ଜନହିତୈଷୀ ପ୍ରଧାନମନ୍ତ୍ରୀ

ହାଇତି ଉତ୍ତର ଆମେରିକା ମହାଦେଶରେ ଅବସ୍ଥିତ ଏକ ଦେଶ। ଏହାର ରାଜଧାନୀ ପୋର୍ଟ-ଆଉ-ପ୍ରିନ୍ସ। ୧.୧ କୋଟି ଜନସଂଖ୍ୟାବିଶିଷ୍ଟ ଏହି ଦେଶର ଅର୍ଥନୀତିକୁ ୨୦୧୦ର ଭୂକମ୍ପ, ୨୦୧୨ର ହଇଜା ଓ ୨୦୧୬ର ହରିକେନ୍‌ ମାଥ୍ୟୁ ସମ୍ପୂର୍ଣ୍ଣ ନଷ୍ଟ କରିଦେଇଛି। ଅସଂଖ୍ୟ ଲୋକ ନିଯୁକ୍ତି ନ ପାଇ ହନ୍ତସନ୍ତ ହେଉଛନ୍ତି। ଦେଶର ୬୦ ପ୍ରତିଶତରୁ ଊର୍ଦ୍ଧ୍ୱ ଲୋକଙ୍କର ଦୈନିକ ରୋଜଗାର ଦୁଇ ଡଲାରରୁ କମ୍‌। ଖାଦ୍ୟସାମଗ୍ରୀ ଓ ଇନ୍ଧନ ଦର ବୃଦ୍ଧି ଏହି ଦେଶର ଅର୍ଥନୀତିକୁ ଆହୁରି ଦୁର୍ବଳ କରିଦେଇଛି। ଏହିସବୁ ନକାରାତ୍ମକ କାରଣ ଦେଶରେ ଅଶାନ୍ତି ବଢ଼ାଇଦେଇଛି। ଏଭଳିସ୍ଥଳେ କ୍ଷମତା ହାସଲ ଲାଗି ନେତାମାନଙ୍କ ମଧ୍ୟରେ ଲଢ଼େଇ ହେବା ଦ୍ୱାରା ଦେଶକୁ ନିକଟରେ ନେତୃତ୍ୱବିହୀନ ହେବାକୁ ପଡ଼ିଥିଲା। ହାଇତି ରାଷ୍ଟ୍ରପତି ଜୋଭେନେଲ ମୋଇସ୍‌ଙ୍କୁ ଚଳିତ ମାସ ୭ ତାରିଖରେ ଦୁର୍ବୃତ୍ତମାନେ ଯେଉଁଭଳି ଭାବେ ହତ୍ୟା କଲେ, ତାହା ଦ୍ୱାରା ଦେଶର ନିରାପତ୍ତା ପ୍ରତି ପ୍ରଶ୍ନ ଉଠିଛି। ଶୁଣାଯାଉଛି ବିଦେଶୀ ଗୁଣ୍ଡାମାନଙ୍କ ସହାୟତାରେ ରାଷ୍ଟ୍ରପତିଙ୍କୁ ହତ୍ୟା କରାଯାଇଛି। ଏହାର ଦୁଇ ଦିନ ପୂର୍ବରୁ ରାଷ୍ଟ୍ରପତି ମୋଇସ ନୂତନ ଭାବେ ଏରିଏଲ୍‌ ହେନ୍‌ରୀଙ୍କୁ ପ୍ରଧାନମନ୍ତ୍ରୀ ଭାବେ ଚୟନ କରିଥିଲେ। ତେବେ ରାଷ୍ଟ୍ରପତିଙ୍କୁ ହତ୍ୟା ସମୟରେ ଅନ୍ତରୀଣ ପ୍ରଧାନମନ୍ତ୍ରୀ ଥିଲେ କ୍ଲାଉଡେ ଜୋସେଫ୍‌। ସେ ତାଙ୍କ ପଦବୀ ବଜାୟ ରଖିବା ପାଇଁ ଚାହୁଁଥିଲେ। କିନ୍ତୁ ହାଇତିର ସର୍ବୋଚ୍ଚ ନୀତି ନିର୍ଦ୍ଧାରକ ସଂସ୍ଥା ହେନ୍‌ରୀଙ୍କ ସପକ୍ଷରେ ମତ ଦେବା ପରେ ଜୋସେଫ୍‌ ଗାଦି ଛାଡ଼ିଛନ୍ତି। ଫଳରେ ୨୦ ଜୁଲାଇରେ ହେନ୍‌ରୀ ଦେଶର ପ୍ରଧାନମନ୍ତ୍ରୀ ଦାୟିତ୍ୱ ଗ୍ରହଣ କରିଛନ୍ତି। ଡାକ୍ତରରୁ ରାଜନେତା ପାଲଟିଥିବା ହେନ୍‌ରୀଙ୍କ କାର୍ଯ୍ୟଶୈଳୀ ଓ ଦକ୍ଷତା ଉପରେ କୂଟନୀତିଜ୍ଞମାନଙ୍କ ଆସ୍ଥା ବୃଦ୍ଧି ପାଇବା ଦେଶ ପାଇଁ ସୁଦିନ ଆଣିବ ବୋଲି ରାଜନୈତିକ ସମୀକ୍ଷକମାନେ ଆଶା ପୋଷଣ କରିଛନ୍ତି। ଗ୍ୟାଙ୍ଗ୍‌ ହିଂସା ଓ ମାନବତାବାଦୀ ସଙ୍କଟରେ ପଡ଼ି ଗରିବ ହୋଇଯାଇଥିବା ହାଇତିର ବିକାଶ ଦାୟିତ୍ୱ ହେନ୍‌ରୀଙ୍କ ଉପରେ ଛାଡ଼ି ଦିଆଯାଇଥିବାରୁ ତାଙ୍କ ବ୍ୟକ୍ତିତ୍ୱ ଚର୍ଚ୍ଚାକୁ ଆସିଛି।
ଖ୍ରୀଷ୍ଟିଆନ୍‌ ଧର୍ମାବଲମ୍ବୀ ୭୧ ବର୍ଷୀୟ ହେନ୍‌ରୀ ପିଲାବେଳୁ ଅତ୍ୟନ୍ତ ମେଧାବୀ ଥିଲେ। ତାଙ୍କ ପିତା ଏଲି ଏସ୍‌. ହେନ୍‌ରୀ ଚର୍ଚ୍ଚର ପାଷ୍ଟର ଥିଲେ। ହାଇତିବାସୀ ଅତ୍ୟନ୍ତ ଧର୍ମବିଶ୍ୱାସୀ। କିନ୍ତୁ ହେନ୍‌ରୀ ସର୍ବଦା ବିଜ୍ଞାନଭିତ୍ତିକ କାର୍ଯ୍ୟକୁ ଅଗ୍ରାଧିକାର ଦେଉଥିଲେ। ଲୋକଙ୍କ ମଙ୍ଗଳ କରିବା ଲାଗି ସେ ଡାକ୍ତରୀ ପଢ଼ିଥିଲେ। ସମୟକ୍ରମେ ସେ ଉଚ୍ଚଶିକ୍ଷା ଲାଗି ଫ୍ରାନ୍ସ ଯାଇଥିଲେ। ୟୁନିଭର୍ସିଟି ଅଫ୍‌ ମୋଣ୍ଟପେଲିଅର୍‌ ଫାକଲ୍ଟି ଅଫ୍‌ ମେଡିସିନ୍‌ରେ ସେ ନ୍ୟୁରୋଫିଜୋଲଜି ଓ ନ୍ୟୁରୋପାଥୋଲଜି ପଢ଼ିଥିଲେ। ୧୯୮୨ରେ ସେ ଡକ୍ଟରାଲ ଥେସିସ୍‌ ଉପସ୍ଥାପନ କରି ସର୍ବୋଚ୍ଚ ଡିଗ୍ରୀ ଅର୍ଜନ କରିଥିଲେ। ଏହା ପରେ ସେ ମୋଣ୍ଟପେଲିଅରର ଏକ ପ୍ରାଇଭେଟ୍‌ ନର୍ସିଂ ସ୍କୁଲରେ ପ୍ରଫେସର ଭାବେ ନିଯୁକ୍ତ ହୋଇଥିଲେ। ପରବର୍ତ୍ତୀ ସମୟରେ ସେ ସ୍ବଦେଶ ଫେରି ସ୍ବାସ୍ଥ୍ୟସେବାରେ ନିଜକୁ ନିୟୋଜିତ କରି ୧୯୮୭ରୁ ୧୯୯୬ ଯାଏ ଷ୍ଟେଟ୍‌ ୟୁନିଭର୍ସିଟି ଅଫ୍‌ ହାଇତି ହସ୍‌ପିଟାଲରେ ନ୍ୟୁରୋସର୍ଜନ ଭାବେ କାର୍ଯ୍ୟ କରିଥିଲେ। ଏହି ସମୟ ମଧ୍ୟରେ ସେ ସରକାରଙ୍କ ବିଭିନ୍ନ ଡାକ୍ତରୀ ପରାମର୍ଶ କାର୍ଯ୍ୟକ୍ରମକୁ ତ୍ୱରାନ୍ବିତ କରିବା ଦାୟିତ୍ୱରେ ଥିଲେ।
ଡାକ୍ତରୀ କ୍ଷେତ୍ରରେ ସଫଳତା ପାଇବା ପରେ ହେନ୍‌ରୀ ସିଧାସଳଖ ଜନକଲ୍ୟାଣ ଦିଗରେ ନିଜକୁ ନିୟୋଜିତ କରିବାକୁ ଯାଇ ରାଜନୀତିରେ ପ୍ରବେଶ କରିଥିଲେ। ୨୦୦୦ ମସିହାରେ ଜିନ୍‌-ବର୍ଟାଣ୍ଡ୍‌ ଏରିଷ୍ଟାଇଡ୍‌ ଦେଶରେ ବୁଥ୍‌ ରିଗିଂ କରି ରାଷ୍ଟ୍ରପତି ହୋଇଥିଲେ। ସଂସଦୀୟ ନିର୍ବାଚନରେ ଏଭଳି ଜୋରଜବରଦସ୍ତି କାର୍ଯ୍ୟକୁ ହେନ୍‌ରୀ ଓ ବିରୋଧୀ ଦଳ ନେତା ମିକା ଗେଲାର୍ଡ ପ୍ରତିବାଦ କରିଥିଲେ। ୨୦୦୪ରେ ଏରିଷ୍ଟାଇଡ୍‌ଙ୍କୁ ଗାଦିଚ୍ୟୁତ କରାଯିବା ପରେ ହେନ୍‌ରୀ ଓ ତାଙ୍କ ଦଳ ନୂତନ ଭାବେ ନିର୍ବାଚନ କରି ସରକାରରେ ପରିବର୍ତ୍ତନ ଦିଗରେ ସ୍ଲୋଗାନ ଦେଇଥିଲେ। ହେନ୍‌ରୀଙ୍କ ନେତୃତ୍ୱ ‘କାଉନ୍‌ସିଲ୍‌ ଅଫ୍‌ ସେଜେସ୍‌’ର ଦୃଷ୍ଟି ଆକର୍ଷଣ କରିଥିଲା। ଫଳରେ ସେ ଏହି କାଉନ୍‌ସିଲର ୭ ଜଣଙ୍କ ମଧ୍ୟରେ ଏକ ଅଂଶ ପାଲଟିଯାଇଥିଲେ। ଉଲ୍ଲେଖଯୋଗ୍ୟ ଯେ, ଉକ୍ତ କାଉନ୍‌ସିଲକୁ ଆମେରିକା ଓ ନିର୍ବାଚିତ ଟ୍ରାଞ୍ଜିଶନାଲ୍‌ ସରକାର ସମର୍ଥନ କରୁଥିଲା। ଏହା ପରେ ରେନେ ପ୍ରେଭାଲ ରାଷ୍ଟ୍ରପତି ହୋଇଥିଲେ। ଫଳରେ ୨୦୦୬ରେ ହେନ୍‌ରୀ ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ନିର୍ଦ୍ଦେଶକ ହେଲେ। ତା’ ପରେ ସେ ମନ୍ତ୍ରଣାଳୟଗୁଡ଼ିକର ମୁଖ୍ୟ ଭାବେ ୨୦୦୮ରୁ ୨୦୧୧ ଯାଏ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ସମ୍ଭାଳିଥିଲେ। ୨୦୧୦ରେ ଯେତେବେଳେ ହାଇତିରେ ବଡ଼ ଭୂମିକମ୍ପ ହୋଇଥିଲା ସେତେବେଳେ ହେନ୍‌ରୀ ଲୋକଙ୍କ ନିକଟରେ ପ୍ରଶାସନକୁ ପହଞ୍ଚାଇବାରେ ଅନ୍ୟତମ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ପରବର୍ତ୍ତୀ ସମୟରେ ତତ୍‌କାଳୀନ ରାଷ୍ଟ୍ରପତି ମାଇକେଲ ମାର୍ଟଲେ ୨୦୧୫ରେ ହେନ୍‌ରୀଙ୍କୁ ଇଣ୍ଟେରିୟର ଆଣ୍ଡ୍‌ ଟେରିଟୋରିଆଲ୍‌ ମନ୍ତ୍ରୀ କରାଇଥିଲେ। ସେ ସେହି ପଦବୀରେ ୨୮ ମାର୍ଚ୍ଚ ୨୦୧୬ ପର୍ଯ୍ୟନ୍ତ ରହିଥିଲେ। ଶାସନ, ପ୍ରଶାସନ ଓ ଡାକ୍ତରୀ ସେବାରେ ପର୍ଯ୍ୟାପ୍ତ ଅଭିଜ୍ଞତା ସାଉଁଟିଥିବା ହେନ୍‌ରୀଙ୍କୁ ଏବେ ହାଇତି ପ୍ରଧାନମନ୍ତ୍ରୀ ଭାବେ ପାଇବା ପରେ ଲୋକଙ୍କ ମଙ୍ଗଳ ହେବ ବୋଲି ଆଶା କରାଯାଉଛି।

-ଜିତେନ୍ଦ୍ର କୁମାର ନାୟକ


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ସଶସ୍ତ୍ର ସୀମା ବଳ(ଏସ୍‌ଏସ୍‌ବି)ର ଜଣେ ପୂର୍ୱତନ ଅଧିକାରୀ ଉତ୍କୃଷ୍ଟ ପାଣ୍ଡେ। ଜୈବିକ ପଦ୍ଧତିରେ ସେ ହଳଦୀ ଏବଂ ଧାନଚାଷ କରି ବିହନ ସଂରକ୍ଷଣ କରୁଛନ୍ତି। ଉତ୍ତରପ୍ରଦେଶ...

ସର୍ୱୋତ୍ତମ ପ୍ରତିନିଧିତ୍ୱ ବ୍ୟବସ୍ଥା

କ୍ଷତା, ଯୋଗ୍ୟତା ଓ ଲୋକପ୍ରିୟତା ନିର୍ୱିଶେଷରେ ହାତୀ ସୁନାକଳସ ଢାଳିଲା ପରି ଆମ ଲୋକପ୍ରତିନିଧିମାନେ ସଦନକୁ ନିର୍ୱାଚିତ ହୋଇଯାଉଛନ୍ତି। ନିର୍ୱାଚନର ନୀତି ନିୟମ ଅନୁଯାୟୀ ଜଣେ...

ସଙ୍କଟରେ ପକ୍ଷୀକୁଳ

ବତ୍ତର୍ର୍ନର ସ୍ତରକୁ ଲକ୍ଷ୍ୟ କଲେ ଜଣାଯାଏ ମଣିଷ ଆଗମନର ଢେର ଆଗରୁ ସୃଷ୍ଟି ହୋଇଥିଲେ ଉଦ୍ଭିଦମାନେ ଆଉ କ୍ରମେ ଉଦ୍ଭବ ହୋଇଥିଲେ ବିବିଧ ପ୍ରାଣୀ। ମଣିଷ...

ଉଦ୍ଦେଶ୍ୟ ଓ ଉଦାସୀନତା

ଭାରତୀୟ ଜନତା ପାର୍ଟି (ଭାଜପା) ଏହାର ବିଚାରଧାରାକୁ କାର୍ଯ୍ୟକାରୀ କରିବା ପାଇଁ ଦୃଢ଼ ସଂକଳ୍ପ ନେଇଛି ଏବଂ ଏହା ତାହାର ମୂଳ ଉଦ୍ଦେଶ୍ୟ। ଦଳ କ୍ଷମତାରେ...

ସ୍ବାସ୍ଥ୍ୟ ଓ ଜୀବନଶୈଳୀ

ପିଲାବେଳର ପାଠ କିଛି ମନେ ଥାଉ କି ନ ଥାଉ, ଏଇ ପଦଟି ସମସ୍ତଙ୍କର ମନେଥିବ – ‘ବିଦ୍ୟା ଅଟଇ ମହାଧନ, ବାଳକେ କର ଉପାର୍ଜନ’।...

୨୦୨୬ର ଚିନ୍ତା

୨୦୨୬ ଦେଶର ରାଜନୈତିକ ଦଳ ଓ ସରକାର ପାଇଁ ବ୍ୟସ୍ତବହୁଳ ହେବା ଅବଶ୍ୟମ୍ଭାବୀ। ଆସାମ, କେରଳ, ତାମିଲନାଡ଼ୁ, ପଶ୍ଚିମବଙ୍ଗ ଓ କେନ୍ଦ୍ରଶାସିତ ଅଞ୍ଚଳ ପୁଡ଼ୁଚେରୀରେ ଆଲୋଚ୍ୟ...

କାର୍ଯ୍ୟରେ ବିଳମ୍ବ

ଜମି ବିବାଦ ଦେଖାଦେଲେ ସରକାରୀ କାମଗୁଡ଼ିକର ସମୟସୀମା ଗଡ଼ିଚାଲେ। ଠିକାଦାର ବିଳମ୍ବ କରନ୍ତି କିମ୍ବା ଏଥିରେ ଜଡ଼ିତ ବିଭାଗଗୁଡ଼ିକ ନିଜ ମୁଣ୍ଡରୁ ଦୋଷ ଖସାଇବାକୁ ଚେଷ୍ଟା...

ଏଇ ଭାରତରେ

ଚାକିରି ଛାଡ଼ି ଛତିଶଗଡ଼ର ଚାଷୀ ସମୀକ୍ଷା ଚନ୍ଦ୍ରକର ଟମାଟୋ ଓ ଅନ୍ୟାନ୍ୟ ପରିବା ଚାଷକରି ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି। ସମୀକ୍ଷା ଏମ୍‌ବିଏ ପାସ୍‌ କରିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri