ଯାତ୍ରୀଙ୍କ ପକେଟ୍‌କୁ ଝଟ୍‌କା: ରାଜ୍ୟରେ ବଢ଼ିଲା ଘରୋଇ ବସ୍‌ ଭଡ଼ା, ଜାଣନ୍ତୁ କାହା ପାଇଁ କେତେ?

ଭୁବନେଶ୍ୱର,୧୫।୫: ରାଜ୍ୟରେ ଯାତ୍ରୀବାହୀ ଘରୋଇ ବସ ଭଡ଼ା ବୃଦ୍ଧି ପାଇଛି। ତୈଳ ଦର ବୃଦ୍ଧିକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ବସ ଭଡ଼ା ବଢ଼ାଇବାକୁ ନିଷ୍ପତ୍ତି ନେଇଛନ୍ତି। ସ୍ବୟଂଚାଳିତ ଭଡ଼ା ବୃଦ୍ଧି ପ୍ରକ୍ରିୟା ଅନୁଯାୟୀ, ବିଭିନ୍ନ ବର୍ଗର ବସ ଭଡ଼ାରେ କିଲୋମିଟର ପିଛା ୨ ପଇସାରୁ ୬ ପଇସା ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି।

ବସ୍ ବର୍ଗ ପୂର୍ବ ଭଡ଼ା (କିମି ପିଛା) ନୂତନ ଭଡ଼ା (କିମି ପିଛା)
ଅର୍ଡିନାରୀ (Ordinary) ୮୮ ପଇସା ୯୦ ପଇସା
ଏକ୍ସପ୍ରେସ (Express) ୯୨ ପଇସା ୯୪ ପଇସା
ଡିଲକ୍ସ (Deluxe) ୧ ଟଙ୍କା ୨୭ ପଇସା ୧ ଟଙ୍କା ୩୧ ପଇସା
ଏସି ଡିଲକ୍ସ (AC Deluxe) ୧ ଟଙ୍କା ୫୫ ପଇସା ୧ ଟଙ୍କା ୫୯ ପଇସା
ସୁପର ପ୍ରିମିୟମ (Super Premium) ୨ ଟଙ୍କା ୪୧ ପଇସା ୨ ଟଙ୍କା ୪୭ ପଇସା

ସୂଚନାଯୋଗ୍ୟ, ଗତ କିଛି ଦିନ ହେବ ଡିଜେଲ ଦରରେ କ୍ରମାଗତ ବୃଦ୍ଧି ଘଟିଛି। ଫଳରେ ବସ ମାଲିକ ସଂଘ ପକ୍ଷରୁ ଭଡ଼ା ବଢ଼ାଇବାକୁ ଦାବି ହୋଇଆସୁଥିଲା। ସରକାରଙ୍କ ଏହି ନିଷ୍ପତ୍ତି ପରେ ସାଧାରଣ ଯାତ୍ରୀଙ୍କ ଉପରେ ଆର୍ଥିକ ବୋଝ ପଡ଼ିବ। ବିଶେଷ କରି ଦୂର ଯାତ୍ରୀମାନଙ୍କୁ ଏବେ ଅଧିକ ଖର୍ଚ୍ଚାନ୍ତ ହେବାକୁ ପଡ଼ିବ।

  • ଅର୍ଡିନାରୀ ଓ ଏକ୍ସପ୍ରେସ ବସ୍ ଭଡ଼ାରେ କିମି ପିଛା ୨ ପଇସା ବୃଦ୍ଧି।

  • ଡିଲକ୍ସ ଓ ଏସି ଡିଲକ୍ସ ବସ୍ ଭଡ଼ାରେ କିମି ପିଛା ୪ ପଇସା ବୃଦ୍ଧି।

  • ସୁପର ପ୍ରିମିୟମ ବସ୍ ଭଡ଼ାରେ ସବୁଠାରୁ ଅଧିକ କିମି ପିଛା ୬ ପଇସା ବୃଦ୍ଧି।

ତେବେ ଏହି ନୂତନ ଭଡ଼ା ତୁରନ୍ତ ଲାଗୁ ହେବା ନେଇ ସୂଚନା ମିଳିଛି।

Dharitri – Odisha’s No.1 Odia Daily

Share