ପିପିଲି ଥାନା ହାଜତ ନିର୍ଯାତନା ଘଟଣା: ସନ୍ଦେହରେ ପୋଲିସ କାର୍ଯ୍ୟାନୁଷ୍ଠାନ

ପିପିଲି,୨୨।୧୧(ସ୍ବ.ପ୍ର.): ପୁରୀ ବାସେଳି ସାହି ଥାନା ହାଜତ ମୃତ୍ୟୁ ଅଭିଯୋଗକୁ ନେଇ ଚର୍ଚ୍ଚା ଥମି ନ ଥିବାବେଳେ ଜିଲାରେ ପୁଣି ଏକ ହାଜତ ନିର୍ଯାତନା ଅଭିଯୋଗ ଆସିଛି। ପିପିଲି ଥାନା ହାଜତରେ ପୋଲିସ ମାଡ଼ରେ ୫ଜଣ ଅଭିଯୁକ୍ତ ଗୁରୁତର ହୋଇଛନ୍ତି। ସେମାନେ ଏବେ କଟକ ଶ୍ରୀରାମଚନ୍ଦ୍ର ଭଞ୍ଜ(ଏସ୍‌ସିବି) ମେଡିକାଲରେ ଚିକିତ୍ସାଧୀନ ଅଛନ୍ତି। ସେମାନେ ହେଲେ ପିପିଲି ପାୈରାଞ୍ଚଳ ଭବାନୀପୁରର ହାପିଜ୍‌ ଖାଁ (୨୫), ପିପିଲି ସୁଲ୍‌ତାନ ନଗରର ପ୍ରତାପ କୁମାର ବେହେରା(୨୩), ଜୟପୁର ଶାସନ ଗ୍ରାମର ଜୁମା ଓରଫ ମହମ୍ମଦ ତାଫିକ୍‌ (୧୮), ସାତଶଙ୍ଖ କଲୋନୀର ଜଗା ଓରଫ ଜଗନ୍ନାଥ ପୁଷ୍ପାଳକ (୧୯), ତେଇଶିପୁର କାଙ୍କନଡ଼ୁଆର ଧରଣୀଧର ବେହେରା(୨୪)। ପୋଲିସ ବର୍ବରତାର ସୀମା ଟପିଯାଇ ମାଡ଼ ମାରିବା ସହ କ୍ଷତବିକ୍ଷତ କରିପକାଇଛି ବୋଲି ଅଭିଯୁକ୍ତଙ୍କ ପରିବାର ପକ୍ଷରୁ ଅଭିଯୋଗ କରାଯାଇଛି। ଏଭଳି ଘଟଣା ଜଣାପଡ଼ିବା ପରେ ରାଜ୍ୟ ପୋଲିସ ପକ୍ଷରୁ ଶନିବାର ଘଟଣାର ଡିଆଇଜିସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦିଆଯାଇଥିବାବେଳେ ପିପିଲି ଥାନା ଅଧିକାରୀ ଗୌରାଙ୍ଗ ଚରଣ ପୃଷ୍ଟି ଏଭଳି ଅଭିଯୋଗକୁ ଖଣ୍ଡନ କରିବା ସହ ଭିତ୍ତିହୀନ ବୋଲି କହିଛନ୍ତି। ଏଭଳିସ୍ଥିତିରେ ପୋଲିସର କାର୍ଯ୍ୟାନୁଷ୍ଠାନ ସନ୍ଦେହ ଘେରକୁ ଚାଲିଆସିଛି। ଅପରପକ୍ଷରେ ପିପିଲି ପୋଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ପ୍ରତିବାଦରେ ଶନିବାର ସନ୍ଧ୍ୟାରେ କଂଗ୍ରେସ ପକ୍ଷରୁ ପିପିଲି ଥାନା ସମ୍ମୁଖରେ ଧାରଣା ଦିଆଯାଇଛି।
ସୂଚନା ମୁତାବକ, ପିପିଲି ଶିଶୁ ଉଦ୍ୟାନ ନିକଟରେ ଗତ ୧୩ ତାରିଖରେ ପୋଲିସ ଇନଫର୍ମର ସନ୍ଦେହରେ ଭବାନୀପୁରର ସାଜିଦ ହୁସେନଙ୍କୁ କେତେଜଣ ଦୁର୍ବୃତ୍ତ ଗୋଡ଼ାଇ ଗୋଡ଼ାଇ କଟୁରିରେ ଆକ୍ରମଣ କରିଥିଲେ। ଏନେଇ ସାଜିଦ୍‌ଙ୍କ ଭାଇ ଜାହିଦ ହୁସେନଙ୍କ ଅଭିଯୋଗକ୍ରମେ ପୋଲିସ ଆଇପିସି ଦଫା ୧୪୭/୧୪୮/ ୩୪୧/୩୨୬ /୩୦୭/୧୨୦(ବି)/୧୪୯ ଏବଂ ୨୫/୨୭ ଆମର୍‌ସ ଆକ୍ଟରେ ଏକ ମାମଲା (ନଂ.୩୬୭/୨୦) ରୁଜୁକରି ୬ଜଣଙ୍କୁ ଗିରଫ କରି ୧୯ ତାରିଖରେ କୋର୍ଟଚାଲାଣ କରିଥିଲା। ଜାମିନ ନାମଞ୍ଜୁର ପରେ ଏମାନଙ୍କୁ ନିମାପଡ଼ା ଜେଲକୁ ପଠାଇ ଦିଆଯାଇଥିଲା। ଅଭିଯୁକ୍ତମାନଙ୍କ ସ୍ବାସ୍ଥ୍ୟାବସ୍ଥା ଭଲ ନ ଥିବା ଦେଖି ପୋଲିସ ସହାୟତାରେ ଜେଲର ସନ୍ତୋଷିନୀ ଦାସ ଚିକିତ୍ସା ପାଇଁ ସେମାନଙ୍କୁ ନିମାପଡ଼ା ମେଡିକାଲରେ ଭର୍ତ୍ତି କରିଥିଲେ। ଏମାନଙ୍କ ମଧ୍ୟରୁ ୫ଜଣଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ଏସ୍‌ସିବି ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଅନ୍ୟ ଜଣେ ଅଭିଯୁକ୍ତ ରାଜୁଙ୍କୁ ଜେଲରେ ଚିକିତ୍ସା କରାଯାଉଛି ବୋଲି ଜେଲର ଦାସ କହିଛନ୍ତି। ଅନ୍ୟପଟେ ପୋଲିସ ମାଡ଼ରେ ଅଭିଯୁକ୍ତମାନେ ଗୁରୁତର ହୋଇଥିବା ସେମାନଙ୍କ ସମ୍ପର୍କୀୟ ଅଭିଯୋଗ କରିଛନ୍ତି। ଏପରି କି ସେମାନେ କେଉଁଠି ଏବଂ କିଭଳି ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି ସେନେଇ ପୋଲିସ କୌଣସି ସୂଚନା ଦେଉନାହିଁ ବୋଲି କହିଛନ୍ତି। ଏ ସମ୍ପର୍କରେ ଥାନା ଅଧିକାରୀ ପୃଷ୍ଟି କହିଛନ୍ତି, ମଙ୍ଗଳପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଅଭିଯୁକ୍ତମାନଙ୍କ କୋଭିଡ୍‌ ପରୀକ୍ଷା କରାଯାଇ କୋର୍ଟରେ ହାଜର କରାଯାଇଥିଲା। ଜାମିନ ଆବେଦନ ଖାରଜ ହେବାରୁ ଅଭିଯୁକ୍ତମାନଙ୍କୁ ନିମାପଡା ଜେଲକୁ ପଠାଯାଇଥିଲା।
ପିପିଲି-ଡେଲାଙ୍ଗର କଂଗ୍ରେସ ନେତ୍ରୀ ନିରୁପମା ପାତ୍ରଙ୍କ ନେତୃତ୍ୱରେ ବହୁ ମହିଳା ପୁରୁଷ,ଅଭିଯୁକ୍ତଙ୍କ ପରିବାର ସଦସ୍ୟ ଓ କଂଗ୍ରେସ କର୍ମୀମାନେ ଧାରଣାରେ ସାମିଲ ହୋଇ ପିପିଲି ପୋଲିସ ବିରୋଧରେ ନାରାବାଜି କରିଛନ୍ତି। ପୋଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ବିରୋଧରେ ବର୍ଷିବା ସହ ପୋଲିସର ଏଭଳି ବର୍ବରତାକୁ ଘୋର ନିନ୍ଦା କରିଛନ୍ତି। ଏଥିସହିତ ତଦନ୍ତକାରୀ ଅଧିକାରୀଙ୍କ ବିରୋଧରେ କଂଗ୍ରେସ ନେତ୍ରୀ ନିରୁପମା ପାତ୍ର କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ଏଥିସହ ଅଭିଯୁକ୍ତ ଗୁରୁତରମାନେ ଏବେ କଟକ ଏସ୍‌ସିବି ମେଡିକାଲରେ କେଉଁ ଅବସ୍ଥାରେ ରଖାଯାଇ ଚିକିତ୍ସା କରାଯାଉଛି ତାହାର ସାର୍ବଜନୀନ କରାଯାଇ ପରିବାର ସଦସ୍ୟଙ୍କ ସହ ସକ୍ଷାତ କରାଯାଉ ବୋଲି ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଯୁଦ୍ଧ ଭିତରେ ମୋଦିଙ୍କୁ ବଡ଼ ପ୍ରତିଶ୍ରୁତି ଦେଲେ ପୁଟିନ୍‌, ଦେଖିକି ଟ୍ରମ୍ପ କାବା, ଜୟଶଙ୍କର ଗୋଟିଏ ସାକ୍ଷାତରେ…

ଓ୍ବାଶିଂଟନ୍‌,୩।୪: ଆମେରିକା ଏବଂ ଇସ୍ରାଏଲ ବିରୁଦ୍ଧରେ ଇରାନର ଯୁଦ୍ଧ ଏବଂ ହର୍ମୁଜ ପ୍ରଣାଳୀ ଅବରୋଧ ଯୋଗୁ ସୃଷ୍ଟି ହୋଇଥିବା ଶକ୍ତି ସଙ୍କଟ ମଧ୍ୟରେ, ଭାରତକୁ ରୁଷିଆଠାରୁ ଗୁରୁତ୍ୱପୂର୍ଣ୍ଣ…

ପଦରୁ ହଟଯିବା ପରେ ପ୍ରଥମଥର ମୁହଁ ଖୋଲିଲେ ରାଘବ ଚଢା: କହୁ କହୁ କହିଦେଲେ ବଡ଼ କଥା

ନୂଆଦିଲ୍ଲୀ,୩।୪: ଆମ ଆଦମୀ ପାର୍ଟି (AAP) ନେତା ଏବଂ ରାଜ୍ୟ ସଭା ଏମ୍‌ପି ରାଘବ ଚଢା ଉପନେତା ପଦରୁ ହଟିବା ପରେ ପ୍ରଥମ ଥର ପାଇଁ ଏନେଇ…

ବୃଦ୍ଧି ନା ହ୍ରାସ? ଆଜି ଦେଶରେ ପେଟ୍ରୋଲ-ଡିଜେଲର ମୂଲ୍ୟ କେତେ? ଆସିଲା ଅପଡେଟ୍‌

ନୂଆଦିଲ୍ଲୀ,୩।୪: ପଶ୍ଚିମ ଏସିଆରେ ଭୂରାଜନୈତିକ ଉତ୍ତେଜନା ମଧ୍ୟରେ ବିଶ୍ୱ ତୈଳ ବଜାରରେ ଉଲ୍ଲେଖନୀୟ ପରିବର୍ତ୍ତନ ଜାରି ରହିଥିଲେ ମଧ୍ୟ ଭାରତରେ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ୩…

ଏକମାତ୍ର ଦେଶ ଭାବେ ଭାରତ ହରାଇଛି…ଯୁଦ୍ଧ ମଧ୍ୟରେ ୬୦ ଦେଶକୁ ନେଇ ଚାଲିଥିବା ବୈଠକରେ ହୃଦୟର କଥା କହିଲା ଭାରତ

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟ ଯୁଦ୍ଧ ଆରମ୍ଭ ହେବା ପରଠାରୁ ଇରାନ ନିୟନ୍ତ୍ରଣରେ ଥିବା ହର୍ମୁଜ ପ୍ରଣାଳୀକୁ ପୁନର୍ବାର ଖୋଲିବା ପାଇଁ ଭାରତ ଦାବି କରିଛି। ଭାରତ ଏହା ମଧ୍ୟ…

ପାଳନ ହେବ ଐତିହାସିକ ଜମ୍ବୁ ମହୋତ୍ସବ: ଅଗ୍ନିଶମ, ବିଦ୍ୟୁତ୍‌, ସ୍ବାସ୍ଥ୍ୟ, ପାନୀୟଜଳକୁ ଗୁରୁତ୍ୱ ଦେଇ…

ମହାକାଳପଡ଼ା,୩ା୪ (ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ରାମନଗର ପ୍ରସିଦ୍ଧ ଶକ୍ତିପୀଠ ମା’ ରାମଚଣ୍ଡୀଙ୍କ ଝାମୁଯାତ୍ରାରେ ଐତିହାସିକ ଜମ୍ବୁ ମହୋତ୍ସବ ପାଳନ କରିବାକୁ ପ୍ରଶାସନିକ…

ସଚେତନତା ହିଁ ଚିନ୍ତାଧାରା ବଦଳାଇବାର ବଡ଼ ମାଧ୍ୟମ

‘ଗୋମାୟା ପେଣ୍ଟ୍‌ସ’ର ପ୍ରତିଷ୍ଠାତା ତଥା ପରିଚାଳନା ନିର୍ଦ୍ଦେଶକ ଦୁର୍ଗା ପ୍ରିୟଦର୍ଶିନୀ ତାଙ୍କ ବ୍ୟବସାୟିକ ଯାତ୍ରା ଆରମ୍ଭ କରିବା ପୂର୍ବରୁ ଜଣେ ଗୃହିଣୀ ଭାବେ ସମାଜ ଓ ପରିବେଶ…

ଯୁବକଙ୍କୁ ହତ୍ୟା କରି ଟାଙ୍ଗିଦେଲେ, ଛାନ୍‌ଭିନ୍‌ କରୁଛି ସାଇଣ୍ଟିଫିକ୍‌ ଟିମ୍‌

ବାଲେଶ୍ୱର,୩ା୪(ବାଞ୍ଛାନିଧି ଦେ): ଏକ ପରିତ୍ୟକ୍ତ ଘରୁ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ବାଲେଶ୍ୱର ଜିଲା ଖନ୍ତାପଡ଼ା ଥାନା ମାଳ ଗାଁରେ ଘଟିଛି ଏପରି ଅଭାବନୀୟ…

IPLରେ ଅଭିଷେକଙ୍କ ବଡ଼ କାରନାମା: ୪ ଛକା ମାରି କଲେ ଅନନ୍ୟ ରେକର୍ଡ

କୋଲକାତା,୩।୪: ଇଡେନ ଗାର୍ଡେନ୍ସରେ କୋଲକାତା ନାଇଟ ରାଇଡର୍ସ ବିପକ୍ଷରେ ଅଭିଷେକ ଶର୍ମା ୪୮ ରନର ଏକ ବିସ୍ଫୋରକ ଇନିଂସ ଖେଳିଥିଲେ। ୨୨୮.୫୭ ଷ୍ଟ୍ରାଇକ ରେଟରେ ଖେଳି ଅଭିଷେକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri