Posted inଜାତୀୟ

ଶ୍ରୀ ମହାକାଳ ଲୋକ ଲୋକାର୍ପଣ କଲେ ପ୍ରଧାନମନ୍ତ୍ରୀ…

ଉଜ୍ଜୟନୀ,୧୧।୧୦ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଜ୍ଜୟନୀରେ ଶ୍ରୀ ମହାକାଳେଶ୍ୱର ମନ୍ଦିରରେ ଶ୍ରୀ ମହାକାଳ ଲୋକର ଲୋକାର୍ପଣ କରିଛନ୍ତି। ଏଣିକି ଶ୍ରଦ୍ଧାଳୁ ଶ୍ରୀ ମହାକାଳ ଲୋକରେ ଭଗବାନ ଶିବଙ୍କର ବିଭିନ୍ନ ରୂପ ଦେଖିବାର ସୌଭାଗ୍ୟ ଲାଭ କରିବେ। ପ୍ରଭୁ ମହାକାଳଙ୍କୁ ପୂଜାର୍ଚ୍ଚନା କରିବା ପରେ ପ୍ରଧାନମନ୍ତ୍ରୀ ଶ୍ରୀ ମହାକାଳ ଲୋକର ଲୋକାର୍ପଣ କରିଛନ୍ତି।

ଶ୍ରୀ ମହାକାଳ ଲୋକରେ ଭଗବାନ ଶିବଙ୍କ ଉପରେ ଆଧାରିତ ୧୯୦ ଟି ପ୍ରତିମା ସ୍ଥାପନ କରାଯାଇଛି। କମ୍ପ୍ଲେକ୍ସରେ ୧୦୮ ସ୍ତମ୍ଭ ସ୍ଥାପନ କରାଯାଇଛି, ଯେଉଁଥିରେ ଭଗବାନ ଶିବଙ୍କ ଅଦ୍ଭୁତ ସ୍ଥିତି ଏବଂ ତାଙ୍କର ବିଭିନ୍ନ ମୁଦ୍ରା ଖୋଦିତ ହୋଇଛି। ଏଠାରେ ଆଠଟି ୧୮ ଫୁଟ ଉଚ୍ଚ ପ୍ରତିମା ସ୍ଥାପନ କରାଯାଇଛି। ଏଥିରେ ନଟରାଜ, ଗଣେଶ, କାର୍ତ୍ତିକେୟ, ଦତ୍ତାତ୍ରେୟ ଅବତାର, ପଞ୍ଚମୁଖୀ ହନୁମାନ, ଚନ୍ଦ୍ରଶେଖର ମହାଦେବଙ୍କ କାହାଣୀ ଶିବ ଏବଂ ସତୀ, ସମୁଦ୍ର ମନ୍ଥନର ଦୃଶ୍ୟ ରହିଛି। ଦୁଇଟି ପର୍ଯ୍ୟାୟରେ କରାଯାଉଥିବା ମହାକାଳ ଲୋକର ନିର୍ମାଣ ପାଇଁ ୮୫୬ କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇଛି। ଏହି ଯୋଜନାର ପ୍ରଥମ ପର୍ଯ୍ୟାୟରେ ଛୋଟ ଏବଂ ବଡ ରୁଦ୍ରସାଗର, ହରସିଦ୍ଧ ମନ୍ଦିର, ଚାର ଧାମ ମନ୍ଦିର, ବିକ୍ରମ ଟିଲା ଇତ୍ୟାଦି ପ୍ରଭୁ ଶ୍ରୀ ମହାକାଳେଶ୍ୱରଙ୍କ ମନ୍ଦିର ପରିସରର ବିକାଶରେ ୩୫୦ କୋଟି ଟଙ୍କା ବ୍ୟୟ ହେବ। ସେଥିମଧ୍ୟରେ ମହାକାଳ ପ୍ଲାଜା, ମହାକାଳ କରିଡର, ମିଡ-ୱେ ଜୋନ, ମହାକାଳ ଥିମ ପାର୍କ, ଘାଟ ଏବଂ ଡିଏସି କ୍ଷେତ୍ର, ନଟାନ ସ୍କୁଲ କମ୍ପ୍ଲେକ୍ସ ଏବଂ ଗଣେଶ ବିଦ୍ୟାଳୟ କମ୍ପ୍ଲେକ୍ସର କାର୍ଯ୍ୟ ଅନ୍ତର୍ଭୁକ୍ତ।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପାର ନୂଆ ଟିମରୁ ଅମିତ ମାଲବ୍ୟ ବାଦ୍‌, ସୋସିଆଲ ମିଡିଆରେ ଲେଖିଲେ ଏଭଳି କଥା

ନୂଆଦିଲ୍ଲୀ, ୧୭।୮: ଭାରତୀୟ ଜନତା ପାର୍ଟି (BJP)ର ଜାତୀୟ ଅଧ୍ୟକ୍ଷ ନୀତିନ ନବୀନଙ୍କ ନୂଆ ଟିମରେ ଅମିତ ମାଲବ୍ୟଙ୍କୁ ସ୍ଥାନ ମିଳିନାହିଁ। ତାଙ୍କ ସ୍ଥାନରେ ଛତିଶଗଡ଼ର ଦୀପକ…

୨୦୨୭ ବିଜୟର ସ୍କ୍ରିପ୍ଟ ପ୍ରସ୍ତୁତ କଲାଣି ଭାଜପା: ଚକ୍ରବ୍ୟୁହରେ ଫସିବେ ବିରୋଧୀ

ନୂଆଦିଲ୍ଲୀ,୧୭।୮: ଭାରତୀୟ ଜନତା ପାର୍ଟି (ଭାଜପା) ସୋମବାର ନୂଆ ଟିମ୍‌ ଘୋଷଣା କରିଛି। ଏଥିରେ ଉତ୍ତର ପ୍ରଦେଶର ୮ ଜଣ ନେତା ପଦବୀ ପାଇଛନ୍ତି। ଏହା ମାଧ୍ୟମରେ…

ବଚ୍ଚନ ପରିବାରର ଭିତିରି କଥା କହିଦେଲେ ଅମିତାଭ: ଜାଣିଲେ ହେବେ ଆଶ୍ଚର୍ଯ୍ୟ

ମେଗାଷ୍ଟାର ଅମିତାଭ ବଚ୍ଚନ ଆଜିକାଲି ‘କୌନ ବନେଗା କରୋଡ଼ପତି ସିଜିନ ୧୮’ କୁଇଜ ଶୋ’ ମାଧ୍ୟମରେ ଦର୍ଶକଙ୍କୁ ମନୋରଞ୍ଜନ କରୁଛନ୍ତି। ଶୋ’ରେ ଅଭିନେତା ପ୍ରାୟତଃ ତାଙ୍କ ବ୍ୟକ୍ତିଗତ…

‘ଯାହାଙ୍କ ପାଖରେ ଆଧାରକାର୍ଡ ଅଛି, ତାଙ୍କୁ ମିଳିବ ସୁନା’, ଘୋଷଣା କଲେ PM ମୋଦି? ଜାଣନ୍ତୁ ଭାଇରାଲ ଦାବି ପଛର ସତ୍ୟ

ନୂଆଦିଲ୍ଲୀ, ୧୭।୮: ସୋସିଆଲ ମିଡିଆରେ ପ୍ରତିଦିନ ସରକାରଙ୍କ ସହ ଜଡ଼ିତ ଅନେକ ଯୋଜନା ବିଷୟରେ ସୂଚନା ଦିଆଯାଉଛି। କେତେବେଳେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଭିଡିଓ ଭାଇରାଲ ହେଉଛି, ତ…

ସ୍ତ୍ରୀଙ୍କୁ ହତ୍ୟା କରି ହୋଇଥିଲେ ଫେରାର, ୪ ବର୍ଷ ପରେ ମିଳିଲା ଦଣ୍ଡ

ପାରଳାଖେମୁଣ୍ଡି,୧୭।୮(ଗିରିଧାରୀ ପରିଛା) : ଝିଅର ଚିକିତ୍ସାକୁ ନେଇ ପତ୍ନୀଙ୍କ ସହ ବଚସାରୁ ତାଙ୍କୁ ହତ୍ୟା କରିବା ମାମଲାରେ ସ୍ୱାମୀଙ୍କୁ ଆଜୀବନ କାରାଦଣ୍ଡ ହୋଇଛି । ଗଜପତି ଜିଲା…

ଭାଜପାର ନୂଆ ଟିମ୍‌ରେ ଓଡ଼ିଶାର ଏହି ୨ ନେତା ସାମିଲ: ଜାଣନ୍ତୁ କିଏ କିଏ

ଭୁବନେଶ୍ୱର,୧୭।୮: ଭାଜପାର ନୂତନ ସଭାପତି ନୀତିନ ନବୀନଙ୍କ ନେତୃତ୍ୱରେ ନୂତନ ଜାତୀୟ ଦଳ ଘୋଷଣା କରାଯାଇଛି। ଏଥିରେ ପୂର୍ବରୁ ପଶ୍ଚିମ ଏବଂ ଉତ୍ତରରୁ ଦକ୍ଷିଣ ପର୍ଯ୍ୟନ୍ତ ବ୍ୟାପୀ…

ନୀତିନ ନବୀନଙ୍କ ନୂଆ ଟିମ୍‌ରେ କେଉଁ ରାଜ୍ୟରୁ କାହାକୁ ମିଳିଲା ଦାୟିତ୍ୱ: ଜାଣନ୍ତୁ

ନୂଆଦିଲ୍ଲୀ,୧୭।୮: ଭାଜପାର ନୂତନ ସଭାପତି ନୀତିନ ନବୀନଙ୍କ ନେତୃତ୍ୱରେ ନୂତନ ଜାତୀୟ ଦଳ ଘୋଷଣା କରାଯାଇଛି। ଏଥିରେ ପୂର୍ବରୁ ପଶ୍ଚିମ ଏବଂ ଉତ୍ତରରୁ ଦକ୍ଷିଣ ପର୍ଯ୍ୟନ୍ତ ବ୍ୟାପୀ…

୨ ବର୍ଷର ବନବାସର ଘଟିଲା ଅନ୍ତ: ସ୍ମୃତିଙ୍କୁ ମିଳିଲା…

ନୂଆଦିଲ୍ଲୀ,୧୭।୮: ଭାରତୀୟ ଜନତା ପାର୍ଟି (ଭାଜପା)ର ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନଙ୍କ ଦ୍ୱାରା ଘୋଷଣା କରାଯାଇଥିବା ନୂତନ ଦଳରେ, ପୂର୍ବତନ ଏମ୍‌ପି ଏବଂ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri