ଘରୋଇ ବିଦ୍ୟାଳୟ ଆରଟିଇ ନିୟମ ମାନୁନାହାନ୍ତି

ରାଜନଗର,୭ା୪(ଡି.ଏନ.ଏ.): ଶିକ୍ଷା ଅଧିକାର ଆଇନ (ଆରଟିଇ)କୁ ଶିକ୍ଷାକୁ ବ୍ୟବସାୟରେ ପରିଣତ କରିଥିବା କେତେଗୋଟି ଘରୋଇ ବିଦ୍ୟାଳୟ ମାନୁନାହଁାନ୍ତି। ଘରୋଇ ବିଦ୍ୟାଳୟଗୁଡିକରେ ଆର୍ଥତ୍କ ଅନଗ୍ରସର ପିଲାଙ୍କୁ ମାଗଣାରେ ପାଠ ପଢ଼ାଇବାର ନିୟମ ଥିବାବେଳେ ରାଜନଗରର କୌଣସି ଘରୋଇ ବିଦ୍ୟାଳୟ ୧୦ବର୍ଷ ଭିତରେ ଏହାକୁ ପାଳନ କରି ନ ଥିବାର ଗୁରୁତର ଅଭିଯୋଗ ହୋଇଛି। ବିଶେଷକରି ରାଜନଗରଠାରେ ଥିବା ସେଣ୍ଟ ଜାଭିୟର ପବ୍ଲିକ ସ୍କୁଲରେ ଆର୍ଥତ୍କ ଅନଗ୍ରସର ପିଲାଙ୍କୁ ଶୋଷଣ କରାଯାଉଥିବା ଅଭିଯୋଗ ରହିଛି। କେବଳ ଆର୍ଥତ୍କ ଅନଗ୍ରସର ପିଲା ନୁହଁନ୍ତି, ସବୁବର୍ଗର ଛାତ୍ରୀଛାତ୍ରଙ୍କୁ ଆଡମିଶନ ଫିସ୍‌ ବାଦ ଅନ୍ୟ ଦେୟ ଓ ବିଶେଷକରି ବହି, ଖାତା, ୟୁନିଫର୍ମକୁ ମାର୍କେଟଠାରୁ ଚଢ଼ାଦରରେ ବିକ୍ରି କରୁଛନ୍ତି।
ସବୁଠାରୁ ଆଶ୍ଚର୍ଯ୍ୟ କଥା ହେଲା ନ୍ୟାଶନାଲ କାଉସିଲ ଅଫ୍‌ ଏଜୁକେଶନାଲ ରିସର୍ଚ୍ଚ ଆଣ୍ଡ ଟ୍ରେନିଂ (ଏନ୍‌ସିଇଆରଟି) ଦ୍ୱାରା ଧାର୍ଯ୍ୟ ପାଠ୍ୟ ପୁସ୍ତକ ବଦଳରେ ଏହି ଘରୋଇ ବିଦ୍ୟାଳୟରେ ଅନ୍ୟ ପୁସ୍ତକ ପିଲାଙ୍କୁ ବିକ୍ରି କରାଯାଉଛି। କେଉଁ ବହି କେଉଁ ଶ୍ରେଣୀରେ ପଢ଼ାଯିବ, ତାର ତାଲିକା ଅଭିଭାବକଙ୍କୁ ଦିଆ ନ ଯାଇ ବିଦ୍ୟାଳୟରୁ ଚଢ଼ା ଦରରେ ନେବାକୁ ବାଧ୍ୟ କରାଯାଉଛି। ଏହି ସେଣ୍ଟ ଜାଭିୟର ପବ୍ଲିକ ସ୍କୁଲରେ ମଣ୍ଟେଶ୍ୱରୀ ୧, ୨ ଛାତ୍ରୀଛାତ୍ରଙ୍କ ପାଇଁ କେବଳ ବହି ବାବଦକୁ ୨୫ଶହ ଟଙ୍କା ଦେବାକୁ ପଡୁଛି। ଏହାବାଦେ ଖାତା, ଡ୍ରେସ, ଟାଏ ପାଇଁ ମଧ୍ୟ ୨ହଜାରରୁ ଅଧିକ ଟଙ୍କା ଦେବାକୁ ପଡୁଛି। ଘରୋଇ ବିଦ୍ୟାଳୟରେ ପାଠପଢ଼ା ବ୍ୟତିତ କୌଣସି ବହି ଖାତା କିମ୍ବା ଡ୍ରେସ୍‌ ବିକ୍ରି କରାଯାଇପାରିବ ନାହିଁ ବୋଲି ସରକାରୀ ନିୟମ ରହିଛି। ମାତ୍ର ଏହି ବିଦ୍ୟାଳୟର ପରିଚାଳକ ମନମାନି କରି ଜୋର ଜବରଦସ୍ତ ବିଦ୍ୟାଳୟରୁ ବହି ନେବାକୁ ଅଭିଭାବକମାନଙ୍କୁ ବାଧ୍ୟ କରୁଛନ୍ତି। ଷ୍ଟାଣ୍ଡାର୍ଡ ୫ରେ ପଢୁଥିବା ଆୟୁଶ ମିଶ୍ର ଓ ଷ୍ଟାଣ୍ଡାର୍ଡ ୨ରେ ପାଠ ପଢୁଥିବା ଆରାଧ୍ୟା ମିଶ୍ରଙ୍କ ବାପାଙ୍କ କହିବା କଥା ହେଲା ବହି ବିଦ୍ୟାଳୟରୁ ଦେଉଛନ୍ତି, ହେଲେ ରସିଦ ଦେଉନାହଁାନ୍ତି। ଆମେ ପଚାରିବାରୁ ଆମେ ଜାଣିନୁ, କ୍ଲାସ ଟିଚର ବହି ଯୋଗାଉଛନ୍ତି ବୋଲି ସଫେଇ ଦେଉଛନ୍ତି। ବଳିଗଣ୍ଡର ଓମପ୍ରିୟା ମହାନ୍ତିଙ୍କ ଅଭିଭାବକଙ୍କ କହିବା କଥା ହେଲା ଆମକୁ ବହି ପାଇଁ ୩୯୦୦ ଟଙ୍କା ପଡ଼ିବ ବୋଲି କହିଲେ। ମାତ୍ର ଆମଠାରୁ ଜୋର ଜବରଦସ୍ତ ୪୪୦୦ ଟଙ୍କା ନେଲେ। ଆମେ ପର୍ସନାଲ ବହି ଦେଉଛୁ କହି ରସିଦ୍‌ ଦେଉନାହଁାନ୍ତି। ରସିଦ ମାଗିଲେ ମଧ୍ୟ ଦେଉନାହଁାନ୍ତି ବୋଲି ଅଭିଯୋଗ କରୁଛନ୍ତି। କେବଳ ଏହି ୨ ଅଭିଭାବକ ନୁହଁନ୍ତି, ଏହି ବିଦ୍ୟାଳୟରେ ପଢୁଥିବା ୪ଶହରୁ ଅଧିକ ଛାତ୍ରୀଛାତ୍ର ଏଭଳି ଶୋଷଣର ଶିକାର ହେଉଛନ୍ତି। ଏ ସମ୍ପର୍କରେ ବିଦ୍ୟାଳୟର ସହକାରୀ ଅଧ୍ୟକ୍ଷ ବ୍ରଜ କିଶୋର ପ୍ରଧାନଙ୍କୁ ପଚାରିବାରୁ କ୍ଲାସ୍‌ ଟିଚର ଅର୍ଡର ନେଇ ବହି ଦେଉଛନ୍ତି। ମଣ୍ଟେଶ୍ୱରୀ-୧ରୁ ଦଶମ ଯାଏ ଏଠାରେ ପଢା ହେଉଛି। ଗତବର୍ଷ ଯେଉଁ ପବ୍ଲିକେଶନର ବହି ପଢ଼ା ହେଉଥିଲା, ଏ ବର୍ଷ ବହି ବଦଳିଛି ବୋଲି କହିଛନ୍ତି। ସୂଚନାଯୋଗ୍ୟ, ପ୍ରତିବର୍ଷ ଏହି ଘରୋଇ ବିଦ୍ୟାଳୟ ବହି ବିକ୍ରି ନଁାରେ ଶୋଷଣ କରୁଥିବା ନେଇ ଅଭିଭାବକମାନେ ଅଭିଯୋଗ କରୁଥିଲେ ମଧ୍ୟ ଶିକ୍ଷାବିଭାଗର ନିରବତା ସନ୍ଦେହ ସୃଷ୍ଟି କରିଛି। କେବଳ ଏହି ବିଦ୍ୟାଳୟ ନୁହେଁ, ରାଜନଗରରେ ଛତୁ ଫୁଟିବା ଭଳି ଗଢି ଉଠିଥିବା ଘରୋଇ ବିଦ୍ୟାଳୟଗୁଡିକ ବହି ଓ ଖାତା ବିକ୍ରି କରୁଥିବା ଅଭିଯୋଗ ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ରେଳ ଲାଇନ୍‌ ପାରି ହେଉଥିଲେ, ଧକ୍କା ଦେଲା ବାଙ୍ଗିରିପୋଷି-ରୁପ୍ସା ଟ୍ରେନ: ମୁଣ୍ଡରୁ ଗଣ୍ଡି ଅଲଗା…

ବୈଶିଙ୍ଗା, ୧।୪ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମଛପଦା ନିକଟରେ ବୁଧବାର ରାତିରେ ଏକ ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟିଯାଇଛି। ବାଙ୍ଗିରିପୋଷି-ରୁପ୍ସା ଡିଏମୟୁ…

ଗଜପତି ପୋଲିସର ବଡ଼ ସଫଳତା: ୧ କୋଟି ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୩ ମାଫିଆ…

ମୋହନା, ୧।୪(ମନ୍ମଥ ମିଶ୍ର): ରାଜ୍ୟ ସରକାରଙ୍କ ଗଞ୍ଜେଇ ମୁକ୍ତ ଓଡ଼ିଶା ଅଭିଯାନ ମଧ୍ୟରେ ଗଜପତି ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଜିଲାର ଆର୍‌. ଉଦୟଗିରି ଥାନା…

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବ୍ୟାକଫୁଟରେ ସୁପରପାୱାର ଆମେରିକା, ଇରାନ ସହ ଯୁଦ୍ଧରୁ ଓହରିବ! ଟ୍ରମ୍ପଙ୍କ ବଡ଼ ବୟାନ…

ୱାଶିଂଟନ, ୧ା୪:ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ଏକ ନୂଆ ମୋଡ଼ ନେଇଛି। ସୁପରପାୱାର ଆମେରିକାର ରଣନୀତି ଫେଲ ମାରୁଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ…

ରାସାୟନିକ ଦୁର୍ଘଟଣା ରୋକିବାରେ ‘ଗ୍ରାସିମ୍‌’ ତୁଲାଉଛି ଗୁରୁଦାୟିତ୍ୱ, ଜନସାଧାରଣଙ୍କ ମଧ୍ୟରେ…

ଗଞ୍ଜାମ,୧ା୪(ଅନାଥ ତରାଇ/ବିଦ୍ୟାଧର ସାହୁ)- ପରିବେଶ ସୁରକ୍ଷା ଏବଂ ଜନସାଧାରଣଙ୍କ ନିରାପତ୍ତା ପ୍ରତି ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରି ପୁଣିଥରେ ଚର୍ଚ୍ଚାରେ ଗ୍ରାସିମ୍‌ ଇଣ୍ଡଷ୍ଟ୍ରିଜ୍‌। ମଙ୍ଗଳବାର ଅପରାହ୍ନ ପ୍ରାୟ…

ଥୁଆମୂଳ ରାମପୁରରେ ମା’ ଠାକୁରାଣୀଙ୍କ ଚୈତ୍ର ଘଣ୍ଟଯାତ୍ରା ସମ୍ପନ୍ନ: ଭକ୍ତିମୟ ପରିବେଶରେ ନିଜ ଆସ୍ଥାନକୁ ଫେରିଲେ ମା’

ଥୁଆମୂଳ ରାମପୁର,୧।୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ମୁଖ୍ୟାଳୟରେ ଅତି ଆଡ଼ମ୍ବର ସହକାରେ ଅନୁଷ୍ଠିତ ହେଉଥିବା ମା’ ଠାକୁରାଣୀଙ୍କ ପବିତ୍ର ଚୈତ୍ର ଘଣ୍ଟଯାତ୍ରା…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri