Posted inଖେଳ

ନିଜ ରୁମ୍‌ରେ ଭୋ’ ଭୋ ହୋଇ କାନ୍ଦିଥିଲେ ଏହି କ୍ରିକେଟର, ଏବେ କିନ୍ତୁ ସର୍ବାଧିକ ରନ୍‌ର ରେକର୍ଡ କରି ଚର୍ଚ୍ଚାରେ

ବମ୍ବେ,୧୨।୩: ଚଳିତ ବିଜୟ ହଜାରେ ଟ୍ରଫି ଘରୋଇ ଦିନିକିଆ କ୍ରିକେଟ ଟୁର୍ନାମେଣ୍ଟରେ ହାରାହାରି ୧୮୮.୫ ଅନୁପାତରେ ୭୫୪ ରନ୍‌ କରି ଚର୍ଚ୍ଚାରେ ମୁମ୍ବାଇର ପୃଥ୍ବୀ ଶ। ଏହାଫଳରେ ସେ ଗୋଟିଏ ସିଜନରେ ସର୍ବାଧିକ ରନ୍‌ କରିଥିବା କ୍ରିକେଟରର ରେକର୍ଡ ନିଜ ନାମରେ କରିଛନ୍ତି। ଆସନ୍ତା ୧୪ରେ ଟୁର୍ନାମେଣ୍ଟର ଫାଇନାଲ ମୁକାବିଲା ଉତ୍ତରପ୍ରଦେଶ ଏବଂ ମୁମ୍ବାଇ ମଧ୍ୟରେ ଅନୁଷ୍ଠିତ ହେବ। ଏଥିରେ ସେ ପୂର୍ବଭଳି ଭଲ ପ୍ରଦର୍ଶନ କରିପାରନ୍ତି ବୋଲି କୁହାଯାଉଛି। ତେବେ ଟୁର୍ନାମେଣ୍ଟରେ ଚମକୁଥିବା ପୃଥ୍ବୀଙ୍କ ପ୍ରଦଶନ ପୂର୍ବରେ ଭଲ ନ ଥିଲା। ଅଷ୍ଟ୍ରେଲିଆ ବିପକ୍ଷରେ ଆଡ଼ିଲେଡ୍‌ରେ ଖେଳାଯାଇଥିବା ପ୍ରଥମ ଟେଷ୍ଟରେ ସେ ୦ ଓ ୪ ରନ୍‌ କରିଥିଲେ। ଏହାପରେ ତାଙ୍କୁ ଭାରତୀୟ ଟିମ୍‌ରୁ ବାହାର କରି ଦିଆଯାଇଥିଲା। ଏବେ ସେ ଏନେଇ ପ୍ରତିକ୍ରିୟା ଦେଇଛନ୍ତି।

ଦଳରୁ ବାହାର ହେବା ନେଇ ଏକ ସାକ୍ଷାତକାରରେ ସେ କହିଛନ୍ତି, ମୁଁ ଦ୍ୱନ୍ଦରେ ଥିଲି। ଏସବୁ କ’ଣ ହେଉଛି ବୋଲି ନିଜକୁ ପଚାରୁଥିଲି। ମୋ ବ୍ୟାଟିଂରେ କି ଅସୁବିଧା ଅଛି ବୋଲି ଭାବୁଥିଲି। ଆଡିଲେଡ୍‌ ଟେଷ୍ଟରେ ମିଚେଲ ଷ୍ଟାର୍କ ଏବଂ ପୈଟ କମିନ୍ସଙ୍କ ବଲ୍‌ରେ ଆଉଟ୍‌ ହୋଇଥିଲି। ଏହା ବହୁତ ନିରାଶ କରିଥିଲା। ଏହାପରେ କାଚ ସମ୍ମୁଖରେ ଛିଡ଼ା ହୋଇ ଯେମିତି ସବୁ ଭାବୁଛନ୍ତି ସେଭଳି ଖେଳାଳି ନୁହେଁ ବୋଲି ନିଜକୁ ନିଜେ କହୁଥିଲି। ସେତେବେଳେ ଶାସ୍ତ୍ରୀ ସାର୍‌ ଏବଂ ବିକ୍ରମ ରାଠୋର ସାର୍‌ ମୋତେ ନିଜ ଭୁଲ କେଉଁଠି ହେଉଛି ସେ ନେଇ ଅବଗତ କରାଇଥିଲେ। ନେଟ୍ସରେ ବାରମ୍ବାର ଅଭ୍ୟାସ କରି ତାକୁ ସଜାଡ଼ିବାକୁ ଚେଷ୍ଟା କରିଥିଲି। ତଥାପି ଛୋଟ ଛୋଟ ଭୁଲ ହେଉଥିଲା ବୋଲି ସେ କହିଛନ୍ତି।

ତେବେ ଭାରତ ଫେରିବା ପରେ ସେ ଦଳରୁ ବାହାରିବା ନେଇ ଚିନ୍ତାଗ୍ରସ୍ତ ହୋଇଯାଇଥିଲେ। ନିଜର ଖେଳ ସୁଧାରିବାକୁ ହେବ ବୋଲି ସେ ନିଶ୍ଚିତ କରିଥିଲେ। ହେଲେ ଚୟନ ନ ହେବା ଦିନକୁ ଭୁଲିପାରୁ ନ ଥିଲେ। ସେ ଦିନ ବେଶ ଖରାପ ଥିଲା। ସେ ନିଜ କୋଠରୀକୁ ଯାଇ ଖୁବ୍‌ ଜୋର୍‌ରେ କାନ୍ଦିଥିଲେ। କାହା ସହ କଥା ହୋଇ ନ ଥିଲେ। ଫୋନ୍‌ ଆସୁଥିଲେ ହେଁ ଉଠାଉ ନ ଥିଲେ। ପରେ କ’ଣ ପାଇଁ ଆଉଟ୍‌ ହେଉଛନ୍ତି ତାହା ଉପରେ କାମ କରିଥିଲେ। ସଚିନ ତେନ୍ଦୁଲକରଙ୍କୁ ଭେଟିଥିଲେ। ସେ ତାଙ୍କୁ ବିଶେଷ ପରିବର୍ତ୍ତନ ନ କରି ଯେତେ ସମ୍ଭବ ପାଖରେ ଖେଳିବାକୁ ଚେଷ୍ଟା କରନ୍ତୁ ବୋଲି କହିଥିଲେ। କାରଣ ସେ ବଲ୍‌ ପାଖରେ ଡେରିରେ ପହଞ୍ଚୁଥିଲେ। ପରେ ଅଷ୍ଟ୍ରେଲିଆ ଗସ୍ତ ସରେ ସେ ଏହା ଉପରେ କାମ କରିଥିଲେ ବୋଲି କହିଛନ୍ତି।

ଏବେ ସେ ଦଳକୁ ପୁଣି ଫେରିବା ନେଇ କିଛି ଭାବି ନାହାନ୍ତି। ଯେତେବେଳେ ସୁଯୋଗ ମିଳିବ ସେତେବେଳେ ସେ ତାର ଫାଇଦା ଉଠାଇବେ। ଇଂଲଣ୍ଡ ବିପକ୍ଷରେ ତାଙ୍କୁ ସୁଯୋଗ ନ ମିଳିବା ନିଜର ଭୁଲ। ଏବେ ସେ ଭଲ ପ୍ରଦର୍ଶନ କରି ସବୁକିଛି ବଦଳାଇବାକୁ ଚାହାନ୍ତି ବୋଲି ପୃଥ୍ବୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri