ଝିଅ ସହ ଫଟୋ ଶେୟାର କଲେ ପ୍ରିୟଙ୍କା ଚୋପ୍ରା

ବଲିଉଡ ସହ ହଲିଉଡରେ ନିଜର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ବର୍ତ୍ତମାନ ସ୍ବାମୀ ନିକ ଜୋନାସଙ୍କ ସହ ତାଙ୍କ ଶାଶୁଘରେ ଅଛନ୍ତି। ବର୍ତ୍ତମାନ ସେ ଅନେକ ପ୍ରୋଜେକ୍ଟକୁ ନେଇ ଶୁଟିଂରେ ବ୍ୟସ୍ତ ଅଛନ୍ତି। ଏହା ସହିତ ସେ ନିଜ ପରିବାର ସହିତ ସମୟ ବିତାଉଛନ୍ତି। ନିକଟରେ ପ୍ରିୟଙ୍କା ତାଙ୍କ ଝିଅ ସହିତ ଏହି ଫଟୋ ଶେୟାର କରିଛନ୍ତି ଯାହା ସୋସିଆଲ ମିଡିଆରେ ଭାଇରାଲ ହେଉଛି।

ପ୍ରିୟଙ୍କା ତାଙ୍କ ଝିଅ ତଥା ପୋଷା କୁକୁର ଡାଏନାଙ୍କ ସହ ଫଟୋ ଶେୟାର କରିଛନ୍ତି। ସେ କ୍ୟାପଶନ୍‌ରେ ସେ ଗର୍ଲ ଟାଇମ ମଧ୍ୟ ଲେଖିଛନ୍ତି। ପ୍ରିୟଙ୍କା ଡାଏନାଙ୍କୁ ବହୁତ ଭଲ ପାଆନ୍ତି ଏବଂ ସେ ଯେଉଁଠାରେ ବି ରୁହନ୍ତି ତାଙ୍କୁ ସବୁବେଳେ ତାଙ୍କ ପାଖରେ ରଖନ୍ତି ।

ଏହା ସହିତ ସେ ଡାଏନା ନାମରେ ଏକ ଇନଷ୍ଟାଗ୍ରାମ ଆକାଉଣ୍ଟ ମଧ୍ୟ କରିଛନ୍ତି ଯାହାକୁ ଅନେକ ସେଲିବ୍ରେଟ ମଧ୍ୟ ଫଲୋ କରନ୍ତି। ଏଥି ସହିତ ପ୍ରିୟଙ୍କା ଏବଂ ଡାଏନାଙ୍କ ଫଟୋ ଏହି ଆକାଉଣ୍ଟରୁ ଶେୟାର କରାଯାଇଛି ଏବଂ ଲେଖିଛନ୍ତି, ମମି ଏବଂ ମୁଁ।’ ପ୍ରିୟଙ୍କାଙ୍କର ତିନୋଟି ପୋଷା କୁକୁର ଅଛନ୍ତି ଏବଂ ସେ ସମସ୍ତଙ୍କୁ ବହୁତ ଭଲ ପାଆନ୍ତି। ସେ ନିଜେ ଏହି ତିନୋଟିର ଯତ୍ନ ନିଅନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତରେ ପୁଣିଥରେ ରିଲିଜ୍‌ ହେବ ବାହୁବଳୀ, ବାହୁବଳୀ-୨

ଇତିମଧ୍ୟରେ ଲକ୍‌ଡାଉନ୍‌ ଶେଷ ହୋଇଯାଇଛି। ଲୋକମାନେ ପୁଣିଥରେ ନିଜ ନିଜ କାମରେ ଯୋଗ ଦେଲେଣି। ଦେଶର ଅନେକ ସହରରେ ସିନେମା ହଲ୍‌ ମଧ୍ୟ ଖୋଲିଗଲାଣି। ବଲିଉଡ୍‌...

ରଜନୀକାନ୍ତଙ୍କ ପରେ ଏବେ ଅକ୍ଷୟଙ୍କ ପାଳି

ମୁମ୍ବାଇ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ସାଉଥ୍‌ ସୁପରଷ୍ଟାର ରଜନୀକାନ୍ତଙ୍କ ପରେ ଏବେ ବଲିଉଡ୍‌ ଖିଲାଡି ବୟଙ୍କ ପାଳି ପଡିଛି। ଡିସକଭରି ଚ୍ୟାନେଲର ମୋଷ୍ଟ ପପୁଲାର...

ନାଗା-ସାମନ୍ଥାଙ୍କ ବିଚ୍ଛେଦର କାରଣ ଏହି ବ୍ୟକ୍ତି!

ହାଇଦ୍ରାବାଦ: ସୁପରଷ୍ଟାର ନାଗା ଚୈତନ୍ୟ ଓ ଅଭିନେତ୍ରୀ ସାମନ୍ଥା ରୁଥ ପ୍ରଭୁ ବିବାହର ୪ ବର୍ଷ ପରେ ଅଲଗା ହେବାକୁ ନିଷ୍ପତ୍ତି ନେଇଛନ୍ତି। ଏନେଇ ଉଭୟ...

ପରଲୋକରେ ପ୍ରସିଦ୍ଧ ସାକ୍ସୋଫୋନିଷ୍ଟ କାଦ୍ରୀ ଗୋପାଳନାଥ

ମାଙ୍ଗାଲୁର,୧୧।୧୦: ପ୍ରସିଦ୍ଧ ସାକ୍ସୋଫୋନିଷ୍ଟ ଓ ପଦ୍ମଶ୍ରୀ ପୁରସ୍କାର ବିଜେତା କାଦ୍ରୀ ଗୋପାଳନାଥଙ୍କ ଶୁକ୍ରବାର ସକାଳେ କର୍ନାଟକ ମାଙ୍ଗାଲୁରରେ ଏକ ଘରୋଇ ହସ୍ପିଟାଲରେ ନିଧନ ହୋଇଛି। ଦୀର୍ଘ...

କଙ୍ଗନାଙ୍କୁ ଖୋଲାଖୋଲି ଚ୍ୟାଲେଞ୍ଜ କଲେ ଉର୍ମିଳା

ମୁମ୍ବାଇ,୧୭ ।୯: ବଲିଉଡ୍ ନାୟିକା କଙ୍ଗନା ରାନାୱତ ଏବେ ଖୁବ୍ ଚର୍ଚ୍ଚାରେ । ପଙ୍ଗା ନେବାରେ ଖୁବ୍ ମାହିର ଏହି ଅଭିନେତ୍ରୀ । ଏବେ ତାଙ୍କର...

୨୭ ବର୍ଷ ପରେ ପୁଣି ଥରେ ଏକାଠି ନଜର ଆସିଲେ ରିଷି-ଶାହାରୁଖ

ମୁମ୍ବାଇ: ବଲିଉଡ୍‌ର ବରିଷ୍ଠ କଳାକାର ରିଷି କପୁର କିଛି ଦିନ ହେବ ବିଦେଶରେ ଚିକିତ୍ସିତ ହେଉଛନ୍ତି। ସେଠାରେ ତାଙ୍କୁ ଦେଖା କରିବାକୁ ବଲିଉଡ୍‌ର ବହୁ କଳାକାର...

ସଲମାନଙ୍କ ଉପରେ ରାଗୁଛନ୍ତି ସୁଶାନ୍ତଙ୍କ ପ୍ରଶଂସକ: ବିଙ୍ଗ୍‌ ହ୍ୟୁମାନ ଷ୍ଟୋରରେ ପଶି କଲେ ଭଙ୍ଗାରୁଜା

ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ପରେ ଫିଲ୍ମ ଇଣ୍ଡଷ୍ଟ୍ରି ଏବଂ ତାଙ୍କ ପ୍ରଶଂସକଙ୍କ ମଧ୍ୟରେ ହଇଚଇ ସୃଷ୍ଟି ହୋଇଛି। ସିନେଜଗତ, ରାଜନେତା ଏବଂ...

ଡାକ୍ତରଙ୍କୁ ଭଗବାନଙ୍କ ଦୂତ କହିଲେ ଅମିତାଭ ବଚ୍ଚନ

ବଲିଉଡ୍‌ ସୁପରଷ୍ଟାର ଅମିତାଭ ବଚ୍ଚନ ଡାକ୍ତରଙ୍କୁ ଭଗବାନଙ୍କ ଦୂତ ବୋଲି କହିଛନ୍ତି। ଡାକ୍ତରମାନେ ଷ୍ଟେଥୋସ୍କୋପ୍‌ ପକାଇସାରିଲା ପରେ ସ୍ବର୍ଗରୁ ଆସିଥିବା ଦୂତ ଭଳି କାମ କରନ୍ତି।...

Advertisement
Archives

Model This Week