Posted inଜାତୀୟ

ମହାମାରୀ ଲଢ଼େଇରେ ଦୃଢ଼ ପଦକ୍ଷେପ ଗ୍ରହଣ କରିଛନ୍ତି ପ୍ରଧାନମନ୍ତ୍ରୀ, କହିଲେ ନଡ୍ଡା…

ନୂଆଦିଲ୍ଲୀ,୭।୧୧: ଭାରତୀୟ ଜନତା ପାର୍ଟି ଭାଜପାର ଜାତୀୟ କାର୍ଯ୍ୟକାରିଣୀ ଦିଲ୍ଲୀରେ ଆରମ୍ଭ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଏବଂ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା, ଲାଲକୃଷ୍ଣ ଆଡ଼ଓ୍ବାଣୀ, ମୂରଲୀ ମନୋହର ଯୋଶୀଙ୍କ ସମେତ ସମସ୍ତ ବଡ ନେତା ଏହି ବୈଠକରେ ଯୋଗ ଦେଇଛନ୍ତି। ଏହି ବୈଠକରେ ଜେ.ପି ନଡ୍ଡା ପ୍ରଧାନମନ୍ତ୍ରୀ ମୋଦିିଙ୍କୁ ପ୍ରଶଂସା କରିଛନ୍ତି।

ସେ କହିଛନ୍ତି ଯେ, ମହାମାରୀ ସମୟରେ ପ୍ରଧାନମନ୍ତ୍ରୀ ସାହସିକ ପଦକ୍ଷେପ ନେଇଛନ୍ତି ଯାହା ଅର୍ଥନୀତି ଲାଗି ବୋ ଉପଯୋଗୀ ସାବ୍ୟସ୍ତ ହୋଇଛି। ମହାମାରୀ ଲଢ଼େଇରେ ପ୍ରଧାନମନ୍ତ୍ରୀ ଲକ୍‌ଡାଉନ ଭଳି କଠୋର ନିଷ୍ପତ୍ତି ନେଇଛନ୍ତି। ଲକ୍‌ଡାଉନ ହେବାର ତିନି ମାସ ମଧ୍ୟରେ ଲୋକଙ୍କୁ ସମସ୍ତ ସୁବିଧା ସୁଯୋଗ ଯୋଗାଇ ଦିଆଯାଇଛି। ସେ କହିଛନ୍ତି ଯେ ମୋଦି ହେଉଛନ୍ତି ଏକମାତ୍ର ନେତା ଯିଏକି ଦେଶର କୃଷକଙ୍କ ସୁବିଧା ପାଇଁ ପ୍ରଗତିଶୀଳ ନୀତି ଏବଂ ଆଇନ ଆଣିଛନ୍ତି।

କୋଭିଡ ଲଢ଼େଇରେ ତିନି-ଟି (ଥ୍ରୀ-ଟି) ଟ୍ରାକ, ଟେଷ୍ଟ ଏବଂ ଟ୍ରିଟ ପଦ୍ଧତି ଅନୁସରଣ କରାଯାଇଛି। ଏହାଦ୍ୱାରା ଦେଶରେ କରୋନା ସ୍ଥିତି ନିୟନ୍ତ୍ରିତ ହୋଇ ପାରିଥିବା ସେ କହିଛନ୍ତି।

ଉତ୍ତରପ୍ରଦେଶ, ଉତ୍ତରପ୍ରଦେଶ, ମଣିପୁର, ଗୋଆ ଏବଂ ପଞ୍ଜାବ ଆଦି ୫ ଟି ରାଜ୍ୟର ବିଧାନସଭା ନିର୍ବାଚନ ପାଇଁ ପ୍ରସ୍ତୁତି ଉପରେ ଏହି ବୈଠକରେ ବିଶେଷ ଆଲୋଚନା କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ବ୍ରିଟେନ୍‌ ଯାତ୍ରୀଙ୍କ ପାଇଁ ଏସ୍‌ଓପି ଜାରି

ନୂଆଦିଲ୍ଲୀ, ୨୩।୧୨: ଉତ୍ତରପଶ୍ଚିମ ୟୁରୋପରେ କରୋନା ଭୂତାଣୁର ଏକ ନୂଆ ରୂପ ବ୍ୟାପିବା ଫଳରେ ନିକଟରେ ବ୍ରିଟେନ ଯାତ୍ରା କରିଥିବା ଲୋକଙ୍କ ପାଇଁ କେନ୍ଦ୍ର ସରକାର...

କଶ୍ମୀର ଗସ୍ତରେ ୨୪ ଦେଶର ପ୍ରତିନିଧି

ଶ୍ରୀନଗର,୧୭।୨: ଜମ୍ମୁ-କଶ୍ମୀରରୁ ୨୦୧୯ ଅଗଷ୍ଟ ୫ରେ ଅନୁଚ୍ଛେଦ ୩୭୦ ହଟିବା ପରେ ଚତୁର୍ଥ ଥର ପାଇଁ ବିଦେଶୀ ପ୍ରତିନିଧି ଦଳ ଏଠାରେ ପହଞ୍ଚିଛନ୍ତି। ଦଳରେ ୨୪ଟି...

ନିର୍ବାଚନ ପରେ ଅମେଠିକୁ ରାହୁଲଙ୍କ ପ୍ରଥମ ଗସ୍ତ: ପରାଜୟ ପାଇଁ ସ୍ଥାନୀୟ ନେତାଙ୍କୁ ଦାୟୀ କଲେ

ଅମେଠି,୧୧ା୭(ପି.ଟି.): ଲୋକ ସଭା ନିର୍ବାଚନରେ ପରାଜୟ ପରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ବୁଧବାର ପ୍ରଥମ ଥର ପାଇଁ ନିଜ ନିର୍ବାଚନ ମଣ୍ଡଳୀ ଅମେଠି ଗସ୍ତରେ...

ସରକାର ଜାଣିଶୁଣି କରୁଛନ୍ତି ଲାଉଡସ୍ପିକର-ହନୁମାନ ଚାଳିସା ରାଜନୀତି…

ମୁମ୍ବାଇ, ୨୪।୪ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦ ସରକାର ଜାଣିଶୁଣି ଲାଉଡସ୍ପିକର ଏବଂ ହନୁମାନ ଚାଳିସା ରାଜନୀତି କରୁଛନ୍ତି। ଦେଶରେ ଦରଦାମ୍‌ ବୃଦ୍ଧି ଏବଂ ବେରୋଜଗାରୀ...

ଅମରିନ୍ଦରଙ୍କ ସ୍ତ୍ରୀଙ୍କ କଟାକ୍ଷ: ସିଦ୍ଧୁଙ୍କୁ ବାଳୁଙ୍ଗା ପିଲା ପରି ବ୍ୟବହାର କରିବା ଉଚିତ ନୁହେଁ

ଚଣ୍ଡିଗଡ଼,୨୮।୯: ପଞ୍ଜାବ କଂଗ୍ରେସ ସଭାପତି ପଦରୁ ଇସ୍ତଫା ଦେଇଛନ୍ତି ନବଜୋତ ସିଂ ସିଦ୍ଧୁ। ସେ ନିଜର ଇସ୍ତଫା ପତ୍ର ଦଳର ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ପଠାଇଛନ୍ତି।...

କଟକଣା ସତ୍ତ୍ୱେ ମିଳିବ ଏସ୍‌-୪୦୦

ନୂଆଦିଲ୍ଲୀ, ୨୨।୧୨: ଆମେରିକାର କଟକଣା ଭୟ ସତ୍ତ୍ୱେ ଭାରତକୁ ଏସ୍‌-୪୦୦ ମିସାଇଲ ସିଷ୍ଟମ ଯୋଗାଣ ସହ ଦୁଇ ଦେଶ ମଧ୍ୟରେ ସ୍ବାକ୍ଷରିତ ଅନ୍ୟ ପ୍ରତିରକ୍ଷା ଚୁକ୍ତିନାମା...

ପୁଲଓ୍ବାମାରେ ଆତଙ୍କବାଦୀଙ୍କ ଆକ୍ରମଣ: ସ୍ଥାନୀୟ ଦୋକାନୀ ମୃତ

ଶ୍ରୀନଗର,୧୩।୧୧: ଜମ୍ମୁ-କଶ୍ମୀର ପୁଲଓ୍ବାମା ଜିଲା ଅବନ୍ତିପୁରା ଅଞ୍ଚଳର ଜଣେ ସ୍ଥାନୀୟ ଦୋକାନୀଙ୍କୁ ବୁଧବାର ସନ୍ଧ୍ୟାରେ ଆତଙ୍କବାଦୀ ଆକ୍ରମଣ କରିଛନ୍ତି। ଏହି ଆକ୍ରମଣରେ ତାଙ୍କର ମୃତ୍ୟୁ ହୋଇଛି।...

ସାଇକେଲ ଚଢି ଅଫିସ ଗଲେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ

ନୂଆଦିଲ୍ଲୀ,୩।୬: ଚାନ୍ଦିନୀ ଚୌକ ଏମ୍‌ପି ଡା. ହର୍ଷବର୍ଦ୍ଧନ ସୋମବାର ପ୍ରଥମ ଦିନରେ ନିର୍ମାଣ ଭବନ ଯାଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଭାବେ ଦାୟିତ୍ୱ...

Advertisement
Archives

Model This Week