ସ୍ଥାନୀୟ ଇସ୍ପାତ ଶିଳ୍ପକୁ ମିଳିବ ପ୍ରାଥମିକତା

ଭୁବନେଶ୍ୱର,୫।୧୦(ବ୍ୟୁରୋ) ରାଜ୍ୟରେ ରହିଥିବା ଖଣିଗୁଡ଼ିକରେ ଉତ୍ପାଦିତ ଲୁହା ପଥର ରାଜ୍ୟ ବାହାରେ ବିକ୍ରି ହେଉଥିବାରୁ ଏହାକୁ ନେଇ ସ୍ଥାନୀୟ ଇସ୍ପାତ ଶିଳ୍ପଗୁଡିକ ଆଶଙ୍କାରେ ରହିଥିଲେ। ଏହି ଶିଳ୍ପ କ୍ଷେତ୍ରର ପ୍ରତିନିଧିମାନେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ସ୍ଥାନୀୟ ଶିଳ୍ପର ସ୍ବାର୍ଥକୁ ବିଚାର କରାଯିବ ବୋଲି ଖଣିମନ୍ତ୍ରୀ ପ୍ରତିଶ୍ରୁତି ମଧ୍ୟ ଦେଇଥିଲେ। ସ୍ଥାନୀୟ ଶିଳ୍ପର ଦାବି ଆଧାରରେ ପ୍ରିଏମ୍ପସନ ନୀତିରେ ଲୁହା ପଥର ଯୋଗାଣ କରିବା ନେଇ ରାଜ୍ୟ ସରକାର ପ୍ରତିଶ୍ରୁତି ଦେଇଛନ୍ତି। ଉତ୍କଳ ଚାମ୍ବର ଅଫ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରିଜ(ୟୁସିିସିଆଇ)ର ଏକ ପ୍ରତିନିଧି ମଣ୍ଡଳୀକୁ ରାଜ୍ୟ ସରକାର ଏ ନେଇ ପ୍ରତିଶ୍ରୁତି ଦେଇଥିବା ଜଣାପଡ଼ିଛି। ରାଜ୍ୟରେ ଥିବା ଶିଳ୍ପଗୁଡିକର ବିକାଶ ଲାଗି ସରକାର ସବୁ ପ୍ରକାର ପଦକ୍ଷେପ ନେବେ ବୋଲି ସରକାର କହିଛନ୍ତି।
ପଥର ଅଭାବକୁ ନେଇ ୟୁସିସିଆଇ ଏବଂ ଓଡ଼ିଶା ସ୍ପଞ୍ଜ ଆଇରନ ମାନୁଫାକ୍‌ଚର ଆସୋସିଏଶନ(ଓସୀମା) ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଥିଲା। ପ୍ରିଏମ୍ପସନ ନୀତିରେ ଠିକ୍‌ ଭାବେ ଲୁହା ପଥର ଯୋଗାଣ ନେଇ ଶିଳ୍ପ କ୍ଷେତ୍ର ସରକାରଙ୍କୁ ନିବେଦନ କରିଥିଲା। ୟୁସିସିଆଇ ସଭାପତି ବ୍ରହ୍ମା ମିଶ୍ରଙ୍କ ନେତୃତ୍ୱରେ ଏକ ପ୍ରତିନିଧି ମଣ୍ଡଳୀ ଶିଳ୍ପ ବିଭାଗ ପ୍ରମୁଖ ଶାସନ ସଚିବ ହେମନ୍ତ ଶର୍ମାଙ୍କୁ ନିକଟରେ ଭେଟିଥିଲେ।
ଲୁହା ପଥର ଅଭାବ ରହୁଥିବାରୁ ଏହାକୁ ତ୍ୱରିତ ଭିତ୍ତିରେ ଯୋଗାଇ ଦେବା ନେଇ ସଂଘଗୁଡିକ ନିବେଦନ କରିଥିଲେ। ଉଲ୍ଲେଖଯୋଗ୍ୟ, ପ୍ରିଏମ୍ପସନ ନୀତିରେ ଲୁହା ପଥର ପାଇବା ଲାଗି ବର୍ତ୍ତମାନ ୧୮ ଆବେଦନ ଗତ ୩ ମାସରୁ ଊର୍ଦ୍ଧ୍ୱ ସମୟ ହେବ ପଡ଼ିରହିଛି। ସରକାର ଏ ଦିଗରେ ବିଳମ୍ବ ନ କରି ଶିଳ୍ପର ସମସ୍ୟା ସମାଧାନ ଲାଗି ତ୍ୱରିତ୍‌ ପଦକ୍ଷେପ ନେବାକୁ ସଂଘଗୁଡିକ ନିବେଦନ କରିଥିବା ଜଣାପଡ଼ିଛି। ଏହି ପରିପ୍ରେକ୍ଷୀରେ ୟୁସିସିଆଇ ସଭାପତି ବ୍ରହ୍ମା ମିଶ୍ର କହିଛନ୍ତି, ରାଜ୍ୟରୁ ଉତ୍ପାଦିତ ଖଣିଜ ପଦାର୍ଥର ଭାଲ୍ୟୁ ସଂଯୋଗ ଲାଗି ସରକାର ଏମ୍ପସନ ନୀତି ଆଣିଥିଲେ। ରାଜ୍ୟର ଶିଳ୍ପଗୁଡିକ ଅଭିବୃଦ୍ଧି ଦିଗରେ ଏହା ସହାୟକ ହେବ ବୋଲି ରାଜ୍ୟ ସରକାର ମଧ୍ୟ ଏହା ଉପଲବ୍ଧି କରିଛନ୍ତି। ଏହାକୁ ଦେଖିଲେ ଲୁହା ପଥର ପାଇବାକୁ କାହିଁକି ୧୮ ଆବେଦନର କାର୍ଯ୍ୟକାରିତାକୁ ନେଇ ବିଳମ୍ବ ହେଉଛି ବୋଲି ମିଶ୍ର କହିଛନ୍ତି। ରାଜ୍ୟର ଲୌହ ଏବଂ ଇସ୍ପାତ ଶିଳ୍ପକୁ ବଞ୍ଚାଇବା ଲାଗି ଏହି ପ୍ରସଙ୍ଗକୁ ରାଜ୍ୟ ସରକାର ତ୍ୱରିତ ଭାବେ ନଜର ଦେବା ଆବଶ୍ୟକ ବୋଲି ସେ ମତ ରଖିଛନ୍ତି। ତେବେ ରାଜ୍ୟ ସରକାର ଇସ୍ପାତ ଶିଳ୍ପକୁ ସବୁ ପ୍ରକାରର ସହଯୋଗ ଯୋଗାଇ ଦେବେ ବୋଲି ଶର୍ମା କହିଛନ୍ତି। ଏହି ବୈଠକ ପରେ ଶୀଘ୍ର ପ୍ରିଏମ୍ପସନ ନୀତି ଲାଗୁ ହେବା ନେଇ ଆଶା ରହିଥିବା ମିଶ୍ର କହିଛନ୍ତି। ସରକାର ଯଦି ଏହି ପ୍ରସଙ୍ଗକୁ ଗୋଟିଏ ସପ୍ତାହ ମଧ୍ୟରେ ସମାଧାନ ନ କରନ୍ତି ତେବେ ରାଜ୍ୟ ଶିଳ୍ପଗୁଡିକର ସ୍ବାର୍ଥ ରକ୍ଷା ଲାଗି ବିଭିନ୍ନ କାର୍ଯ୍ୟପନ୍ଥା ଗ୍ରହଣ କରାଯିବ ବୋଲି ସେ ସ୍ପଷ୍ଟ କରିଛନ୍ତି। ଉଲ୍ଲେଖଯୋଗ୍ୟ, ପ୍ରିଏମ୍ପଦନ ନୀତିରେ ରାଜ୍ୟରେ ଉତ୍ତୋଳନ ହେଉଥିବା ଲୁହା ପଥର ମଧ୍ୟରୁ ଅନ୍ତତଃ ପକ୍ଷେ ୫୦% ରାଜ୍ୟ ଭିତ୍ତିକ ଶିଳ୍ପଗୁଡିକ ଲାଗି ସଂରକ୍ଷିତ ରଖିବାର ନିୟମ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

ନମ୍ବର ସେଭ୍‌ ନ କରି କରିପାରିବେ WhatsAppରେ ଚାଟ୍‌, ଅନେକେ ଜାଣନ୍ତି ନାହିଁ ଏହି ସିକ୍ରେଟ୍‌…

ନୂଆଦିଲ୍ଲୀ,୩।୪: ସାଧାରଣତଃ ହାଟ୍ସଆପରେ କାହା ସହିତ କଥା ହେବାକୁ ହେଲେ ଆମକୁ ପ୍ରଥମେ ସେହି ବ୍ୟକ୍ତିଙ୍କ ନମ୍ବର ନିଜ ଫୋନରେ ସେଭ କରିବାକୁ ପଡ଼ିଥାଏ। କିନ୍ତୁ ଅନେକ…

ପ୍ରପର୍ଟି କାଗଜପତ୍ର ନାହିଁ, ତଥାପି ମିଳିପାରିବ ହୋମ୍‌ ଲୋନ୍‌? ଜାଣନ୍ତୁ କ’ଣ କହୁଛି ବ୍ୟାଙ୍କ ନିୟମ

ନୂଆଦିଲ୍ଲୀ,୩।୪: ନିଜର ଏକ ସୁନ୍ଦର ଘରଟିଏ କରିବା ସମସ୍ତଙ୍କର ସ୍ବପ୍ନ ଥାଏ। ଏହି ସ୍ବପ୍ନକୁ ସାକାର କରିବାରେ ‘ହୋମ ଲୋନ୍‌’ ବା ଗୃହ ଋଣ ଏକ ମୁଖ୍ୟ…

ଏହି ଯୋଜନାରେ ୨ କୋଟି ଟଙ୍କା ପର୍ଯ୍ୟନ୍ତ ଋଣ ପ୍ରଦାନ କରୁଛନ୍ତି ସରକାର, ଏହି ଉପାୟରେ ଲାଭ ଉଠାଇପାରିବେ କୃଷକ

ନୂଆଦିଳ୍ଲୀ,୩।୪: ଦେଶର ଅଧାରୁ ଅଧିକ ଜନସଂଖ୍ୟା ଏବେ ବି ଚାଷ ଏବଂ କୃଷି ମାଧ୍ୟମରେ ଜୀବିକା ନିର୍ବାହ କରନ୍ତି, ଏବଂ ଏହି କାରଣରୁ ଭାରତର ପ୍ରଗତି ପାଇଁ…

ସଚେତନତା ହିଁ ଚିନ୍ତାଧାରା ବଦଳାଇବାର ବଡ଼ ମାଧ୍ୟମ

‘ଗୋମାୟା ପେଣ୍ଟ୍‌ସ’ର ପ୍ରତିଷ୍ଠାତା ତଥା ପରିଚାଳନା ନିର୍ଦ୍ଦେଶକ ଦୁର୍ଗା ପ୍ରିୟଦର୍ଶିନୀ ତାଙ୍କ ବ୍ୟବସାୟିକ ଯାତ୍ରା ଆରମ୍ଭ କରିବା ପୂର୍ବରୁ ଜଣେ ଗୃହିଣୀ ଭାବେ ସମାଜ ଓ ପରିବେଶ…

ଟ୍ରେନ୍ ଯାତ୍ରୀଙ୍କ ପାଇଁ IRCTC ର ‘ଡିଜିଟାଲ୍ ଢାବା’: ଏବେ ଗୋଟିଏ କ୍ଲିକରେ ସିଟ୍‌ରେ ପହଞ୍ଚିବ ଗରମାଗରମ ଖାଦ୍ୟ! ଜାଣନ୍ତୁ କେମିତି…

ନୂଆଦିଲ୍ଲୀ,୨।୪: ଭାରତୀୟ ରେଳରେ ଯାତ୍ରା କରୁଥିବା ଯାତ୍ରୀଙ୍କ ପାଇଁ ଏକ ବଡ଼ ସୁବିଧା ନେଇ ଆସିଛି IRCTC। ଏବେ ମେଲ କିମ୍ବା ଏକ୍ସପ୍ରେସ ଟ୍ରେନରେ ଯାତ୍ରା ସମୟରେ…

ସୁନା-ରୂପା ମୂଲ୍ୟରେ ବଡ଼ ହ୍ରାସ; ୧୩୦୦୦ କମିଲା….

ନୂଆଦିଲ୍ଲୀ,୨।୪: ଆଜି ସୁନା ଏବଂ ରୂପା ବଜାରରେ ଏକ ବଡ଼ ହ୍ରାସ ଦେଖିବାକୁ ମିଳିଛି । ଯାହା ନିବେଶକ ଏବଂ କ୍ରେତା ଉଭୟଙ୍କ ମଧ୍ୟରେ ଉତ୍ସାହ ସୃଷ୍ଟି…

ଓରାକଲ୍‌ରୁ ଆମାଜନ୍‌ ଯାଏ ଛଟେଇ: ନିଯୁକ୍ତି ହରାଇଲେଣି ୧୨୦୦୦ ଭାରତୀୟ

ନୂଆଦିଲ୍ଲୀ , ୨ା୪:ଆଇଟି କ୍ଷେତ୍ରରେ କାର୍ଯ୍ୟ କରୁଥିବା କର୍ମଚାରୀ ଏବଂ ପେସାଦାରଙ୍କ ପାଇଁ ଏବେ କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ସବୁଠୁ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ବର୍ତ୍ତମାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri