ସମସ୍ୟାରେ ନୌବାଣିଜ୍ୟ ଶିକ୍ଷାନୁଷ୍ଠାନ

ପାରାଦୀପ,୨୮ା୧୧(ସ୍ବ.ପ୍ର.): ଯୁବତୀ ଓ ମହିଳାମାନଙ୍କୁ ସବୁ କ୍ଷେତ୍ରରେ ଅଗ୍ରାଧିକାର ଦେବା ପାଇଁ ସରକାର ବିଭିନ୍ନ କ୍ଷେତ୍ରରେ ସଂରକ୍ଷଣ ଆଇନ ଲାଗୁ କରୁଛନ୍ତି। କିନ୍ତୁ ରାଜ୍ୟରେ ଏମିତି ଏକ ଶିକ୍ଷାନୁଷ୍ଠାନ ରହିଛି ଯେଉଁଠି ଯୁବତୀମାନଙ୍କ ପାଠପଢିବା ପାଇଁ ବ୍ୟବସ୍ଥା ନାହିଁ। ଏହା ହେଉଛି ରାଜ୍ୟର ଏକମାତ୍ର ନୌବାଣିଜ୍ୟ ଶିକ୍ଷାନୁଷ୍ଠାନ ଓଡିଶା ମେରିଟାଇମ ଏକାଡେମୀ। ଜଗତସିଂହପୁର ଜିଲା ପାରାଦୀପ ବନ୍ଦର ଭିତ୍ତିକ ସହର ଭୀମ ଭୋଇ କଲୋନୀରେ ଏହା ୨୮ ବର୍ଷ ହେଲା ଚାଲିଛି। ୧୫ ଏକର ପରିମିତ ଜାଗାରେ ଚାଲିଥିବା ଏହି ନୌବାଣିଜ୍ୟ ଶିକ୍ଷାନୁଷ୍ଠାନ ଏବେ ବହୁବିଧ ସମସ୍ୟା ଦେଇ ଗତି କରୁଛି।

୧୯୯୨ରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ପାରାଦୀପରେ କଳିଙ୍ଗ ବାଲିଯାତ୍ରା ମହୋତ୍ସବ ଆରମ୍ଭ କରିଥିଲେ। ସେହିବର୍ଷ ବିଜୁବାବୁ ନିବେଦିତା ଆଚାର୍ଯ୍ୟ ନାମକ ଝିଅକୁ ବୋଇତରେ ସାଧବବୋହୂ ଭାବେ ଇଣ୍ଡୋନେସିଆ ପଠାଇଥିଲେ। ସେତେବେଳେ ବନ୍ଦର ଓ ପଣ୍ୟବାହୀ ଜାହାଜରେ ଓଡ଼ିଆଙ୍କୁ ନିଯୁକ୍ତି ମିଳି ପାରୁ ନ ଥିଲା। ଏଥିପାଇଁ ନୌବାଣିଜ୍ୟ ପାଠ୍ୟକ୍ରମ ଜରୁରି ଥିଲା। ଏହାକୁ ଦୃଷ୍ଟିରେ ରଖି ଉକ୍ତବର୍ଷ ବିଜୁ ପଟ୍ଟନାୟକ ପାରାଦୀପ ବନ୍ଦରରେ ଏକ ନୌବାଣିଜ୍ୟ ଶିକ୍ଷାନୁଷ୍ଠାନ ଖୋଲିବେ ବୋଲି ଘୋଷଣା କରିଥିଲେ। ଏଥିପାଇଁ ଜାହାଜ ଚଳାଚଳ ମନ୍ତ୍ରଣାଳୟରୁ ଡାଇରେକ୍ଟର ଜେନେରାଲଙ୍କ ସ୍ବୀକୃତି ଅଣାଯାଇ ଥିଲା। ଏହାପରେ ୩ ଏପ୍ରିଲ ୧୯୯୩ରେ ଏହି ଅନୁଷ୍ଠାନକୁ ଆନୁଷ୍ଠାନିକ ଭାବେ ଆରମ୍ଭ କରାଯାଇଥିଲା। ଏହାର ପରିଚାଳନା ଦାୟିତ୍ୱ ରାଜ୍ୟ ବାଣିଜ୍ୟ ପରିବହନ ବିଭାଗ ହାତରେ ରହିଛି। ଏଥିପାଇଁ ଏକ ମ୍ୟାନେଜିଂ ଟ୍ରଷ୍ଟି ଗଠନ କରାଯାଇଛି। ଏଥିରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଭିନ୍ନ ଭିନ୍ନ ବିଭାଗର ଅଧିକାରୀମାନେ ସଦସ୍ୟ ରହିଛନ୍ତି।

ଅନୁଷ୍ଠାନ ନିର୍ମାଣ ସମୟରେ ରାଜ୍ୟ ସରକାରଙ୍କ ସମେତ ପାରାଦୀପ ବନ୍ଦର ଓ ଅନ୍ୟାନ୍ୟ ଉତ୍ସରୁ ଅର୍ଥ ଆସିଥିଲା। ଅନୁଷ୍ଠାନରେ ମାତ୍ର ୬ ମାସିଆ ପାଠ୍ୟକ୍ରମ ରହିଛି। ଥରକରେ ୪୦ ଜଣ ଛାତ୍ର ପଢ଼ିବା ଭଳି ବ୍ୟବସ୍ଥା ରହିଛି। ସେଥିରୁ ଓଡ଼ିଶାର ପିଲାଙ୍କ ପାଇଁ ୨୦ ଓ ଅନ୍ୟ ରାଜ୍ୟର ପିଲାଙ୍କ ପାଇଁ ୨୦ଟି ସିଟ୍‌ ରହିଛି। ହଷ୍ଟେଲ ସୁବିଧା ସହ ପ୍ରାକ୍ଟିସ୍‌ ପାଇଁ ବ୍ୟବସ୍ଥା ରହିଛି। ଏଥିପାଇଁ ଫି ବାବଦରେ ପ୍ରତି ଛାତ୍ରଙ୍କୁ ୧ ଲକ୍ଷ ୨୦ ହଜାର ଟଙ୍କା ଦେବାକୁ ପଡୁଛି। ଏଭଳି ଭାବେ ପ୍ରତିବର୍ଷ ଅନୁଷ୍ଠାନରେ ୮୦ ଜଣ ପିଲା ପାଠ ପଢ଼ିଥାନ୍ତି। ଦଶମ ଶ୍ରେଣୀରୁ ଆରମ୍ଭ କରି ସ୍ନାତକ କରିଥିବା ଛାତ୍ରୀଛାତ୍ର ଏହି ପାଠ ପଢ଼ି ପାରୁଥିବାବେଳେ ସେମାନଙ୍କ ବୟସ ସୀମା ୧୮ ରୁ ୨୪ ମଧ୍ୟରେ ହେବା ଜରୁରି ବୋଲି ଏକାଡେମୀ ପକ୍ଷରୁ କୁହାଯାଇଛି। ଇତିମଧ୍ୟରେ ଦେଶର ୨୨୪୦ ଛାତ୍ର ଏଠାରୁ ପାଠ ପଢ଼ି ବିଶ୍ୱର ବିଭିନ୍ନ ସ୍ଥାନରେ ଚାକିରି କରୁଛନ୍ତି। ମାତ୍ର ଆବଶ୍ୟକ ଭିତ୍ତିଭୂମି ଅଭାବରୁ ଯୁବତୀମାନେ ଏଠାରେ ପଢ଼ିବାରୁ ବଞ୍ଚତ୍ତ ହେଉଛନ୍ତି। ଏହାବ୍ୟତୀତ ଶିକ୍ଷାନୁଷ୍ଠାନରେ ଥିବା କର୍ମଚାରୀଙ୍କୁ ସରକାରୀ କିମ୍ବା ଚୁକ୍ତିଭିତ୍ତିକ କର୍ମଚାରୀ ଭାବେ ମାନ୍ୟତା ମିଳିନାହିଁ। ସମସ୍ତଙ୍କୁ ବାର୍ଷିକ ଚୁକ୍ତିରେ ରଖାଯାଇଛି। ବହୁ ବର୍ଷ ହେବ ଟ୍ରଷ୍ଟବୋର୍ଡର ବୈଠକ ହୋଇନାହିଁ। ଏନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି।

ଏକାଡେମୀରୁ ପାସ୍‌ କରିଥିବା ଛାତ୍ର ବିଶ୍ବର ଯେକୌଣସି ଦେଶରେ ନାବିକଭାବେ ଚାକିରି ପାଇପାରିବେ ବୋଲି ଅଧ୍ୟାପକ ସୁଶାନ୍ତ ମହାଳିକ କୁହନ୍ତି। ଏହାସତ୍ତ୍ୱେ ଅନୁଷ୍ଠାନରେ ଥିବା ସମସ୍ୟାଗୁଡ଼ିକ ଦୂର କରିବା ପାଇଁ କୌଣସି ପ୍ରୟାସ କରାଯାଉନାହିଁ ବୋଲି ସେ କହିଛନ୍ତି। ଅଧ୍ୟକ୍ଷ ମାନସ ରଞ୍ଜନ ବେହୁରା କୁହନ୍ତି, ବନ୍ଦର ପ୍ରଶାସନ ପକ୍ଷରୁ ଅନୁଷ୍ଠାନ ପାଇଁ ଦିଆଯାଉଥିବା ଅନୁଦାନ ଅନେକ ବର୍ଷ ହେବ ବନ୍ଦ କରିଦିଆଯାଇଛି। ଏହାଛଡା ଯୁବତୀଙ୍କ ପାଇଁ ଅଲଗା ହଷ୍ଟେଲ ଓ କ୍ଲାସରୁମ୍‌ ଆଦିର ସୁବିଧା ନାହିଁ। ମ୍ୟାନେଜିଂ ଟ୍ରଷ୍ଟବୋର୍ଡ ଯୁବତୀମାନଙ୍କୁ ପଢ଼ାଇବା ନିମନ୍ତେ ଏପର୍ଯ୍ୟନ୍ତ ସରକାରଙ୍କ ଠାରୁ କୌଣସି ସ୍ବୀକୃତି ଆଣିନାହାନ୍ତି। ଏସବୁ ସମସ୍ୟା କେବେ ଦୂର ହେବ ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

କୋସଲୀ ସାଂସ୍କୃତିକ ମହୋତ୍ସବ ଆରମ୍ଭ

ନୂଆପଡ଼ା,୨୦ା୧୨ (ମକାରୁ ବେମାଲ): ନୂଆପଡ଼ା ପୋଲିସ ପଡ଼ିଆ ରଙ୍ଗମଞ୍ଚଠାରେ କୋସଲୀ ସାଂସ୍କୃତିକ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସୁରଜିତସିଂ ମହାରଥାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ...

ଶୀତରେ ଥରୁଛି କଳାହାଣ୍ଡି

ଭବାନୀପାଟଣା,୨୦ା୧୨(ଉତ୍ତମ କୁମାର ଦାଶ)- ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଆହୁରି ସପ୍ତାହେ ଧରି ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ...

ଆଶେସ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୦ା୧୨: ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ବିପର୍ଯ୍ୟୟ ପରେ ଅଷ୍ଟ୍ରେଲିଆ ଆଶେସ ସିରିଜ ବିଜୟ ପଥରେ ଅଗ୍ରସର ହେଉଛି। ନାଥାନ ଲିଅନ ଇଂଲଣ୍ଡର ୩ଟି ଉଇକେଟର ପତନ...

୩ ଜିଲାକୁ ଘନ କୁହୁଡ଼ି ଓ୍ବାର୍ନିଂ: ୭ଦିନ ଯାଏଁ…ଜି. ଉଦୟଗିରିରେ…

ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ) – ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ...

ନୋରା ଫତେହିଙ୍କ କାର ଦୁର୍ଘଟଣା: ମଦ୍ୟପ ଚାଳକଙ୍କ ଧକ୍କାରେ…

ମୁମ୍ବାଇ,୨୦।୧୨: ଲୋକପ୍ରିୟ ବଲିଉଡ ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ନୋରା ଫତେହି ଶନିବାର ମୁମ୍ବାଇରେ ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ବିଶ୍ୱପ୍ରସିଦ୍ଧ ମ୍ୟୁଜିକ୍ ପ୍ରୋଗ୍ରାମ ‘ସୁନବର୍ଣ୍ଣ...

ଇସ୍ରୋର ବଡ଼ ପଦକ୍ଷେପ: ଗଗନୟାନ ମିଶନ ପାଇଁ ସଫଳ ହେଲା ପାରାଚ୍ୟୁଟ୍‌ ପରୀକ୍ଷା

ନୂଆଦିଲ୍ଲୀ,୨୦ା୧୨: ମହାକାଶକୁ ଭାରତର ପ୍ରଥମ ମାନବ ପ୍ରେରଣ ଦିଗରେ ଶନିବାର ଆଉ ଏକ ବଡ଼ ପଦକ୍ଷେପ ସଫଳ ହୋଇଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)...

ଟ୍ୟୁଶନରୁ ଫେରୁଥିବା ବେଳେ ନାବାଳିକାଙ୍କୁ ଟେକିନେଇ ବଳାତ୍କାର ପରେ ଫିଙ୍ଗି ଚାଲିଯାଇଥିଲେ, ଅଭିଯୁକ୍ତଙ୍କୁ ୨୦ ବର୍ଷ…

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏକ ଅପହରଣ ଓ ବଳାତ୍କାର ମାମଲାର ବିଚାର କରି ଅତିରିକ୍ତ ଜିଲ୍ଲା ସେସନ ଜର୍ଜ ବିଭୁ ପ୍ରସାଦ ପଣ୍ଡା ପୋକ୍ସୋ ଆକ୍ଟର ଧାରା...

ଅଣ୍ଡା ଖାଇଲେ ହେବେ କି କ୍ୟାନ୍ସର ? ସ୍ପଷ୍ଟୀକରଣ ଦେଲା FSSAI

ନୂଆଦିଲ୍ଲୀ,୨୦।୧୨: ଦେଶରେ ବିକ୍ରି ହେଉଥିବା ଅଣ୍ଡା ସମ୍ପୂର୍ଣ୍ଣ ସୁରକ୍ଷିତ। ଏଥିରେ କ୍ୟାନ୍ସର ସୃଷ୍ଟିକାରୀ ଉପାଦାନ ଥିବା ନେଇ ଚର୍ଚ୍ଚା ହେଉଥିବା ଖବରକୁ ଭାରତୀୟ ଖାଦ୍ୟ ସୁରକ୍ଷା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri