ବସ୍ତି ଅଞ୍ଚଳରେ ପାନୀୟଜଳ ସମସ୍ୟା ଉତ୍କଟ

ରାଉରକେଲା ଅଫିସ,୧୮।୨: ରାଉରକେଲା ସହରର ୬୦ରୁ ଊର୍ଦ୍ଧ୍ୱ ବସ୍ତିରେ ପାନୀୟଜଳ ସମସ୍ୟା ଉକତ୍ଟ ହୋଇଛି। ଫଳରେ ବସ୍ତିବାସିନ୍ଦା ପାନୀୟଜଳ ସମସ୍ୟା ଯୋଗୁ ଉବୁଟୁବୁ ହେଉଛନ୍ତି। ଅନେକ ବସ୍ତିରେ ପାନୀୟଜଳ ଯୋଗାଣ ନିମନ୍ତେ ପାଇପ୍‌ ବିଛା କାର୍ଯ୍ୟ ସରି ସାରିଥିଲେ ହେଁ ପାଇପ୍‌ଗୁଡିକ ମୁଖ୍ୟ ଜଳସ୍ରୋତରେ ସଂଯୋଗ ହୋଇନି। ରଘୁନାଥପାଲି ନିର୍ବାଚନ ମଣ୍ଡଳୀର ବସ୍ତିବାସିନ୍ଦା ପ୍ରାୟ ନଳକୂପ ଉପରେ ଭରସା କରି ପାନୀୟଜଳ ଆବଶ୍ୟକତା ପୂରଣ କରୁଛନ୍ତି। ଆସନ୍ନ ପ୍ରାୟ ଗ୍ରୀଷ୍ମଋତୁରେ ଜଳଉତ୍ସ ହ୍ରାସ ପାଇବ ଓ ଜଳହ୍ରାସ ଯୋଗୁ ବସ୍ତିର ନଳକୂପମାନ ମଧ୍ୟ ଅଚଳ ହୋଇଯିବା ଆଶଙ୍କା ରହିଛି। ତେଣୁ ଜିଲା କଂଗ୍ରେସ ଦଳ ରାଉରକେଲାର ପିଏଚ୍‌ଡି ବିଭାଗ ଓ ଔଟକୋ ବିଭାଗର ବିରୋଧରେ ଗୁରୁବାର ସ୍ବର ଉତ୍ତୋଳନ କରିଛନ୍ତି। ବସ୍ତିବାସିନ୍ଦାଙ୍କ ପାନୀୟଜଳ ସମସ୍ୟାର ସମାଧାନ ଗ୍ରୀଷ୍ମଋତୁ ପୂର୍ବରୁ କରା ନ ଗଲେ ପିଏଚ୍‌ଡି ଓ ଔଟକୋ ବିଭାଗ କାର୍ଯ୍ୟାଳୟକୁ ଘେରାଉ କରାଯିବ ବୋଲି ପୂର୍ବତନ ରଘୁନାଥପାଲିର କଂଗ୍ରେସ ବିଧାୟକ ପ୍ରାର୍ଥି ପ୍ରଶାନ୍ତ ସେଠୀ ଗଣମାଧ୍ୟମ ପ୍ରତିନିଧିଙ୍କୁ ସୂଚନା ଦେଇଛନ୍ତି। ଉଭୟ ବିଭାଗ ଯଦି ୧୫ ଦିନ ମଧ୍ୟରେ ବସ୍ତି ଅଞ୍ଚଳମାନଙ୍କରେ ଜଳଯୋଗାଣ ବ୍ୟବସ୍ଥାକୁ ସୁବ୍ୟବସ୍ଥିତ ନ କରନ୍ତି, ଆଗାମୀ ସମୟରେ ରାଉରକେଲାରେ କଂଗ୍ରେସ ଆନ୍ଦୋଳନ କରିବା ସୁନିଶ୍ଚିତ ବୋଲି ଜିଲା କଂଗ୍ରେସ ଦଳର ସଭାପତି ଦେବବ୍ରତ ବିହାରୀ, ଉପସଭାପତି ଉମେଶ ଶରଣ, ପିସିସି ସଦସ୍ୟ ପ୍ରଭାତୀ ମିଶ୍ର, ଉପସଭାପତି ସନ୍ତୋଷ ବିଶ୍ୱାଳ, ସାଧାରଣ ସମ୍ପାଦକ ସରୋଜ ଲେଙ୍କା,ପିସିସି ସଦସ୍ୟ ପ୍ରଭାତୀ ମିଶ୍ର, ପିସିସି ସଦସ୍ୟ ଲତା ନାୟକ ଓ ରାଜ୍ୟ ସମ୍ପାଦକ ବିଶ୍ୱରଞ୍ଜନ ରାଉତ ପ୍ରମୁଖ ଉଭୟ ବିଭାଗକୁ ଚେତାବନୀ ଦେଇଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବେ ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା

କଟକ,୨୫ା୪(କାର୍ତ୍ତିକ ସାହୁ): ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା ତାଙ୍କ ଦିବଙ୍ଗତ ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବା ନିମନ୍ତେ ଅଦାଲତ ଅନୁମତି ଦେଇଛନ୍ତି। ଆସନ୍ତା ୨୯ ଓ ୩୦ ତାରିଖରେ...

ଗରା ଧରି ଜିଲାପାଳଙ୍କୁ ପାଣି ମାଗିଲେ ଜୁଆଙ୍ଗ ଆଦିବାସୀ

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାର ଆଦିବାସୀ ଓ ଗରିବ ଲୋକଙ୍କ ପାଇଁ ମାଳମାଳ ଯୋଜନା କରି ଅନେକ କୋଟି ଖର୍ଚ୍ଚ କରୁଛନ୍ତି। ମାତ୍ର ଜିଲାର ପୁରାତନ...

୨୦୧୮ ଗୁଳିକାଣ୍ଡ: କୁଖ୍ୟାତ ଅପରାଧୀ ତପୁଙ୍କୁ ୭ ବର୍ଷ କାରାଦଣ୍ଡ

କଟକ,୨୫ା୪ (କାର୍ତ୍ତିକ ସାହୁ): କଟକ ସଦର ଥାନା ଅଞ୍ଚଳରେ ୨୦୧୮ ମସିହା ମାର୍ଚ୍ଚ ୨ ତାରିଖରେ ଦୁଇଗୋଷ୍ଠୀ ମଧ୍ୟରେ ସଂଘଟିତ ଗୁଳିମାଡ଼ ମାମଲାର ରାୟ ଗୁରୁବାର...

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ମିଶ୍ରଣ ପର୍ବରେ ବିଜେଡି କର୍ମୀଙ୍କୁ ଟାର୍ଗେଟ୍‌ କଲେ କଂଗ୍ରେସ କର୍ମୀ

ମୋରଡ଼ା,୨୫ା୪(ସ୍ମାରକ ମାଜୀ): ଆଗାମୀ ସାଧାରଣ ନିର୍ବାଚନ ପାଇଁ କଂଗ୍ରେସ ବଳ ଗୋଟାଇବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଗୁରୁବାର ମୋରଡା ବ୍ଲକ ଅଧୀନ କଲରାଫୁଲିଆସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ...

ପୋଖରୀରେ ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ଭଉଣୀ

ଗୋପ,୨୫ା୪(ଭାରତୀ ଭୂଷଣ): ପୋଖରୀରେ ଗାଧୋଇବା ହେଲା କାଳ। ଦୁଇ ଭଉଣୀ ଗୁରୁବାର ପୋଖରୀରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ପୁରୀ ଜିଲା ଗୋପ ଥାନା ଡଭାର ଗାଁରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri