Categories: ଖେଳ

ଭୁବନେଶ୍ୱରଙ୍କ ସ୍ଥାନରେ ପୃଥ୍ବୀରାଜ

ଦୁବାଇ, ୭ା୧୦ (ପି.ଟି.)-ସନରାଇଜର୍ସ ହାଇଦ୍ରାବାଦର ଆଘାତପ୍ରାପ୍ତ ସିନିୟର ପେସ୍‌ ବୋଲର ଭୁବନେଶ୍ୱର କୁମାରଙ୍କ ସ୍ଥାନରେ ବଦଳ ଖେଳାଳି ଭାବେ ପୃଥ୍ବୀରାଜ ୟାରାଙ୍କୁ ମନୋନୀତ କରାଯାଇଛି। ଅକ୍ଟୋବର ୨ରେ ଦୁବାଇରେ ଚେନ୍ନାଇ ସୁପର କିଙ୍ଗ୍ସ ଇନିଂସର ୧୯ତମ ଓଭରରେ ଭୁବନେଶ୍ୱରଙ୍କ ଜଙ୍ଘ ମାଂସପେଶୀରେ ଆଘାତ ଲାଗିଛି। ଆଘାତ ହେବା ପରେ ସେ ମାତ୍ର ଗୋଲ ବଲ୍‌ ପକାଇ ପଡ଼ିଆ ଛାଡ଼ିଥିଲେ। ଆନ୍ଧ୍ର ପ୍ରଦେଶର ୨୨ ବର୍ଷୀୟ ବୋଲର ୧୧ ପ୍ରଥମଶ୍ରେଣୀ ମ୍ୟାଚ୍‌ ଖେଳି ୩୯ ଉଇକେଟ ଅକ୍ତିଆର କରିଛନ୍ତି। ୟୁଏଇରେ ଖୁବ୍‌ ଶୀଘ୍ର ସେ ସନରାଇଜର୍ସ ଦଳ ସହ ଯୋଗ ଦେବେ। ଭୁବନେଶ୍ୱର ଗ୍ରେଡ୍‌-୨ କିମ୍ବା ଗ୍ରେଡ୍‌-୩ ଇଞ୍ଜୁରୀ ହୋଇଥିବା କିମ୍ବାଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) କହିଛି। ଏହି ବୋଲର ୬ରୁ ୮ମାସ ପର୍ଯ୍ୟନ୍ତ ଖେଳି ପାରିବେ ନାହିଁ। ଫଳରେ ଚଳିତ ବର୍ଷ ଶେଷରେ ସେ ଅଷ୍ଟ୍ରେଲିଆ ଟୁର୍‌ରେ ଯାଇ ପାରିବେ କି ନା ସନ୍ଦେହ। ପୃଥ୍ବୀରାଜ ଗତ ବର୍ଷ କୋଲକାତା ନାଇଟ ରାଇଡର୍ସ ତରଫରୁ ଖେଳିଥିଲେ। ୨୦୧୯ ଏପ୍ରିଲ୍‌ରେ କୋଲକାତାଠାରେ ରାଜସ୍ଥାନ ବିପକ୍ଷ ମ୍ୟାଚରେ ସେ ୨ ଓଭରରେ ୨୮ ରନ ସଂଗ୍ରହ କରିଥିଲେ।

Share