ଅଣାୟତ୍ତ ଘରୋଇ ସ୍କୁଲ

କୋରେଇ,୧୦ା୮(ଚନ୍ଦ୍ରକାନ୍ତ ପତି):କୋରେଇ ବ୍ଲକ ଅଧୀନରେ ପ୍ରାୟ ୭୦ରୁ ଊଦ୍ଧର୍‌ବ ଘରୋଇ ସ୍କୁଲ ରହିଛି। ଏଥିରୁ ୫୨ ସରକାରୀ ସ୍ବୀକୃତିପ୍ରାପ୍ତ ସ୍କୁଲ୍‌ ରହିଥିବାବେଳେ ୨୦ରୁ ଊଦ୍ଧର୍‌ବ ସ୍କୁଲ୍‌ ବେଆଇନ ଭାବେ ଗଢ଼ିଉଠିଛି। ମାତ୍ର ବିଡ଼ମ୍ବନାର ବିଷୟ ସ୍ବୀକୃତିପ୍ରାପ୍ତ ସ୍କୁଲ୍‌ଗୁଡ଼ିକ ମଧ୍ୟରୁ ଏକାଧିକ ସ୍କୁଲ୍‌ ସରକାରୀ ଜମିରେ ଚାଲୁଥିବାବେଳେ ଅନ୍ୟକିଛି ଶିକ୍ଷାନୁଷ୍ଠାନ ଆବଶ୍ୟକ ଭିତ୍ତିଭୂମି ନ ଥାଇ ସିଓଆର୍‌ (ସାର୍ଟିଫିକେଟ ଅଫ୍‌ ରିକୋଗ୍ନନାଇଜେଶନ) ହାତେଇଛନ୍ତି।
ଯାଜପୁର ଜିଲା ଶିକ୍ଷା ବିଭାଗର କେତେଜଣ ଉଚ୍ଚପଦସ୍ଥ ଅଧିକାରୀଙ୍କୁ ମାସିକ ମୋଟା ଅଙ୍କର ହାତଗୁଞ୍ଜାଦେଇ ଘରୋଇ ସ୍କୁଲ ମାଲିକମାନେ ସୁରକ୍ଷିତ ଭାବେ ଶିକ୍ଷାକୁ ବେପାରରେ ପରିଣତ କରିଛନ୍ତି।
ପିଲାଙ୍କ ପାଇଁ ପିଇବା ପାଣି, ଖେଳପଡ଼ିଆ, ଶୌଚାଳୟ ଓ ଆବଶ୍ୟକ କ୍ଲାସରୁମର ବ୍ୟବସ୍ଥା ନ ଥାଇ ସ୍କୁଲ୍‌ଗୁଡ଼ିକ ଚାଲୁଛି। ଅନେକ ଶିଶୁ ମନ୍ଦିରରେ କର୍ଯ୍ୟରତ ଶିକ୍ଷୟିତ୍ରୀଶିକ୍ଷକ କୌଣସି ତାଲିମ ନ ନେଇ ପିଲାଙ୍କୁ ଶିକ୍ଷାଦାନ କରୁଥିବା ଜଣାପଡ଼ିଛି। ପ୍ରଶାସନ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ନୈରାଶ୍ୟଜନକ ଥିବାରୁ ନିର୍ଦ୍ୱନ୍ଦ୍ୱରେ ଏହି ବେଆଇନ ସ୍କୁଲ୍‌ଗୁଡ଼ିକ ଚାଲୁଥିବା ଆଲୋଚନା ହେଉଛି। ଅଧିକାଂଶ ସ୍କୁଲ୍‌ରେ ସରକାରୀ ଗାଇଡଲାଇନ ଅନୁଯାୟୀ ଆବଶ୍ୟକ ଭିତ୍ତିଭୂମି ନ ଥିଲେ ମଧ୍ୟ ଶିକ୍ଷା ବିଭାଗର କେତେଜଣ ଦୁର୍ନୀତିଖୋର ଅଧିକାରୀ ଅର୍ଥ ଲାଳସାରେ ଗନ୍ତବ୍ୟସ୍ତଳୀ ପରିଭ୍ରମଣ ନ କରି ସ୍ବୀକୃତି ପ୍ରମାଣପତ୍ର (ସିଓଆର୍‌) ପ୍ରଦାନ କରିଥିବା ଚର୍ଚ୍ଚା ହେଉଛି। ବେଆଇନଭାବେ ଚାଲୁଥିବା ଅଧିକାଂଶ ସ୍କୁଲରେ ଅନଭିଜ୍ଞ ଶିକ୍ଷୟିତ୍ରୀଶିକ୍ଷକଙ୍କ ଦ୍ୱାରା ପିଲାଙ୍କୁ ଶିକ୍ଷା ପ୍ରଦାନ କରି ଅଭିଭାବକଙ୍କ ନିକଟରୁ ମାସିକ ମୋଟା ଅଙ୍କର ଅର୍ଥ ଅସୁଲ କରାଯାଉଛି। ବ୍ଲକ ଅଧୀନ ରଗଡ଼ି ଅଞ୍ଚଳରେ ଏକାଧିକ ସ୍କୁଲର ଆବଶ୍ୟକ ଭିତ୍ତିଭୂମି ନ ଥାଇ କିଛି ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନରୁ ଫ୍ରାଞ୍ଚାଇଜ ଆଣି ସ୍କୁଲ ଖୋଲି ନିଜର ବେପାର ଚଳାଇଛନ୍ତି। ସେହିପରି ସରକାରୀ ଗାଇଡ୍‌ଲାଇନର ଅନୁପାଳନ ନ କରି ଶାଳକଣା ଅଞ୍ଚଳରେ ଏକ ବେଆଇନ ସ୍କୁଲ ଗଢ଼ିଉଠିଛି। ଏଥିରେ ମଧ୍ୟ ଶତାଧିକ ଶିଶୁ ଅଧ୍ୟୟନ କରୁଛନ୍ତି। ଏହିପରି ଢଙ୍ଗରେ କୋରେଇ ବ୍ଲକ ଅଧୀନରେ ଅଧିକାଂଶ ଘରୋଇ ସ୍କୁଲ ମାଲିକମାନେ ଶିଶୁଙ୍କ ଭବିଷ୍ୟତ ସହ ଖେଳ ଖେଳୁଛନ୍ତି। ଏନେଇ ଜିଲା ଶିକ୍ଷା ବିଭାଗ ନିକଟରେ ଯେତେ ଅଭିଯୋଗ ହେଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉନାହିଁ। ଫଳରେ ସରକାରୀ ସ୍କୁଲ୍‌ଗୁଡ଼ିକ ପ୍ରତି ଅଭିଭାବକ ମୁହଁ ଫେରାଇ ନେଉଥିବାବେଳେ କୋରେଇ ଅଞ୍ଚଳରେ ଶିକ୍ଷା ବ୍ୟବସ୍ଥା ଦିନକୁ ଦିନ ବ୍ୟପର୍ଯ୍ୟସ୍ତ ହେବାରେ ଲାଗିଛି। ଏ ସମ୍ପର୍କରେ ପ୍ରତିକ୍ରିୟା ପାଇଁ ଜିଲା ଶିକ୍ଷା ଅଧିକାରୀ ରଞ୍ଜନ କୁମାର ଗିରିଙ୍କୁ ଫୋନ୍‌ ଦ୍ୱାରା ଏକାଧିକ ଥର ଯୋଗାଯୋଗ କରାଯାଇଥିଲେ ହେଁ ସେ ଫୋନ୍‌ କଲ ଗ୍ରହଣ କରି ନ ଥିଲେ। କୋରେଇ ମଣ୍ଡଳ ଶିକ୍ଷାଅଧିକାରୀ ସୁଦର୍ଶନ ମଲ୍ଲିକଙ୍କୁ ପଚାରିବାରେ ସେ କହିଛନ୍ତି, ଅଭିଯୋଗ ହେଲେ କାର୍ଯ୍ୟାନୁଷ୍ଠାନ ନିଆଯିବ। ଏବେ ଦେଖିବାକୁ ଅପେକ୍ଷା କେବେ ଏହା ଉପରେ କାର୍ଯ୍ୟାନୁଷ୍ଠାନ ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ମିଳିଲାନି ଷ୍ଟ୍ରେଚର, ଦିବ୍ୟାଙ୍ଗ ଭାଇଙ୍କୁ ପିଠିରେ ବୋହି ୱାର୍ଡକୁ ନେଲେ ଭଉଣୀ, ଭିଡିଓ ଦେଖିଲେ ଥରିଉଠିବ….

ଭୋପାଳ,୪ା୧୦: ସରକାରୀ ହସ୍ପିଟାଲରେ ରୋଗୀଙ୍କୁ ମିଳୁଥିବା ସୁବିଧାକୁ ନେଇ ପୁଣି ପ୍ରଶ୍ନ ଉଠିଛି । ମଧ୍ୟପ୍ରଦେଶର ଗୁନା ଜିଲାରୁ ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି, ଯାହା…

ନୟାପଲ୍ଲୀ ବଳାତ୍କାର ମାମଲା: ମୁଖ୍ୟ ଅଭିଯୁକ୍ତଙ୍କ ୨ ସହଯୋଗୀଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୪ା୧୦: ରାଜଧାନୀରେ ଚର୍ଚ୍ଚାର ବିଷୟ ପାଲଟିଥିବା ନୟାପଲ୍ଲୀ ବଳାତ୍କାର ମାମଲାରେ ପୋଲିସକୁ ମିଳିଛି ଆଉ ଏକ ବଡ଼ ସଫଳତା। ବଳାତ୍କାର ମାମଲାର ମୁଖ୍ୟ ଅଭିଯୁକ୍ତ ଶ୍ରୀଧର ପଣ୍ଡାର…

ଦିବ୍ୟାଙ୍ଗ ନାବାଳକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ମିଳିଲା ସହାୟତା

ଗଞ୍ଜାମ,୪ା୧୦(ବିଦ୍ୟାଧର ସାହୁ): ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜସ୍ବ ପାଣ୍ଠିରୁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଲକ୍ଷ୍ମୀପୁର ଗ୍ରାମର ଦିବ୍ୟାଙ୍ଗ ନାବାଳକ ଏନ ନୀଳାଞ୍ଚଳ…

ଆଦିତ୍ୟଙ୍କ ସହ ମୁମ୍ବାଇ ଛାଡ଼ିଲେ ୟାମି ଗୌତମ? କାହିଁକି ଏତେ ବଡ଼ ନିଷ୍ପତ୍ତି ନେଲେ ଏହି ଦମ୍ପତ୍ତି? ଜାଣନ୍ତୁ…

ମୁମ୍ବାଇ: ଆଦିତ୍ୟ ଧର ହେଉଛନ୍ତି ବଲିଉଡର ଜଣେ ପ୍ରତିଷ୍ଠିତ ନିର୍ଦ୍ଦେଶକ, ଯିଏ ‘ଉରି: ଦ ସର୍ଜିକାଲ ଷ୍ଟ୍ରାଇକ’ (Uri: The Surgical Strike) ଭଳି ଲୋକପ୍ରିୟ ଚଳଚ୍ଚିତ୍ର…

ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ତୁରନ୍ତ ମେଡିକାଲରେ ପହଞ୍ଚାଇ ଚର୍ଚ୍ଚାରେ ୨ ହୋମ୍‌ଗାର୍ଡ, ସାହସିକତାକୁ ଚାରିଆଡୁ ପ୍ରଶଂସା

ମୋହନା,୪ା୧୦(ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତର୍ଗତ ଅନ୍ତରବା ଛକ ନିକଟରେ ପିକଅପ୍‌ ଓ ଦୁଇଟି ବାଇକ୍‌ ମଧ୍ୟରେ ଦୁର୍ଘଟଣା ଘଟି ୩ ଗୁରୁତର ଥିବାବେଳେ…

ପାକିସ୍ତାନ କ୍ରିକେଟକୁ ନେଇ ଆସିଲା ବଡ଼ ଖବର, ସୋଏବ ଅଖତର ଦେଲେ ଏମିତି ଉତ୍ତର ସମସ୍ତେ ଚକିତ

ଇସଲାମାବାଦ,୪।୧୦: ଶୋଏବ ଅଖତର କ’ଣ ପାକିସ୍ତାନ କ୍ରିକେଟ ଦଳର ମୁଖ୍ୟ ଚୟନକର୍ତ୍ତା (ଚିଫ ସିଲେକ୍ଟର) ହେବାକୁ ଯାଉଛନ୍ତି? ସାମ୍ପ୍ରତିକ ସମୟରେ ଇଣ୍ଟରନେଟରେ ଏହାକୁ ନେଇ ବ୍ୟାପକ ଚର୍ଚ୍ଚା…

ଅକ୍ଟୋବରରେ ଅଷ୍ଟ୍ରେଲିଆ ବିପକ୍ଷରେ ପ୍ରଥମ ଦିନିକିଆ ମ୍ୟାଚ ଖେଳିବ ଟିମ ଇଣ୍ଡିଆ; ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସ୍ଥାନ ନେବେ ଏହି ଖେଳାଳି

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ ଦଳ ଅକ୍ଟୋବର ୬ରୁ ୱେଷ୍ଟଇଣ୍ଡିଜ ବିପକ୍ଷରେ ଏକ ଟି-୨୦ ସିରିଜ ଖେଳିବାକୁ ଯାଉଛି। ଏହି ସମୟରେ, ଅନ୍ୟ ଏକ ଭାରତୀୟ ଦଳ ଅଷ୍ଟ୍ରେଲିଆର…

ଟିଏମସି (TMC)କୁ ଲାଗିବ ଶକ୍ତ ଧକ୍କା, ଦଳ ଛାଡିଥିବା ନେତାଙ୍କୁ ଭାଜପା ଦେଲା ବଡ଼ ସୁଯୋଗ

ନୂଆଦିଲ୍ଲୀ,୪।୧୦: ଭାରତୀୟ ଜନତା ପାର୍ଟି(ଭାଜପା)ର କେନ୍ଦ୍ରୀୟ ନିର୍ବାଚନ କମିଟି ରବିବାର (ଅକ୍ଟୋବର ୪) ରାଜ୍ୟ ସଭା ନିର୍ବାଚନ ପାଇଁ ଦୁଇଜଣ ପ୍ରମୁଖ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?