Posted inଜାତୀୟ

ଘରୋଇ କମ୍ପାନୀ ଭାରତୀୟ ସେନା ପାଇଁ ନିର୍ମାଣ କରିବେ ହେଲିକପ୍ଟର, ପ୍ରତିରକ୍ଷା ମନ୍ତ୍ରଣାଳୟ ଦେବେ ଅନୁମତି…

ନୂଆଦିଲ୍ଲୀ,୧୭।୭ : ପ୍ରତିରକ୍ଷା ଅଧିଗ୍ରହଣ ପ୍ରକ୍ରିୟା (ଡିଏପି)ର ମାନୁଆଲରେ ପରିବର୍ତ୍ତନ ଆଣିବାକୁ ପ୍ରତିରକ୍ଷା ମନ୍ତ୍ରଣାଳୟ ନିଷ୍ପତ୍ତି ନେଇଛି। ଏହା ଅନ୍ତର୍ଗତ ଘରୋଇ କମ୍ପାନୀଗୁଡ଼ିକ ଭାରତୀୟ ସେନାଙ୍କ ପାଇଁ ଆବଶ୍ୟକ ଅସ୍ତ୍ରଶସ୍ତ୍ର ତିଆରି କରିବାକୁ ମଧ୍ୟ ଅନୁମତି ଦିଆଯିବ। ଏହା ସାମରିକ ହାର୍ଡୱେର୍‌ କ୍ଷେତ୍ରରେ ଆତ୍ମନିର୍ଭର ଭାରତ ଗଠନ ଲକ୍ଷ୍ୟ ହାସଲ ବେଶ୍‌ ସହଜ ହୋଇ ପାରିବ।

ସାଉଥ ବ୍ଲକ ଅଧିକାରୀଙ୍କ ଅନୁଯାୟୀ, ଭାରତୀୟ ମଲ୍ଟି ରୋଲ ହେଲିକପ୍ଟର (ଆଇଏମଆରଏଚ)ର ବିକାଶ ତଥା ନିର୍ମାଣ କରାଯିବ, ଯାହା ରୁଷିଆରେ ନିର୍ମିତ ହେଉଥିବା ସମସ୍ତ ଏମଆଇ-୧୭ ଏବଂ ଏମଆଇ-୮ ହେଲିକପ୍ଟରର ସ୍ଥାନ ଗ୍ରହଣ କରିବାକୁ ସକ୍ଷମ ହେବ। ଏସବୁକୁ ଭାରତୀୟ ସେନାରେ ସାମିଲ କରାଯିବ। ଆଇଏମଆରଏଚର ଓଜନ ୧୩ ଟନ ହେବ। ଏହା ଭାରତୀୟ ସେନାକୁ ଆକାଶ ମାର୍ଗ ଆକ୍ରମଣ,ଆଣ୍ଟି-ବୁଡ଼ାଜାହାଜ ଆକ୍ରମଣ, ଜାହାଜ ରୋଧୀ ଆକ୍ରମଣ, ସାମରିକ ପରିବହନ ଏବଂ ଭିଭିଆଇପିଙ୍କ ସେବାରେ ନିୟୋଜିତ କରାଯିବ। ଭାରତୀୟ ବେସରକାରୀ କ୍ଷେତ୍ର କମ୍ପାନୀଗୁଡିକ ଏହି ପ୍ରକଳ୍ପରେ ଅଂଶଗ୍ରହଣ କରିବାକୁ ଆଗ୍ରହ ପ୍ରକାଶ କରିସାରିଛନ୍ତି ଏବଂ ପ୍ରତିରକ୍ଷା ମନ୍ତ୍ରଣାଳୟ ସେମାନଙ୍କୁ ଆସନ୍ତା ସାତ ବର୍ଷ ମଧ୍ୟରେ ଉତ୍ପାଦନ ଆରମ୍ଭ କରିବାକୁ କହିଛନ୍ତି। ଫ୍ରାନ୍ସସିସ୍‌ ସଫ୍ରାନ ୮ ଜୁଲାଇ ୨୦୨୨ରେ ଭାରତୀୟ ଏଚଏଲଏ ସହିତ ଚୁକ୍ତି ପତ୍ର ସ୍ବାକ୍ଷର କରିଛି। ଏହା ଅନ୍ତର୍ଗତ ଭାରତୀୟ ନୌସେନା ପାଇଁ ବିଭିନ୍ନ ଭାରିଆଣ୍ଟ୍‌ ସହିତ ଆଇଏମଆରଏଚ ଇଞ୍ଜିନର ବିକାଶ, ଉତ୍ପାଦନ ଏବଂ ସହାୟତା ପାଇଁ ଏକ ନୂତନ ମିଳିତ ଉଦ୍ୟୋଗ କମ୍ପାନୀ ଗଠନ କରାଯାଇ ପାରିବ। ଅଧିକାରୀଙ୍କ କହିବାନୁସାରେ, ବେସରକାରୀ କ୍ଷେତ୍ର କମ୍ପାନୀମାନଙ୍କୁ ମଧ୍ୟ ସେମାନଙ୍କ ଉତ୍ପାଦନର ୨୫ ପ୍ରତିଶତ ତୃତୀୟ ଦେଶକୁ ରପ୍ତାନି କରିବାକୁ ଏବଂ ଦେଶ ପାଇଁ ବୈଦେଶିକ ମୁଦ୍ରା ବୃଦ୍ଧି କରିବାକୁ ଅନୁମତି ଦିଆଯିବ।

ଭାରତୀୟ ସଶସ୍ତ୍ର ବାହିନୀକୁ ବିକଶିତ ଆଇଏମଆରଏଚ କ୍ରୟ କରିବାକୁ କୁହାଯାଇଛି ଯାହା ଆସନ୍ତା ସାତ ବର୍ଷ ମଧ୍ୟରେ କାର୍ଯ୍ୟକାରୀ ହେବ ବୋଲି ଯୋଜନା କରାଯାଇଛି। ବେସରକାରୀ କ୍ଷେତ୍ରର କମ୍ପାନୀଗୁଡିକ ମଧ୍ୟ ପ୍ରତିରକ୍ଷା ମନ୍ତ୍ରଣାଳୟରୁ ଏକ ଆଶ୍ୱାସନା ଦେଇଛନ୍ତି ଯେ ଯଦି ଆସନ୍ତା ପାଞ୍ଚ ବର୍ଷ ମଧ୍ୟରେ ଏହି ଉତ୍ପାଦନ ନ ହୁଏ ତେବେ ଭାରତୀୟ ସଶସ୍ତ୍ର ବାହିନୀ ହେଲିକପ୍ଟର ବାହାରୁ କିଣିବ।

ବେସରକାରୀ କ୍ଷେତ୍ରକୁ ୫୧ ପ୍ରତିଶତ ଅଂଶଧନ ହାସଲ କରିବାକୁ ଏବଂ ଭାରତୀୟ ପିଏସୟୁ ସହିତ ଜଏଣ୍ଟ ଭେଞ୍ଚର ଗଠନ କରିବାକୁ ଅନୁମତି ଦେବାକୁ ନିଷ୍ପତ୍ତି ନିଆଯାଇଛି। କାରଣ ପିଏସ୍‌ୟୁ ଗୁଡିକ ଧାର୍ଯ୍ୟ ସମୟ ମଧ୍ୟରେ ବିତରଣ କରିବାକୁ ସକ୍ଷମ ନଥିଲେ, ଯାହାଦ୍ୱାରା ଖର୍ଚ୍ଚ ବୃଦ୍ଧି ଘଟିବାରେ ଲାଗିଥିଲା। ଏହି ବିଳମ୍ବ ଯୋଗୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ ପାଇଁ ଟେଣ୍ଡର କିମ୍ବା ସରକାରୀ-ରୁ-ସରକାରୀ ମାର୍ଗ ଦେଇ ଅନ୍ୟ ଦେଶରୁ ଆବଶ୍ୟକ ମେସିନ କିଣିବା ଛଡା ଅନ୍ୟ କୌଣସି ବିକଳ୍ପ ନଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଟ୍ରେନ୍‌ ଟିକେଟ ବୁକିଂ ନିୟମ ବଦଳାଇଲା IRCTC, ଯାତ୍ରା କରିବାକୁ ଥିଲେ ଜାଣି ନିଅନ୍ତୁ…

ନୂଆଦିଲ୍ଲୀ,୩୦।୧୨: ଭାରତୀୟ ରେଳବାଇ ଆଧାର-ଯାଞ୍ଚ ହୋଇଥିବା IRCTC ଆକାଉଣ୍ଟ୍ ଧାରୀମାନଙ୍କ ପାଇଁ ବଡ଼ ରାହତ ଘୋଷଣା କରିଛି। ଆଡ଼ଭାନ୍ସ ରିଜର୍ଭେସନ୍ ପିରିଅଡ୍ (ARP)ର ପ୍ରଥମ ଦିନରେ...

ବିଶ୍ୱର ୪ର୍ଥ ବୃହତ୍ ଅର୍ଥନୀତି ପାଲଟିଲା ଭାରତ; ୨୦୩୦ ସୁଦ୍ଧା ଜର୍ମାନୀକୁ ଟପିବା ଲକ୍ଷ୍ୟ

ନୂଆଦିଲ୍ଲୀ,୩୦।୧୨: ବିଶ୍ୱ ଅର୍ଥନୀତି ମାନଚିତ୍ରରେ ଭାରତର ଦବଦବା ଜାରି ରହିଛି। ଜାପାନକୁ ଟପି ଭାରତ ଏବେ ବିଶ୍ୱର ଚତୁର୍ଥ ବୃହତ୍ତମ ଅର୍ଥନୈତିକ ଶକ୍ତି ଭାବେ ଉଭା...

ଆର୍‌ସିବିକୁ ବଡ଼ ଝଟ୍‌କା, ଏହି କାରଣରୁ ଖେଳିବେ ନାହିଁ…

ନୂଆଦିଲ୍ଲୀ, ୩୦।୧୨: ମହିଳା ପ୍ରିମିଅର୍ ଲିଗ୍ (WPL) ୨୦୨୬ ଆରମ୍ଭ ହେବାକୁ ମାତ୍ର କିଛି ଦିନ ବାକି ଥିବାବେଳେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗଲୁରୁ (RCB) ଟିମ୍‌କୁ...

UAE ର ଦୁଇ ଜାହାଜ ଉପରେ ଏୟାରଷ୍ଟ୍ରାଇକ୍ କଲା ସାଉଦି ଆରବ, ଦେଲା ୨୪ ଘଣ୍ଟା ଅଲ୍ଟିମେଟମ୍

ନୂଆଦିଲ୍ଲୀ,୩୦।୧୨: ଇସ୍ରାଏଲ-ହମାସ ଯୁଦ୍ଧ ମଧ୍ୟରେ ପଶ୍ଚିମ ଏସିଆର ଦୁଇ ଶକ୍ତିଶାଳୀ ଦେଶ ସାଉଦି ଆରବ ଏବଂ ୟୁନାଇଟେଡ ଆରବ ଏମିରେଟ୍ସ (UAE) ମଧ୍ୟରେ ତିକ୍ତତା ଚରମ...

ଦେଶର GDP’କୁ ଅତିକ୍ରମ କଲା ଭାରତୀୟ ପରିବାର ପାଖରେ ଥିବା ସୁନା ମୂଲ୍ୟ

ନୂଆଦିଲ୍ଲୀ,୩୦।୧୨: ଭାରତୀୟ ପରିବାରଗୁଡ଼ିକ ପାଇଁ ସୁନା କେବଳ ଏକ ଅଳଙ୍କାର ନୁହେଁ, ବରଂ ଏହା ଭାବପ୍ରବଣତା ଏବଂ ଆର୍ଥିକ ସୁରକ୍ଷାର ଏକ ପ୍ରତୀକ। ବିଶ୍ୱ ବଜାରରେ...

ବରଗଡ଼ ଧନୁଯାତ୍ରାରେ ମୁଖ୍ୟମନ୍ତ୍ରୀ: ହାତୀ ପିଠିରେ ବସି ବୁଲିଲେ ମଥୁରା ନଗରୀ

ମଥୁରାନଗରୀ,୩୦।୧୨(ପ୍ରେମାନନ୍ଦ ଖମାରୀ): ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ମହୋତ୍ସବରେ ସାମିଲ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମଙ୍ଗଳବାର ଅପରାହ୍ନରେ ମୁଖ୍ୟମନ୍ତ୍ରୀ ବିକାଶ ଗ୍ରାଉଣ୍ଡ ହେଲିପ୍ୟାଡରେ ପହଞ୍ଚିବା...

୩ ବର୍ଷ ଧରି ପାଇଲେ ଭଲ, ହେଲେ ବିବାହ ପାଇଁ କରିଦେଲେ ମନା; ଥାନାରେ ବିଷ ପିଇଦେଲେ ପ୍ରେମିକ…

ଆନନ୍ଦପୁର ୩୦।୧୨(ସୁଶାନ୍ତ କୁମାର ସାହୁ): ବିବାହ କରିବାକୁ ମନା କରିଦେଲା ପ୍ରେମିକା। ସହି ନ ପାରି ପ୍ରେମିକାଙ୍କ ଉପସ୍ଥିତିରେ ଥାନା ପରସରରେ ବିଷ ପିଇଦେଲେ ଯୁବକ।...

୨୦୨୬ରେ ହେବ ଭାରତ ପାକିସ୍ତାନ ଯୁଦ୍ଧ? ଆସୁଛି ଅସ୍ତ୍ର

ନୂଆଦିଲ୍ଲୀ,୩୦।୧୨: ଆମେରିକୀୟ ଥିଙ୍କ ଟ୍ୟାଙ୍କ କାଉନସିଲ ଅନ ଫରେନ ରିଲେସନ୍ସ (CFR) ଚେତାବନୀ ଦେଇଛି ଯେ ଭାରତ ଏବଂ ପାକିସ୍ତାନ ମଧ୍ୟରେ 2026 ରେ ଯୁଦ୍ଧ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri