ଉପରାଷ୍ଟ୍ରପତି କମଲା ହ୍ୟାରିସଙ୍କୁ ଭେଟିଲେ ମୋଦି. ଭାରତ ଆସିବାକୁ ଦେଲେ ନିମନ୍ତ୍ରଣ

ୱାଶିଂଟନ,୨୪ ।୯: ପ୍ରଧାନମନ୍ତ୍ରୀ ନରେନ୍ଦ ମୋଦି ୩ ଦିନିଆ ଆମେରିକା ଗସ୍ତରେ ଅଛନ୍ତି । ଭାରତୀୟ ସମୟ ଅନୁଯାୟୀ ଶୁକ୍ରବାର ସକାଳୁ ସେ ଆମେରିକାର ଉପରାଷ୍ଟ୍ରପତି କମଲା ହ୍ୟାରିସଙ୍କ ସହ ସାକ୍ଷାତ୍ କରିଛନ୍ତି । ଏହି ସମୟରେ କମଲା ପ୍ରଥମେ ଜଣେ ଭାରତୀୟ ପ୍ରଧାନମନ୍ତ୍ରୀଙ୍କୁ ସ୍ୱାଗତ କରି ନିଜକୁ ଗର୍ବ ଅନୁଭବ କରିଥିବା କହିଥିଲେ । ପ୍ରଥମଥର ଲାଗି ଜଣେ ଭାରତୀୟ ମୂଳବାସିନ୍ଦା ଆମେରିକାର ଉପରାଷ୍ଟ୍ରପତି ଭାରତର ପ୍ରଧାନମନ୍ତ୍ରୀଙ୍କୁ ସ୍ୱାଗତ କରିଛନ୍ତି । ଉଭୟଙ୍କ ମଧ୍ୟରେ ଆତଙ୍କବାଦ କଥା ଆଲୋଚନା ହେବା ସହ ପାକିସ୍ତାନକୁ ଏଥିପାଇଁ ପରୋକ୍ଷରେ ଦାୟୀ କରାଗଲା । ପାକିସ୍ତାନରେ ଥିବା କିଛି ଆତଙ୍କବାଦୀ ସଙ୍ଗଠନ ଆମେରିକା ଓ ଭାରତ ପାଇଁ ଯେପରି ଅସୁବିଧା ସୃଷ୍ଟି ନ କରନ୍ତି ସେ ପ୍ରତି ମଧ୍ୟ ଦୃଷ୍ଟି ଦେବା କଥା ଆଲୋଚନା ହୋଇଛି । କମଲାଙ୍କୁ ଭେଟି ମୋଦି ଅତ୍ୟନ୍ତ ଖୁସି ଅନୁଭବ କରିଥିବା ପ୍ରକାଶ କରିଥିଲେ । ଏହାସହ ସେ କମଲାଙ୍କୁ ଭାରତ ଆସିବାକୁ ନିମନ୍ତ୍ରଣ ମଧ୍ୟ ଦେଇଛନ୍ତି । କମଲା ଭାରତ ଆସିଲେ ସମସ୍ତ ଭାରତୀୟ ଖୁସି ହେବେ ବୋଲି ମୋଦି କହିଛନ୍ତି । କମଲାଙ୍କୁ ପ୍ରଶଂସା କରି ମୋଦି କହିଛନ୍ତି ଆମେରିକା ଉପରାଷ୍ଟ୍ରପତି କମଲା ହ୍ୟାରିସ ସାରା ବିଶ୍ୱ ପାଇଁ ଏକ ପ୍ରେରଣା ।


Enter your email to get our daily news in your inbox.

All Right Reserved By Dharitri.Com

ସାପକାମୁଡ଼ାରେ ଛାତ୍ରଙ୍କ ମୃତ୍ୟୁ: ବିଦ୍ୟାଳୟରେ ପଶି ଶିକ୍ଷୟିତ୍ରୀ-ଶିକ୍ଷକଙ୍କୁ ଘେରିଲେ ଗ୍ରାମବାସୀ, ପ୍ରଧାନଶିକ୍ଷୟିତ୍ରୀଙ୍କ ନିଲମ୍ବନ ପରେ…

ବୈଶିଙ୍ଗା,୧୧ା୭(ରତନ ଦାଶ): ମୟୂରଭଞ୍ଜ ଜିଲାର ବୈଶିଙ୍ଗା ଥାନା ଅନ୍ତର୍ଗତ ଗଡ଼ଦେଉଳିଆ ପ୍ରାଥମିକ ବିଦ୍ୟାଳୟର ଜନୈକ ୫ମ ଶ୍ରେଣୀ ଛାତ୍ର ସାପକାମୁଡ଼ାରେ ଗୁରୁତର ହୋଇ କଟକ ବଡ଼ ଡାକ୍ତରଖାନାରେ…

କୋରାପୁଟର ଜ୍ୟୋତିରେଖାଙ୍କୁ ଉପମୁଖ୍ୟମନ୍ତ୍ରୀଙ୍କ ଉଚ୍ଚ ପ୍ରଶଂସା, କହିଲେ ଆର୍ଥିକ ବିକାଶରେ…

ଜୟପୁର,୧୧ା୭(ଅମିତାଭ ବେହେରା): ସୁଭଦ୍ରା ଶକ୍ତି ଭିଜନ ସମ୍ମିଳନୀରେ ସକ୍ରିୟ ଅଂଶଗ୍ରହଣ ଓ ଗଠନମୂଳକ ପରାମର୍ଶ ପାଇଁ ଜିଲାସ୍ତରୀୟ ମହାସଂଘର ସଭାପତି ଜ୍ୟୋତିରେଖା ଚେଟ୍ଟୀଙ୍କୁ ଉପମୁଖ୍ୟମନ୍ତ୍ରୀ ତଥା ମହିଳା…

IPL in Australia: ଅଷ୍ଟ୍ରେଲିଆରେ ଅନୁଷ୍ଠିତ ହେବ IPL ମ୍ୟାଚ? ବିସିସିଆଇକୁ ଖୋଲା ପ୍ରସ୍ତାବ ଦେଲା CA

ନୂଆଦିଲ୍ଲୀ,୧୧।୭: ଆଗାମୀ ବିଗ ବ୍ୟାସ ଲିଗ (BBL) ସିଜିନର ଉଦଘାଟନୀ ମ୍ୟାଚ ଭାରତରେ ଅନୁଷ୍ଠିତ ହେବ ବୋଲି ନିଶ୍ଚିତ ହୋଇଛି। ଏହି ମ୍ୟାଚ ଚେନ୍ନାଇର ଚେପକ କ୍ରିକେଟ…

ବୁଡ଼ିଗଲା ବୋଟ୍‌, ୧୫ ଭାରତୀୟ ପର୍ଯ୍ୟଟକଙ୍କ ମୃତ୍ୟୁ

ହାନୋଇ,୧୧ା୭: ଦକ୍ଷିଣ ଭିଏତନାମାର ଫୁ କ୍ୱୋକ୍‌ ଦ୍ୱୀପ ନିକଟରେ ଏକ ସ୍ପିଡ୍‌ ବୋଟ୍‌ ବୁଡ଼ିଯିବାରୁ ଅତି କମ୍‌ରେ ୧୫  ଭାରତୀୟ ପର୍ଯ୍ୟଟକଙ୍କ ମୃତ୍ୟୁ ହୋଇଛି ବୋଲି ସ୍ଥାନୀୟ…

ଗୁଡ଼ାରୀକୁ ରେଳପଥ ସଂଯୋଗ ପାଇଁ ରେଳମନ୍ତ୍ରୀଙ୍କୁ ଚିଠି ଲେଖିଲେ ଏମ୍‌ପି, ଗୋପାଳପୁର-ରାୟଗଡ଼ା…

ଗୁଡ଼ାରୀ,୧୧ା୭(ପ୍ରମୋଦ କୁମାର ପତି): କୋରାପୁଟ ଏମ୍‌ପି ସପ୍ତଗିରି ଉଲାକା ଗୋପାଳପୁର-ରାୟଗଡ଼ା ପ୍ରସ୍ତାବିତ ନୂତନ ରେଳପଥର ଫାଇନାଲ ଲୋକେଶନ ସର୍ଭେ(FLS)ରେ ସାମାନ୍ୟ ପରିବର୍ତ୍ତନ କରି ଗୁଡ଼ାରୀକୁ ରେଳ ସଂଯୋଗ…

ରାତିଅଧରେ ଏଟିଏମ୍‌ ତାଡ଼ି ଥାର୍‌ ଗାଡ଼ିରେ ବାନ୍ଧି ନେଉଥିଲେ ଦୁର୍ବୃତ୍ତ, ଭୁକିଲା କୁକୁର, ଆଉ ତା’ ପରେ…

ଖଇରା,୧୧ା୭(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ଥାନା ଅନ୍ତର୍ଗତ ତୁଡ଼ିଗଡିଆ ବଜାରରେ ଥିବା ଇଣ୍ଡିଆ -୧ ଏଟିଏମ୍‌ ମେଶିନ ତାଡ଼ି ଦୃବୁର୍ତ୍ତମାନେ ଥାର୍‌ ଗାଡ଼ି ପଛରେ ବାନ୍ଧି…

ହଜାରେ କ୍ଷେପଣାସ୍ତ୍ର ଆକ୍ରମଣ କରିବାକୁ ଧମକ ଦେଇଥିଲେ ଡୋନାଲ୍ଡ ଟ୍ରମ୍ପ; ବର୍ତ୍ତମାନ ଇରାନରେ ବଡ଼ ବିସ୍ଫୋରଣ, ପ୍ରତିକ୍ରିୟା ରଖିଲା ତେହରାନ

ତେରାନ,୧୧।୭: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ‘୧,୦୦୦ କ୍ଷେପଣାସ୍ତ୍ର’ ସମ୍ପର୍କରେ ଇରାନକୁ ଚେତାବନୀ ଦେବା ପରେ ଇରାନର ରାଜଧାନୀ ତେହରାନର ପୂର୍ବ ଭାଗରେ ବିସ୍ଫୋରଣର ଶବ୍ଦ ଶୁଣିବା…

ଗାଧୋଇବାକୁ ଯାଇ ଫେରିଲେନି ଯୁବକ, ପାଣିରୁ ମୃତଦେହ କାଢ଼ି…

ଖଲ୍ଲିକୋଟ,୧୧ା୭(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ଭେଜିପୁଟ ଗ୍ରାମ ୧୬ ନଂ ଜାତୀୟ ରାଜପଥ କଡ଼ରେ ଥିବା ଦୋଳା ପୋଖରୀରେ ବୁଡ଼ି ଜଣେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri