚାଳନରେ ଉନ୍ନତି ଆଣିବା ଏବଂ ଅଧକ ମୂଲ୍ୟରେ ବିକ୍ରିକୁ ରୋକିବା ଲାଗି ସରକାରଗୁଡ଼ିକ କୃଷି ବଜାର ସୂଚନା ବ୍ୟବସ୍ଥା(ଏଏମ୍ଆଇଏସ୍)କୁ ଦୃଢ କରିବା ଉଚିତ।
ଶକ୍ତି କ୍ଷେତ୍ରରେ ଇଟାଲୀର ପ୍ରଧାନମନ୍ତ୍ରୀ ମାରିଓ ଡ୍ରାଘି, ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ଏବଂ ଅନ୍ୟମାନେ ଏକ ତୈଳ କ୍ରେତା ସଂଘ ଗଠନ କରି ସେ ସମ୍ପର୍କରେ ଆଲୋଚନା କରିଛନ୍ତି। ସେମାନେ ମଧ୍ୟ ଅକ୍ଷୟ ଶକ୍ତି ଉପଯୋଗକୁ ଗତିଶୀଳ କରିବା , ଶକ୍ତି ଦକ୍ଷତା ବଢ଼ାଇବା ଏବଂ ଜୀବାଶ୍ମ ଇନ୍ଧନ ଉପରେ ନିର୍ଭରଶୀଳତା କମାଇବା ସକାଶେ ଅନେକ ନୂଆ ପଦକ୍ଷେପ ନେଇଛନ୍ତି। କିନ୍ତୁ ଇଜିପ୍ଟିରେ ନଭେମ୍ବରରେ ଅନୁଷ୍ଠିତ ହେବାକୁ ଥିବା ଜାତିସଂଘ ଜଳବାୟୁ ପରିବର୍ତ୍ତନ ସମ୍ମିଳନୀ(କପ୍୨୭)କୁ ଦୃଷ୍ଟିରେ ରଖି ଜୋର୍ ଦାର କାମ କରିବାକୁ ପଡ଼ିବ। ଅନ୍ତର୍ଜାତୀୟ ମୁଦ୍ର ପାଣ୍ଠି ( ଆଇଏମ୍ଏଫ୍) ଏବଂ ବହୁ ଦେଶୀୟ ଡେଭଲପ୍ମେଣ୍ଟ ବ୍ୟାଙ୍କଗୁଡ଼ିକ ତରଫରୁ ଏବକାର ଖାଦ୍ୟ, ଶକ୍ତି ଏବଂ ଋଣ ସଙ୍କଟରୁ ମୁକ୍ତି ଦେବା ପାଇଁ ଅଧିକ କିଛି କରିବା ଉଚିତ। କେବଳ ଆଇଏମ୍ଏଫ୍୍ ଏବେ ସଙ୍କଟରେ ସଂଘର୍ଷରତ ଦେଶଗୁଡ଼ିକୁ ଋଣ ଓ ଆର୍ଥିକ ସହାୟତା ଯୋଗାଇ ଦେବାରେ ଟ୍ରିଲିୟନ ଡଲାରର ଏକ ତ୍ର୍ରୈମାସିକ ଲାଗି ପ୍ରତିବଦ୍ଧତା ପ୍ରକାଶ କରିଛି। ସେହିଭଳି ସଙ୍କଟ ଦୂର କରିବା ଲାଗି ବିଶ୍ୱ ବ୍ୟାଙ୍କ ମଧ୍ୟ ପୁଣି ପୁଞ୍ଜି ଯୋଗାଇ ଦେବା ଲାଗି ତା ସଦସ୍ୟ ଦେଶଗୁଡ଼ିକ ସହ କଥାବାର୍ତ୍ତ କରିପାରେ। ଗରିବ ଦେଶଗୁଡ଼ିକରେ ୨୦୧୫ରୁ ଋଣ ସଙ୍କଟ ଓ ତଜ୍ଜନିତ ବିପଦ ଦୁଇଗୁଣ ବଢିଯାଇଛି। ଏଣୁ ଋଣ ସଙ୍କଟ ଦୂର କରିବା ଲାଗି ଏବକାର ପଦକ୍ଷେପ ଠାରୁ ଆହୁରି ଅଧିକ କିଛି କରିବାକୁ ପଡ଼ିବ। ମହାମାରୀ ପୂର୍ବରୁ ଆରମ୍ଭ କରାଯାଇଥିବା ଡେବିଟ ସର୍ଭିସ ସସ୍ପେନସନ ଇନିସିଏଟିଭ(ଡିଏସ୍ଏସ୍ଆଇ) ୪୮ଟି ଗରିବ ଦେଶକୁ ୩ ବିଲିୟନ ଡଲାରର ସହାୟତା ଯୋଗାଇ ଦେବା ପରେ ତା’ର କାର୍ଯ୍ୟ ସମାପ୍ତ ହୋଇଯାଇଛି। ଡିଏସ୍ଏସ୍ଆଇ ପରେ ଦେଶଗୁଡ଼ିକୁ ଦେବାଳିଆ ସମସ୍ୟାରୁ ରକ୍ଷା କରିବା ଓ ଅନ୍ତର୍ଜାତୀୟ ସ୍ତରରୁ ଋଣ ଆଣି ନିଅଣ୍ଟ ଭରଣା କାମ କରିବା ଲାଗି ‘କମନ ଫ୍ରେମ୍ଓ୍ବର୍କ ଫର୍ ଡେବିଟ୍ ଟ୍ରିଟ୍ମେଣ୍ଟ ଗଠନ କରାଗଲା। ଏହା ଋଣ ସହାୟତା ଯୋଗାଇବା ଏବଂ ଋଣଦାତାର ଅପରିହାର୍ଯ୍ୟ ବ୍ୟୟ ଆବଶ୍ୟକତା ଓ ଦେୟ କ୍ଷମତାକୁ ପୁନର୍ଗଠନ ତଥା ସୁସଙ୍ଗତ କରିବ ବୋଲି ଅନୁମାନ କରାଯାଉଥିଲା। କିନ୍ତୁ ଗଠନ ହେବାର ଦେଢ ବର୍ଷ ପରେ କେବଳ ଚାଦ,ଇଥିଓପିଆ ଏବଂ ଜାମ୍ବିଆ ଏଥିରେ ସ୍ବାକ୍ଷର କରିଛନ୍ତି ଏବଂ କେହି ବି ସେମାନଙ୍କ ଋଣ ଜନିତ ଦୁଃଖ ଦୂର କରିବାକୁ ସକ୍ଷମ ହୋଇ ନାହାନ୍ତି। କମନ ଫ୍ରେମଓ୍ବାର୍କରେ ଏବେ କେବଳ ୭୩ଟି ଗରିବ ଦେଶ ଯୋଗ ଦେବାରେ ସୀମିତ ଥିବାରୁ ଯୋଗ୍ୟତା ମାନଦଣ୍ଡ ଉପରେ ପୁନଃ ସମୀକ୍ଷା କରି ଏହି ସଂଖ୍ୟା ବଢ଼ାଇବା ଆବଶ୍ୟକ।
ଶେଷରେ ଅତ୍ୟଧିକ ଋଣ ନେଉଥିବା ଦେଶଗୁଡ଼ିକ ଉପରେ ଆଇଏମ୍ଏଫ୍ର ଅତିରିକ୍ତ ଦେୟ ଲଗାଯିବା ଧାରାକୁ ଶୀଘ୍ର ବନ୍ଦ କରିବା ଉଚିତ। ମହାମାରୀ ଆରମ୍ଭ ହେବା ପରଠାରୁ ଏଭଳି କ୍ଷତିକୁ ସାମ୍ନା କରୁଥିବା ଦେଶଗୁଡ଼ିକର ସଂଖ୍ୟା ୯ରୁ ବଢି ୧୬ରେ ପହଞ୍ଚିଛି। ୨୦୧୫ ସୁଦ୍ଧା ଆଇଏମ୍ଏଫ୍ ପ୍ରୋଜେକ୍ଟଗୁଡ଼ିକ ସଂଖ୍ୟା ମୋଟରେ ୩୮ରେ ପହଞ୍ଚତ୍ପାରେ। ତେବେ ଆମେ ଏବେ ଏକାଠି ଅନେକ ସଙ୍କଟକୁ ଅପ୍ରତ୍ୟାଶିତ ଭାବେ ସାମ୍ନା କରୁଛୁ, ଯାହା ଆମ ଭବିଷ୍ୟତକୁ ଗମ୍ଭୀର ରୂପେ ବିପଦକୁ ଠେଲି ଦେଇପାରେ। ଏଣୁ ଜି୨୦ ଆଗକୁ ଆସି ପ୍ରତିବଦ୍ଧତାର ସହ ଏହି ସଙ୍କଟଗୁଡ଼ିକର ସମାଧାନ କରୁ, ଏହା ହିଁ ଆଜିର ବିଶ୍ୱ ଆବଶ୍ୟକ କରୁଛି।
ଏଇ ଭାରତରେ
ଅଜିମ ପ୍ରେମଜୀ ବିଶ୍ୱବିଦ୍ୟାଳୟ ଛାତ୍ରୀଛାତ୍ରଙ୍କ ଏକ ଟିମର ବର୍ଜ୍ୟପରିଚାଳନା ଅତ୍ୟନ୍ତ ପ୍ରଶଂସନୀୟ। କର୍ନାଟକ ବେଙ୍ଗାଲୁରୁ ନିକଟରେ ଥିବା ବିଲାପୁରା ଗାଁକୁ ସମ୍ପୂର୍ଣ୍ଣ ବର୍ଜ୍ୟମୁକ୍ତ କରାଯାଇପାରିଛି। ଦେଖିବାକୁ ଗଲେ…
ଦୁଃଖ ଖୋଜୁଥିବା ମଣିଷ
କିଛି ଏମିତି ଅଜବ ଲୋକ ଅଛନ୍ତି, ଆପଣ ବି ଭେଟିଥିବେ କେଉଁଠି କେତେବେଳେ। ଜଞ୍ଜାଳମୁକ୍ତ ହୋଇ ପରିବାରକୁ ନେଇ ନିଜ ଭିତରେ ସୁଖୀ ଥିବା ମଣିଷଟି ସମସ୍ତଙ୍କୁ…
ଉଠିବା ଦରକାର, ଉଡ଼ିବା ପଛକଥା
ପ୍ରଥମ ବିଶ୍ୱଯୁଦ୍ଧ ସମୟର ଇଟାଲୀୟ ଆମ୍ବୁଲାନ୍ସ ଚାଳକ, ପରବର୍ତ୍ତୀ ସମୟରେ ଗୁରୁତର ଆହତ ଅର୍ନେଷ୍ଟ ହେମିଂୱେଙ୍କ କଥା ଆଜି ବି ପାସୋରି ପାରି ନାହାନ୍ତି ଅର୍ଥନୈତିକ ବିଶାରଦଗଣ।…
ଦୋଳି ଦୁର୍ଘଟଣା
ପ୍ରମୋଦ ଉଦ୍ୟାନ କିମ୍ବା ମନୋରଞ୍ଜନର ଖୋରାକ ଯୋଗାଉଥିବା କୌଣସି ମେଳାକୁ ବୁଲିଯିବା ବେଳେ ଆନନ୍ଦ ଲାଭ କରିବା ଥାଏ ମୂଳ ଲକ୍ଷ୍ୟ। କିନ୍ତୁ ତାହା ନିରାନନ୍ଦ ବା…
ଏଇ ଭାରତରେ
ଉତ୍ତରପ୍ରଦେଶର ଧୀରଜ ବର୍ମା ବିନା ମାଟି ଅର୍ଥାତ୍ କେବଳ ପାଣି (ହାଇଡ୍ରୋପୋନିକ୍ସ ପଦ୍ଧତି)ରେ ଚାଷକରି ପ୍ରଥମ ପର୍ଯ୍ୟାୟରେ ୫ ଟନ୍ ଷ୍ଟ୍ରବେରି ଉତ୍ପାଦନ କରିବାକୁ ସକ୍ଷମ ହୋଇଛନ୍ତି।…
ବିଶ୍ୱାସ ଅଛି, ଭରସା ନାହିଁ
ଆଗକୁ ଅନ୍ଧାରପକ୍ଷ ଆସୁଛି। କୁଞ୍ଜବଦଳିଆ, ଦାଆଗେଣ୍ଡାଳିଆ, ସାରସ, ପାତିହଂସ, ଜଡ଼ାହଂସ ସମସ୍ତଙ୍କ ମଧ୍ୟରେ ଭାଳେଣି, ମାଫିଆଙ୍କ ହାତରୁ ଏଥର ନିସ୍ତାର ନାହିଁ। କାକଟପୁର, ଅସ୍ତରଙ୍ଗ, ଦେବୀନଦୀ ମୁହାଣ,…
ଆତଙ୍କବାଦର ପୃଷ୍ଠପୋଷକ କିଏ
ୟୁରୋପୀୟ ପାର୍ଲାମେଣ୍ଟରେ ରୁଷିଆକୁ ‘ଆତଙ୍କବାଦ ପୃଷ୍ଠପୋଷକ ରାଷ୍ଟ୍ର’ ବୋଲି ଘୋଷଣା କରିଥିଲା ବେଳେ ଆମେରିକା ପାକିସ୍ତାନକୁ ସହଯୋଗର ହାତ ବଢ଼ାଇ ନିଜର ମିତ୍ର ରାଷ୍ଟ୍ରର ପରିଚୟ ଦେଇଥିଲା।…
ଆତ୍ମସମର୍ପଣ
ସାର୍ବଭୌମତ୍ୱ ଉଲ୍ଲଂଘନକୁ ଏକ ଦେଶର ଆଞ୍ଚଳିକ ଅଖଣ୍ଡତାର ଉଲ୍ଲଂଘନ କିମ୍ବା ସରକାରୀ କାର୍ଯ୍ୟରେ ହସ୍ତକ୍ଷେପ ବୋଲି କୁହାଯାଏ। ଜଣେ ଆତ୍ମସମର୍ପଣ କରେ ଯେତେବେଳେ ସେ ବିନା ପ୍ରତିରୋଧରେ…
Archives

