ଜାନୁଆରୀ ୨୪ରେ ରାଜ୍ୟବ୍ୟାପୀ ଘରୋଇ ବସ୍ ମାଲିକ ସଂଘର ଧର୍ମଘଟ

ଭୁବନେଶ୍ବର,୨୨ା୧: ଜାନୁଆରୀ ୨୪ ରାଜ୍ୟବ୍ୟାପୀ ବସ୍ ଧର୍ମଘଟ କରିବେ ଘରୋଇ ବସ ମାଲିକ ସଂଘ। ଗୁରୁବାର କଟକଠାରେ ଅନୁଷ୍ଠିତ ରାଜ୍ୟ ଘରୋଇ ବସ୍ ମାଲିକ ସଂଘର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ପରେ ଏହି ସୂଚନା ଦିଆଯାଇଛି।

ସଂଘର ସାଧାରଣ ସମ୍ପାଦକ ଦେବେନ୍ଦ୍ର ସାହୁ ସ୍ପଷ୍ଟ କରିଛନ୍ତି ଯେ ୨୪ ତାରିଖର ବସ୍ ବନ୍ଦ ଡାକରା ଏବେ ବି ବଳବତ୍ତର ରହିଛି। ପୂର୍ବରୁ ସଂଘର କର୍ମକର୍ତ୍ତାମାନେ କଟକସ୍ଥିତ ରାଜ୍ୟ ପରିବହନ କର୍ତ୍ତୃପକ୍ଷ (STA) କାର୍ଯ୍ୟାଳୟରେ ପରିବହନ କମିଶନରଙ୍କ ସହ ଆଲୋଚନା କରିଥିଲେ। ସେଠାରେ ଜିଲାପାଳ, RTO ଓ OSRTC ପ୍ରତିନିଧିଙ୍କୁ ନେଇ ଜିଲା ସ୍ତରୀୟ କମିଟି ଗଠନ ପାଇଁ ନିଷ୍ପତ୍ତି ହୋଇଥିଲେ ସୁଦ୍ଧା ସଂଘ ଏଥିରେ ସନ୍ତୁଷ୍ଟ ହୋଇନାହିଁ।

ରାଜ୍ୟ ସରକାରଙ୍କ ଦ୍ୱାରା ବ୍ଲକରୁ ଜିଲା ସଦର ମହକୁମା ପର୍ଯ୍ୟନ୍ତ ଚାଲୁଥିବା ‘ମୁଖ୍ୟମନ୍ତ୍ରୀ ବସ୍ ସେବା’କୁ ବିରୋଧ କରି ଏହି ଧର୍ମଘଟ ଡାକରା ଦିଆଯାଇଛି। ସଂଘର ସାଧାରଣ ସମ୍ପାଦକଙ୍କ କହିବା ଅନୁଯାୟୀ, ୪ଟି ଜିଲାର ଜିଲାପାଳ ସଂଘର ଦାବିକୁ ଗ୍ରହଣ କରିଥିବା ବେଳେ ଜଗତସିଂହପୁର ଜିଲାପାଳ ଏପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ନେଇନାହାନ୍ତି।

ଶୁକ୍ରବାର ଜଗତସିଂହପୁର ଜିଲା ପ୍ରଶାସନର ପ୍ରତିକ୍ରିୟା ମିଳିବା ପରେ ଧର୍ମଘଟ ସମ୍ପର୍କରେ ସଂଘ ଚୂଡ଼ାନ୍ତ ନିଷ୍ପତ୍ତି ଗ୍ରହଣ କରିବ। ଯଦି ଦାବି ପୂରଣ ନହୁଏ, ତେବେ ଶନିବାରଠାରୁ ସାରା ରାଜ୍ୟରେ ଘରୋଇ ବସ୍ ଚଳାଚଳ ବାଧାପ୍ରାପ୍ତ ହେବାର ସମ୍ଭାବନା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ପୀୟୁଷଙ୍କୁ ନେଇ ରାଣୀ ପଣ୍ଡାଙ୍କ ବିବାଦୀୟ ବୟାନ, ପାଲଟା ଜବାବ ରଖିଲେ ପୀୟୁଷ

ଭୁବନେଶ୍ବର,୨୨ା୧: ଯାତ୍ରା ଦୁନିଆର ଦୁଇ ଲୋକପ୍ରିୟ କଳାକାର ପୀୟୁଷ ତ୍ରିପାଠୀ ଏବଂ ରାଣୀ ପଣ୍ଡା ମୁହାଁମୁହିଁ। ଯାଜପୁର ଜିଲା ବିଞ୍ଝାରପୁରର ବାରୁଣେଶ୍ୱର ମେଳାରେ ଦୁଇଜଣଙ୍କ ମଧ୍ୟରେ...

କଂଗ୍ରେସ ସହ ହାତ ମିଳାଇଲା ଭାଜପା, ନିର୍ୱାଚନ ଜିତିବାକୁ ଏହି ରାଜ୍ୟରେ କଲା ମେଣ୍ଟ

ମୁମ୍ୱାଇ,୨୨।୧: ଶୀର୍ଷ ନେତୃତ୍ୱର ଅସନ୍ତୋଷ ସତ୍ତ୍ୱେ, ମହାରାଷ୍ଟ୍ରର ଅମରାବତୀ ଜିଲାର ଅଚଳପୁର ପୌର ପରିଷଦରେ ବିଭିନ୍ନ କମିଟିର ଅଧ୍ୟକ୍ଷଙ୍କ ର୍ନିବିରୋଧୀ ନିର୍ୱାଚନ ସୁନିଶ୍ଚିତ କରିବା ପାଇଁ...

୨୦୩୬ ସୁଦ୍ଧା ଓଡ଼ିଶାର ୯୦% ଚାଷଜମିକୁ ମିଳିବ ଜଳସେଚନ ସୁବିଧା

ଭୁବନେଶ୍ବର,୨୨ା୧: ଓଡ଼ିଶାକୁ ଏକ ସମୃଦ୍ଧ ରାଜ୍ୟରେ ପରିଣତ କରିବା ପାଇଁ ଚାଷ ଜମିକୁ ଜଳସେଚନ ଗୁରୁତ୍ୱପୂର୍ଣ୍ଣ। ଗୁରୁବାର ସ୍ଥାନୀୟ ଲୋକସେବା ଭବନରେ ଆୟୋଜିତ ରାଜ୍ୟସ୍ତରୀୟ ‘ପାଣି...

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଆସିଲେ ନୂଆ ଅତିଥି, ଛୁଟିଲା ଶୁଭେଚ୍ଛାର ସୁଅ

ଭୁବନେଶ୍ବର,୨୨ା୧: ଓଡ଼ିଶାର ଲୋକପ୍ରିୟ ଚଳଚ୍ଚିତ୍ର ଅଭିନେତା ସବ୍ୟସାଚୀ ମିଶ୍ର ଏବଂ ଅଭିନେତ୍ରୀ ଅର୍ଚ୍ଚିତା ସାହୁଙ୍କ ଘରକୁ ଆସିଛି ନୂଆ ଅତିଥି। ବୁଧବାର ଏହି ଷ୍ଟାର୍ ଦମ୍ପତି...

ପୁରୁଣା ଷ୍ଟକ୍‌ ବିକ୍ରି କରିପାରିବେ କି ଗୁଟ୍‌ଖା-ସିଗାରେଟ୍‌ ଦୋକାନୀ? ଆସିଲା ବଡ଼ ଖବର

ଭୁବନେଶ୍ୱର,୨୨।୧: ଓଡ଼ିଶାରେ ପାନ ଦୋକାନକୁ ଯିବାର ସାଧାରଣ ଚିତ୍ର ସମ୍ପୂର୍ଣ୍ଣ ବଦଳିବାକୁ ଯାଉଛି। ବିଡ଼ି, ସିଗାରେଟ, ଗୁଟଖା ଏବଂ ତମାଖୁ ଭଳି ଉତ୍ପାଦ ଦୋକାନରୁ ଉଭାନ...

ମତ୍ସ୍ୟ-ପ୍ରାଣୀ ସମାବେଶ: ମୁଖ୍ୟ ଆକର୍ଷଣ ସାଜିଛି ୪ କୋଟି ଟଙ୍କାର ବାହୁବଳୀ ମଇଁଷି

ଭୁବନେଶ୍ୱର,୨୨ା୧: ରାଜଧାନୀର ଜନତା ମଇଦାନରେ ଚାଲିଥିବା ତିନିଦିନିଆ ‘ମତ୍ସ୍ୟ-ପ୍ରାଣୀ ସମାବେଶ’ରେ ଏକ ‘ମୁରା’ ପ୍ରଜାତିର ମଇଁଷି(ପୋରୁଅ) ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି। ହରିୟାଣାର କୁରୁକ୍ଷେତ୍ରରୁ ଆସିଥିବା...

ବାଂଲାଦେଶ ପରେ ଧମକ ଦେଲା ପାକିସ୍ତାନ, ଟି20 ବିଶ୍ୱକପ୍‌ କରିବ ବୟକଟ୍‌: ରିପୋର୍ଟ

ନୂଆଦିଲ୍ଲୀ,୨୨ା୧: ୨୦୨୬ ଟି20 ବିଶ୍ୱକପ୍‌ ପୂର୍ବରୁ ବିବାଦ ବଢ଼ିବାରେ ଲାଗିଛି। ଭାରତରେ ନ ଖେଳିବା ଜିଦ୍ ରେ ବାଂଲାଦେଶ ବିଶ୍ୱକପରୁ ଓହରିଯିବା ପରେ ପାକିସ୍ତାନ ମଧ୍ୟ...

ଜାନୁଆରୀ ୨୬ରେ ବନ୍ଦ ରହିବ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି

ଭୁବନେଶ୍ବର,୨୨ା୧: ଆସନ୍ତା ଜାନୁଆରୀ ୨୬ ତାରିଖରେ ସରକାରୀ ଛୁଟି ଦିବସ ଥିବାରୁ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ। ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ସରକାରୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri