କଏଦୀ ଓ ସଂସ୍କାର

ଅଭିମନ୍ୟୁ ଧଳ

ଆମ ଦେଶ ତଥା ରାଜ୍ୟରେ ଲକ୍ଷ ଲକ୍ଷ ମାମଲା କୋର୍ଟରେ ବିଚାରାଧୀନ; ଯାହା ଫଳରେ ବିଚାରାଧୀନ କଏଦୀଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ବର୍ଷ ବର୍ଷ ଧରି ମାମଲା ଚାଲୁଛି। ତାରିଖ ପରେ ତାରିଖ ଗଡ଼ି ଚାଲୁଛି। ବେଳେ ବେଳେ ଅପରାଧୀ ଦଣ୍ଡ ପାଇଲା ବେଳକୁ ସେ ମୃତ୍ୟୁବରଣ କରିସାରିଥାଏ। ଏପରି କି ମିଛ ମାମଲାକୁ କୋର୍ଟରେ ଦିନ ଦିନ ଗଡ଼ି ଚାଲେ; ଯାହା ବିଚାରାଧୀନ କଏଦୀଙ୍କ ପାଇଁ କାଳ ହୁଏ। କରୋନା ପୂର୍ବବର୍ତ୍ତୀ ସମୟରେ କଏଦୀଙ୍କ ସଂଖ୍ୟା ଜେଲ ତୁଳନାରେ ଅଧିକ ଥିଲା। ପରିବେଶ, ପରିସ୍ଥିତି ଚାପରେ ଜଣେ ଅପରାଧ କରିଥାଏ। କ୍ରୋଧ ଅପରାଧୀର ମୂଳ ଅସ୍ତ୍ର ପରନ୍ତୁ। ଏହି କ୍ରୋଧ ହିଁ ମଣିଷକୁ ଅମଣିଷ କରାଏ। ମାନସିକ ଚାପର ଶିକାର ହୋଇ ଜଣେ ଅପରାଧ କରି ବସେ। ବିବେକ ଓ ମାନବିକତା ହରାଇ ବସେ। ବର୍ତ୍ତମାନ ନିଶା ଆମ ଯୁବ ସମାଜକୁ କବଳିତ କରି ରଖିଛି। ଏହି ନିଶା ଅନେକ ଅପରାଧ ଘଟାଇବା ପାଇଁ ଉତ୍ସାହିତ କରୁଛି। ଜ୍ଞାନ ଶୂନ୍ୟ ହୋଇ ମଣିଷ ରାକ୍ଷସ ପାଲଟି ଯାଉଛି। ନାରୀମାନଙ୍କ ପ୍ରତି ଯେଉଁ ଭଳି ଅତ୍ୟାଚାର ଯଥା; ଯୌତୁକଜନିତ ହତ୍ୟା, ବଳାତ୍କାର ଓ ହତ୍ୟା ମାମଲାକୁ ନେଇ ଫୋକସ୍‌ କୋର୍ଟର ବ୍ୟବସ୍ଥା ହୋଇଛି। ଅଳ୍ପଦିନରେ ଏହାର ବିଚାର ପ୍ରକ୍ରିୟା ଶେଷ ହେଉଛି ଓ ଅପରାଧୀଙ୍କୁ କଠୋର ଦଣ୍ଡର ବ୍ୟବସ୍ଥା ରହିଛି। ଏବେ ବି ସାଧାରଣ ଲୋକଙ୍କର ବିଚାର ବିଭାଗ ଉପରେ ଆସ୍ଥା ଓ ଅଖଣ୍ଡ ବିଶ୍ୱାସ ରହିଛି। ଏହା ହିଁ ଭାରତୀୟଙ୍କର ଶ୍ରେଷ୍ଠ ସଂସ୍କାର। ଆଇନ୍‌ ନିକଟରେ ଉଚ୍ଚ-ନୀଚ, ଧନୀ-ଦରିଦ୍ର ପ୍ରତିପତ୍ତି କିଛି କାମ କରେ ନାହିଁ। ଶହେ ଅପରାଧୀ ବରଂ ଖସି ଯାଆନ୍ତୁ କିନ୍ତୁ ଜଣେ ନୀରପରାଧ ଦଣ୍ଡ ନ ପାଉ। ଏହା ଆମ ବିଚାର ବିଭାଗର ଆଦର୍ଶ। ତଥାପି କେତେକ ନିରପରାଧ ଲୋକ କୂଚକ୍ରୀଙ୍କ ଚକ୍ରାନ୍ତର ଶିକାର ହୋଇ ଜେଲ ଭୋଗିବାର ଉଦାହରଣ ରହିଛି।
ଜାତୀୟ ଅପରାଧ ରେକର୍ଡ ବ୍ୟୁରୋ ତଥ୍ୟରୁ ଜଣାପଡ଼ିଛି, ଦେଶରେ ଏବେ ବିଭିନ୍ନ ଜେଲରେ ୬୭.୧୦ ପ୍ରତିଶତ ହିନ୍ଦୁ ଏବଂ ୧୭.୮୨ ପ୍ରତିଶତ ମୁସଲିମ କଏଦୀ ରହିଛନ୍ତି। ଅନ୍ୟପକ୍ଷରେ ବୈଷୟିକ ଡିଗ୍ରୀ କିମ୍ବା ଡିପ୍ଲୋମା ହାସଲ କରିଥିବା କଏଦିଙ୍କ ସଂଖ୍ୟା ହେଉଛି ୫୬୭୭। ଓଡ଼ିଶାରେ ଇଞ୍ଜିନିୟରିଂ ଓ ସ୍ନାତକୋତ୍ତର ପିଲାମାନେ ଡ୍ରଗ୍ସ କାରବାରରେ ୨୦୦ଜଣ ଜେଲ ଯାଇଛନ୍ତି। ଓଡ଼ିଶାରେ ୫ଟି ମାଧ୍ୟମରେ ଜେଲ ସବୁ ଯୋଡ଼ି ହେବା ଦ୍ୱାରା ଏଥିରେ ସଂସ୍କାର ଆସିବା ଆରମ୍ଭ ହୋଇଛି। ଲୋକେ କୁହନ୍ତି, ବନ୍ଦୀ ଜୀବନ ହେଉଛି ନର୍କ ଯନ୍ତ୍ରଣା ପରନ୍ତୁ ମାନବିକ ଅଧିକାର କର୍ମୀମାନଙ୍କର ବାରମ୍ବାର ଦାବି ଫଳରେ ଓଡ଼ିଶା ପ୍ରଥମେ ଜେଲଗୁଡ଼ିକର ସଂସ୍କାର ଆଣୁଛି। ବ୍ରହ୍ମପୁର ଚୌଦ୍ୱାର, ଭବାନୀପାଟଣା, ଜୟପୁରରେ ସୌରଚାଳିତ ଗିଜର ବ୍ୟବସ୍ଥା କରାଯାଇଛି। ଏହାଛଡ଼ା ୱାଶିଂ ମେଶିନ୍‌, ଭାକ୍ୟୁମ କ୍ଲିନର, କମ୍ବଳ ସଫା ୟୁନିଟ୍‌ କେବଳ ଭୁବନେଶ୍ୱର ଓ ଚୌଦ୍ୱାର ଜେଲରେ ରହିଛି। ପ୍ରତ୍ୟେକ ଜେଲରେ ମହିଳା ବନ୍ଦୀମାନଙ୍କୁ ସ୍ଲିପର ଯୋଗାଇ ଦିଆଯାଇଛି।
ବନ୍ଦୀମାନଙ୍କୁ ସ୍ବାବଲମ୍ବୀ କରିବା ପାଇଁ ବୁଣାବୁଣି, ଟେଲରିଂ, ଫିନାଇଲ୍‌ ତିଆରି, ସୋରିଷ ତେଲ ୟୁନିଟ୍‌ ପ୍ରଭୃତି ବ୍ୟବସ୍ଥା କରାଯାଉଛି। ବେସନ, ଗହମ, ମଇଦା, ମୁଢ଼ି ଭଳି ଫୁଡ୍‌ ପ୍ରୋସେସିଂ ୟୁନିଟ୍‌ ସ୍ଥାପନ କରାଯାଇଛି। ଏଥିରୁ ମିଳୁଥିବା ଆୟ ଚଳିତବର୍ଷ ୧୦କୋଟି ଟପିବ ବୋଲି ଆକଳନ କରାଯାଇଛି। ଅଭିଯୁକ୍ତମାନଙ୍କୁ ଜେଲ ନେଇଯାଉଥିବା ଓ ଆଣୁଥିବା ଗାର୍ଡମାନଙ୍କ ପୋଷାକରେ ସୁରକ୍ଷା ଦୃଷ୍ଟିରୁ କ୍ୟାମେରା ଲଗାଯିବା ତଥା ନିଶାଦ୍ରବ୍ୟ ଓ ଅନ୍ୟାନ୍ୟ ମାରଣାସ୍ତ୍ର କାରବାର ରୋକିବା ପାଇଁ ହେଭି ଡ୍ୟୁଟି ମେଟାଲ ଡିଟେକ୍ଟର ସ୍ଥାପନ ହେବାର ପ୍ରସ୍ତାବ ରହିଛି। ଦୁଇଟି ସ୍ବତନ୍ତ୍ର ଜେଲ ଓ ଏକ ମହିଳା ଜେଲରେ ବ୍ୟବସ୍ଥା କରାଯିବା ସହ ଇ-ମୁଲାବତ୍‌ ଓଇ-କଷ୍ଟଡି ପ୍ରମାଣ ପତ୍ର ବ୍ୟବସ୍ଥା ମଧ୍ୟ ଖୁବ୍‌ଶୀଘ୍ର ହେବାକୁ ଯାଉଛି।
କଏଦୀଙ୍କ ମନରେ ସକାରାମତ୍କ ଭାବନାର ଉଦ୍ରେକ ପାଇଁ ଧର୍ମ ଆଲୋଚନା ଆଦିର ବ୍ୟବସ୍ଥା ରହିଛି। ଦସ୍ୟୁ ରତ୍ନାକର ବାଲ୍ମୀକି ହୋଇ ଆଜି ବି ପୂଜା ପାଉଛନ୍ତି। କେତେକ ଅପରାଧୀ ଜେଲରୁ ମୁକୁଳିବା ପରେ ନିଜକୁ ସମାଜ ସେବାରେ ନିୟୋଜିତ କରି ଆଦର୍ଶ ସୃଷ୍ଟି କରିଛନ୍ତି। ଅଧିକ ଦିନ ସଜା କାଟିଥିବା କଏଦୀଙ୍କ ଚରିତ୍ର ବିଶ୍ଲେଷଣ କରି ମୁକ୍ତାକାଶ ଜେଲରେ ରଖାଯାଉଛି ଓ ସେମାନଙ୍କ ଦଣ୍ଡ ଅବଧି କମାଇ ଦିଆଯାଉଛି। ସଜା କାଟି କଏଦୀମାନେ ଆମ ପାଖକୁ ଫେରିବା ପରେ ସେମାନେ କଳଙ୍କ ମୁକ୍ତ ହୋଇଥାନ୍ତି। ସେମାନଙ୍କୁ ନୂ୍ୟନ ଦୃଷ୍ଟିରେ ଦେଖିଲେ ସେମାନେ ପୂର୍ବାପେକ୍ଷା ଅଧିକ ହିଂସ୍ର ହୋଇଯାଆନ୍ତି। ଏହା ବ୍ୟତୀତ ପରିବାରର ସଦସ୍ୟମାନେ ସେମାନଙ୍କୁ ଆପଣେଇ ନେବା ସଙ୍ଗେ ସଙ୍ଗେ ସରକାର ସେମାନଙ୍କୁ ସ୍ବାବଲମ୍ବୀ କରିବାର ବ୍ୟବସ୍ଥା କଲେ ସେମାନେ ପରବର୍ତ୍ତୀ ଜୀବନ ସୁଖ, ଶାନ୍ତି ଓ ଶୃଙ୍ଖଳାରେ କଟାଇବେ। କେନ୍ଦ୍ର ଓ ରାଜ୍ୟ ସରକାରମାନେ ସମ୍ପୂର୍ଣ୍ଣ ନିଶା ନିବାରଣ କରାଇବା ସହିତ ଚାକିରି ନ ପାଇ ବେକାର ହୋଇ ବୁଲୁଥିବା ଓ ମାନସିକ ଚାପରେ ଥିବା ଲକ୍ଷ ଲକ୍ଷ ଉଚ୍ଚ ଶିକ୍ଷିତଙ୍କୁ ନିଯୁକ୍ତି ପ୍ରଦାନ ଅବା ସ୍ବାବଲମ୍ବୀ କରାଇଲେ ଅପରାଧ ଅନେକ ପରିମାଣରେ ହ୍ରାସ ପାଇବ। ମଦ ଯଦି ବନ୍ଦ ହୋଇଯାଏ ତେବେ ଅଧେ ଜେଲ ବନ୍ଦ ହୋଇଯିବ। ବିଚାର ପ୍ରକ୍ରିୟାରେ ମାମଲା ଲକ୍ଷ ଲକ୍ଷ ସଂଖ୍ୟାରେ ହ୍ରାସ ପାଇବ।
ଓସଂଗରା, ପଟ୍ଟାମୁଣ୍ଡାଇ, କେନ୍ଦ୍ରାପଡ଼ା
ମୋ:୯୮୬୧୦୪୮୦୫୨


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଜାପତି ପ୍ରଭାବ

ପ୍ରଜାପତି ପ୍ରଭାବ ହେଉଛି ପଦାର୍ଥ ବିଜ୍ଞାନ ଓ ଗଣିତର ଏକ ଗୁରୁତ୍ୱପୂର୍ଣ୍ଣ ତତ୍ତ୍ୱ। ଏହା ହେଉଛି ଏକ ଅବଧାରଣା ଯେଉଁଥିରେ ଗୋଟିଏ ଜଟିଳ ପ୍ରଣାଳୀରେ କ୍ଷୁଦ୍ର ତଥା…

ଓଡ଼ିଶା ଦିବସର ଅନୁଚିନ୍ତା: ସମୃଦ୍ଧ, ସଶକ୍ତ ଓଡ଼ିଶା

ଆଜିର ଦିନଟି ପ୍ରତ୍ୟେକ ଓଡ଼ିଶାବାସୀଙ୍କ ପାଇଁ ବାର୍ଷିକ କ୍ୟାଲେଣ୍ଡରରେ ଏକ ମହତ୍ତ୍ୱପୂର୍ଣ୍ଣ ଦିନ। ୯୦ବର୍ଷ ତଳେ ଆଜିର ଦିନରେ ସ୍ବତନ୍ତ୍ର ଓଡ଼ିଶା ଗଠିତ ହୋଇଥିଲା, ଯାହା ଭାରତର…

ସଂଜ୍ଞା ବଦଳିପାରେ

ଧାର୍ଯ୍ୟ ସମୟସୀମାର ଦିନକ ପୂର୍ବରୁ ଅର୍ଥାତ୍‌ ୩୦ ମାର୍ଚ୍ଚରେ ଭାରତ ‘ମାଓବାଦୀ ମୁକ୍ତ’ ବୋଲି ସଂସଦରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଘୋଷଣା କରିଦେଇଛନ୍ତି। ଏହା ନିଶ୍ଚିତ ଭାବେ…

ସୁନା, କଳି ଓ ଅର୍ଥନୀତି

ଏକଦା ରାଜା ପରିକ୍ଷିତ ନିଜ ରାଜ୍ୟ ତଥା ରାଜ୍ୟବାସୀଙ୍କ ଭଲମନ୍ଦ ଜାଣିବା ପାଇଁ ଭ୍ରମଣାର୍ଥେ ବାହାରିଥିଲେ। ଠିକ୍‌ ସେହି ସମୟରେ ଏକ ବିଶାଳ ବପୁଧାରୀ ବ୍ୟକ୍ତି (ଯେକି…

ସମୁଦ୍ରର ନୂଆ ଭୂଗୋଳ

ସମଗ୍ର ପୃଥିବୀରେ ଯେତେ ସମୁଦ୍ର ଅଛି ସେମାନଙ୍କର ଜଳରାଶି ପ୍ରତିବର୍ଷ ୩.୦୬ ମିଲିମିଟର ହାରରେ ବଢିବାରେ ଲାଗିଛି। ସେ ଭିତରୁ ବଙ୍ଗୋପସାଗରରେ ଜଳରାଶି ଅଧିକ ହାରରେ ବୃଦ୍ଧି…

ନିର୍ବାଚନ ପରେ

ଭାରତୀୟ ଅର୍ଥନୀତି ଏକ ଖରାପ ସମୟ ଦେଇ ଗତି କରୁଛି। ୩୦ ମାର୍ଚ୍ଚରେ ଭାରତୀୟ ମୁଦ୍ରା ଖୁବ୍‌ ତଳକୁ ଯାଇ ଏକ ଆମେରିକୀୟ ଡଲାର ତୁଳନାରେ ବିନିମୟ…

ଏଇ ଭାରତରେ

ଦିଲ୍ଲୀ-ଏନ୍‌ସିଆର, ଉତ୍ତରପ୍ରଦେଶ, ହରିୟାଣା ଏବଂ ଗୁଜରାଟର ୨୦ଟି ସରକାରୀ ଓ ୮ଟି ଘରୋଇ ସ୍କୁଲରେ ପିଲାମାନେ ଚାଷକରି ପରିବା ଉତ୍ପାଦନ କରିବାକୁ ସକ୍ଷମ ହୋଇପାରିଛନ୍ତି। ଏହା ସମ୍ଭବ…

ସନ୍ଧିକ୍ଷଣରେ ସବୁଜିମା ସ୍ବାସ୍ଥ୍ୟ

ର୍ତ୍ତମାନ ସମୟର ସବୁଠାରୁ ଉଦ୍‌ବେଗଜନକ ଚିତ୍ରଟି ଜାତିସଂଘର ଜିଏଫ୍‌ଆର୍‌ଏ ରିପୋର୍ଟରୁ ଜଣାପଡ଼ିଛି, ତାହା ହେଉଛି ଆମ ପୃଥିବୀର ବିଶେଷକରି ଜଙ୍ଗଲର ସ୍ବାସ୍ଥ୍ୟ ଓ ସ୍ଥିତି ଭଲ ନାହିଁ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri