ବସ୍ତି ଅଞ୍ଚଳରେ ପାନୀୟଜଳ ସମସ୍ୟା ଉତ୍କଟ

ରାଉରକେଲା ଅଫିସ,୧୮।୨: ରାଉରକେଲା ସହରର ୬୦ରୁ ଊର୍ଦ୍ଧ୍ୱ ବସ୍ତିରେ ପାନୀୟଜଳ ସମସ୍ୟା ଉକତ୍ଟ ହୋଇଛି। ଫଳରେ ବସ୍ତିବାସିନ୍ଦା ପାନୀୟଜଳ ସମସ୍ୟା ଯୋଗୁ ଉବୁଟୁବୁ ହେଉଛନ୍ତି। ଅନେକ ବସ୍ତିରେ ପାନୀୟଜଳ ଯୋଗାଣ ନିମନ୍ତେ ପାଇପ୍‌ ବିଛା କାର୍ଯ୍ୟ ସରି ସାରିଥିଲେ ହେଁ ପାଇପ୍‌ଗୁଡିକ ମୁଖ୍ୟ ଜଳସ୍ରୋତରେ ସଂଯୋଗ ହୋଇନି। ରଘୁନାଥପାଲି ନିର୍ବାଚନ ମଣ୍ଡଳୀର ବସ୍ତିବାସିନ୍ଦା ପ୍ରାୟ ନଳକୂପ ଉପରେ ଭରସା କରି ପାନୀୟଜଳ ଆବଶ୍ୟକତା ପୂରଣ କରୁଛନ୍ତି। ଆସନ୍ନ ପ୍ରାୟ ଗ୍ରୀଷ୍ମଋତୁରେ ଜଳଉତ୍ସ ହ୍ରାସ ପାଇବ ଓ ଜଳହ୍ରାସ ଯୋଗୁ ବସ୍ତିର ନଳକୂପମାନ ମଧ୍ୟ ଅଚଳ ହୋଇଯିବା ଆଶଙ୍କା ରହିଛି। ତେଣୁ ଜିଲା କଂଗ୍ରେସ ଦଳ ରାଉରକେଲାର ପିଏଚ୍‌ଡି ବିଭାଗ ଓ ଔଟକୋ ବିଭାଗର ବିରୋଧରେ ଗୁରୁବାର ସ୍ବର ଉତ୍ତୋଳନ କରିଛନ୍ତି। ବସ୍ତିବାସିନ୍ଦାଙ୍କ ପାନୀୟଜଳ ସମସ୍ୟାର ସମାଧାନ ଗ୍ରୀଷ୍ମଋତୁ ପୂର୍ବରୁ କରା ନ ଗଲେ ପିଏଚ୍‌ଡି ଓ ଔଟକୋ ବିଭାଗ କାର୍ଯ୍ୟାଳୟକୁ ଘେରାଉ କରାଯିବ ବୋଲି ପୂର୍ବତନ ରଘୁନାଥପାଲିର କଂଗ୍ରେସ ବିଧାୟକ ପ୍ରାର୍ଥି ପ୍ରଶାନ୍ତ ସେଠୀ ଗଣମାଧ୍ୟମ ପ୍ରତିନିଧିଙ୍କୁ ସୂଚନା ଦେଇଛନ୍ତି। ଉଭୟ ବିଭାଗ ଯଦି ୧୫ ଦିନ ମଧ୍ୟରେ ବସ୍ତି ଅଞ୍ଚଳମାନଙ୍କରେ ଜଳଯୋଗାଣ ବ୍ୟବସ୍ଥାକୁ ସୁବ୍ୟବସ୍ଥିତ ନ କରନ୍ତି, ଆଗାମୀ ସମୟରେ ରାଉରକେଲାରେ କଂଗ୍ରେସ ଆନ୍ଦୋଳନ କରିବା ସୁନିଶ୍ଚିତ ବୋଲି ଜିଲା କଂଗ୍ରେସ ଦଳର ସଭାପତି ଦେବବ୍ରତ ବିହାରୀ, ଉପସଭାପତି ଉମେଶ ଶରଣ, ପିସିସି ସଦସ୍ୟ ପ୍ରଭାତୀ ମିଶ୍ର, ଉପସଭାପତି ସନ୍ତୋଷ ବିଶ୍ୱାଳ, ସାଧାରଣ ସମ୍ପାଦକ ସରୋଜ ଲେଙ୍କା,ପିସିସି ସଦସ୍ୟ ପ୍ରଭାତୀ ମିଶ୍ର, ପିସିସି ସଦସ୍ୟ ଲତା ନାୟକ ଓ ରାଜ୍ୟ ସମ୍ପାଦକ ବିଶ୍ୱରଞ୍ଜନ ରାଉତ ପ୍ରମୁଖ ଉଭୟ ବିଭାଗକୁ ଚେତାବନୀ ଦେଇଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ଧୋଇଗଲା ୨୦ ଫୁଟର ରାସ୍ତା, ଝରିଗାଁ-ଡାବୁଗାଁ ମୁଖ୍ୟ ରାସ୍ତାରେ ଯାତାୟାତ ବନ୍ଦ

ଝରିଗାଁ,୨୩ା୮(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକରେ ଲଗାଣ ବର୍ଷା ଯୋଗୁ ଝରିଗାଁ ବ୍ଲକ କୁଟ୍ରିଛାପର ପଞ୍ଚାୟତ ଅନ୍ତର୍ଗତ ଚିକିଲି ନଦୀର ସୁରକ୍ଷା ପାଚେରୀ ସହ…

ଚିନିର ମୂଲ୍ୟ କିଲୋଗ୍ରାମ ପିଛା ୨୦ଟଙ୍କାରେ ପହଞ୍ଚିବା ପରେ କ’ଣ କହିଥିଲେ ଅଟଳ ବିହାରୀ ବାଜପେୟୀ? ଭିଡ଼ିଓ ହେଉଛି ଭାଇରାଲ, ତେଜିଲାଣି ରାଜନୀତି!

ନୂଆଦିଲ୍ଲୀ,୨୩।୮: ଚିନିର ମୂଲ୍ୟ ବୃଦ୍ଧି ପୁଣି ଥରେ ସାଧାରଣ ଲୋକଙ୍କ ବଜେଟକୁ ବାଧା ଦେବା ଆରମ୍ଭ କରିଛି। ଦେଶର ଅନେକ ରାଜ୍ୟରେ ଚିନିର ମୂଲ୍ୟ ପ୍ରତି କିଲୋଗ୍ରାମ…

ସ୍ୱାମୀଙ୍କୁ ନଜଣାଇ ଟ୍ରଙ୍କରେ ରଖିଥିଲେ ୧୨ ଲକ୍ଷ, ସବୁ ଖାଇଦେଲା ମୂଷା! ତାପରେ….

ଲକ୍ଷ୍ନୌ,୨୩।୮: ତ୍ତତ୍ତରପ୍ରଦେଶର ଗୋଣ୍ଡାରୁ ଏପରି ଏକ ଘଟଣା ସାମ୍ନାକୁ ଆସିଛି, ଯାହାକୁ ନେଇ ସୋସିଆଲ ମିଡିଆରେ ବେଶ୍ ଚର୍ଚ୍ଚା ହେଉଛି । ଜଣେ ମହିଳା ପ୍ରାୟ ୮…

SIM କାର୍ଡ ନିୟମରେ ବଡ଼ ପରିବର୍ତ୍ତନ! କାଲିଠୁ ଏମାନଙ୍କର କଟିଯିବ କନେକ୍ସନ…

ଯଦି ଆପଣଙ୍କ ନାମରେ ଏକାଧିକ ମୋବାଇଲ୍ ସିମ୍ କାର୍ଡ ଅଛି, ତେବେ ଏହି ଖବର ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ। ସରକାର ଏବେ ନିର୍ଦ୍ଧାରିତ ସୀମାଠାରୁ ଅଧିକ ମୋବାଇଲ୍…

କ୍ୟାରିଅର ଶେଷ! ଭାରତୀୟ କ୍ରିକେଟରଙ୍କ ଅବସର ଘୋଷଣା, ଟେଷ୍ଟ, ODI,T20 ଫର୍ମାଟରେ ଟିମ ଇଣ୍ଡିଆ ପାଇଁ କରିଛନ୍ତି ଚମତ୍କାର ପ୍ରଦର୍ଶନ

ନୂଆଦିଲ୍ଲୀ,୨୩।୮: ଗୋଟିଏ ଟେଷ୍ଟ, ଦୁଇଟି ଦିନିକିଆ ଏବଂ ଗୋଟିଏ ଟି-୨୦ରେ ଭାରତର ପ୍ରତିନିଧିତ୍ୱ କରିଥିବା ଲେଗ-ସ୍ପିନର କର୍ଣ୍ଣ ଶର୍ମା ଅନ୍ତର୍ଜାତୀୟ ଏବଂ ଭାରତୀୟ ଘରୋଇ କ୍ରିକେଟରୁ ଅବସର…

ଜନ୍ତର-ମନ୍ତର ଭଳି ପୁଣି ଆନ୍ଦୋଳନର ଚେତାବନୀ ଦେଲା CJP, ଏହିଦିନ ଯୁବବର୍ଗ….

ନୂଆଦିଲ୍ଲୀ,୨୩।୮: ଜନ୍ତର ମନ୍ତରରେ ଚାଲିଥିବା ବିରୋଧ ପ୍ରଦର୍ଶନ ସମୟରେ କେନ୍ଦ୍ର ସରକାର ଦେଇଥିବା ପ୍ରତିଶ୍ରୁତି ପୂରଣ କରିବାକୁ ଦାବି କରିଛି କକ୍ରୋଚ ଜନତା ପାର୍ଟି (CJP) ।…

ନାବାଳିକାଙ୍କୁ ବଳାତ୍କାର କରି ଗର୍ଭବତୀ କରିଥିବା ଅଭିଯୋଗ: ଜଣେ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ

ବଞ୍ଚୋ,୨୩ା୮(ପ୍ରଦୋଷ ବିଶ୍ୱାଳ): ଜଣେ ନାବାଳିକାଙ୍କୁ ବଳାତ୍କାର କରି ଗର୍ଭବତୀ କରିଥିବା ଅଭିଯୋଗରେ ରାମଚନ୍ଦ୍ରପୁର ପୋଲିସ ଜଣେ ଅଭିଯୁକ୍ତଙ୍କୁ ଗିରଫ କରି ପୋକ୍ସୋ କୋର୍ଟକୁ ପଠାଇଛି। ଏନେଇ ରାମଚନ୍ଦ୍ରପୁର…

କେନ୍ଦ୍ରୀୟ କର୍ମଚାରୀଙ୍କ ବଢିବ ଦରମା, ରାକ୍ଷୀରେ ଆସିବ DA!

ନୂଆଦିଲ୍ଲୀ,୨୩।୮: ଦେଶବ୍ୟାପୀ ଲକ୍ଷ ଲକ୍ଷ କେନ୍ଦ୍ରୀୟ କର୍ମଚାରୀ ଏବଂ ପେନଶନଭୋଗୀ ଅଷ୍ଟମ ବେତନ ଆୟୋଗ (8th Pay Commission) ଗଠନକୁ ଅପେକ୍ଷା କରିଥିବା ବେଳେ, ବର୍ତ୍ତମାନ ସେମାନଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri