ହାଜତ୍‌ରେ କଏଦୀ ମୃତ୍ୟୁ ଘଟଣା: ପରିବାର ଲୋକେ ଆଣିଲେ ସଙ୍ଗୀନ ଅଭିଯୋଗ

ଚିତ୍ରକୋଣ୍ଡା,୨୯।୧୨(ଡି.ଏନ୍‌.ଏ.): ମାଲକାନଗିରି ଜିଲା ଉପକାରାଗାରରେ କଏଦୀ ଦାନୁ ଗୋଲୋରୀଙ୍କର ଗତ ରବିବାର ମୃତ୍ୟୁ ଘଟିଥିଲା। ଏ ନେଇ ମୃତ କଏଦୀଙ୍କ ପରିବାର ଲୋକେ ଜେଲ କର୍ତ୍ତୃପକ୍ଷଙ୍କ ବିରୋଧରେ ଏକ ସଙ୍ଗୀନ ଅଭିଯୋଗ ଆଣିଛନ୍ତି। ଦାନୁଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଥିବା ସେମାନେ ମଙ୍ଗଳବାର କହିଛନ୍ତି। ଏହା ଆତ୍ମହତ୍ୟା ନୁହେଁ ଏହା ହତ୍ୟା ଷଡଯନ୍ତ୍ର ବୋଲି ତାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି।
ସୂଚନାଯୋଗ୍ୟ, ଦାନୁଙ୍କୁ ତିନି ମାସ ପୂର୍ବେ ମିଲିସିଆ ନେଇ ଗିରଫ କରାଯାଇଥିଲା। ପରିବାରଲୋକେ ଦାନୁଙ୍କୁ ଜେଲରେ ଦେଖା ମଧ୍ୟ କରିଥିଲେ। ଦାନୁ ସେଠାରେ ଭଲରେ ଥିବା ପରିବାରଲୋକଙ୍କୁ କହିଥିଲେ। ମାତ୍ର ରବିବାର ସେ ଅସୁସ୍ଥ ଥିବା ନେଇ ପରିବାରକୁ ସୂଚନା ଦିଆଯାଇଥିଲା। ପରିବାର ଲୋକେ ସେଠାରେ ପହଞ୍ଚିବା ପରେ ପୋଲିସ ସେମାନଙ୍କୁ ଦାନୁଙ୍କ ମୃତ ଶରୀର ନେଇଯିବାକୁ କହିଥିଲେ। ମଙ୍ଗଳବାର ତାଙ୍କ ମୃତଦେହ ଦାହ କରିବା ପୂର୍ବରୁ ମଧ୍ୟ ପରିବାରଲୋକେ ଘଟଣାର ଉଚ୍ଚ ସ୍ତରୀୟ ତଦନ୍ତ ଦାବିରେ ଅଡ଼ି ବସିଥିଲେ । କିନ୍ତୁ କିଛି ଗ୍ରାମବାସୀ ଓ ସମ୍ପର୍କୀୟ ମାନେ ବୁଝା ସୁଝା କରି ତାଙ୍କ ମୃତଦେହ ଦାହ କରିଥିବା ଜଣାପଡ଼ିଛି


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଫେସର ଡା. ସରସ୍ବତୀ ସ୍ବାଇଁଙ୍କ ପରଲୋକ

କଟକ ଅଫିସ/ ବାଲିପାଟଣା, ୧୬ା୧ (ଡି.ଏନ.ଏ): ପୂର୍ବତନ ଲୋକ ସଭା ବାଚସ୍ପତି ରବି ରାୟଙ୍କ ସହଧର୍ମିଣୀ ତଥା ସାମାଜିକ କର୍ମୀ ପ୍ରଫେସର ଡା. ସରସ୍ବତୀ ସ୍ବାଇଁଙ୍କର...

‘ବିଶ୍ୱରେ ଓଡ଼ିଶା ଯୁବତୀଯୁବକଙ୍କ ଚାହିଦା ବଢ଼ିବ’

ଭୁବନେଶ୍ୱର,(ବ୍ୟୁରୋ)/ପୁରୀ ଅଫିସ/କୃଷ୍ଣପ୍ରସାଦ, ୬ା୧(ଡି.ଏନ୍‌.ଏ.): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ଭିଡିଓ କନଫରେନ୍ସରେ ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକରେ ବିଜୁ ପଟ୍ଟନାୟକ ଶିଳ୍ପ ତାଲିମ କେନ୍ଦ୍ର ଉଦ୍‌ଘାଟନ...

ମରାମତି ହେଉନି ଡ୍ରେନ୍‌ , ପଡୁନି ସ୍ଲାବ୍‌

ଜଟଣୀ,୨୮।୯(ଡି.ଏନ୍‌.ଏ.): ଖୋର୍ଦ୍ଧା ଜିଲା ଜଟଣୀ ପୌରାଞ୍ଚଳର ଅନେକ ସ୍ଥାନରେ ମୁକୁଳା ଡ୍ରେନ ରହିଛି। ଏଥିଯୋଗୁ ଅନେକ ସମୟରେ ଦୁର୍ଘଟଣା ଘଟୁଥିବା ନଜିର ରହିଛି। ମଇଳା ଜମା...

ମାସ୍କ ନ ପିନ୍ଧିଲେ ମିଳିବନି ସାମଗ୍ରୀ

ଢେଙ୍କାନାଳ ଅଫିସ, ୨୬।୪ – କରୋନା ସଂକ୍ରମଣ ପ୍ରତିହତ କରିବାକୁ ମାର୍ଚ୍ଚ ୨୫ରୁ ଲକ୍‌ଡାଉନ୍‌ ଜାରି ରହିଛି। ଲୋକମାନଙ୍କ ସୁବିଧା ଏବଂ ଗ୍ରାମାଞ୍ଚଳ ଅର୍ଥନୀତିକୁ ଟ୍ରାକ୍‌କୁ...

ଚିକିତ୍ସା ସହାୟତା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଟୁଇଟ୍‌ କଲେ ସାମାଜିକ କର୍ମୀ

ବରଗଡ଼ ଅଫିସ୍‌,୨୮ା୪ ବରଗଡ଼ ଜିଲା ବିଜେପୁର ବ୍ଲକ ଅନ୍ତର୍ଗତ ଜାଲପାଲି ଗ୍ରାମର ସୁଶୀଲ ଖମାରୀଙ୍କ ଶିଶୁକନ୍ୟା ରୁନି(୧୦) ପୋଡ଼ିଯାଇ ଗୁରୁତର ଅସୁସ୍ଥ ଅଛନ୍ତି। ଏ ନେଇ...

ପିଇଓଙ୍କୁ ଅଟକ ରଖିଲେ ହିତାଧିକାରୀ

ବାରିପଦା ଅଫିସ,୫ା୫: ମୟୂରଭଞ୍ଜ ଜିଲା ବଡ଼ସାହି ବ୍ଲକ ପାଉଁଶିଆ ପଞ୍ଚାୟତ ନିର୍ବାହୀ ଅଧିକାରିଣୀ(ପିଇଓ)ଙ୍କ ବ୍ୟବହାରରେ ଅତିଷ୍ଠ ହୋଇ ଉତ୍ତ୍ୟକ୍ତ ଲୋକେ ଗୁରୁବାର ପଞ୍ଚାୟତ କାର୍ଯ୍ୟାଳୟରେ ତାଲା...

ମଞ୍ଚରେ ପ୍ରତିଭା ଦେଖାଇଲେ ଦିବ୍ୟାଙ୍ଗ

ପୁରୀ ଅଫିସ,୩ା୧୨: ଦିବ୍ୟାଙ୍ଗ କାହା ଉପରେ ବୋଝ ନୁହଁନ୍ତି। ସେମାନେ ଅନ୍ୟମାନଙ୍କ ଭଳି ସକ୍ଷମ ତାହା ପ୍ରମାଣିତ କରୁଛନ୍ତି। ନିଜେ ସ୍ବାବଲମ୍ବୀ ହେବା ସହ ପରିବାର...

ସିଡିଏମ୍‌ଓ ସ୍ତରରେ ଅଦଳବଦଳ: ଡା. ଲକ୍ଷ୍ମୀଧର ସାହୁ କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ

କଟକ ଅଫିସ,୧୯ା୬: ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଜିଲା ମୁଖ୍ୟ ଚିକିତ୍ସାଧିକାରୀ (ସିଡିଏମ୍‌ଓ), ସ୍ପେଶାଲିଷ୍ଟ ଏବଂ ଅନ୍ୟାନ୍ୟ ପଦପଦବୀରେ ବଡ ଧରଣର...

Advertisement
Archives

Model This Week