Posted inଖେଳ

ନିଜ ରୁମ୍‌ରେ ଭୋ’ ଭୋ ହୋଇ କାନ୍ଦିଥିଲେ ଏହି କ୍ରିକେଟର, ଏବେ କିନ୍ତୁ ସର୍ବାଧିକ ରନ୍‌ର ରେକର୍ଡ କରି ଚର୍ଚ୍ଚାରେ

ବମ୍ବେ,୧୨।୩: ଚଳିତ ବିଜୟ ହଜାରେ ଟ୍ରଫି ଘରୋଇ ଦିନିକିଆ କ୍ରିକେଟ ଟୁର୍ନାମେଣ୍ଟରେ ହାରାହାରି ୧୮୮.୫ ଅନୁପାତରେ ୭୫୪ ରନ୍‌ କରି ଚର୍ଚ୍ଚାରେ ମୁମ୍ବାଇର ପୃଥ୍ବୀ ଶ। ଏହାଫଳରେ ସେ ଗୋଟିଏ ସିଜନରେ ସର୍ବାଧିକ ରନ୍‌ କରିଥିବା କ୍ରିକେଟରର ରେକର୍ଡ ନିଜ ନାମରେ କରିଛନ୍ତି। ଆସନ୍ତା ୧୪ରେ ଟୁର୍ନାମେଣ୍ଟର ଫାଇନାଲ ମୁକାବିଲା ଉତ୍ତରପ୍ରଦେଶ ଏବଂ ମୁମ୍ବାଇ ମଧ୍ୟରେ ଅନୁଷ୍ଠିତ ହେବ। ଏଥିରେ ସେ ପୂର୍ବଭଳି ଭଲ ପ୍ରଦର୍ଶନ କରିପାରନ୍ତି ବୋଲି କୁହାଯାଉଛି। ତେବେ ଟୁର୍ନାମେଣ୍ଟରେ ଚମକୁଥିବା ପୃଥ୍ବୀଙ୍କ ପ୍ରଦଶନ ପୂର୍ବରେ ଭଲ ନ ଥିଲା। ଅଷ୍ଟ୍ରେଲିଆ ବିପକ୍ଷରେ ଆଡ଼ିଲେଡ୍‌ରେ ଖେଳାଯାଇଥିବା ପ୍ରଥମ ଟେଷ୍ଟରେ ସେ ୦ ଓ ୪ ରନ୍‌ କରିଥିଲେ। ଏହାପରେ ତାଙ୍କୁ ଭାରତୀୟ ଟିମ୍‌ରୁ ବାହାର କରି ଦିଆଯାଇଥିଲା। ଏବେ ସେ ଏନେଇ ପ୍ରତିକ୍ରିୟା ଦେଇଛନ୍ତି।

ଦଳରୁ ବାହାର ହେବା ନେଇ ଏକ ସାକ୍ଷାତକାରରେ ସେ କହିଛନ୍ତି, ମୁଁ ଦ୍ୱନ୍ଦରେ ଥିଲି। ଏସବୁ କ’ଣ ହେଉଛି ବୋଲି ନିଜକୁ ପଚାରୁଥିଲି। ମୋ ବ୍ୟାଟିଂରେ କି ଅସୁବିଧା ଅଛି ବୋଲି ଭାବୁଥିଲି। ଆଡିଲେଡ୍‌ ଟେଷ୍ଟରେ ମିଚେଲ ଷ୍ଟାର୍କ ଏବଂ ପୈଟ କମିନ୍ସଙ୍କ ବଲ୍‌ରେ ଆଉଟ୍‌ ହୋଇଥିଲି। ଏହା ବହୁତ ନିରାଶ କରିଥିଲା। ଏହାପରେ କାଚ ସମ୍ମୁଖରେ ଛିଡ଼ା ହୋଇ ଯେମିତି ସବୁ ଭାବୁଛନ୍ତି ସେଭଳି ଖେଳାଳି ନୁହେଁ ବୋଲି ନିଜକୁ ନିଜେ କହୁଥିଲି। ସେତେବେଳେ ଶାସ୍ତ୍ରୀ ସାର୍‌ ଏବଂ ବିକ୍ରମ ରାଠୋର ସାର୍‌ ମୋତେ ନିଜ ଭୁଲ କେଉଁଠି ହେଉଛି ସେ ନେଇ ଅବଗତ କରାଇଥିଲେ। ନେଟ୍ସରେ ବାରମ୍ବାର ଅଭ୍ୟାସ କରି ତାକୁ ସଜାଡ଼ିବାକୁ ଚେଷ୍ଟା କରିଥିଲି। ତଥାପି ଛୋଟ ଛୋଟ ଭୁଲ ହେଉଥିଲା ବୋଲି ସେ କହିଛନ୍ତି।

ତେବେ ଭାରତ ଫେରିବା ପରେ ସେ ଦଳରୁ ବାହାରିବା ନେଇ ଚିନ୍ତାଗ୍ରସ୍ତ ହୋଇଯାଇଥିଲେ। ନିଜର ଖେଳ ସୁଧାରିବାକୁ ହେବ ବୋଲି ସେ ନିଶ୍ଚିତ କରିଥିଲେ। ହେଲେ ଚୟନ ନ ହେବା ଦିନକୁ ଭୁଲିପାରୁ ନ ଥିଲେ। ସେ ଦିନ ବେଶ ଖରାପ ଥିଲା। ସେ ନିଜ କୋଠରୀକୁ ଯାଇ ଖୁବ୍‌ ଜୋର୍‌ରେ କାନ୍ଦିଥିଲେ। କାହା ସହ କଥା ହୋଇ ନ ଥିଲେ। ଫୋନ୍‌ ଆସୁଥିଲେ ହେଁ ଉଠାଉ ନ ଥିଲେ। ପରେ କ’ଣ ପାଇଁ ଆଉଟ୍‌ ହେଉଛନ୍ତି ତାହା ଉପରେ କାମ କରିଥିଲେ। ସଚିନ ତେନ୍ଦୁଲକରଙ୍କୁ ଭେଟିଥିଲେ। ସେ ତାଙ୍କୁ ବିଶେଷ ପରିବର୍ତ୍ତନ ନ କରି ଯେତେ ସମ୍ଭବ ପାଖରେ ଖେଳିବାକୁ ଚେଷ୍ଟା କରନ୍ତୁ ବୋଲି କହିଥିଲେ। କାରଣ ସେ ବଲ୍‌ ପାଖରେ ଡେରିରେ ପହଞ୍ଚୁଥିଲେ। ପରେ ଅଷ୍ଟ୍ରେଲିଆ ଗସ୍ତ ସରେ ସେ ଏହା ଉପରେ କାମ କରିଥିଲେ ବୋଲି କହିଛନ୍ତି।

ଏବେ ସେ ଦଳକୁ ପୁଣି ଫେରିବା ନେଇ କିଛି ଭାବି ନାହାନ୍ତି। ଯେତେବେଳେ ସୁଯୋଗ ମିଳିବ ସେତେବେଳେ ସେ ତାର ଫାଇଦା ଉଠାଇବେ। ଇଂଲଣ୍ଡ ବିପକ୍ଷରେ ତାଙ୍କୁ ସୁଯୋଗ ନ ମିଳିବା ନିଜର ଭୁଲ। ଏବେ ସେ ଭଲ ପ୍ରଦର୍ଶନ କରି ସବୁକିଛି ବଦଳାଇବାକୁ ଚାହାନ୍ତି ବୋଲି ପୃଥ୍ବୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

୧୫ ବର୍ଷରୁ କମ୍‌ ଅନ୍‌ଲାଇନ୍‌ ଚେସ୍‌ : ନିଖିଲ ଚାମ୍ପିୟନ, ବିକାଶ ରନର୍ସଅପ୍‌

ଭୁବନେଶ୍ୱର, ୨୬।୬(କ୍ରୀଡ଼ା ପ୍ରତିନିଧି):ଏସ୍‌ଆର ଚେସ୍‌ ସେଣ୍ଟର ଆନୁକୂଲ୍ୟରେ ୧୫ ବର୍ଷରୁ କମ୍‌ ଅନ୍‌ଲାଇନ୍‌ ଚେସ୍‌ ଟୁର୍ନାମେଣ୍ଟ ବୁଧବାର ଅନୁଷ୍ଠିତ ହୋଇଯାଇଛି। ଓଡ଼ିଶା, ବାହାର ରାଜ୍ୟ ଏବଂ...

ଡିଡିସିଏରୁ ଇସ୍ତଫା ଦେଲେ ରଜତ ଶର୍ମା

ନୂଆଦିଲ୍ଲୀ,୧୬।୧୧(ପି.ଟି.)- ସିନିୟର ସାମ୍ବାଦିକ ରଜତ ଶର୍ମା ଶନିବାର ଦିଲ୍ଲୀ ଡିଷ୍ଟ୍ରକ୍ଟ କ୍ରିକେଟ ଆସୋସିଏଶନ (ଡିଡିସିଏ)ର ସଭାପତି ପଦରୁ ଇସ୍ତଫା ଦେଇଛନ୍ତି। ଆସୋସିଏଶନ ମଧ୍ୟର ଚାପ ଯୋଗୁ...

କୋଭିଡ୍‌-୧୯: ପ୍ଲାଜ୍‌ମା ଥେରାପି ୟୁନିଟ୍‌ ଉଦ୍‌ଘାଟନ କଲେ ସଚିନ

ମୁମ୍ବାଇ,୮।୭(ପି.ଟି.): କ୍ରିକେଟ ଆଇକନ ସଚିନ ତେନ୍ଦୁଲକର ସ୍ଥାନୀୟ ସୁନ୍ଦରବନ ଅନ୍ଧେରିସ୍ଥିତ ସେଭେନ ହିଲ ହସ୍ପିଟାଲଠାରେ ଏକ ପ୍ଲାଜ୍‌ମା ଥେରାପୀ ୟୁନିଟ୍‌ ଉଦ୍‌ଘାଟନ କରିଛନ୍ତି। ଏହି ୟୁନିଟ୍‌ରେ...

ଆଇପିଏଲ୍‌ରେ ଇତିହାସ ରଚିଲେ ଉମରାନ୍‌

ମୁମ୍ବାଇ,୧୭।୪: ପଞ୍ଜାବ କିଙ୍ଗ୍ସ ବିପକ୍ଷରେ ସନରାଇଜର୍ସ ହାଇଦ୍ରାବାଦ ଦ୍ରୁତ ବୋଲର ଉମରାନ୍‌ ମଲିକ ଚମତ୍କାର ବୋଲିଂ କରିଥିଲେ। ସେ ଆଇପିଏଲରେ ଇତିହାସ ସୃଷ୍ଟି କରିଛନ୍ତି। ଆଇପିଏଲ...

ହୁକାର୍ଜଙ୍କୁ ମାୟାମି ଟାଇଟଲ

ମାୟାମି, ୬ା୪ (ଏପି)-ପୋଲାଣ୍ଡର ହୁବର୍ଟ ହୁର୍କାଜ ମାୟାମି ଓପନ୍‌ ଟେନିସ ପୁରୁଷ ସିଙ୍ଗଲ୍ସ ଟାଇଟଲ ହାସଲ କରିଛନ୍ତି। ଫାଇନାଲରେରେ ଇଟାଲୀର ୧୯ ବର୍ଷୀୟ ଜାନିକ ସିନରଙ୍କୁ...

ନ୍ୟୁଜିଲାଣ୍ଡ-ଭାରତ ଦ୍ୱିତୀୟ ଓ୍ବାର୍ମଅପ୍‌ ମ୍ୟାଚ୍‌ ବାତିଲ

ବ୍ରିସବେନ୍‌,୧୯।୧୦: ଟି୨୦ ବିଶ୍ୱକପ୍‌ରେ ଭାରତୀୟ ଟିମ୍‌ ବୁଧବାର ନିଜର ଦ୍ୱିତୀୟ ଓ୍ବାର୍ମ ଅପ୍‌ ମ୍ୟାଚ୍‌ ଖେଳିଥାନ୍ତା। ନ୍ୟୁଜିଲାଣ୍ଡ ବିପକ୍ଷରେ ଖେଳାଯିବାକୁ ଥିବା ଏହି ମ୍ୟାଚ୍‌କୁ ମୂଷଳଧାର...

ସେହଓ୍ବାଗ୍‌ଙ୍କ ପରେ ଧୋନୀଙ୍କ ଉପରେ ରାଗିଲେ ପିଟରସେନ: କହିଲେ ‘ମୁଁ ତାଙ୍କ ନିର୍ବୋଧତାକୁ ଗ୍ରହଣ କରିପାରିବି ନାହିଁ’

ନୂଆଦିଲ୍ଲୀ,୨୪।୯: ରାଜସ୍ଥାନ ରୟାଲ୍ସ ବିପକ୍ଷରେ ଦ୍ୱିତୀୟ ମ୍ୟାଚ୍‌ ହାରିଯାଇଥିଲା ଚେନ୍ନାଇ ସୁପରକିଙ୍ଗ୍ସ। ଏହାକୁ ନେଇ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କୁ ସମାଲୋଚନା କରାଯାଉଛି। ପ୍ରଥମେ ଗୌତମ...

୪୩୬ ଦିନ ପରେ ପଡ଼ିଆକୁ ଓହ୍ଲାଇଲେ ଧୋନୀ

ଆବୁଧାବି, ୧୯।୯: ଶନିବାରଠାରୁ ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୧୩ତମ ସଂସ୍କରଣ ଆରମ୍ଭ ହୋଇଛି। ଡିଫେଣ୍ଡିଂ ଚାମ୍ପିୟନ ମୁମ୍ବାଇ ଇଣ୍ଡିଆନ୍ସ ଓ ଚେନ୍ନାଇ ସୁପର୍‌ କିଙ୍ଗ୍ସ...

Advertisement
Archives

Model This Week