Posted inଜାତୀୟ

ବଜେଟ୍‌ ପୂର୍ବରୁ ଦେଶବାସୀଙ୍କ ଉଦ୍ଦେଶ୍ୟରେ ଅଭିଭାଷଣ ରଖିଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ,୨୯।୧: ବଜେଟ ଅଧିବେଶନର ପ୍ରଥମ ଦିନରେ ଶୁକ୍ରବାର ରାଷ୍ଟ୍ରପତି ରାମନାଥ କୋବିନ୍ଦ ନିଜର ଅଭିଭାଷଣ ରଖିଛନ୍ତି। କରୋନା ମହାମାରୀ ସମୟରେ ଏହି ଅଧିବେଶନ ଗୁରୁତ୍ୱପୂର୍ଣ୍ଣ ବୋଲି ରାଷ୍ଟ୍ରପତି କହିଛନ୍ତି। ସେ କହିଛନ୍ତି, ନୂତନ ଦଶନ୍ଧି ଏବଂ ନୂତନ ବର୍ଷ ହେଉଛି ପ୍ରଥମ ଅଧିବେଶନ। ଏହା ସହିତ ଭାରତ ସ୍ବାଧୀନତାର ୭୫ ତମ ବର୍ଷରେ ପ୍ରବେଶ କରିଛି।
ଏହି ଅଭିଭାଷଣରେ ରାଷ୍ଟ୍ରପତି କହିଛନ୍ତି, ମୁଁ ସନ୍ତୁଷ୍ଟ ଯେ, ସେହି ସମୟରେ ମୋ’ ସରକାର ନେଇଥିବା ସଠିକ୍‌ ନିଷ୍ପତ୍ତି ଯୋଗୁ ଲକ୍ଷଲକ୍ଷ ଦେଶବାସୀଙ୍କ ଜୀବନ ରକ୍ଷା ହୋଇଛି। ଆଜି ନୂତନ କେରୋନା ରୋଗୀଙ୍କ ସଂଖ୍ୟା ଦ୍ରୁତ ଗତିରେ ହ୍ରାସ ପାଉଛି ଏବଂ ସଂକ୍ରମଣରୁ ଆରୋଗ୍ୟ ହୋଇଥିବା ଲୋକଙ୍କ ସଂଖ୍ୟା ମଧ୍ୟ ବହୁ ଅଧିକ।
ରାଷ୍ଟ୍ରପତି କହିଛନ୍ତି, ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ମାଧ୍ୟମରେ ୮କୋଟି ଲୋକଙ୍କୁ ୮ ମାସ ପାଇଁ ୫ କିଲୋଗ୍ରାମ ଅତିରିକ୍ତ ଶସ୍ୟ ମାଗଣାରେ ସୁନିଶ୍ଚିତ କରାଯାଇଛି। ପ୍ରବାସୀ ଶ୍ରମିକ, ଶ୍ରମିକ ଏବଂ ନିଜ ଘରଠାରୁ ଦୂରରେ ରହୁଥିବା ଲୋକଙ୍କ କଥା ମଧ୍ୟ ସରକାର ଚିନ୍ତା କରିଥିଲେ।

ଆତ୍ମନିଭରଶୀଳ ଭାରତରେ ମହିଳା ଉଦ୍ୟୋଗୀଙ୍କ ବିଶେଷ ଭୂମିକା:
ରାଷ୍ଟ୍ରପତି କହିଛନ୍ତି, ଆତ୍ମନିର୍ଭରଶୀଳ ଭାରତରେ ମହିଳା ଉଦ୍ୟୋଗୀମାନଙ୍କର ବିଶେଷ ଭୂମିକା ରହିଛି। ମହିଳାମାନଙ୍କୁ ନୂତନ ନିଯୁକ୍ତି ସୁଯୋଗ ଦେବା ପାଇଁ ମୋ ସରକାର ଅନେକ ପଦକ୍ଷେପ ନେଇଛନ୍ତି। ଏ ପର୍ଯ୍ୟନ୍ତ ମୁଦ୍ରା ଯୋଜନା ଅଧୀନରେ ୨୫କୋଟିରୁ ଅଧିକ ଋଣ ପ୍ରଦାନ କରାଯାଇଛି। ସେଥିମଧ୍ୟରୁ ପ୍ରାୟ ୭୦ ପ୍ରତିଶତ ମହିଳା ଉଦ୍ୟୋଗୀଙ୍କୁ ଦିଆଯାଇଛି।

୩ କୋଟି ପରିବାର ନିକଟରେ ପହଞ୍ଚିଛି ଟ୍ୟାପ୍‌ ପାଣି:
ରାଷ୍ଟ୍ରପତି କହିଛନ୍ତି, ‘ମୋ ସରକାର ଜଳ ଜୀବନ ମିଶନ’ର ଏକ ମହତ୍ତ୍ୱପୂର୍ଣ୍ଣ ଯୋଜନା ଉପରେ କାର୍ଯ୍ୟ କରୁଛନ୍ତି। ଏହା ଅଧୀନରେ ପ୍ରତ୍ୟେକ ଘରକୁ ଜଳ ବିତରଣ କରିବା ସହିତ ଜଳ ସଂରକ୍ଷଣ ମଧ୍ୟ ଦ୍ରୁତ ଗତିରେ କରାଯାଉଛି। ଏହି ଅଭିଯାନ ଅଧୀନରେ ବର୍ତ୍ତମାନ ସୁଦ୍ଧା ୩ କୋଟି ପରିବାର ପାଇପ ଜଳ ଯୋଗାଣ ସହିତ ସଂଯୁକ୍ତ ହୋଇଛନ୍ତି।

ଗାଁ ଲୋକଙ୍କ ଜୀବନଧାରଣ ମାନରେ ଉନ୍ନତି ଆଣିବା ଏକ ପ୍ରାଥମିକତା:

ରାଷ୍ଟ୍ରପତି କହିଛନ୍ତି, ଗାଁ ଲୋକଙ୍କ ଜୀବନଧାରଣର ଉନ୍ନତି ହେବା ଉଚିତ୍‌। ଏହା ମୋ ସରକାରଙ୍କ ପ୍ରାଥମିକତା। ଏହାର ସର୍ବୋତ୍ତମ ଉଦାହରଣ ହେଉଛି ୨୦୧୪ ଠାରୁ ଗରିବ ଗ୍ରାମୀଣ ପରିବାର ପାଇଁ ନିର୍ମିତ ୨ କୋଟି ଘର।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଯୁଦ୍ଧ ଅଟକାଇ ବାଃ ବାଃ ସାଉଣ୍ଟିଲା ପାକିସ୍ତାନ, ମଧ୍ୟପ୍ରାଚ୍ୟରେ ବଢ଼ିବ ଦବ୍‌ଦବା ? ରହିଛି ଅନେକ ସ୍ବାର୍ଥ

ଇସଲାମାବାଦ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଏକ ବଡ଼ ଧରଣର ଯୁଦ୍ଧବିରତି (ସିଜ୍‌ଫାୟାର୍‌) ହୋଇଛି। ଏହି ପ୍ରକ୍ରିୟାରେ ପାକିସ୍ତାନ ଏକ ମୁଖ୍ୟ ‘ଦୂତ’…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ହର୍ମୁଜ୍ ପ୍ରଣାଳୀରେ ତେଲ ଚ୍ୟାଙ୍କରକୁ ଅଟକାଇଲା ଇରାନ, ଯୁଦ୍ଧବିରତି ଭଙ୍ଗ କରିବାକୁ ଧମକ ଦେଲା…

ତେହେରାନ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ସତ୍ତ୍ବେ ଉତ୍ତେଜନା ଜାରି ରହିଛି । ବୁଧବାର ସକାଳେ ଯୁଦ୍ଧବିରତି ଘୋଷଣା ହେବା ପରେ ମଧ୍ୟ ଆକ୍ରମଣର ରିପୋର୍ଟ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri