ଗ୍ରାହକଙ୍କ ନିରାପତ୍ତାକୁ ଦିଆଯାଉଛି ପ୍ରାଥମିକତା

ବାଲେଶ୍ୱର ଅଫିସ, ୧୯ ।୨

ବିଦ୍ୟୁତ ଆବଣ୍ଟନର ଦାୟିତ୍ୱ ନେଇ ଟାଟା ପାୱାର ନର୍ଦ୍ଦନ ଓଡ଼ିଶା ପ୍ରାଇଭେଟ୍‌ ଲିମିଟେଡ୍‌ (ଟିପିଏନ୍‌ଓଡିଏଲ୍‌) ଉତ୍ତରଓଡ଼ିଶାରେ ବିଦ୍ୟୁତ୍‌ ସଂସ୍କାର କ୍ଷେତ୍ରରେ ଉଦ୍ୟମ ଜାରି ରଖିଛି। ଗତ ୨୦୨୧ ଏପ୍ରିଲ ୧ତାରିଖରେ ଏହି ସଂସ୍ଥା ବାଲେଶ୍ୱର, ଭଦ୍ରକ, ମୟୂରଭଞ୍ଜ, କେନ୍ଦୁଝର ଓ ଯାଜପୁର ଜିଲାର ବିଦ୍ୟୁତ୍‌ ଆବଣ୍ଟନ ଦାୟିତ୍ୱ ନେଇଥିଲା। ଉତ୍ତମ ସେବା ଓ ନିରାପତ୍ତା ପ୍ରଦାନକୁ ଗୁରୁତ୍ୱ ଦିଆଯାଉଥିବା ନେଇ ସମ୍ପୃକ୍ତ ବିଦ୍ୟୁତ୍‌ ବଣ୍ଟନ କମ୍ପାନୀ ପକ୍ଷରୁ କୁହାଯାଇଛି। ଅପରପକ୍ଷରେ କମ୍ପାନୀ ପକ୍ଷରୁ କୁହାଯାଇଛି, ବିଦ୍ୟୁତ୍‌ ଗ୍ରାହକଙ୍କ ସଂଖ୍ୟାକୁ ଦୃଷ୍ଟିରେ ରଖି ଶ୍ରମିକ କର୍ମଚାରୀ ସଂଖ୍ୟା ବୃଦ୍ଧି ସହ ଅଘୋଷିତ ବିଦ୍ୟୁତ୍‌କାଟ ଓ ଲୋଭୋଲଟେଜ୍‌ ସ୍ଥିତି ସୁଧୁରୁଛି। ଟ୍ରାନ୍ସଫର୍ମର ସଂଖ୍ୟା ବୃଦ୍ଧି କରାଯାଇଥିବା ବେଳେ ପୂର୍ବରୁ ବିପଜ୍ଜନକ ସ୍ଥିତିରେ ଥିବା ବିଦ୍ୟୁତ୍‌ ସବ୍‌ଷ୍ଟେଶନ ଓ ଟ୍ରାନ୍ସଫର୍ମରଗୁଡ଼ିକର ଏବେ ରୂପାନ୍ତରଣ କରାଯାଉଛି। ଖୁଣ୍ଟ, ତାର ଓ ଟ୍ରାନ୍ସଫର୍ମରଗୁଡ଼ିକର ରକ୍ଷଣାବେକ୍ଷଣ ପାଇଁ ସ୍ବତନ୍ତ୍ର ଟିମ୍‌ କାର୍ଯ୍ୟ କରୁଥିବା (ଟିପିଏନ୍‌ଓଡିଏଲ୍‌) ବରିଷ୍ଠ ଅଧିକାରୀ ଭାସ୍କର ରାଓ କହିଛନ୍ତି।
ଅନୁସାରେ ୫ ଜିଲାରେ ବିଦ୍ୟୁତ୍‌ ଉପଭୋକ୍ତାଙ୍କ ସଂଖ୍ୟା ୧୯ଲକ୍ଷ ୯୯ହଜାର ଛୁଇଁଥିବା ବେଳେ ସେମାନଙ୍କୁ ନିରବଚ୍ଛିନ୍ନ ବିଦ୍ୟୁତ୍‌ ଯୋଗାଣ ପାଇଁ ଟ୍ରାନ୍ସଫର୍ମର ସଂଖ୍ୟା ୭୧ହଜାର ୩୫୮କୁ ବୃଦ୍ଧି କରାଯାଇଛି। ଏହାକୁ ଦୃଷ୍ଟିରେ ରଖି ବିଦ୍ୟୁତ୍‌ ଷ୍ଟ୍ରକ୍‌ଚର ସଂଖ୍ୟା ୨୨୮ ଓ ପାୱାର ଟ୍ରାନ୍ସଫର୍ମର ସଂଖ୍ୟା ୫୦୫କୁ ବଢ଼ାଇ ଦିଆଯାଇଛି। ପୂର୍ବରୁ ଥିବା କର୍ମଚାରୀଙ୍କ ବ୍ୟତୀତ ଏବେ ବର୍ଷସାରା ବିଦ୍ୟୁତ୍‌ ତାର, ଖୁଣ୍ଟ ଓ ଟ୍ରାନ୍ସଫର୍ମର ରକ୍ଷଣାବେକ୍ଷଣ ପାଇଁ ୭ ହଜାର ୧୯୫ଜଣ କ୍ଷେତ୍ର କର୍ମଚାରୀ ନିଯୁକ୍ତ ହୋଇଛନ୍ତି। ସେହିଭଳି ମିଟର ବିଲିଂ କଲେକ୍ସନ ପାଇଁ ୧ହଜାର ୫୨୭ ଜଣ ଓ ମିଟର ରିପ୍ଲେସ ପାଇଁ ୪୪୨ ଜଣ କାର୍ଯ୍ୟ ଜାରି ରଖିଛନ୍ତି। ସମସ୍ତ କର୍ମଚାରୀ ଓ ଶ୍ରମିକଙ୍କୁ ନିରାପତ୍ତା ଉପକରଣ ଯୋଗାଇ ଦିଆଯାଇଛି। ଫଳରେ ଦୁର୍ଘଟଣା ବି ହ୍ରାସ ପାଇଛି। ବିଦ୍ୟୁତ ବିଲ୍‌ ପ୍ରଦାନ କ୍ଷେତ୍ରରେ ମଧ୍ୟ ଅତ୍ୟାଧୁନିକ ବ୍ୟବସ୍ଥା କରାଯାଇଛି। ଏମିତିକି ଘରେ ରହି ଲୋକେ ସେମାନଙ୍କ ବିଦ୍ୟୁତ୍‌ ଦେୟ ପ୍ରଦାନ କରିପାରୁଛନ୍ତି। ଲୋକଙ୍କ ସମସ୍ୟା ଗ୍ରହଣ ସହ ତ୍ୱରିତ୍‌ ନିରାକରଣ ପାଇଁ ସମାଧାନ କାଉଣ୍ଟର ମଧ୍ୟ ଖୋଲା ଯାଇଛି। ଆବଶ୍ୟକସ୍ଥଳେ ଅନଲାଇନ୍‌ରେ ବି ଆପତ୍ତି ଅଭିଯୋଗ ପ୍ରଦାନ ବ୍ୟବସ୍ଥା ରହିଛି। ଆଗାମୀ ଦିନରେ ଟାଟା ପାୱାର ବିଦ୍ୟୁତ୍‌ ଆବଣ୍ଟନରେ ରାଜ୍ୟ ପାଇଁ ଏକ ଉଦାହରଣ ହେବ ବୋଲି ଅଧିକାରୀମାନେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି।
ଟିପିଏନ୍‌ଓଡିଏଲ୍‌ ପକ୍ଷରୁ ବିଦ୍ୟୁତ୍‌ ସମସ୍ୟାର ଯେକୌଣସି ସମାଧାନ ପାଇଁ ମାଗଣା କଲ୍‌ ସେଣ୍ଟର ନମ୍ବର ୧୯୧୨/୧୮୦୦୩୪୫୬୭୧୮ ସୁବିଧା କରିଦିଆଯାଇଛି। ଉପଭୋକ୍ତାମାନେ ବିଦ୍ୟୁତ୍‌ ସମ୍ବନ୍ଧୀୟ କୌଣସି କାର୍ଯ୍ୟ କିମ୍ବା ଅନୁସନ୍ଧାନ ପାଇଁ ଏହି ଟୋଲ୍‌ ଫ୍ରି କଲ୍‌ ସେଣ୍ଟରକୁ ଜଣାଇ ନିୟୋଜିତ ଏଜେଣ୍ଟଙ୍କ ଦ୍ୱାରା ଅଭିଯୋଗ ପଞ୍ଜିକରଣ କରାଇପାରିବେ। ପରେ ପଞ୍ଜିକରଣ ସମସ୍ୟା ସମ୍ପୃକ୍ତ ଅଧିକାରୀଙ୍କ ନିକଟକୁ ପଠାଯାଇ ସମସ୍ୟା ସମାଧାନ ପାଇଁ ବ୍ୟବସ୍ଥା କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ପାଚିଲା ଧାନ କ୍ଷେତରେ ହାତୀପଲଙ୍କ ଉପଦ୍ରବ:ଚାଷୀ ମୁଣ୍ଡରେ ଚଡକ

ରୂପସା,୨୩।୪(ବାଞ୍ଛାନିଧି ଦେ)ବାଲେଶ୍ବର ଜିଲା ବସ୍ତା ଥାନା ସଦାନନ୍ଦପୁର ପଞ୍ଚାୟତ ଅନ୍ତର୍ଗତ ନାଇକୁଡି ଗ୍ରାମରେ ଝାଡଖଣ୍ତି ହାତୀପଲଙ୍କ ଉପଦ୍ରବ ଦେଖିବାକୁ ମିଳିଛି l ୫୦ରୁ ଊର୍ଦ୍ଧ ଝାଡଖଣ୍ତି...

ସରପଞ୍ଚରୁ ବିଧାୟିକା ପ୍ରାର୍ଥୀ

ବାଲେଶ୍ୱର,୨୧।୪(ମାନସ ବିଶ୍ୱାଳ)ବାଲେଶ୍ୱର ଜିଲାର ଦୁଇଟି ବିଧାନସଭା ଆସନର ପ୍ରାର୍ଥୀଙ୍କ ନାମ ବିଜେଡି ଷଷ୍ଠ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ ଘୋଷଣା କରିଛି। ରେମୁଣା ବିଧାନସଭା କ୍ଷେତ୍ରରୁ ବିଦ୍ୟାସ୍ମିତା...

କାମ ସାରି ଘରକୁ ଫେରୁଥିବା ବେଳେ ପଛପଟୁ ଧକ୍କା ଦେଲା ପିକଅପ୍‌ ଭ୍ୟାନ୍‌

ବାଲେଶର ଅଫିସ,୨୦।୪( ମାନସ ବିଶ୍ୱାଳ): ବାଲେଶ୍ବର ଜିଲା ନୀଳଗିରି ଥାନାରେ ହୋମଗାର୍ଡ ଭାବେ କାର୍ଯ୍ୟ କରୁଥିବା ଛୋଟକାନପୁର ଗ୍ରାମର ଲକ୍ଷ୍ମୀଧର ଜେନା ( ୫୬) ଶନିବାର...

ମତ୍ସ୍ୟଜୀବୀଙ୍କୁ ମିଳୁନି ମୌଳିକ ସୁବିଧା

କାଳିପଦା, ୨୦।୪(ରାଜଶ୍ରୀ ପାଣିଗ୍ରାହୀ)ନିର୍ବାଚନ ପୂର୍ବରୁ ସବୁବର୍ଗର ଲୋକଙ୍କୁ ଖୁସି କରିବା ଲାଗି ବିଭିନ୍ନ ଲୋଭନୀୟ ଯୋଜନା ମାଧ୍ୟମରେ ସରକାର ଲୋକଙ୍କ ପାଖରେ ପହଞ୍ଚାଇବାକୁ ଚେଷ୍ଟା କରୁଛନ୍ତି।...

ପର୍ଯ୍ୟବେକ୍ଷକଙ୍କ ଆଗରେ ଅସନ୍ତୋଷ ଝାଡ଼ିଲେ ଛାମୁଆ ନେତା

ବାଲେଶ୍ୱର, ୨୦୪(ମାନସ ବିଶ୍ୱାଳ):  ବାଲେଶ୍ୱର ଜିଲା ବାମପଦାସ୍ଥିତ ନୋସି ବିଜିନେସ ପାର୍କରେ ଶୁକ୍ରବାର ବିଜେଡିର ବାଲେଶ୍ୱର ସଂସଦୀୟ କ୍ଷେତ୍ରର ନିର୍ବାଚନୀ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା।...

ଅଶୁଂଘାତ ନେଲା ଜଣଙ୍କ ଜୀବନ

ଭୁବନେଶ୍ୱର,୧୯।୪: ଅଂଶୁଘାତରେ ରାଜ୍ୟରେ ଜଣଙ୍କର ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି ଜଣଙ୍କ ବାଲେଶ୍ୱରର ବୋଲି ଜଣାପଡିଛି। ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର ଆଜି ଏହି...

‘କ୍ରୁଜ୍‌’ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

ବାଲେଶ୍ୱର, ୧୯।୪(ମାନସ ବିଶ୍ୱାଳ):ବାଲେଶ୍ୱର ଚାନ୍ଦିପୁରସ୍ଥିତ ପ୍ରତିରକ୍ଷା ଗବେଷଣା ଓ ବିକାଶ ସଙ୍ଗଠନ (ଡିଆରଡିଓ) ପକ୍ଷରୁ ଇଣ୍ଟିଗ୍ରେଟେଡ୍‌ ଟେଷ୍ଟ ରେଞ୍ଜ (ଆଇଟିଆର୍‌)ରୁ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ‘କ୍ରୁଜ୍‌’...

ଶ୍ରୀକାନ୍ତଙ୍କ ପ୍ରାର୍ଥିତ୍ୱରୁ ତ୍ରିମୁଖୀ ଲଢ଼େଇ

ବାଲେଶ୍ୱର,୧୬ା୪(ମାନସ ବିଶ୍ୱାଳ):ବାଲେଶ୍ୱର ଲୋକ ସଭା ଆସନ ପାଇଁ କଂଗ୍ରେସ ପକ୍ଷରୁ ଶ୍ରୀକାନ୍ତ ଜେନାଙ୍କ ନାମ ଘୋଷଣା କରାଯାଇଛି। ପୂର୍ବରୁ ଭାଜପାରୁ ପ୍ରତାପ ଷଡ଼ଙ୍ଗୀ ଓ ବିଜେଡିରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri