ପାଣି ପାଇଁ ସମସ୍ୟା ଭୋଗୁଛନ୍ତି କାମ୍ପ ମାଲିଗାଁବାସୀ

ରାୟଗଡ଼ା ଅଫିସ/ରାୟଗଡ଼ା,(ସ୍ବ.ପ୍ର.)୪ା୪: ରାୟଗଡ଼ା ଜିଲା ଗଠନର ୩୦ ବର୍ଷ ବିତିଯାଇଥିଲେ ମଧ୍ୟ ଆଜି ବି ବହୁ ଗ୍ରାମାଞ୍ଚଳରେ ପାନୀୟ ଜଳର ଅସୁବିଧା ଲାଗି ରହିଛି। ଗ୍ରୀଷ୍ମ ଆରମ୍ଭରୁ ଜିଲାବାସୀ ପାନୀୟ ଜଳ ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି। ପ୍ରଶାସନିକ ଆନ୍ତରିକତା ଅଭାବ ସମସ୍ୟା ସମାଧାନ ହୋଇ ନ ପାରିବାର ମୁଖ୍ୟ କାରଣ ବୋଲି ସାଧାରଣରେ ଆଲୋଚନା ହେଉଛି ା
ରାୟଗଡ଼ା ବ୍ଲକ ଅନ୍ତର୍ଗତ କାମ୍ପ ମାଲିଗାଁ ପଞ୍ଚାୟତରେ ପାନୀୟ ଜଳ ସମସ୍ୟା ଦେଖିବାକୁ ମିଳିଛି । ଗ୍ରାମରେ ଥିବା ପାଣି ମୋଟର ୧୦ ଦିନରୁ ଉର୍ଦ୍ଧ୍ୱ ହେବ ଅଚଳ ହୋଇ ପଡ଼ିରହିଛି। ଏହାର ମରାମତି ପାଇଁ ଦାୟିତ୍ୱରେ ଥିବା କନିଷ୍ଠ ଯନ୍ତ୍ରୀଙ୍କୁ ଅବଗତ କରାଯାଇଥିଲେ ସୁଦ୍ଧା ସୁଫଳ ମିଳିଲାନି। ତେଣୁ ସୋମବାର ସ୍ଥାୟୀ ଲୋକ ଅଦାଲତରେ ଅଭିଯୋଗ କରିଛନ୍ତି କାମ୍ପ ମାଲିଗାଁ ଗ୍ରାମବାସୀ । ଗ୍ରାମରେ ୩୫୦ରୁ ୪୦୦ ଘର ରହିଛି  । ହେଲେ ପାନୀୟ ଜଳର ଅସୁବିଧା ଭୋଗୁଛନ୍ତି ଅଞ୍ଚଳବାସୀ। ଗ୍ରାମବାସୀଙ୍କ କହିବାନୁସାରେ ୧୦ ଦିନ ହେଲା ପାଣି ପମ୍ପ କାମ କରୁନାହିଁ । ଯଦ୍ୱାରା ଗାଁର କୌଣସ ଷ୍ଟାଣ୍ଡ ପୋଷ୍ଟ କିମ୍ବା ଘରେ ଲାଗିଥିବା ପାଇପରେ ପାଣି ଆସୁନାହିଁ । ପାନୀୟ ଜଳ ଟୋପାଏ ପାଇବା ମୁସ୍କିଲ ହୋଇଯାଉଛି ା ସମସ୍ୟା ସମଧାନ ପାଇଁ ଗ୍ରାମବାସୀ ବାରମ୍ବାର କନିଷ୍ଠ ଯନ୍ତ୍ରୀଙ୍କୁ ଫୋନ କରିଥିଲେ ମଧ୍ୟ ସେ ଫୋନ୍‌ ଉଠାଇ ନଥିଲେ ବୋଲି ଗ୍ରାମର ବି.ଗୋବିନ୍ଦ ପଟନାୟକ କହିଛନ୍ତି । ଏଣୁ ଗ୍ରାମବାସୀ ପଞ୍ଚାୟତ ସମିତି ଆଇନ ସହାୟତା ସେଲ ଓ ସ୍ଥାନୀୟ ସରପଞ୍ଚ କବିତା ହୁଇକାଙ୍କୁ ଅଭିଯୋଗ କରିଥିଲେ । ଅଭିଯୋଗ ପାଇବା ପରେ ଶୁକ୍ରବାର ପଞ୍ଚାୟତ ସମିତି ଆଇନ ସହାୟତା ସେଲର ଆଇନଜୀବୀ ୱାଇ.ଶ୍ରୀନିବାସ ଓ ଦମୟନ୍ତୀ ମହାନନ୍ଦିଆ କାମ୍ପ ମାଲିଗାଁକୁ ଯାଇ ଘଟଣାର ତଦନ୍ତ କରିଥିଲେ । ତଦନ୍ତ ଅନୁସାରେ ସେଠାରେ ପାଣି ପମ୍ପ ଅଚଳ ଯୋଗୁଁ ପାନୀୟ ଜଳର ସମସ୍ୟା ଦେଖାଦେଇଛି । ଏହାକୁ ଭିତ୍ତିକରି ସୋମବାର ପଞ୍ଚାୟତ ସମିତି ଆଇନ ସହାୟତା ସେଲ ସହଯୋଗରେ ସ୍ଥାୟୀ ଲୋକ ଅଦାଲତରେ ଗ୍ରାମବାସୀ ଅଭିଯୋଗ ଦାଖଲ କରିଛନ୍ତି। ଏହି ଅଭିଯୋଗ ଦାଖଲ ସମୟରେ ଗ୍ରାମବାସୀଙ୍କ ସହିତ ଆଇନଜୀବୀ ୱାଇ.ଶ୍ରୀନିବାସ, ବାବୁ ରାଜଗୁରୁ ପ୍ରମୁଖ ଉପସ୍ଥିତ ଥିଲେ । ତେବେ ଏନେଇ ସ୍ଥାୟୀ ଲୋକ ଅଦାଲତ ବିଚାରପତି ନିବେଦିତା ପଣ୍ଡା ପାଣି ପମ୍ପ ଶୀଘ୍ର ମରାମତି ପାଇଁ ନିର୍ଦ୍ଦେଶ ଦିଆଯିବ ଏବଂ ସମସ୍ୟାର ସମାଧାନ କରାଯିବ ବୋଲି ଆଶ୍ୱାସନା ଦେଇଛନ୍ତି । ଅନ୍ୟପକ୍ଷରେ ଦାୟିତ୍ୱରେ ଥିବା କନିଷ୍ଠ ଯନ୍ତ୍ରୀ ଦୀପ୍ତିମୟୀ ବାଟଲାଭତ୍ରାଙ୍କୁ ପଚାରିବାରୁ, ପାଣି ମୋଟର ପମ୍ପ ଅଚଳ ନେଇ ରବିବାର ଗ୍ରାମବାସୀ ଜଣାଇଥିଲେ ଏବଂ ସୋମବାର ଏହାର ମରାମତି କରିଦିଆଯାଇଛି ବୋଲି କହିଛନ୍ତି।
ଏ ନେଇ ଆର୍‌ଡବ୍ଲ୍ୟୁଏସ୍‌ଏସ୍‌ କାର୍ଯ୍ୟ ନିର୍ବାହୀ ଅଧିକାରୀ ଚିତ୍ତରଞ୍ଜନ ଜେନା କହିଛନ୍ତି, ପଞ୍ଚାୟତରେ ମୋଟର ଖରାପ ହେଲେ ମରାମତି କରିବା ପାଇଁ ଫଣ୍ଡ ରହିଛି। ହେଲେ କାହିଁକି ମରାମତି ହୋଇ ନ ଥିଲା ବିଭାଗୀୟ ଅଧିକାରୀଙ୍କଠାରୁ ବୁଝିବେ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗଞ୍ଜେଇ ଜବତ, ଜଣେ ଗିରଫ

ମୋହନା, ୫ା୧୨(ମନ୍ମଥ ମିଶ୍ର): ଗଞ୍ଜେଇ ଚୋରାଚାଲାଣ କରୁଥିବା ବେଳେ ଶୁକ୍ରବାର ଜଣେ ବ୍ୟକ୍ତିଙ୍କୁ ମୋହନା ଅବକାରୀ ବିଭାଗ କର୍ମଚାରୀ ଗିରଫ କରି କୋର୍ଟଚାଲାଣ କରିଛନ୍ତି। ସେ...

ରୁଷିକୁଲ୍ୟା ମୁହାଁଣରୁ ୨ ଆନ୍ଧ୍ର ଟ୍ରଲର ଜବତ

ଗଞ୍ଜାମ,୫ା୧୨(ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରୁଷିକୁଲ୍ୟା ମୁହାଁଣ ନୋ ଫିସିଙ୍ଗ ଜୋନ୍‌ରୁ ଆନ୍ଧ୍ର ପ୍ରଦେଶର ଦୁଇଟି ଟ୍ରଲରକୁ ଶୁକ୍ରବାର ବନ ବିଭାଗ ଜବତ କରି ମତ୍ସ୍ୟ...

ସୁରକ୍ଷାକର୍ମୀ-ମାଓବାଦୀ ଗୁଳି ବିନିମୟ, ବନ୍ଧୁକ ଜବତ

ବାଲିଗୁଡ଼ା,୫ା୧୨ (ସଞ୍ଜୟ କୁମାର ପାଣିଗ୍ରାହୀ): କିଛି ଦିନର ନୀରବତା ପରେ ପୁଣି କନ୍ଧମାଳ ଜିଲା ବେଲଘର-କୋଟଗଡ଼ ଥାନା ସୀମାନ୍ତରେ ମାଓ ଗତିବିଧି ଦେଖାଦେଇଛି। ଏସଓଜି ଏବଂ...

ପ୍ଲାଷ୍ଟିକର ବହୁଳ ବ୍ୟବହାର ଜୀବଜଗତ ପ୍ରତି ବିପଦ

ଦିଗପହଣ୍ଡି,୫ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଭୀଷ୍ମଗିରି ଗ୍ରାମ ସ୍ଥିତ ରାମଜୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ‘ଇକୋ’ କ୍ଲବ୍‌ ପକ୍ଷରୁ ଏକ...

୭ କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କଲା ତୁମୁଡିବନ୍ଧ ପୋଲିସ

ତୁମୁଡିବନ୍ଧ,୫ା୧୨(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲାରେ ନୀଳ ଜହର ଅପରେଶନ ଜୋରଦାର ଜାରି ରହିଥିବାବେଳେ ବେଆଇନ ଭାବେ କରାଯାଇଥିବା ୮ ଏକର ପରିମିତ ଜାଗାର ପ୍ରାୟ...

ଲାଗିଗଲା କାହା ନଜର: ଏକାବେଳକେ ଆଖି ବୁଜିଦେଲେ ସ୍ତ୍ରୀ- ସ୍ବାମୀ, ପେଟରୁ ମରିଗଲା…

ଦିଗପହଣ୍ଡି,୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ସାରେ ଏକ...

‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? ବିଧାନସଭାରେ କହିଦେଲେ ମନ୍ତ୍ରୀ

ଭୁବନେଶ୍ୱର,୫।୧୨: ‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? କଂଗ୍ରେସ ବିଧାୟକ ଦଳ ନେତାଙ୍କର ଏପରି ପ୍ରଶ୍ନର ଉତ୍ତର ରଖିଲେ ସଂସ୍କୃତି ମନ୍ତ୍ରୀ। ବିଧାନସଭାରେ ଓଡ଼ିଆ ଭାଷା,...

ନିମ୍ନମାନର ମଧ୍ୟାହ୍ନଭୋଜନ ନେଇ ସ୍କୁଲ ପାଚେରି ଡେଇଁ ସରପଞ୍ଚଙ୍କ ପାଖେ ପହଞ୍ଚିଲେ ପିଲା, ପରେ…

ଦିଗପହଣ୍ଡି, ୫ା୧୨(ଅଶେଷ ନାଥ ମିଶ୍ର):ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ୍‌ କଉଡ଼ିଆ ଗ୍ରାମ ୫-ଟି ନୋଡାଲ ହାଇସ୍କୁଲରେ ନିମ୍ନମାନର ମଧ୍ୟାହ୍ନ ଭୋଜନକୁ ଶୁକ୍ରବାର ଛାତ୍ରୀଛାତ୍ରମାନେ ବର୍ଜନ କରିଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri