ସ୍ଥାନୀୟ ଇସ୍ପାତ ଶିଳ୍ପକୁ ମିଳିବ ପ୍ରାଥମିକତା

ଭୁବନେଶ୍ୱର,୫।୧୦(ବ୍ୟୁରୋ) ରାଜ୍ୟରେ ରହିଥିବା ଖଣିଗୁଡ଼ିକରେ ଉତ୍ପାଦିତ ଲୁହା ପଥର ରାଜ୍ୟ ବାହାରେ ବିକ୍ରି ହେଉଥିବାରୁ ଏହାକୁ ନେଇ ସ୍ଥାନୀୟ ଇସ୍ପାତ ଶିଳ୍ପଗୁଡିକ ଆଶଙ୍କାରେ ରହିଥିଲେ। ଏହି ଶିଳ୍ପ କ୍ଷେତ୍ରର ପ୍ରତିନିଧିମାନେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ସ୍ଥାନୀୟ ଶିଳ୍ପର ସ୍ବାର୍ଥକୁ ବିଚାର କରାଯିବ ବୋଲି ଖଣିମନ୍ତ୍ରୀ ପ୍ରତିଶ୍ରୁତି ମଧ୍ୟ ଦେଇଥିଲେ। ସ୍ଥାନୀୟ ଶିଳ୍ପର ଦାବି ଆଧାରରେ ପ୍ରିଏମ୍ପସନ ନୀତିରେ ଲୁହା ପଥର ଯୋଗାଣ କରିବା ନେଇ ରାଜ୍ୟ ସରକାର ପ୍ରତିଶ୍ରୁତି ଦେଇଛନ୍ତି। ଉତ୍କଳ ଚାମ୍ବର ଅଫ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରିଜ(ୟୁସିିସିଆଇ)ର ଏକ ପ୍ରତିନିଧି ମଣ୍ଡଳୀକୁ ରାଜ୍ୟ ସରକାର ଏ ନେଇ ପ୍ରତିଶ୍ରୁତି ଦେଇଥିବା ଜଣାପଡ଼ିଛି। ରାଜ୍ୟରେ ଥିବା ଶିଳ୍ପଗୁଡିକର ବିକାଶ ଲାଗି ସରକାର ସବୁ ପ୍ରକାର ପଦକ୍ଷେପ ନେବେ ବୋଲି ସରକାର କହିଛନ୍ତି।
ପଥର ଅଭାବକୁ ନେଇ ୟୁସିସିଆଇ ଏବଂ ଓଡ଼ିଶା ସ୍ପଞ୍ଜ ଆଇରନ ମାନୁଫାକ୍‌ଚର ଆସୋସିଏଶନ(ଓସୀମା) ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଥିଲା। ପ୍ରିଏମ୍ପସନ ନୀତିରେ ଠିକ୍‌ ଭାବେ ଲୁହା ପଥର ଯୋଗାଣ ନେଇ ଶିଳ୍ପ କ୍ଷେତ୍ର ସରକାରଙ୍କୁ ନିବେଦନ କରିଥିଲା। ୟୁସିସିଆଇ ସଭାପତି ବ୍ରହ୍ମା ମିଶ୍ରଙ୍କ ନେତୃତ୍ୱରେ ଏକ ପ୍ରତିନିଧି ମଣ୍ଡଳୀ ଶିଳ୍ପ ବିଭାଗ ପ୍ରମୁଖ ଶାସନ ସଚିବ ହେମନ୍ତ ଶର୍ମାଙ୍କୁ ନିକଟରେ ଭେଟିଥିଲେ।
ଲୁହା ପଥର ଅଭାବ ରହୁଥିବାରୁ ଏହାକୁ ତ୍ୱରିତ ଭିତ୍ତିରେ ଯୋଗାଇ ଦେବା ନେଇ ସଂଘଗୁଡିକ ନିବେଦନ କରିଥିଲେ। ଉଲ୍ଲେଖଯୋଗ୍ୟ, ପ୍ରିଏମ୍ପସନ ନୀତିରେ ଲୁହା ପଥର ପାଇବା ଲାଗି ବର୍ତ୍ତମାନ ୧୮ ଆବେଦନ ଗତ ୩ ମାସରୁ ଊର୍ଦ୍ଧ୍ୱ ସମୟ ହେବ ପଡ଼ିରହିଛି। ସରକାର ଏ ଦିଗରେ ବିଳମ୍ବ ନ କରି ଶିଳ୍ପର ସମସ୍ୟା ସମାଧାନ ଲାଗି ତ୍ୱରିତ୍‌ ପଦକ୍ଷେପ ନେବାକୁ ସଂଘଗୁଡିକ ନିବେଦନ କରିଥିବା ଜଣାପଡ଼ିଛି। ଏହି ପରିପ୍ରେକ୍ଷୀରେ ୟୁସିସିଆଇ ସଭାପତି ବ୍ରହ୍ମା ମିଶ୍ର କହିଛନ୍ତି, ରାଜ୍ୟରୁ ଉତ୍ପାଦିତ ଖଣିଜ ପଦାର୍ଥର ଭାଲ୍ୟୁ ସଂଯୋଗ ଲାଗି ସରକାର ଏମ୍ପସନ ନୀତି ଆଣିଥିଲେ। ରାଜ୍ୟର ଶିଳ୍ପଗୁଡିକ ଅଭିବୃଦ୍ଧି ଦିଗରେ ଏହା ସହାୟକ ହେବ ବୋଲି ରାଜ୍ୟ ସରକାର ମଧ୍ୟ ଏହା ଉପଲବ୍ଧି କରିଛନ୍ତି। ଏହାକୁ ଦେଖିଲେ ଲୁହା ପଥର ପାଇବାକୁ କାହିଁକି ୧୮ ଆବେଦନର କାର୍ଯ୍ୟକାରିତାକୁ ନେଇ ବିଳମ୍ବ ହେଉଛି ବୋଲି ମିଶ୍ର କହିଛନ୍ତି। ରାଜ୍ୟର ଲୌହ ଏବଂ ଇସ୍ପାତ ଶିଳ୍ପକୁ ବଞ୍ଚାଇବା ଲାଗି ଏହି ପ୍ରସଙ୍ଗକୁ ରାଜ୍ୟ ସରକାର ତ୍ୱରିତ ଭାବେ ନଜର ଦେବା ଆବଶ୍ୟକ ବୋଲି ସେ ମତ ରଖିଛନ୍ତି। ତେବେ ରାଜ୍ୟ ସରକାର ଇସ୍ପାତ ଶିଳ୍ପକୁ ସବୁ ପ୍ରକାରର ସହଯୋଗ ଯୋଗାଇ ଦେବେ ବୋଲି ଶର୍ମା କହିଛନ୍ତି। ଏହି ବୈଠକ ପରେ ଶୀଘ୍ର ପ୍ରିଏମ୍ପସନ ନୀତି ଲାଗୁ ହେବା ନେଇ ଆଶା ରହିଥିବା ମିଶ୍ର କହିଛନ୍ତି। ସରକାର ଯଦି ଏହି ପ୍ରସଙ୍ଗକୁ ଗୋଟିଏ ସପ୍ତାହ ମଧ୍ୟରେ ସମାଧାନ ନ କରନ୍ତି ତେବେ ରାଜ୍ୟ ଶିଳ୍ପଗୁଡିକର ସ୍ବାର୍ଥ ରକ୍ଷା ଲାଗି ବିଭିନ୍ନ କାର୍ଯ୍ୟପନ୍ଥା ଗ୍ରହଣ କରାଯିବ ବୋଲି ସେ ସ୍ପଷ୍ଟ କରିଛନ୍ତି। ଉଲ୍ଲେଖଯୋଗ୍ୟ, ପ୍ରିଏମ୍ପଦନ ନୀତିରେ ରାଜ୍ୟରେ ଉତ୍ତୋଳନ ହେଉଥିବା ଲୁହା ପଥର ମଧ୍ୟରୁ ଅନ୍ତତଃ ପକ୍ଷେ ୫୦% ରାଜ୍ୟ ଭିତ୍ତିକ ଶିଳ୍ପଗୁଡିକ ଲାଗି ସଂରକ୍ଷିତ ରଖିବାର ନିୟମ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଅବସରବେଳେ ଦରକାର ୧କୋଟି ଟଙ୍କା? ଏହି ଫର୍ମୂଲାରେ ୫ମାସରେ ମିଳିଯିବ ଟଙ୍କା, ଜାଣନ୍ତୁ କେମିତି

ନୂଆଦିଲ୍ଲୀ,୨୩।୧୨:ଲୋକମାନେ ପ୍ରାୟତଃ ଅବସର ସମୟରେ କୋଟି କୋଟି ଟଙ୍କାର କର୍ପସ ପାଇବାର ସ୍ୱପ୍ନ ଦେଖନ୍ତି, କିନ୍ତୁ କେବଳ କିଛି ଲୋକ ଏହି ସୱପ୍ନକୁ ପୂରଣ କରିପାରିବେ।...

ଏପ୍ରିଲ ପରେ ବନ୍ଦ ହୋଇଯିବ ଏହି ୬ଟି ବଡ଼ ବ୍ୟାଙ୍କ? ଆକାଉଣ୍ଟ ଥିଲେ କଣ କରିବେ…

ନୂଆଦିଲ୍ଲୀ,୨୩।୧୨: କେନ୍ଦ୍ର ସରକାର ପୁଣିଥରେ ବ୍ୟାଙ୍କିଙ୍ଗ କ୍ଷେତ୍ରରେ ବଡ଼ ପରିବର୍ତ୍ତନ ପାଇଁ ପ୍ରସ୍ତୁତି କରୁଛନ୍ତି। ରିପୋର୍ଟ ଅନୁଯାୟୀ ସରକାର ଛଅଟି ବଡ଼ ସରକାରୀ ବ୍ୟାଙ୍କକୁ ପରସ୍ପର...

8th Pay Commissionକୁ ନେଇ ଆସିଲା ବଡ଼ ଅପ୍‌ଡେଟ: ଜାନୁଆରୀରେ ବଢିଯିବ…

ନୂଆଦିଲ୍ଲୀ,୨୩।୧୨: କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପେନସନଭୋଗୀଙ୍କ ପାଇଁ ୨୦୨୬ ବର୍ଷ ଏକ ଗୁରୁତ୍ୱପୂର୍ଣ୍ଣ ବର୍ଷ ହେବାକୁ ଯାଉଛି। ୭ମ ବେତନ କମିଶନର ଅବଧି ୩୧...

Gold Price Today : ୨୪ ଶହ ଟଙ୍କା ବଢ଼ିଲା ସୁନା ଦର, ଜାଣନ୍ତୁ ଭୁବନେଶ୍ବରରେ କେତେ ରହିଛି ଦାମ୍

ନୂଆଦିଲ୍ଲୀ,୨୩।୧୨: ଚଳିତ ବର୍ଷ ସୁନା ମୂଲ୍ୟରେ ତୀବ୍ର ବୃଦ୍ଧି ଘଟିଛି। ଡିସେମ୍ବର ୨୨ ତାରିଖରେ ବିଶ୍ୱ ସୁନା ମୂଲ୍ୟ ପ୍ରଥମ ଥର ପାଇଁ ପ୍ରତି ଆଉନ୍ସ...

AI ଦୌଡ଼ରେ ଗୁଗଲର ବଡ଼ ପଦକ୍ଷେପ: ୪.୭୫ ବିଲିୟନ ଡଲାରରେ କିଣିଲା ଏହି କମ୍ପାନୀ

ନୂଆଦିଲ୍ଲୀ,୨୨ା୧୨: କୃତ୍ରିମ ବୁଦ୍ଧିମତା ବା ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) କ୍ଷେତ୍ରରେ ନିଜର ଦବଦବା ବଜାୟ ରଖିବା ପାଇଁ ଗୁଗଲର ପ୍ୟାରେଣ୍ଟ କମ୍ପାନୀ ‘ଆଲଫାବେଟ୍’ ଏକ ବଡ଼...

ମୋହନ ସରକାରଙ୍କ ଅମଳରେ ପଛେଇଗଲା ଓଡ଼ିଶା, ବେକାରୀ ବୃଦ୍ଧି: ବିଜେଡିର ସାଂଘାତିକ ଅଭିଯୋଗ

ଭୁବନେଶ୍ୱର,୨୨।୧୨: ଓଡ଼ିଶାରେ ଶାସନ କରୁଥିବା ଭାଜପା ସରକାରଙ୍କୁ ଅର୍ଥନୈତିକ ବିଫଳତା ପ୍ରସଙ୍ଗରେ ଘେରିଛି ବିରୋଧୀ ବିଜୁ ଜନତା ଦଳ (ବିଜେଡି)। ରାଜ୍ୟର ଅଭିବୃଦ୍ଧି ହାର କମିବା...

ନୂଆ ବର୍ଷ ପୂର୍ବରୁ EPFO ଜାରି କଲା ନୂଆ ଗାଇଡଲାଇନ୍‌, ଜାଣିରଖନ୍ତୁ…

ନୂଆଦିଲ୍ଲୀ,୨୨।୧୨: କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ (EPFO) କର୍ମଚାରୀ ପେନସନ ଯୋଜନା (EPS) ସହିତ ଜଡିତ ଭୁଲ କିମ୍ବା ଅସମ୍ପୂର୍ଣ୍ଣ ଯୋଗଦାନର ମାମଲାଗୁଡ଼ିକର ସମାଧାନ ପାଇଁ...

UPI ପେମେଣ୍ଟରେ ନୂତନ ସୀମା ନିର୍ଣ୍ଣୟ କରିବ NPCI, ଏପରି ହେଉଛି ଠକେଇ

ନୂଆଦିଲ୍ଲୀ,୨୨।୧୨: ୟୁନିଫାଇଡ୍ ପେମେଣ୍ଟସ୍ ଇଣ୍ଟରଫେସ୍ (UPI) ମାଧ୍ୟମରେ ହେଉଥିବା ଆର୍ଥିକ ଜାଲିଆତିକୁ ରୋକିବା ପାଇଁ ନ୍ୟାସନାଲ ପେମେଣ୍ଟସ୍ କର୍ପୋରେସନ୍ ଅଫ୍ ଇଣ୍ଡିଆ (NPCI) ଏକ ଗୁରୁତ୍ୱପୂର୍ଣ୍ଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri