Posted inଜାତୀୟ

ପଶ୍ଚିମବଙ୍ଗ ନିର୍ବାଚନ: ୩୦ ଷ୍ଟାର ପ୍ରଚାରକଙ୍କ ନାମ ଘୋଷଣା କଲା କଂଗ୍ରେସ

ନୂଆଦିଲ୍ଲୀ,୧୨ ।୩: ପଶ୍ଚିମବଙ୍ଗ ନିର୍ବାଚନର ହଟ୍ ସିଟ୍ ନନ୍ଦିଗ୍ରାମ ପାଇଁ ଶୁକ୍ରବାର ଭାରତୀୟ ଜନତା ପାର୍ଟି(ଭଜପା)ର ଶୁଭେନ୍ଦୁ ଅଧିକାରୀ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି । ଦୁଇ ଦିନ ପୂର୍ବରୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏହି ଆସନରୁ ନିଜର ପ୍ରାର୍ଥିପତ୍ର ଦାଖଲ କରିଥିଲେ । ତେଣୁ ଶୁଭେନ୍ଦୁଙ୍କ ମୁକାବିଲା ସିଧାସଳଖ ମମତାଙ୍କ ସହ ହେବ । ମମତା ପ୍ରାର୍ଥିପତ୍ର ଦାଖଲ କରିବା ସମୟରେ ତାଙ୍କ ଉପରେ ଯେଉଁ ଆକ୍ରମଣ ହୋଇଥିଲା ଏହାକୁ ନେଇ ତୃଣମୂଳ କଂଗ୍ରେସ(ଟିଏମ୍‌ସି)ନେତା କଳାପଟି ପାନ୍ଧି ଶୁକ୍ରବାର ନିର୍ବାଚନ ଆୟୋଗକଙ୍କୁ ଭେଟି ଘଟଣାର ଉଚ୍ଚ ସ୍ତରୀୟ ତଦନ୍ତ ଦାବି କରିଛନ୍ତି । ଅନ୍ୟପଟେ କଂଗ୍ରେସ ପଶ୍ଚିମବଙ୍ଗ ନିର୍ବାଚନ ପାଇଁ ୩୦ ଷ୍ଟାର ପ୍ରଚାରକଙ୍କ ନାମ ଘୋଷଣା କରିଛି । ଏହି ତାଲିକାରେ ରହିଛନ୍ତି, ଦଳର ଅସ୍ଥାୟୀ ଅଧ୍ୟକ୍ଷା ସୋନିଆ ଗାନ୍ଧୀ, ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ, ଦଳର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ, ଦଳ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା, ସଚ୍ଚିନ ପାଇଲଟ, ନବଜୋତ ସିଂ ସିନ୍ଧୁ, ଅଭିଜିତ ମୁଖାର୍ଜୀ ଓ ମହମ୍ମଦ ଆଜାରୁଦ୍ଦିନ ପ୍ରମୁଖ । ଏଥର ଦଳ ପଶ୍ଚିମବଙ୍ଗରେ ଭଲ ପ୍ରଦର୍ଶନ କରିବା ଲକ୍ଷ୍ୟ ନେଇ ମଇଦାନକୁ ଓହ୍ଲାଇଥିବା ବେଳେ ଅନ୍ୟପଟେ ଭାଜପା ଓ ଟିଏମ୍‌ସି ମଧ୍ୟରେ କଡା ଟକ୍କର ହେବ ବୋଲି କୁହାଯାଉଛି ।


Enter your email to get our daily news in your inbox.

All Right Reserved By Dharitri.Com

ଶହୀଦ ଦିବସରେ ଭଗତ ସିଂ, ସୁକଦେବ, ରାଜଗୁରୁଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ମୋଦି

ନୂଆଦିଲ୍ଲୀ,୨୩।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ଶହୀଦ ଦିବସ ଅବସରରେ ଭଗତ ସିଂ, ସୁକଦେବ ଓ ରାଜଗୁରୁଙ୍କ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ମୋଦି କହିଛନ୍ତି ଦେଶପ୍ରତି ଥିବା...

ମ୍ୟାଟ୍ରିକ୍‌ ପାସ୍‌ କଲେ ୭୯ ବର୍ଷୀୟ ଅବସରପ୍ରାପ୍ତ ସିଆର୍‌ପିଏଫ୍‌ ସୁବେଦାର-ମେଜର

ଉଦ୍ଧମ ସିଂ ନଗର,୧୭।୧୨: ଦୃଢ ଇଚ୍ଛାଶକ୍ତି ପାଖରେ ବୟସ ବି ହାରମାନେ। ଏହାର ପ୍ରମାଣ ଦେଇଛନ୍ତି ୭୯ ବର୍ଷୀୟ ଅବସରପ୍ରାପ୍ତ ସିଆର୍‌ପିଏଫ୍‌ ସୁବେଦାର-ମେଜର। ପାଠ ପଢିବାର...

ଅନିଲ ଦେଶମୁଖଙ୍କ ଚମକାଇବା ଭଳି ଦାବି

ମୁମ୍ବାଇ,୧୩ ।୨: ନ୍ୟାଶନାଲିଷ୍ଟ କଂଗ୍ରେସ ପାର୍ଟି(ଏନସିପି)ର ନେତା ତଥା ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ଅନିଲ ଦେଶମୁଖ ରବିବାର ଏକ ଚମକାଇବା ଭଳି ଦାବି କରିଛନ୍ତି ।...

ଗୋଟିଏ ଦିନରେ ଦେଶରେ ରେକର୍ଡ ସଂଖ୍ୟକ କରୋନା ଟେଷ୍ଟ

ନୂଆଦିଲ୍ଲୀ, ୨୦।୯: ଭାରତରେ କରୋନା ଭାଇରସ୍‌ଜନିତ ସ୍ଥିତି ଦିନକୁ ଦିନ ସଙ୍ଗୀନ ହେବାରେ ଲାଗିଛି। ଏହି ପ୍ରାଣଘାତୀ ଭାଇରସ୍‌କୁ ବ୍ୟାପିବାରୁ ରୋକିବା ଲାଗି ସରକାର ଅଧିକରୁ...

୮ ବର୍ଷରେ ୭୫୦ ବାଘଙ୍କ ଯାଇଛି ଜୀବନ: ମଧ୍ୟପ୍ରଦେଶରେ ସର୍ବାଧିକ

ନୂଆଦିଲ୍ଲୀ, ୪।୬: ଜଙ୍ଗଲର ରାଜା ବାଘର ସୁରକ୍ଷା ନେଇ ଏବେ ପ୍ରଶ୍ନ ଉଠିଛି। ନିଜ ଜଙ୍ଗଲରେ ମଧ୍ୟ ବାଘ ସୁରକ୍ଷିତ ନୁହଁନ୍ତି। ଗତ ୮ ବର୍ଷ...

୧ ନିୟୁତ ଡଲାର ଦେବ ଏସ୍‌ଏଫ୍‌ଜେ

ନୂଆଦିଲ୍ଲୀ, ୩୦।୧୧(ଆଇଏଏନ୍‌ଏସ୍‌): ହଜାର ହଜାର କୃଷକ ଦିଲ୍ଲୀର ତିନୋଟି ଆନ୍ତଃରାଜ୍ୟ ସୀମାରେ ଆନ୍ଦୋଳନ ଚଳାଇଥିବାବେଳେ ବେଆଇନ ପୃଥକବାଦୀ ସଂଗଠନ ‘ଶିଖ୍‌ସ ଫର୍‌ ଜଷ୍ଟିସ୍‌’ (ଏସ୍‌ଏଫ୍‌ଜେ) ଗୋଳିଆ...

ଦୁର୍ଭାଗ୍ୟବଶତଃ ମୁଁ ଏମ୍‌ପିି: ଖବରଦାତା ସମ୍ମିଳନୀରେ କିଛି ଏଭଳି କହିଲେ ରାହୁଲ

ନୂଆଦିଲ୍ଲୀ,୧୬।୩: କଂଗ୍ରେସ ନେତା ରାହୁଲ ଗାନ୍ଧୀ ବ୍ରିଟେନ୍‌ରେ ଦେଇଥିବା ଏକ ବିବୃତ୍ତିକୁ ନେଇ ଭାଜପା ତାଙ୍କଠାରୁ କ୍ଷମା ପ୍ରାର୍ଥନା ଦାବି କରିଛି। ବିଦେଶରୁ ଫେରିବା ପରେ...

ଅଖିଳେଶଙ୍କୁ ଭେଟିଲେ ସଞ୍ଚୟ: ଉଠିଲା ଚର୍ଚ୍ଚା

ଲକ୍ଷ୍ନୌ,୨୪।୧୧: ଲକ୍ଷ୍ନୌର ଲୋହିଆ ଟ୍ରଷ୍ଟରେ ଆମ ଆଦମୀ ପାର୍ଟିର ନେତା ତଥା ଏମ୍‌ପି ସଞ୍ଜୟ ସିଂ ଏବଂ ଏସପି ସଭାପତି ଅଖିଳେଶ ଯାଦବଙ୍କ ମଧ୍ୟରେ ଏକ...

Advertisement
Archives

Model This Week