ବାତ୍ୟା ଯାଇ ପୁଣି ଆସିଲାଣି: କ୍ଷତିଗ୍ରସ୍ତ ଚାଷୀଙ୍କୁ ମିଳୁନି ପ୍ରଧାନମନ୍ତ୍ରୀ ଫସଲ ବୀମା ଅର୍ଥ

ରାଜନଗର, ୨୦ା୧୦(ଡି.ଏନ.ଏ.): ବଙ୍ଗୋପସାଗର ତଟବର୍ତ୍ତୀ ରାଜନଗର ବ୍ଲକ ଏକ ନଦୀ ନାଳ ଘେରା ଅଞ୍ଚଳ। ସବୁବେଳେ ସମୁଦ୍ରରେ ସୃଷ୍ଟି ହେଉଥିବା ଝଡ ହେଉ କି ବାତ୍ୟା ଏ ଅଞ୍ଚଳବାସୀଙ୍କ ଆଖିରୁ କେବଳ ନିଦ ହଜାଇ ଦିଏ ନାହିଁ, ପରନ୍ତୁ ଚାଷୀଙ୍କ ବର୍ଷକର ଦାନା ମଧ୍ୟ ଛଡାଇ ନେଇଯାଏ। ୧୯୯୯ ମହାବାତ୍ୟା ପରେ ଅନେକ ବାତ୍ୟା ଆସିଛି। କିନ୍ତୁ ୨୦୨୧ ଜୱାଦ ବାତ୍ୟାରେ ରାଜନଗର ବ୍ଲକର ୨୯ଟି ପଞ୍ଚାୟତରେ ବ୍ୟାପକ ଧାନଚାଷ ନଷ୍ଟ ହୋଇଯାଇଥିଲା। ବାତ୍ୟା ଦ୍ୱାରା ମାସ ମାସ ଧରି ପାଚିଲା ଧାନ କ୍ଷେତ ବୁଡି ରହିଥିଲା। ଫଳରେ ଚାଷୀମାନେ ଧାର ଉଦ୍ଧାର, କରଜ କରି ଖରିଫ ଫସଲକୁ ଚାତକ ପରି ଚାହିଁ ବସିଥିଲେ। କିନ୍ତୁ ବାତ୍ୟା ଚାଷୀମାନଙ୍କର ଆଶା ଭରସାକୁ ମାଟିରେ ମିଶାଇଥିଲା। ବାତ୍ୟା ପରବର୍ତ୍ତୀ ସମୟରେ ରାଜ୍ୟ ସରକାର ଓ ବୀମା କମ୍ପାନୀ ପକ୍ଷରୁ ପୃଥକ୍‌ ପୃଥକ୍‌ ଭାବେ ଚାଷ ଜମିରୁ କ୍ରପ କଟିଂ କରିବା ସହ କ୍ଷୟକ୍ଷତି ସମ୍ପର୍କରେ ରିପୋର୍ଟ ପ୍ରସ୍ତୁତ କରିଥିଲେ। ରାଜନଗର ବ୍ଲକର ରାଜସ୍ବ ବିଭାଗ, କୃଷି ବିଭାଗ ଓ ଉଦ୍ୟାନ କୃଷି ବିଭାଗ ମିଳିତ ଭାବେ ସର୍ଭେ ରିପୋର୍ଟ କରିଥିଲେ। ଯେଉଁଥିରେ ୧୩,୭୮୧ ହେକ୍ଟର ଚାଷ ଜମିର ଫସଲ ଧୋଇ ହୋଇଯାଇଥିଲା। ରାଜ୍ୟ ସରକାର ରିପୋର୍ଟକୁ ଆଧାର କରି କ୍ଷତିଗ୍ରସ୍ତ ଚାଷୀଙ୍କୁ ଇନପୁଟ ସହାୟତା ବାବଦକୁ ୯କୋଟି ୩୭ଲକ୍ଷ ୪ ହଜାର ଟଙ୍କା ପ୍ରଦାନ କରିଥିଲେ। ଏହି ବ୍ଲକର ୨୯ଟି ପଞ୍ଚାୟତର ପ୍ରାୟ ୪୦ ରୁ ଊର୍ଦ୍ଧ୍ୱ ପ୍ରତିଶତ କ୍ଷୟକ୍ଷତି ହୋଇଥିବା ଦର୍ଶାଯାଇଥିଲା। ସରକାରୀ ଇନପୁଟ ସହାୟତା ଚାଷୀଙ୍କୁ ମିଳିଥିବା ବେଳେ ପ୍ରଧାନମନ୍ତ୍ରୀ ଫସଲ ବୀମା ଅର୍ଥ ଏଯାଏଁ ମିଳି ପାରିଲା ନାହିଁ। ପ୍ରଧାନମନ୍ତ୍ରୀ ଫସଲ ବୀମା କରିଥିବା କମ୍ପାନୀ ବୀମା ଅର୍ଥ ଦେଉ ନ ଥିବାରୁ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇବାରେ ଲାଗିଛି।

ରାଜନଗର ଅଞ୍ଚଳର ଏକମାତ୍ର ଧାନଚାଷ ଉପରେ ନିର୍ଭର କରୁଥିବାରୁ ଚାଷୀଟିଏ ପରିବାରର ବର୍ଷକ ଦାନା ସଂଗ୍ରହ କରିଥାଏ। ଏହି ଚାଷରୁ ଉପତ୍ନ୍ନ ଧାନକୁ ବିକି ପିଲାମାନଙ୍କ ପାଠ ପଢା, କରଜ ଶୁଝିବା ସହ ବାହାଘର କରିଥାନ୍ତି। ପ୍ରଧାନମନ୍ତ୍ରୀ ଫସଲ ବୀମା କରିଥିବା ଏଚଡିଏଫ୍‌ସି ଆଗ୍ରୋ କମ୍ପାନୀ ରାଜନଗର ଅଞ୍ଚଳରେ କ୍ରପ କଟିଂ ସର୍ଭେ ରିପୋର୍ଟ ପ୍ରସ୍ତୁତ କରିଥିଲା। ନିୟମ ମୁତାବକ, ଏହି କମ୍ପାନୀ ପରିସଂଖ୍ୟାନ ବିଭାଗ, କୃଷି ଓ ରାଜସ୍ବ ବିଭାଗର କର୍ମଚାରୀଙ୍କୁ ନେଇ କ୍ରପ କଟିଂ କରିବା କଥା। କିନ୍ତୁ କମ୍ପାନୀ ଏହି କର୍ମଚାରୀଙ୍କୁ ବାଦ୍‌ ଦେଇ ମନମୁଖି ଭାବେ କ୍ରପ କଟିଂ କରିଥିଲେ। କମ୍ପାନୀର କର୍ମଚାରୀମାନେ ଯେଉଁ ଅଞ୍ଚଳରେ କମ୍‌ କ୍ଷତି ହୋଇଥିଲା, ସେଠାରେ କ୍ରପ କଟିଂ କରିବାକୁ ନେଇ ଚାଷୀମାନେ ଅସନ୍ତୁଷ୍ଟ ପ୍ରକାଶ କରିଥିଲେ। ବୀମା କମ୍ପାନୀର ସର୍ଭେ ରିପୋର୍ଟ କରିବାର ୧୦ ମାସରୁ ଅଧିକ ସମୟ ବିତି ଯାଇଥିଲେ ମଧ୍ୟ ଟଙ୍କା ମିଳିନାହିଁ। ସବୁଠୁ ବଡକଥା ହେଲା ପ୍ରଧାନମନ୍ତ୍ରୀ ଫସଲ ବୀମା କରୁଥିବା ବୀମା କମ୍ପାନୀ ଋଣ ଅର୍ଥର ୨ ପ୍ରତିଶତ ହିସାବରେ ୭୪,୪୩,୯୩୦ ଟଙ୍କା ବୀମା ବାବଦକୁ ଚାଷୀଙ୍କଠାରୁ ଅଗ୍ରୀମ ନେଇଯାଇଛି।

ସୂଚନାଯୋଗ୍ୟ, ରାଜନଗର ବ୍ଲକରେ ୧୪ଟି ପ୍ରାଥମିକ କୃଷି ସେବା ସମବାୟ ସମିତି ପକ୍ଷରୁ ୧୦,୫୬୧ ଚାଷୀଙ୍କୁ ୩୭,୨୧,୯୬,୫୦୨ ଟଙ୍କା ୨୦୨୧ ଖରିଫ ଋତୁରେ ଋଣ ପ୍ରଦାନ କରାଯାଇଛି। ଏଥିପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା କରୁଥିବା ବୀମା କମ୍ପାନୀ ଋଣ ଅର୍ଥର ୨ ପ୍ରତିଶତ ଅର୍ଥାତ୍‌ ୭୪,୪୩,୯୩୦ ଟଙ୍କା ବୀମା ଅର୍ଥ ବାବଦକୁ ନେଇଛି। ଜୱାଦ ବାତ୍ୟାରେ ଫସଲକୁ ହରାଇ ଚାଷୀ ମଣ୍ଡରେ ହାତ ଦେଇ ବସିଥିଲେ। ଏପରିସ୍ଥଳେ ଫସଲ କ୍ଷୟକ୍ଷତି ହୋଇଥିଲେ ମଧ୍ୟ ଚାଷୀଙ୍କୁ ବୀମା ଅର୍ଥ ଆଜି ଯାଏ ନ ମିଳିବା ଚାଷୀଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି କରିଛି। ରାଜନଗର ବ୍ଲକରେ ସମସ୍ତ ୨୯ଟି ପଞ୍ଚାୟତରେ ୩୩ ପ୍ରତିଶତରୁ ୫୦ ପ୍ରତିଶତ ମଧ୍ୟରେ ଖରିଫ ଧାନ ଫସଲ କ୍ଷତି ହୋଇଥିଲା। ସରକାରୀ ସର୍ଭେରେ ୧୩,୭୮୦ ହେକ୍ଟର ଖରିଫ ଧାନ ଫସଲ କ୍ଷୟକ୍ଷତି ହୋଇଥିଲା। ପ୍ରଧାନମନ୍ତ୍ରୀ ଫସଲ ବୀମା କରିଥିବା ବୀମା କମ୍ପାନୀ କାହିଁକି ଆଜିଯାଏ ଚାଷୀଙ୍କୁ ଭୂଆଁ ବୁଲାଇ ଚାଲିଛି, ସେ ନେଇ ପ୍ରତିକ୍ରିୟା ବଢିବାରେ ଲାଗିଛି। ଏହି ପ୍ରସଙ୍ଗକୁ ନେଇ ଚାଷୀ ଏବେ ଆନ୍ଦୋଳନକୁ ଓହ୍ଲାଇବା ପାଇଁ ସଜବାଜ ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆରମ୍ଭରୁ ସାର କଳାବଜାର, ବରଗଡ଼ରେ ତେଜିଲା ଚାଷୀ ଅସନ୍ତୋଷ

ବରଗଡ଼, ୧୭।୨(ପ୍ରେମାନନ୍ଦ ଖମାରୀ) – ବରଗଡ଼ ଜିଲାରେ ଚାଷୀଙ୍କ ସମସ୍ୟା ଲାଗି ରହିଛି। ଖରିଫକ ଧାନ ବିକ୍ରି ସମସ୍ୟା ତୁଟି ନଥିବାବେଳେ ଚାଷୀମାନଙପରେ ଏବେ ରବି ଋତୁର…

ସମ୍ପର୍କୀୟଙ୍କ ସହ ଘରୁ ବାହାରିଥିଲେ, ଗଛରେ ପିଟି ହୋଇ ଚାଲିଗଲା ଯୁବକଙ୍କ ଜୀବନ; ଏଯାଏ ମିଳୁନି…

ଭବାନୀପାଟଣା,୧୭।୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲା ଜୁନାଗଡ଼ ଥାନା ଅନ୍ତର୍ଗତ ଜାରିଙ୍ଗ ଛକ ନିକଟରେ ମଙ୍ଗଳବାର ରାତି ପାୟ ସାଢ଼େ ୮ ଟାରେ ଗଛରେ ପିଟି ହୋଇ ଜଣେ…

ଝିଅ ବାହାଘର ପାଇଁ ଗୁଆ ନିମନ୍ତ୍ରଣ ଦେବାକୁ ଯାଉଥିଲେ, ସାମ୍ନାରୁ ପିଟିଲା ବାଇକ୍‌; ଚାଲିଗଲା…

ଦିଗପହଣ୍ଡି,୧୭|୨(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ସିଙ୍ଗପୁର ଗ୍ରାମ ସମବାୟ କାର୍ଯ୍ୟାଳୟ ନିକଟରେ ମଙ୍ଗଳବାର ସନ୍ଧ୍ୟା ପ୍ରାୟ ସାଢ଼େ ୭ ଟାରେ ରେ ୨…

ଗ୍ୟାସ ସିଲିଣ୍ଡର ଖୋଲି ଘରେ ନିଆଁ ଲଗାଇଦେଲେ ସ୍ବାମୀ, ଥାନାରେ ପହଞ୍ଚିଲେ ସ୍ତ୍ରୀ; ଗିରଫ ପରେ ଜେଲ…

ଦିଗପହଣ୍ଡି,୧୭|୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ୭ ନଂ ୱାର୍ଡ ବଜାର ସାହି ଗୁଣ୍ଡିଚା ଛକ ରେ ରହୁଥିବା ଏ.ରାଜୁଙ୍କୁ ମଙ୍ଗଳବାର ପୋଲିସ ଗିରଫ କରି…

ଆବାସ କିସ୍ତି କରିଦେବାକୁ ମାଗିଥିଲେ ଲାଞ୍ଚ: ଦୋଷୀ ସାବ୍ୟସ୍ତ ହେଲେ ପୂର୍ବତନ ପିଇଓ, ୩ ବର୍ଷ ଜେଲଦଣ୍ଡ ସହ ୫୦ ହଜାର…

ଭବାନୀପାଟଣା,୧୭।୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ଗୋପାଳପୁର ପଞ୍ଚାୟତର ପୂର୍ବତନ ପିଇଓ (ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ) କ୍ଷମା ପ୍ରସାଦ ଦୁରିଆ ୨୦୨୧…

ଦୁଇ ଦିନ ପରେ ଦେଇଥାନ୍ତେ ମାଟ୍ରିକ୍‌ ପରୀକ୍ଷା, ବାଇକ୍‌ ସହ ଦୁର୍ଘଟଣା ପରେ ଟ୍ରାକ୍ଟର ଚାପି ଦେବାରୁ ଚାଲିଗଲା ଛାତ୍ରଙ୍କ ଜୀବନ

ରାୟଗଡ଼ା,୧୭।୨(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡ଼ା ସହରରେ ଚିନ୍ତାଜନକ ହୋଇପଡ଼ିଛି ଟ୍ରାଫିକ ସମସ୍ୟା । ସହର ଦେଇ ଯାଇଥିବା ୩୨୬ନଂ ଜାତୀୟ ରାଜପଥ କଡ଼ରେ ବେଆଇନ ପାର୍କିଂ ଯୋଗୁ…

ଭଞ୍ଜନଗରରେ ୩୪ତମ ବୈଜ୍ଞାନିକ ଉପଦେଷ୍ଟା ମଣ୍ଡଳୀ ବୈଠକ: ବୈଜ୍ଞାନିକ ଓ କୃଷକ ସମନ୍ବୟ ରହିଲେ…

ଭଞ୍ଜନଗର,୧୭ା୨(ବାବୁଲା ପ୍ରଧାନ): ଭଞ୍ଜନଗର କୃଷି ବିଜ୍ଞାନ କେନ୍ଦ୍ରର ୩୪ତମ ବୈଜ୍ଞାନିକ ଉପଦେଷ୍ଟା ମଣ୍ଡଳୀ ବୈଠକ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ବୈଠକରେ ବୈଜ୍ଞାନିକ ଏବଂ ଚାଷୀମାନେ ଯୋଗଦେଇଥିଲେ। କୃଷି…

ବ୍ରହ୍ମପୁର-ରେଢ଼ାଖୋଲ ରେଳ ପ୍ରକଳ୍ପ: ୩୩୨ କିମି ହେବ ରେଳ ଲାଇନ୍‌, ଅର୍ଥ ଅନୁମୋଦନ କେବେ…?

ଭଞ୍ଜନଗର,୧୭।୨(ବାବୁଲା ପ୍ରଧାନ)- ସରକାର ପରେ ସରକାର ବଦଳୁଛି, କିନ୍ତୁ ବ୍ରହ୍ମପୁର ଭାୟା ଭଞ୍ଜନଗର, ଫୁଲବାଣୀ ରେଢ଼ାଖୋଲ ରେଳ ପ୍ରକଳ୍ପ ଅଗ୍ରଗତି ହୋଇପାରୁନାହିଁ। କନ୍ଧମାଳ ଜିଲାବାସୀଙ୍କ ପାଇଁ ରେଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri