ସମସ୍ୟାରେ ନୌବାଣିଜ୍ୟ ଶିକ୍ଷାନୁଷ୍ଠାନ

ପାରାଦୀପ,୨୮ା୧୧(ସ୍ବ.ପ୍ର.): ଯୁବତୀ ଓ ମହିଳାମାନଙ୍କୁ ସବୁ କ୍ଷେତ୍ରରେ ଅଗ୍ରାଧିକାର ଦେବା ପାଇଁ ସରକାର ବିଭିନ୍ନ କ୍ଷେତ୍ରରେ ସଂରକ୍ଷଣ ଆଇନ ଲାଗୁ କରୁଛନ୍ତି। କିନ୍ତୁ ରାଜ୍ୟରେ ଏମିତି ଏକ ଶିକ୍ଷାନୁଷ୍ଠାନ ରହିଛି ଯେଉଁଠି ଯୁବତୀମାନଙ୍କ ପାଠପଢିବା ପାଇଁ ବ୍ୟବସ୍ଥା ନାହିଁ। ଏହା ହେଉଛି ରାଜ୍ୟର ଏକମାତ୍ର ନୌବାଣିଜ୍ୟ ଶିକ୍ଷାନୁଷ୍ଠାନ ଓଡିଶା ମେରିଟାଇମ ଏକାଡେମୀ। ଜଗତସିଂହପୁର ଜିଲା ପାରାଦୀପ ବନ୍ଦର ଭିତ୍ତିକ ସହର ଭୀମ ଭୋଇ କଲୋନୀରେ ଏହା ୨୮ ବର୍ଷ ହେଲା ଚାଲିଛି। ୧୫ ଏକର ପରିମିତ ଜାଗାରେ ଚାଲିଥିବା ଏହି ନୌବାଣିଜ୍ୟ ଶିକ୍ଷାନୁଷ୍ଠାନ ଏବେ ବହୁବିଧ ସମସ୍ୟା ଦେଇ ଗତି କରୁଛି।

୧୯୯୨ରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ପାରାଦୀପରେ କଳିଙ୍ଗ ବାଲିଯାତ୍ରା ମହୋତ୍ସବ ଆରମ୍ଭ କରିଥିଲେ। ସେହିବର୍ଷ ବିଜୁବାବୁ ନିବେଦିତା ଆଚାର୍ଯ୍ୟ ନାମକ ଝିଅକୁ ବୋଇତରେ ସାଧବବୋହୂ ଭାବେ ଇଣ୍ଡୋନେସିଆ ପଠାଇଥିଲେ। ସେତେବେଳେ ବନ୍ଦର ଓ ପଣ୍ୟବାହୀ ଜାହାଜରେ ଓଡ଼ିଆଙ୍କୁ ନିଯୁକ୍ତି ମିଳି ପାରୁ ନ ଥିଲା। ଏଥିପାଇଁ ନୌବାଣିଜ୍ୟ ପାଠ୍ୟକ୍ରମ ଜରୁରି ଥିଲା। ଏହାକୁ ଦୃଷ୍ଟିରେ ରଖି ଉକ୍ତବର୍ଷ ବିଜୁ ପଟ୍ଟନାୟକ ପାରାଦୀପ ବନ୍ଦରରେ ଏକ ନୌବାଣିଜ୍ୟ ଶିକ୍ଷାନୁଷ୍ଠାନ ଖୋଲିବେ ବୋଲି ଘୋଷଣା କରିଥିଲେ। ଏଥିପାଇଁ ଜାହାଜ ଚଳାଚଳ ମନ୍ତ୍ରଣାଳୟରୁ ଡାଇରେକ୍ଟର ଜେନେରାଲଙ୍କ ସ୍ବୀକୃତି ଅଣାଯାଇ ଥିଲା। ଏହାପରେ ୩ ଏପ୍ରିଲ ୧୯୯୩ରେ ଏହି ଅନୁଷ୍ଠାନକୁ ଆନୁଷ୍ଠାନିକ ଭାବେ ଆରମ୍ଭ କରାଯାଇଥିଲା। ଏହାର ପରିଚାଳନା ଦାୟିତ୍ୱ ରାଜ୍ୟ ବାଣିଜ୍ୟ ପରିବହନ ବିଭାଗ ହାତରେ ରହିଛି। ଏଥିପାଇଁ ଏକ ମ୍ୟାନେଜିଂ ଟ୍ରଷ୍ଟି ଗଠନ କରାଯାଇଛି। ଏଥିରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଭିନ୍ନ ଭିନ୍ନ ବିଭାଗର ଅଧିକାରୀମାନେ ସଦସ୍ୟ ରହିଛନ୍ତି।

ଅନୁଷ୍ଠାନ ନିର୍ମାଣ ସମୟରେ ରାଜ୍ୟ ସରକାରଙ୍କ ସମେତ ପାରାଦୀପ ବନ୍ଦର ଓ ଅନ୍ୟାନ୍ୟ ଉତ୍ସରୁ ଅର୍ଥ ଆସିଥିଲା। ଅନୁଷ୍ଠାନରେ ମାତ୍ର ୬ ମାସିଆ ପାଠ୍ୟକ୍ରମ ରହିଛି। ଥରକରେ ୪୦ ଜଣ ଛାତ୍ର ପଢ଼ିବା ଭଳି ବ୍ୟବସ୍ଥା ରହିଛି। ସେଥିରୁ ଓଡ଼ିଶାର ପିଲାଙ୍କ ପାଇଁ ୨୦ ଓ ଅନ୍ୟ ରାଜ୍ୟର ପିଲାଙ୍କ ପାଇଁ ୨୦ଟି ସିଟ୍‌ ରହିଛି। ହଷ୍ଟେଲ ସୁବିଧା ସହ ପ୍ରାକ୍ଟିସ୍‌ ପାଇଁ ବ୍ୟବସ୍ଥା ରହିଛି। ଏଥିପାଇଁ ଫି ବାବଦରେ ପ୍ରତି ଛାତ୍ରଙ୍କୁ ୧ ଲକ୍ଷ ୨୦ ହଜାର ଟଙ୍କା ଦେବାକୁ ପଡୁଛି। ଏଭଳି ଭାବେ ପ୍ରତିବର୍ଷ ଅନୁଷ୍ଠାନରେ ୮୦ ଜଣ ପିଲା ପାଠ ପଢ଼ିଥାନ୍ତି। ଦଶମ ଶ୍ରେଣୀରୁ ଆରମ୍ଭ କରି ସ୍ନାତକ କରିଥିବା ଛାତ୍ରୀଛାତ୍ର ଏହି ପାଠ ପଢ଼ି ପାରୁଥିବାବେଳେ ସେମାନଙ୍କ ବୟସ ସୀମା ୧୮ ରୁ ୨୪ ମଧ୍ୟରେ ହେବା ଜରୁରି ବୋଲି ଏକାଡେମୀ ପକ୍ଷରୁ କୁହାଯାଇଛି। ଇତିମଧ୍ୟରେ ଦେଶର ୨୨୪୦ ଛାତ୍ର ଏଠାରୁ ପାଠ ପଢ଼ି ବିଶ୍ୱର ବିଭିନ୍ନ ସ୍ଥାନରେ ଚାକିରି କରୁଛନ୍ତି। ମାତ୍ର ଆବଶ୍ୟକ ଭିତ୍ତିଭୂମି ଅଭାବରୁ ଯୁବତୀମାନେ ଏଠାରେ ପଢ଼ିବାରୁ ବଞ୍ଚତ୍ତ ହେଉଛନ୍ତି। ଏହାବ୍ୟତୀତ ଶିକ୍ଷାନୁଷ୍ଠାନରେ ଥିବା କର୍ମଚାରୀଙ୍କୁ ସରକାରୀ କିମ୍ବା ଚୁକ୍ତିଭିତ୍ତିକ କର୍ମଚାରୀ ଭାବେ ମାନ୍ୟତା ମିଳିନାହିଁ। ସମସ୍ତଙ୍କୁ ବାର୍ଷିକ ଚୁକ୍ତିରେ ରଖାଯାଇଛି। ବହୁ ବର୍ଷ ହେବ ଟ୍ରଷ୍ଟବୋର୍ଡର ବୈଠକ ହୋଇନାହିଁ। ଏନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି।

ଏକାଡେମୀରୁ ପାସ୍‌ କରିଥିବା ଛାତ୍ର ବିଶ୍ବର ଯେକୌଣସି ଦେଶରେ ନାବିକଭାବେ ଚାକିରି ପାଇପାରିବେ ବୋଲି ଅଧ୍ୟାପକ ସୁଶାନ୍ତ ମହାଳିକ କୁହନ୍ତି। ଏହାସତ୍ତ୍ୱେ ଅନୁଷ୍ଠାନରେ ଥିବା ସମସ୍ୟାଗୁଡ଼ିକ ଦୂର କରିବା ପାଇଁ କୌଣସି ପ୍ରୟାସ କରାଯାଉନାହିଁ ବୋଲି ସେ କହିଛନ୍ତି। ଅଧ୍ୟକ୍ଷ ମାନସ ରଞ୍ଜନ ବେହୁରା କୁହନ୍ତି, ବନ୍ଦର ପ୍ରଶାସନ ପକ୍ଷରୁ ଅନୁଷ୍ଠାନ ପାଇଁ ଦିଆଯାଉଥିବା ଅନୁଦାନ ଅନେକ ବର୍ଷ ହେବ ବନ୍ଦ କରିଦିଆଯାଇଛି। ଏହାଛଡା ଯୁବତୀଙ୍କ ପାଇଁ ଅଲଗା ହଷ୍ଟେଲ ଓ କ୍ଲାସରୁମ୍‌ ଆଦିର ସୁବିଧା ନାହିଁ। ମ୍ୟାନେଜିଂ ଟ୍ରଷ୍ଟବୋର୍ଡ ଯୁବତୀମାନଙ୍କୁ ପଢ଼ାଇବା ନିମନ୍ତେ ଏପର୍ଯ୍ୟନ୍ତ ସରକାରଙ୍କ ଠାରୁ କୌଣସି ସ୍ବୀକୃତି ଆଣିନାହାନ୍ତି। ଏସବୁ ସମସ୍ୟା କେବେ ଦୂର ହେବ ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ରେଳ ଲାଇନ୍‌ ପାରି ହେଉଥିଲେ, ଧକ୍କା ଦେଲା ବାଙ୍ଗିରିପୋଷି-ରୁପ୍ସା ଟ୍ରେନ: ମୁଣ୍ଡରୁ ଗଣ୍ଡି ଅଲଗା…

ବୈଶିଙ୍ଗା, ୧।୪ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମଛପଦା ନିକଟରେ ବୁଧବାର ରାତିରେ ଏକ ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟିଯାଇଛି। ବାଙ୍ଗିରିପୋଷି-ରୁପ୍ସା ଡିଏମୟୁ…

ଗଜପତି ପୋଲିସର ବଡ଼ ସଫଳତା: ୧ କୋଟି ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୩ ମାଫିଆ…

ମୋହନା, ୧।୪(ମନ୍ମଥ ମିଶ୍ର): ରାଜ୍ୟ ସରକାରଙ୍କ ଗଞ୍ଜେଇ ମୁକ୍ତ ଓଡ଼ିଶା ଅଭିଯାନ ମଧ୍ୟରେ ଗଜପତି ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଜିଲାର ଆର୍‌. ଉଦୟଗିରି ଥାନା…

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବ୍ୟାକଫୁଟରେ ସୁପରପାୱାର ଆମେରିକା, ଇରାନ ସହ ଯୁଦ୍ଧରୁ ଓହରିବ! ଟ୍ରମ୍ପଙ୍କ ବଡ଼ ବୟାନ…

ୱାଶିଂଟନ, ୧ା୪:ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ଏକ ନୂଆ ମୋଡ଼ ନେଇଛି। ସୁପରପାୱାର ଆମେରିକାର ରଣନୀତି ଫେଲ ମାରୁଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ…

ରାସାୟନିକ ଦୁର୍ଘଟଣା ରୋକିବାରେ ‘ଗ୍ରାସିମ୍‌’ ତୁଲାଉଛି ଗୁରୁଦାୟିତ୍ୱ, ଜନସାଧାରଣଙ୍କ ମଧ୍ୟରେ…

ଗଞ୍ଜାମ,୧ା୪(ଅନାଥ ତରାଇ/ବିଦ୍ୟାଧର ସାହୁ)- ପରିବେଶ ସୁରକ୍ଷା ଏବଂ ଜନସାଧାରଣଙ୍କ ନିରାପତ୍ତା ପ୍ରତି ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରି ପୁଣିଥରେ ଚର୍ଚ୍ଚାରେ ଗ୍ରାସିମ୍‌ ଇଣ୍ଡଷ୍ଟ୍ରିଜ୍‌। ମଙ୍ଗଳବାର ଅପରାହ୍ନ ପ୍ରାୟ…

ଥୁଆମୂଳ ରାମପୁରରେ ମା’ ଠାକୁରାଣୀଙ୍କ ଚୈତ୍ର ଘଣ୍ଟଯାତ୍ରା ସମ୍ପନ୍ନ: ଭକ୍ତିମୟ ପରିବେଶରେ ନିଜ ଆସ୍ଥାନକୁ ଫେରିଲେ ମା’

ଥୁଆମୂଳ ରାମପୁର,୧।୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ମୁଖ୍ୟାଳୟରେ ଅତି ଆଡ଼ମ୍ବର ସହକାରେ ଅନୁଷ୍ଠିତ ହେଉଥିବା ମା’ ଠାକୁରାଣୀଙ୍କ ପବିତ୍ର ଚୈତ୍ର ଘଣ୍ଟଯାତ୍ରା…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri