Posted inଜାତୀୟ

ଛାପା ଗଣମାଧ୍ୟମ ସବୁଠୁ ବିଶ୍ୱସନୀୟ

ନୂଆଦିଲ୍ଲୀ,୧୭ା୧୦: ଡିଜିଟାଲ ମିଡିଆର ବିସ୍ତାର ଓ ହଟଚମଟ ସୃଷ୍ଟିକାରୀ ଟେଲିଭିଜନ୍‌ ନ୍ୟୁଜ୍‌ର ବହୁଳ ପ୍ରସାର ସତ୍ତ୍ୱେ ଖବରକାଗଜ ତା’ର ବିଶେଷତ୍ୱ ବଜାୟ ରଖିଛି। ୬୬ ପ୍ରତିଶତ ଭାରତୀୟ ପ୍ରିଣ୍ଟ ମିଡିଆକୁ ସୂଚନାର ସବୁଠୁ ଗୁରୁତ୍ୱପୂର୍ଣ୍ଣ ଉତ୍ସ ବୋଲି ବିବେଚନା କରନ୍ତି। ସିଭୋଟର ପକ୍ଷରୁ କରାଯାଇଥିବା ମିଡିଆ କଞ୍ଜମ୍ପଶନ ସର୍ଭେ ୨୦୨୦ ଅନୁସାରେ ଲୋକେ ସବୁଠୁ ଅଧିକ ଖବରକାଗଜ ଓ ପତ୍ରପତ୍ରିକା ଉପରେ ଭରସା କରିଥାଆନ୍ତି। ଛାପା ଗଣମାଧ୍ୟମରେ ପ୍ରକାଶିତ ନ୍ୟୁଜ୍‌ ଓ ଷ୍ଟୋରି ଭାରତୀୟ ପାଠକଙ୍କଠାରେ ୬୩% ଆଦୃତି ଲାଭ କରିଛି। ବିଶେଷକରି କୋଭିଡ୍‌-୧୯ ସମୟରେ ଖବରକାଗଜ ବିଶେଷ ଗୁରୁତ୍ୱ ବହନ କରିଛି। ନ୍ୟୁଜ୍‌ ଚ୍ୟାନେଲଗୁଡ଼ିକର ବିତର୍କରୁ ବିଶେଷ ସୂଚନା ମିଳି ନ ଥାଏ ବୋଲି ୭୩% ଭାରତୀୟ ମତ ଦେଇଛନ୍ତି। ଦେଶର ପ୍ରତ୍ୟେକ ରାଜ୍ୟର ସମସ୍ତ ଜିଲାରୁ ୫୦୦୦ରୁ ଊର୍ଦ୍ଧ୍ୱ ଲୋକଙ୍କୁ ନେଇ ଏହି ସର୍ଭେ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଦିଦିଙ୍କ ଗଡ଼ରେ ସର୍ଜିକାଲ ଷ୍ଟାଇକ୍‌

ନୂଆଦିଲ୍ଲୀ,୨୩।୫: ଲୋକ ସଭା ନିର୍ବାଚନରେ ଭାଜପା ପଶ୍ଚିମବଙ୍ଗରେ ଭଲ ପ୍ରଦର୍ଶନ କରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କୂଟନୀତି ଏଠାରେ ସର୍ଜିକାଲ ଷ୍ଟ୍ରାଇକ୍‌ କରିବାକୁ ସକ୍ଷମ ହୋଇଛି।...

ଶ୍ରୀନଗରର ବୋମିନାରେ ସୁରକ୍ଷାକର୍ମୀଙ୍କ ଉପରକୁ ଆତଙ୍କବାଦୀ ଆକ୍ରମଣ

ଜମ୍ମୁ,୫ ।୧୧: ଶ୍ରୀନଗରର ବୋମିନା ଅଞ୍ଚଳରେ ଥିବା ସ୍କିମସ୍ ହସ୍ପିଟାଲ ନିକଟରେ ଶୁକ୍ରବାର ଆତଙ୍କବାଦୀମାନେ ସୁରକ୍ଷାକର୍ମୀଙ୍କ ଉପରକୁ ଗୁଳି ଚଳାଇଥିବା ସୂଚନା ମିଳିଛି । ଏଥିରେ...

ତୈଳ ଦର ୫୦ ଟଙ୍କା କମ କରିବାକୁ ହେଲେ ଭାଜପାକୁ ସମ୍ପୂର୍ଣ୍ଣ ରୂପେ ହରାଇବାକୁ ପଡିବ: ସଞ୍ଜୟ

ମୁମ୍ବାଇ,୪ ।୧୧: ଦେଶରେ ବୃଦ୍ଧି ପାଇ ଚାଲିଥିବା ତୈଳଦରକୁ କମ୍ କରିବାକୁ ଯାଇ ଶାସକ ଭରତୀୟ ଜନତା ପାର୍ଟି(ଭାଜପା) ସରକାର ଉତ୍ପାଦନ ଶୁଳ୍କ କମ୍ କରିବାର...

୨୦୭ ବର୍ଷ ପୁରାତନ ବରଗଛର ସୁରକ୍ଷା ପାଇଁ ପ୍ରତିବର୍ଷ ଜନ୍ମଦିନ ପାଳନ କରୁଛନ୍ତି ଗ୍ରାମବାସୀ

ଦିସ୍‌ପୁର୍‌,୧୭।୬: ଆସାମରେ ଥିବା ୨୦୭ ବର୍ଷ ପୁରାତନ ବରଗଛର ସୁରକ୍ଷା ପାଇଁ ଅଣ୍ଟା ଭିଡ଼ିଛନ୍ତି ଗ୍ରାମବାସୀ। ସେମାନେ ପ୍ରତିବର୍ଷ ବରଗଛର ଜନ୍ମଦିନ ଆଡମ୍ବରରେ ପାଳନ କରୁଛନ୍ତି।...

କୃଷି ଆଇନ୍‌ ବିରୋଧରେ ବିଧାନସଭାରେ ପ୍ରସ୍ତାବ ଆଣିବେ ମମତା ସରକାର

କୋଲକତା,୨୭।୧: ରାଜଧାନୀ ଦିଲ୍ଲୀରେ ନୂଆ କୃଷି ଆଇନକୁ ନେଇ ବିରୋଧ ପ୍ରଦର୍ଶନ ଜାରି ରହିଛି। ଏହି ସମୟରେ ପଶ୍ଚିମବଙ୍ଗର ମମତା ବାନାର୍ଜୀ ସରକାର ବିଧାନସଭାରେ କୃଷି...

୮ ଶହ ତଳେ ଦୈନିକ ସଂକ୍ରମଣ…

ନୂଆଦିଲ୍ଲୀ, ୧୫।୫: ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ଘନେଇବାରେ ଲାଗିଛି। ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଭାରତୀୟ ସ୍ବାସ୍ଥ୍ୟ...

ଅଜିତ ପାଓ୍ବାର ବିରୋଧୀ ଦଳ ନେତା

ମୁମ୍ବାଇ, ୫।୭: ଜାତୀୟତାବାଦୀ କଂଗ୍ରେସ ପାର୍ଟି (ଏନ୍‌ସିପି) ନେତା ଅଜିତ ପାଓ୍ବାର ସୋମବାର ମହାରାଷ୍ଟ୍ର ବିଧାନସଭାରେ ବିରୋଧୀ ଦଳ ନେତା ନିର୍ବାଚିତ ହୋଇଛନ୍ତି। ଶିବସେନା-ଭାଜପା ମେଣ୍ଟ...

ସଂସଦର ଶିଢ଼ିରୁ ଖସିପଡ଼ିଲେ ଥରୁର: ବାମ ଗୋଡ଼ରେ ଲାଗିଛି ଆଘାତ

ନୂଆଦିଲ୍ଲୀ,୧୬।୧୨: କଂଗ୍ରେସ ଏମ୍‌ପି ଶଶି ଥରୁର ଦୁର୍ଘଟଣାର ଶିକାର ହୋଇଛନ୍ତି। ସଂସଦର ଶିଢ଼ିରୁ ଖସିପଡ଼ି ତାଙ୍କର ବାମ ଗୋଡ଼ରେ ଆଘାତ ଲାଗିଥିବା ଜଣାପଡ଼ିଛି। ଦୁର୍ଘଟଣା ପରେ...

Advertisement
Archives

Model This Week