Posted inଜାତୀୟ

ଭାଜପା ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ…

ନୂଆଦିଲ୍ଲୀ,୨୮।୫ : ରବିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତୀୟ ଜନତା ପାର୍ଟି (ଭାଜପା)ଶାସିତ ରାଜ୍ୟଗୁଡ଼ିକର ମୁଖ୍ୟମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀଙ୍କ ସହ ଏକ ବୈଠକ କରିଛନ୍ତି। ଏହି ବୈଠକରେ ରାଜ୍ୟଗୁଡିକରେ ଚାଲିଥିବା ବିକାଶମୂଳକ କାର୍ଯ୍ୟ ସମ୍ପର୍କରେ ମୁଖ୍ୟମନ୍ତ୍ରୀମାନେ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଇଛନ୍ତି।

ବୈଠକରେ ପ୍ରଧାନମନ୍ତ୍ରୀ ମଧ୍ୟ ୨୦୨୪ ଲୋକସଭା ନିର୍ବାଚନ ପାଇଁ ପ୍ରସ୍ତୁତି ସମ୍ପର୍କରେ ସମସ୍ତ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି।

ବୈଠକରେ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା, ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି, ଗୁଜରାଟର ମୁଖ୍ୟମନ୍ତ୍ରୀ ଭୁପେନ୍ଦ୍ର ଭାଇ ପଟେଲ, ନାଗାଲାଣ୍ଡ ଉପମୁଖ୍ୟମନ୍ତ୍ରୀ ୟନ୍ତନଗୋ ପାଟନ, ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ଏବଂ ତ୍ରିପୁରା ମୁଖ୍ୟମନ୍ତ୍ରୀ ମାଣିକ ସାହା ଯୋଗ ଦେଇଥିଲେ।

ପ୍ରଧାନମନ୍ତ୍ରୀ  ନୂତନ ସଂସଦ ଭବନକୁ ଦେଶକୁ ଲୋକାର୍ପିତ କରିବା ପରେ ଦଳର ମୁଖ୍ୟାଳୟରେ ମୁଖ୍ୟମନ୍ତ୍ରୀ ପରିଷଦର ବୈଠକ କରିଥିଲେ। ପ୍ରଧାନମନ୍ତ୍ରୀ କହିଥିଲେ ଅମୃତ କାଳ ଦେଶକୁ ଏକ ନୂତନ ଦିଗ ଦେବ ଏବଂ ନୂତନ ସଂସଦ ଭବନ ଦେଶର ଦୂରଦୃଷ୍ଟି ତଥା ଏକ ନୂତନ ଭାରତ ପାଇଁ ସଂକଳ୍ପର ଜ୍ୱଳନ୍ତ ଉଦାହରଣ ସୃଷ୍ଟି କରିବ।

ସେ କହିଥିଲେ ନୂତନ ସଂସଦ ନିର୍ମାଣ ୬୦ ହଜାରରୁ ଅଧିକ ଶ୍ରମିକଙ୍କୁ ନିଯୁକ୍ତି ଯୋଗାଇ ଦେଇଛି ଏବଂ ସେମାନଙ୍କ ପରିଶ୍ରମକୁ ସମ୍ମାନ ଦେବା ପାଇଁ ଏକ ଡିଜିଟାଲ ଗ୍ୟାଲେରୀ ସୃଷ୍ଟି କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ତପ୍ତପାଣି ଗସ୍ତ ସାରି ଫେରିଲେ ରାଷ୍ଟ୍ରପତି: ଉଷ୍ମ ପସ୍ରବଣର ଗନ୍ଧକଯୁକ୍ତ ପାଣିରେ ସ୍ନାନ, ମା’ କନ୍ଧୁଣି ଦେବୀଙ୍କୁ କଲେ ପୂଜାର୍ଚ୍ଚନା

ଦିଗପହଣ୍ଡି, ୪।୮ (ଅଶେଷ ନାଥ ମିଶ୍ର): ଦେଶର ପ୍ରଥମ ନାଗରିକ ତଥା ମାନ୍ୟବର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଙ୍ଗଳବାର ଗଞ୍ଜାମ-ଗଜପତି ସୀମାନ୍ତର ପ୍ରସିଦ୍ଧ ପର୍ଯ୍ୟଟନ କ୍ଷେତ୍ର ତପ୍ତପାଣି…

ପୁଅର ଗିରଫଦାରୀକୁ ନେଇ ମୁହଁ ଖୋଲିଲେ ଷ୍ଟାଲିନ, କହିଲେ ଅହଙ୍କାରରେ…

ନୂଆଦିଲ୍ଲୀ,୪।୮: ତାମିଲନାଡୁରେ ପୂର୍ବତନ ଉପ-ମୁଖ୍ୟମନ୍ତ୍ରୀ ତଥା ଦ୍ରାବିଡ଼ ମୁନେତ୍ର କାଜାଗମ୍ (ଡିଏମକେ) ନେତା ଉଦୟନିଧି ଷ୍ଟାଲିନ୍‌ଙ୍କ ଗିରଫଦାରୀକୁ ନେଇ ରାଜ୍ୟର ରାଜନୈତିକ ପାରା ଚରମ ସୀମାରେ ପହଞ୍ଚିଛି।…

ବଢିଲା ଅଭିଜିତ ଦୀପକେଙ୍କ ଅଡୁଆ: ରୁଜୁ ହେଲା ମାମଲା, ଜାଣନ୍ତୁ କାହିଁକିି…

ନୂଆଦିଲ୍ଲୀ,୪।୮: କକରୋଚ ଜନତା ପାର୍ଟି (CJP)ର ସଂସ୍ଥାପକ ଅଭିଜିତ ଦୀପକେଙ୍କ ଅଡୁଆ ବଢ଼ୁଥିବା ନଜର ଆସୁଛି। ପଶ୍ଚିମବଙ୍ଗରେ ଆଇନଜୀବୀ ରିଙ୍କି ଚଟାର୍ଜୀ ସିଂହ ସିଲିଗୁଡ଼ି ସାଇବର କ୍ରାଇମ…

ଅଟୋ ସେକ୍ଟର ହେବ ମାଲାମାଲ! ସରକାର ୪,୦୦୦ କୋଟି ଯୋଜନା…

ନୂଆଦିଲ୍ଲୀ,୪।୮: ଭାରତୀୟ ଅଟୋମୋବାଇଲ ଶିଳ୍ପ ବର୍ତ୍ତମାନ ଏକ ପ୍ରମୁଖ ପ୍ରଯୁକ୍ତିବିଦ୍ୟା ଏବଂ ସାଂରଚନିକ ପରିବର୍ତ୍ତନ ଦେଇ ଗତି କରୁଛି। ବୈଦ୍ୟୁତିକ ଯାନ (EVs) ପାଇଁ ବର୍ଦ୍ଧିତ ଚାହିଦା…

Ramayan ର ୭୮ଟି ଏପିସୋଡ୍‌ରୁ ଦୂରଦର୍ଶନ କମାଇଥିଲା ୩୧,୨୦,୦୦,୦୦୦ କୋଟି ଟଙ୍କା! ଜାଣନ୍ତୁ ଗୋଟିଏ ଦିନର କେତେ ଥିଲା ବଜେଟ୍‌…

ନୂଆଦିଲ୍ଲୀ,୪।୮: ରାମାନନ୍ଦ ସାଗରଙ୍କ ଦ୍ୱାରା ନିର୍ମିତ ‘ରାମାୟଣ’ ଆଜି ବି ଲୋକଙ୍କ ହୃଦୟରେ ରାଜ୍ କରୁଛି। ଏପରି ସ୍ଥିତିରେ ଆସନ୍ତୁ ଏହା ସହ ଜଡ଼ିତ କିଛି ଖାସ୍…

LPG ସବସିଡି ଚେକ୍‌ କରିବାକୁ ଯାଇଥିଲେ ବ୍ୟାଙ୍କ, ଖାତାରେ ଏତେ କୋଟି ଦେଖି ଉଡିଗଲା ହୋସ୍‌!

ନୂଆଦିଲ୍ଲୀ,୪।୮: ଯଦି ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟକୁ ହଠାତ୍‌ ୧୦୦ କୋଟି ଟଙ୍କା ଆସିଯାଏ, ତେବେ ବୋଧହୁଏ ଆପଣ ନିଜ ଆଖିକୁ ବିଶ୍ୱାସ କରିପାରିବେ ନାହିଁ। ପଶ୍ଚିମବଙ୍ଗର ଜଣେ…

ଇସ୍ତଫା ଦେଲେ ୨ ବିଧାୟକ: ରାଗିଗଲେ ମୁଖ୍ୟମନ୍ତ୍ରୀ, ସିଧା କହିଦେଲେ…

ନୂଆଦିଲ୍ଲୀ,୪।୮: କର୍ନାଟକରେ ଡିକେ ଶିବକୁମାରଙ୍କ ସରକାରର କ୍ୟାବିନେଟ୍ ସମ୍ପ୍ରସାରଣ ହୋଇଛି। ମୋଟ ୨୦ ଜଣ ମନ୍ତ୍ରୀ ପଦ ଓ ଗୋପନୀୟତାର ଶପଥ ନେଇଛନ୍ତି। କଂଗ୍ରେସ ସରକାର କ୍ୟାବିନେଟ୍…

ଉଦୟନିଧି ଷ୍ଟାଲିନଙ୍କ ମାମଲାରେ କୋର୍ଟଙ୍କ କଡ଼ା ନିର୍ଦ୍ଦେଶ! ପଚରାଉଚରା ପରେ…

ନୂଆଦିଲ୍ଲୀ,୪।୮: ତାମିଲନାଡୁର ବିରୋଧୀ ଦଳ ନେତା ଡିଏମକେ (DMK) ନେତା ଉଦୟନିଧି ଷ୍ଟାଲିନ୍‌ଙ୍କୁ ତାମିଲନାଡୁ ମୁଖ୍ୟମନ୍ତ୍ରୀ ବିଜୟଙ୍କ ନିକଟତର ବନ୍ଧୁ ଏବଂ ଅଭିନେତ୍ରୀ ତ୍ରିଷାଙ୍କ ଉପରେ କଥିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri