ନିକ୍‌ଙ୍କ ସହ କର୍‌ଓ୍ବାଚୌଥ୍‌ ପାଳନର ଫଟୋ ଶେୟାର କଲେ ପ୍ରିୟଙ୍କା

ମୁମ୍ବାଇ: ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରା ତାଙ୍କ କର୍‌ଓ୍ବାଚୌଥ ଫଟୋ ଶେୟାର କରିଛନ୍ତି। ଗୁରୁବାର ପ୍ରିୟଙ୍କା କର୍‌ଓ୍ବାଚୌଥ୍‌ ସ୍ବାମୀ ନିକ୍‌ଙ୍କ ସହ ପାଳନ କରିଥିଲେ। ତେବେ ଗତକାଲି ବଲିଉଡ୍‌ର ରବିନା ଟଣ୍ଡନ, କ୍ୟାଟ୍ରିନା କୈଫ୍‌, ମୌନୀରାୟଙ୍କ ପରି ଅନେକ ଅଭିନେତ୍ରୀ ଏହି ବିଶେଷ ଦିନକୁ ନିଜ ପରିବାର ଏବଂ ସାଙ୍ଗମାନଙ୍କ ସହ ପାଳନ କରିଥିଲେ। ଯାହାର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଆଜି ପ୍ରିୟଙ୍କା ତାଙ୍କ କର୍‌ଓ୍ବାଚୌଥ୍‌ର ଫଟୋ ସୋସିଆଲ ମିଡିଆରେ ଶେୟାର କରିଛନ୍ତି। ଫଟୋରେ ସେ ଲାଲ୍‌ ଚୁଡ଼ି ପିନ୍ଧିଥିବା ବେଳେ ସ୍ବାମୀ ନିକ୍‌ଙ୍କ ନାମରେ ମେହେନ୍ଦୀ କରିଥିବା ଦେଖିବାକୁ ମିଳିଛି।

ପ୍ରିୟଙ୍କା ନିକ୍‌ଙ୍କ ସହ ଚଳିତବର୍ଷ ୩ୟ କର୍‌ଓ୍ବାଚୌଥ୍‌ ପାଳନ କରିଛନ୍ତି। ଆଜି ପ୍ରିୟଙ୍କା ତାଙ୍କ ସୋସିଆଲ ମିଡିଆରେ ଏହି ବିଶେଷ ମୁହୂର୍ତ୍ତର ଫଟୋ ଶେୟାର କରିଛନ୍ତି। ଗୋଟିଏ ହାତରେ ସୁନ୍ଦର ଲାଲ ରଙ୍ଗର ଚୁଡ଼ି ପିନ୍ଧିଥିବା ବେଳେ ଅନ୍ୟ ପଟେ ସେ ଏକ ଷ୍ଟାଇଲିସ ମଙ୍ଗଳସୂତ୍ର,ବ୍ରେସଲେଟ ଧରିଛନ୍ତି। ଏହା ସହିତ ସେ ହାତରେ ପୂଜା ଥାଳି ଧରିଥିବା ମଧ୍ୟ ନଜର ଆସିଛନ୍ତି। ଫଟୋଗୁଡ଼ିକୁ ପ୍ରଶଂସକମାନେ ବେଶ୍‌ ପସନ୍ଦ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜନ୍ମଦିନରେ ପ୍ରଶଂସକଙ୍କୁ ବଡ ଉପହାର ଦେଲ ଇମ୍ରାନ

ମୁମ୍ବାଇ: ବଲିଉଡର ସିରିୟଲ କିସର ଇମ୍ରାନ ହାସମି ତାଙ୍କ ୪୩ ତମ ଜନ୍ମଦିନ ସେଲିବ୍ରେଟ କରିଛନ୍ତି । ତେବେ ଜନ୍ମଦିନରେ ଇମ୍ରାନ ତାଙ୍କ ଫ୍ୟାନମାନଙ୍କୁ ଏକ...

ପ୍ରସ୍ତୁତି ପଥେ ‘ଗୁଲାବୋ ସିତାବୋ’

ଲକ୍ଷ୍ନୌ: ଅଭିନେତା ଆୟୁଷ୍ମାନ୍‌ ଖୁରାନା ତାଙ୍କର ପରବର୍ତ୍ତୀ ଫିଲ୍ମ ‘ଗୁଲାବୋ ସିତାବୋ’ ଶୁଟିଂ ପାଇଁ ପ୍ରସ୍ତୁତ ହେଉଛନ୍ତି। ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଅମିତାଭ ବଚ୍ଚନ ଅଭିନୟ...

ଟି-ଶର୍ଟରୁ ପ୍ରାଇସ୍‌ ଟ୍ୟାଗ୍‌ କାଢ଼ିବାକୁ ଭୁଲିଗଲେ ଏହି ବିଶ୍ୱସୁନ୍ଦରୀ

ମିସ୍‌ ଓ୍ବାଲ୍ଡ ଟାଇଟଲ ଜିତିଥିବା ମାନୁଷୀ ଛିଲର କୌଣସି ନା କୌଣସି କାରଣକୁ ନେଇ ଚର୍ଚ୍ଚାରେ ରହିଥାନ୍ତି। ନିକଟରେ ତାଙ୍କୁ ଏୟାରପୋର୍ଟରେ ଦେଖିବାକୁ ମିଳିଥିଲା। ତେବେ...

ଏହି ଅଭିନେତ୍ରୀଙ୍କୁ ମିଳିଲା ଗୋଲ୍ଡୋନ୍‌ ଭିସା, ମାତ୍ର ୧୨ ଘଣ୍ଟାରେ…

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ଉର୍ବଶୀ ରୌତେଲା ନିଜର ଅଭିନୟ ସହିତ ତାଙ୍କର ଫିଟନେସକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି । ସୋସିଆଲ ମିଡ଼ିଆରେ ମଧ୍ୟ ସେ...

ମହଙ୍ଗା ଗାଡ଼ି କିଣିଲେ ଦୀପିକା, ଦାମ୍‌ ଜାଣିଲେ…

ବଲିଉଡର ଲୋକପ୍ରିୟ ଅଭିନେତ୍ରୀ ଦୀପିକା ପାଦୁକୋନ ଏକ ମହଙ୍ଗା ଗାଡି କିଣିଛନ୍ତି। ନିକଟରେ ସେ ମୁମ୍ବାଇ ଆରଟିଓରେ ନିଜ ନାଁରେ ଗାଡିର ପଞ୍ଜିକରଣ କରାଇଛନ୍ତି। ଦୀପିକା...

ସମୁଦ୍ରକୂଳରେ ଶୋଇଥିଲେ ଏହି ଅଭିନେତ୍ରୀ, ଆସିଲା ଏକ ବଡ଼ କଙ୍କଡ଼ା; ଆଉ ତା’ ପରେ…

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ହିନା ଖାନ୍‌ ବୟଫ୍ରେଣ୍ଡଙ୍କ ସହ ମାଳଦ୍ୱୀପରେ ଛୁଟି କାଟୁଛନ୍ତି। ଏହି ସମୟର କିଛି ଫଟୋ ହିନା ସୋସିଆଲ ମିଡିଆରେ ଶେୟାର କରିଛନ୍ତି।...

ଶବାନାଙ୍କୁ ଧନ୍ୟବାଦ ଦେଲେ କେଜରିଓ୍ବାଲ

ନୂଆଦିଲ୍ଲୀ,୮।୯: ବଲିଉଡ୍‌ ଅଭିନେତ୍ରୀ ଶବାନା ଆଜମିଙ୍କୁ ଏଏପି ମୁଖ୍ୟ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ଧନ୍ୟବାଦ ଦେଇଛନ୍ତି। ଟୁଇଟ୍‌ କରି କେଜରିଓ୍ବାଲ ଡେଙ୍ଗୁ ନିରାକରଣ...

ସମିତାଙ୍କୁ ପ୍ରେମିକା ବଦଳରେ ଭଲ ବନ୍ଧୁ ବୋଲି କହିଲେ ରାକେଶ

ବମ୍ବେ: ପ୍ରେମିକା ବଦଳରେ ଅଭିନେତ୍ରୀ ସମିତା ସେଟ୍ଟୀଙ୍କୁ ଭଲ ବନ୍ଧୁ କହି ଚର୍ଚ୍ଚାରେ ଅଭିନେତା ରାକେଶ ବାପଟ। ବିଗ୍‌ବସ୍‌ରେ ପରସ୍ପରକୁ ଭେଟିଥିଲେ ଦୁହେଁ। ସେବେଠାରୁ ଉଭୟଙ୍କ...

Advertisement
Archives

Model This Week