ଅଣାୟତ୍ତ ଘରୋଇ ସ୍କୁଲ

କୋରେଇ,୧୦ା୮(ଚନ୍ଦ୍ରକାନ୍ତ ପତି):କୋରେଇ ବ୍ଲକ ଅଧୀନରେ ପ୍ରାୟ ୭୦ରୁ ଊଦ୍ଧର୍‌ବ ଘରୋଇ ସ୍କୁଲ ରହିଛି। ଏଥିରୁ ୫୨ ସରକାରୀ ସ୍ବୀକୃତିପ୍ରାପ୍ତ ସ୍କୁଲ୍‌ ରହିଥିବାବେଳେ ୨୦ରୁ ଊଦ୍ଧର୍‌ବ ସ୍କୁଲ୍‌ ବେଆଇନ ଭାବେ ଗଢ଼ିଉଠିଛି। ମାତ୍ର ବିଡ଼ମ୍ବନାର ବିଷୟ ସ୍ବୀକୃତିପ୍ରାପ୍ତ ସ୍କୁଲ୍‌ଗୁଡ଼ିକ ମଧ୍ୟରୁ ଏକାଧିକ ସ୍କୁଲ୍‌ ସରକାରୀ ଜମିରେ ଚାଲୁଥିବାବେଳେ ଅନ୍ୟକିଛି ଶିକ୍ଷାନୁଷ୍ଠାନ ଆବଶ୍ୟକ ଭିତ୍ତିଭୂମି ନ ଥାଇ ସିଓଆର୍‌ (ସାର୍ଟିଫିକେଟ ଅଫ୍‌ ରିକୋଗ୍ନନାଇଜେଶନ) ହାତେଇଛନ୍ତି।
ଯାଜପୁର ଜିଲା ଶିକ୍ଷା ବିଭାଗର କେତେଜଣ ଉଚ୍ଚପଦସ୍ଥ ଅଧିକାରୀଙ୍କୁ ମାସିକ ମୋଟା ଅଙ୍କର ହାତଗୁଞ୍ଜାଦେଇ ଘରୋଇ ସ୍କୁଲ ମାଲିକମାନେ ସୁରକ୍ଷିତ ଭାବେ ଶିକ୍ଷାକୁ ବେପାରରେ ପରିଣତ କରିଛନ୍ତି।
ପିଲାଙ୍କ ପାଇଁ ପିଇବା ପାଣି, ଖେଳପଡ଼ିଆ, ଶୌଚାଳୟ ଓ ଆବଶ୍ୟକ କ୍ଲାସରୁମର ବ୍ୟବସ୍ଥା ନ ଥାଇ ସ୍କୁଲ୍‌ଗୁଡ଼ିକ ଚାଲୁଛି। ଅନେକ ଶିଶୁ ମନ୍ଦିରରେ କର୍ଯ୍ୟରତ ଶିକ୍ଷୟିତ୍ରୀଶିକ୍ଷକ କୌଣସି ତାଲିମ ନ ନେଇ ପିଲାଙ୍କୁ ଶିକ୍ଷାଦାନ କରୁଥିବା ଜଣାପଡ଼ିଛି। ପ୍ରଶାସନ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ନୈରାଶ୍ୟଜନକ ଥିବାରୁ ନିର୍ଦ୍ୱନ୍ଦ୍ୱରେ ଏହି ବେଆଇନ ସ୍କୁଲ୍‌ଗୁଡ଼ିକ ଚାଲୁଥିବା ଆଲୋଚନା ହେଉଛି। ଅଧିକାଂଶ ସ୍କୁଲ୍‌ରେ ସରକାରୀ ଗାଇଡଲାଇନ ଅନୁଯାୟୀ ଆବଶ୍ୟକ ଭିତ୍ତିଭୂମି ନ ଥିଲେ ମଧ୍ୟ ଶିକ୍ଷା ବିଭାଗର କେତେଜଣ ଦୁର୍ନୀତିଖୋର ଅଧିକାରୀ ଅର୍ଥ ଲାଳସାରେ ଗନ୍ତବ୍ୟସ୍ତଳୀ ପରିଭ୍ରମଣ ନ କରି ସ୍ବୀକୃତି ପ୍ରମାଣପତ୍ର (ସିଓଆର୍‌) ପ୍ରଦାନ କରିଥିବା ଚର୍ଚ୍ଚା ହେଉଛି। ବେଆଇନଭାବେ ଚାଲୁଥିବା ଅଧିକାଂଶ ସ୍କୁଲରେ ଅନଭିଜ୍ଞ ଶିକ୍ଷୟିତ୍ରୀଶିକ୍ଷକଙ୍କ ଦ୍ୱାରା ପିଲାଙ୍କୁ ଶିକ୍ଷା ପ୍ରଦାନ କରି ଅଭିଭାବକଙ୍କ ନିକଟରୁ ମାସିକ ମୋଟା ଅଙ୍କର ଅର୍ଥ ଅସୁଲ କରାଯାଉଛି। ବ୍ଲକ ଅଧୀନ ରଗଡ଼ି ଅଞ୍ଚଳରେ ଏକାଧିକ ସ୍କୁଲର ଆବଶ୍ୟକ ଭିତ୍ତିଭୂମି ନ ଥାଇ କିଛି ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନରୁ ଫ୍ରାଞ୍ଚାଇଜ ଆଣି ସ୍କୁଲ ଖୋଲି ନିଜର ବେପାର ଚଳାଇଛନ୍ତି। ସେହିପରି ସରକାରୀ ଗାଇଡ୍‌ଲାଇନର ଅନୁପାଳନ ନ କରି ଶାଳକଣା ଅଞ୍ଚଳରେ ଏକ ବେଆଇନ ସ୍କୁଲ ଗଢ଼ିଉଠିଛି। ଏଥିରେ ମଧ୍ୟ ଶତାଧିକ ଶିଶୁ ଅଧ୍ୟୟନ କରୁଛନ୍ତି। ଏହିପରି ଢଙ୍ଗରେ କୋରେଇ ବ୍ଲକ ଅଧୀନରେ ଅଧିକାଂଶ ଘରୋଇ ସ୍କୁଲ ମାଲିକମାନେ ଶିଶୁଙ୍କ ଭବିଷ୍ୟତ ସହ ଖେଳ ଖେଳୁଛନ୍ତି। ଏନେଇ ଜିଲା ଶିକ୍ଷା ବିଭାଗ ନିକଟରେ ଯେତେ ଅଭିଯୋଗ ହେଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉନାହିଁ। ଫଳରେ ସରକାରୀ ସ୍କୁଲ୍‌ଗୁଡ଼ିକ ପ୍ରତି ଅଭିଭାବକ ମୁହଁ ଫେରାଇ ନେଉଥିବାବେଳେ କୋରେଇ ଅଞ୍ଚଳରେ ଶିକ୍ଷା ବ୍ୟବସ୍ଥା ଦିନକୁ ଦିନ ବ୍ୟପର୍ଯ୍ୟସ୍ତ ହେବାରେ ଲାଗିଛି। ଏ ସମ୍ପର୍କରେ ପ୍ରତିକ୍ରିୟା ପାଇଁ ଜିଲା ଶିକ୍ଷା ଅଧିକାରୀ ରଞ୍ଜନ କୁମାର ଗିରିଙ୍କୁ ଫୋନ୍‌ ଦ୍ୱାରା ଏକାଧିକ ଥର ଯୋଗାଯୋଗ କରାଯାଇଥିଲେ ହେଁ ସେ ଫୋନ୍‌ କଲ ଗ୍ରହଣ କରି ନ ଥିଲେ। କୋରେଇ ମଣ୍ଡଳ ଶିକ୍ଷାଅଧିକାରୀ ସୁଦର୍ଶନ ମଲ୍ଲିକଙ୍କୁ ପଚାରିବାରେ ସେ କହିଛନ୍ତି, ଅଭିଯୋଗ ହେଲେ କାର୍ଯ୍ୟାନୁଷ୍ଠାନ ନିଆଯିବ। ଏବେ ଦେଖିବାକୁ ଅପେକ୍ଷା କେବେ ଏହା ଉପରେ କାର୍ଯ୍ୟାନୁଷ୍ଠାନ ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

‘ଧନୁ ସଂକ୍ରାନ୍ତି ପରେ ପଦ୍ମ ଫୁଟେନି’

ବରଗଡ଼,୩୦।୪(ପ୍ରେମାନନ୍ଦ ଖମାରୀ)- ସାଧାରଣ ନିର୍ବାଚନକୁ ନେଇ ଘଡ଼ିକୁ ଘୋଡ଼ା ଛୁଟୁଛି । ଏହାକୁ ନେଇ ଦଳୀୟ ନେତା, ପ୍ରାର୍ଥୀଙ୍କ ବୟାନବାଜି ସାଧାରଣରେ ଚର୍ଚ୍ଚାର ବିଷୟ ହୋଇଥିବାବେଳେ...

ବିଜେଡି ଛାଡ଼ିଲେ ଆନନ୍ଦପୁର ବିଧାୟକ ଭାଗିରଥୀ ସେଠୀ

ଆନନ୍ଦପୁର,୩୦।୪: ବିଜେଡି ଛାଡ଼ିଲେ ଆନନ୍ଦପୁର ବିଧାୟକ ଭାଗିରଥୀ ସେଠୀ। ଦଳର ପ୍ରାଥମିକ ସଦସ୍ୟ ପଦରୁ ସେ ମଙ୍ଗଳବାର ଇସ୍ତଫା ଦେଇଛନ୍ତି। ଏନେଇ ସେ ନିଜର ଇସ୍ତଫାପତ୍ର...

ନିର୍ବାଚନୀ ମଇଦାନକୁ ଓହ୍ଲାଇଲେ ସ୍ବାଧୀନ ପ୍ରାର୍ଥୀ ଘାସିରାମ ମାଝି

ନୂଆପଡ଼ା,୩୦ା୪ (ମକାରୁ ବେମାଲ): ନୂଆପଡ଼ା ନିର୍ବାଚନମଣ୍ଡଳୀରେ ସ୍ବାଧୀନ ପ୍ରାର୍ଥୀ ଭାବରେ ନିର୍ବାଚନୀ ମଇଦାନକୁ ଓହ୍ଲାଇଥିବା ଘାସିରାମ ମାଝି ମଙ୍ଗଳବାର ଆରାଧ୍ୟ ଦେବତା କଣାଭୈରା ମନ୍ଦିରରେ ପୂଜାପାଠ...

ବିଜେଡି ଛାଡ଼ିଲେ ସୁର ସେଠୀ

କାକଟପୁର,୩୦।୪: ବିଜେଡିରୁ ଇସ୍ତଫା ଦେଲେ ପୂର୍ବତନ କାକଟପୁର ବିଧାୟକ ସୁରେନ୍ଦ୍ର ସେଠୀ। ଦଳ ଟିକେଟ ଦେଇ ନ ଥିବାରୁ ଅସନ୍ତୁଷ୍ଟ ଥିବା ବେଳେ ମଙ୍ଗଳବାର ସେ...

ଲୋକଙ୍କ ସ୍ନେହ ଶ୍ରଦ୍ଧା ମୋ ପାଇଁଁ ଆଶୀର୍ବାଦ: ସଞ୍ଜୀବ

ଭଣ୍ଡାରିପୋଖରୀ,୩୦।୪(ରବିନାରାୟଣ ଖିଲାର): ଲୋକଙ୍କ ସ୍ନେହ, ଶ୍ରଦ୍ଧା ତାଙ୍କ ପାଇଁଁ ଆଶୀର୍ବାଦ ବୋଲି ଭଣ୍ଡାରିପୋଖରୀ ବିଧାୟକ ପ୍ରାର୍ଥୀ ସଞ୍ଜୀବ କୁମାର ମଲ୍ଲିକ ରାମଚନ୍ଦ୍ରପୁର ପଞ୍ଚାୟତରେ ଅନୁଷ୍ଠିତ  ବିଜେଡି...

ପୋଲିସ-ମାଓବାଦୀ ଗୁଳି ବିନିମୟ: ଦୁଇ ମହିଳାଙ୍କ ସମେତ ୭ ମାଓବାଦୀ ମୃତ

ମାଲକାନଗିରି,୩୦।୪(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ ବିଜାପୁର ଜିଲାରେ ପୋଲିସ-ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଘଟି ୨ ମହିଳାଙ୍କ ସହ ୭ ମାଓବାଦୀଙ୍କ ମୃତ୍ୟୁ...

ସାନଖେମୁଣ୍ଡି ଆସନ ପାଇଁ ପ୍ରାର୍ଥୀପତ୍ର ଦାଖଲ କଲେ କଂଗ୍ରେସ ପ୍ରାର୍ଥୀ ରମେଶ ଜେନା

ଛତ୍ରପୁର,୩୦।୪(ସନ୍ତୋଷ ପାଢ଼ୀ ): ଗଞ୍ଜାମ ଜିଲା ସାନଖେମୁଣ୍ଡି ବିଧାୟକ ରମେଶ ଜେନାଙ୍କୁ କଂଗ୍ରେସ ପୁଣି ପ୍ରାର୍ଥୀ କରି ରିପିଟ୍‌ କରିଛି। ସାନଖେମୁଣ୍ଡି ବିଧାନସଭା ଆସନ ପାଇଁ...

ଖରାକୁ ଖାତିର ନ କରି ବାଇକ୍‌ରେ ବୁଲି ପ୍ରଚାର କଲେ ପ୍ରାର୍ଥୀ

କେସିଙ୍ଗା,୩୦।୪(ତୁମେଶ୍ୱର ସାହୁ):କେସିଙ୍ଗା,୩୦।୪(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଳକ ଅଧୀନ ବୋରିଆ, ପର୍ଥଲା, କିକିଆ ପଞ୍ଚାୟତର ବିଭିନ୍ନ ଗ୍ରାମରେ ପ୍ରଚାର କରିଛନ୍ତି ବିଜେଡିର ଉଭୟ ପ୍ରାର୍ଥୀ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri