ସିଭିଲ ସର୍ଭ୍ୟାଣ୍ଟରୁ ପ୍ରଧାନମନ୍ତ୍ରୀ

ଫ୍ରାନ୍ସ ପ୍ରଧାନମନ୍ତ୍ରୀ ଏଡୁଆର୍ଡ ଫିଲିପ୍‌ ତାଙ୍କ ପଦରୁ ଇସ୍ତଫା ଦେବା ପରେ ରାଷ୍ଟ୍ରପତି ଇମାନୁଏଲ ମାକ୍‌ରଁ ୩ ଜୁଲାଇରେ ଜିନ୍‌ କାଷ୍ଟେକ୍ସଙ୍କୁ ଦେଶର ପ୍ରଧାନମନ୍ତ୍ରୀ ଭାବେ ନିଯୁକ୍ତ କରିଛନ୍ତି। ସେ ଏଡୁଆର୍ଡ ଫିଲିପ୍‌ଙ୍କ ସ୍ଥାନରେ ଦାୟିତ୍ୱ ଗ୍ରହଣ କରିଛନ୍ତି। ଗତ କିଛିଦିନ ପୂର୍ବରୁ ଫ୍ରାନ୍ସରେ ହୋଇଥିବା ସ୍ଥାନୀୟ ନିର୍ବାଚନରେ ଇମାନୁଏଲଙ୍କ ଦଳର ଶୋଚନୀୟ ପରାଜୟ ଓ କୋଭିଡ-୧୯ ମହାମାରୀ ପାଇଁ ସମାଲୋଚିତ ସରକାରର ଭାବମୂର୍ତ୍ତି ଫେରାଇ ଆଣିବା ଲାଗି କାଷ୍ଟେକ୍ସଙ୍କ ନିଯୁକ୍ତି ଗୁରୁତ୍ୱ ବହନ କରୁଛି। ଏଭଳି ପରିବର୍ତ୍ତନ କରି କାଷ୍ଟେକ୍ସଙ୍କଠାରୁ ଏକ ସଫଳ ନେତୃତ୍ୱ ଆଶା କରିଛନ୍ତି ଇମାନୁଏଲ। ଫିଲିପ୍‌ ରାଷ୍ଟ୍ରପତିଙ୍କୁ ତାଙ୍କ ଇସ୍ତଫାପତ୍ର ପ୍ରଦାନ କରିବାର କିଛି ଘଣ୍ଟା ପରେ ଲ’ କୋର୍ଟ ଅଫ୍‌ ରିପବ୍ଲିକ୍‌ ସରକାର ମହମାରୀକୁ କିଭଳି ନୟନ୍ତ୍ରଣ କରିଛନ୍ତି ତା’ ଉପରେ ତଦନ୍ତ କରିବା ଲାଗି ଘୋଷଣା କରିଛନ୍ତି। ତଦନ୍ତରୁ ଯାହା ପ୍ରକାଶ ପାଇବ ତାହା ତ ଦୂରର କଥା, କିନ୍ତୁ କାଷ୍ଟେକ୍ସଙ୍କ ନେତୃତ୍ୱ ଅର୍ଥନୀତିକୁ ସଜାଡିବା ସହ ମହାମାରୀକୁ ସଫଳତାର ସହ ମୁକାବିଲା କରିପାରିବ ବୋଲି କୁହାଯାଇପାରେ। କାରଣ ପ୍ରଧାନମନ୍ତ୍ରୀ ହେବା ପୂର୍ବରୁ ଜଣେ ସିଭିଲ ସର୍ଭ୍ୟାଣ୍ଟ ଭାବେ ସେ ସଫଳତାର ସହ ଦାୟିତ୍ୱ ନିର୍ବାହ କରିଛନ୍ତି। ସେ ମଧ୍ୟ ଦେଶରେ ବିଭିନ୍ନ ସରକାରରେ କାର୍ଯ୍ୟ କରିଛନ୍ତି। ଏଣୁ ତାଙ୍କ ଅଭିଜ୍ଞତାକୁ ପୁଞ୍ଜି କରି ଫ୍ରାନ୍ସ ଅନେକ କିଛି ହାସଲ କରିପାରିବ ବୋଲି ଆଶା କରାଯାଏ। କାଷ୍ଟେକ୍ସ ମଧ୍ୟ ଭାଷଣରେ ସୂଚାଇ ଦେଇଛନ୍ତି ଯେ, ଦେଶରେ ସ୍ବାସ୍ଥ୍ୟ ସମସ୍ୟା ଦୁର୍ଭାଗ୍ୟଜନକ। ଅର୍ଥନୈତିକ ଓ ସାମାଜିକ ସମସ୍ୟା ବି ଲାଗି ରହିଛି ଓ ଏହା ବିରୋଧରେ ଆମକୁ ଏକାଠି ଲଢ଼ିବାକୁ ପଡ଼ିବ ବୋଲି କହିଛନ୍ତି ୫୫ ବର୍ଷୀୟ କାଷ୍ଟେକ୍ସ।
ଲକ୍‌ଡାଉନ ଉଠାଇବା ପାଇଁ ଫ୍ରାନ୍ସର ରଣନୀତି ପ୍ରସ୍ତୁତ କରିବାରେ ତାଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିଛି। କରୋନା ସଙ୍କଟରେ ଦେଶ ସାମାଜିକ ଓ ଅର୍ଥନୈତିକ କ୍ଷେତ୍ରରେ ଏକ ପରିବର୍ତ୍ତନ ଚାହଁୁଛି ଓ କାଷ୍ଟେକ୍ସଙ୍କ ନେତୃତ୍ୱ ଏହା ପୂରଣ କରିପାରିବ ବୋଲି ଫ୍ରାନ୍ସବାସୀ ଭରସା କରିବା ସ୍ବାଭାବିକ। ତିନି ବର୍ଷ ପୂର୍ବେ କ୍ଷମତାକୁ ଆସିଥିବା ମାକ୍‌ରଁ ସରକାର ଏବେ କରୋନା ମହାମାରୀ ଭଳି ଜଟିଳ ପରିସ୍ଥିତିରୁ ମୁକୁଳିବା, ଲୋକମାନଙ୍କ ଚାକିରି ବଞ୍ଚାଇବା ସହ ଅର୍ଥନୈତିକ, ସାମାଜିକ ଏବଂ ପରିବେଶର ପୁନରୁଦ୍ଧାରରେ କାଷ୍ଟେକ୍ସଙ୍କ ଭୂମିକା ରହିବ। ପ୍ରଧାନମନ୍ତ୍ରୀ ହେବା ଲାଗି ପ୍ରତିରକ୍ଷା ମନ୍ତ୍ରୀ ଫ୍ଲୋରେନ୍ସ ପାର୍ଲି ଓ ଅଭିଜ୍ଞ ବୈଦେଶିକ ମନ୍ତ୍ରୀ ଜିନ ଏଭେସ ଲି ଡ୍ରିଆନଙ୍କୁ ବାଦଦେଇ ଇମାନୁଏଲ ସିଧା କାଷ୍ଟେକ୍ସଙ୍କୁ ନିଯୁକ୍ତ କରି ତାଙ୍କ ଉପରେ ଅଧିକ ଆସ୍ଥା ପ୍ରକଟ କରିଛନ୍ତିି। ରାଜନୈତିକ ଦୃଷ୍ଟିକୋଣରୁ ନୂଆ ପ୍ରଧାନମନ୍ତ୍ରୀ ଅପେକ୍ଷାକୃତ କମ୍‌ ଜଣାଶୁଣା ହୋଇପାରିଥାନ୍ତି, କିନ୍ତୁ ସରକାରୀ କାର୍ଯ୍ୟ କରିବାର ଏକ ଲମ୍ବା ଅନୁଭୂତିରୁ ଫ୍ରାନ୍ସ ଲାଭବାନ୍‌ ହେବ।
ଯେଉଁ ବିଶ୍ୱବିଦ୍ୟାଳୟରେ ମାକ୍‌ରଁ ଓ ଫିଲିପ୍‌ ପଢିଛନ୍ତି ସେହି ବିଶ୍ୱବିଦ୍ୟାଳୟର ଛାତ୍ର କାଷ୍ଟେକ୍ସ। ଜୁନ ୨୫, ୧୯୬୫ରେ କାଷ୍ଟେକ୍ସଙ୍କ ଜନ୍ମ। ଦକ୍ଷିଣପଶ୍ଚିମ ଫ୍ରାନ୍ସର ଭିକ-ଫେଜେନ୍‌ସାକ ନିବାସୀ କାଷ୍ଟେକ୍ସ ୧୯୮୬ରେ ପ୍ୟାରିସ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ପଲିଟିକାଲ ଷ୍ଟଡିଜ୍‌ରୁ ଡିଗ୍ରୀ ହାସଲ କରିଛନ୍ତି। ସେ ୧୯୯୧ରେ ଏକୋଲେ ନ୍ୟାଶ୍‌ନାଲ ଆଡ୍‌ମିନିଷ୍ଟ୍ରେଶନରୁ ଶିକ୍ଷା ଲାଭ କରିବା ପରେ କୋର୍ଟ ଅଫ୍‌ ଅଡିଟ୍‌ରେ ସିଭିଲ ସର୍ଭ୍ୟାଣ୍ଟ ହୋଇପାରିଥିଲେ। ୨୦୦୮ରୁ ସେ ଦକ୍ଷିଣ ଫ୍ରାନ୍ସର ପ୍ରାଡେଶ ସହରର ମେୟର ରହିଆସିଛନ୍ତି। ୨୦୧୧ ଓ ୨୦୧୨ ମଧ୍ୟରେ ରାଷ୍ଟ୍ରପତି ନିକୋଲାସ ସାର୍କୋଜିଙ୍କ ଡେପୁଟି ସେକ୍ରେଟାରି ଜେନେରାଲ ଭାବେ କାର୍ଯ୍ୟ କରିଛନ୍ତି। ୨୦୧୦ରୁ ୨୦୧୫ ଯାଏ କାଷ୍ଟେକ୍ସ ପାୟିରିନିସ ଓରିଏଣ୍ଟାଲିସର ଡିପାର୍ଟମେଣ୍ଟାଲ କାଉନସିଲର ଭାବେ ଦାୟିତ୍ୱ ନିର୍ବାହ କରିଛନ୍ତି। ସେପ୍ଟେମ୍ବର ୨୦୧୭ରେ ତାଙ୍କୁ ୨୦୨୪ ଅଲିମ୍ପିକ୍ସ ଓ ପାରାଅଲିମ୍ପିକ୍ସ ପାଇଁ ଇଣ୍ଟର ଡିପାର୍ଟମେଣ୍ଟାଲ ଡେଲିଗେଟ ଭାବେ ନିଯୁକ୍ତି ଦିଆଯିବା ସହ ନ୍ୟାଶ୍‌ନାଲ ସ୍ପୋର୍ଷ୍ଟ ଏଜେନ୍ସିର ସଭାପତି ଦାୟିତ୍ୱ ଅର୍ପଣ କରାଯାଇଥିଲା। ସେବେଠାରୁ ସେ ମାକ୍‌ରଁଙ୍କ ନିକଟତର ହେବାରେ ଲାଗିଥିଲେ। ୨୦୧୫ ପର୍ଯ୍ୟନ୍ତ କାଷ୍ଟେକ୍ସ ୟୁନିୟନ ଫର୍‌ ଏ ପପୁଲାର ମୁଭ୍‌ମେଣ୍ଟ ଦଳର ସଦସ୍ୟ ରହିଥିଲେ। ପରେ ୨୦୨୦ ଆରମ୍ଭ ପର୍ଯ୍ୟନ୍ତ ସେ ଦି ରିପବ୍ଲିକାନ୍‌ସର ସଦସ୍ୟ ତଥା ପାର୍ଟିରେ ସୋସିଆଲ କଞ୍ଜର୍‌ଭେଟିଭ ଭାବେ ରହିଥିଲେ। ୨୦୦୬ରେ ବି ସେ ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ଚିଫ ଅଫ୍‌ ଷ୍ଟାଫ୍‌ ଭାବେ କାର୍ଯ୍ୟ କରୁଥିବା ସମୟରେ ଦେଶର ସ୍ବାସ୍ଥ୍ୟ ସଙ୍କଟକୁ ସଫଳତାର ସହ ନିୟନ୍ତ୍ରଣ କରିପାରିଥିଲେ।
ଦକ୍ଷିଣପଶ୍ଚିମ ଫ୍ରାନ୍ସରେ କାଷ୍ଟେକ୍ସଙ୍କ ପରିବାରର ଏକ ସ୍ବତନ୍ତ୍ର ପରିଚୟ ରହିଛି। ତାଙ୍କ ଜେଜେବାପା ବି ଉଚ୍ଚ ସରକାରୀ ପଦବୀରେ ରହି ଦେଶସେବା କରିଥିେଲେ। କାଷ୍ଟେକ୍ସଙ୍କ ପିତା ପ୍ରାଡେଶ ରଗ୍‌ବି କ୍ଲବ୍‌ର ସଭାପତି ଥିଲେ। କାଷ୍ଟେକ୍ସ ରଗ୍‌ବି ସହ ଟେନିସ୍‌ ଖେଳୁଥିଲେ। ସେ ସାଣ୍ଡ୍ରା ରିବେଲେଗୁଙ୍କୁ ବିବାହ କରିଛନ୍ତି। ୪ କନ୍ୟା ସନ୍ତାନଙ୍କ ପିତା କାଷ୍ଟେକ୍ସ ରେଳପଥର ଇତିହାସ ସମ୍ପର୍କରେ ଏକ ପୁସ୍ତକ ବି ଲେଖିଛନ୍ତି।

– ଶିବ ପ୍ରସାଦ ପୁହାଣ


Enter your email to get our daily news in your inbox.

All Right Reserved By Dharitri.Com

ସ୍ବାସ୍ଥ୍ୟ ଓ ଜୀବନଶୈଳୀ

ପିଲାବେଳର ପାଠ କିଛି ମନେ ଥାଉ କି ନ ଥାଉ, ଏଇ ପଦଟି ସମସ୍ତଙ୍କର ମନେଥିବ – ‘ବିଦ୍ୟା ଅଟଇ ମହାଧନ, ବାଳକେ କର ଉପାର୍ଜନ’।...

୨୦୨୬ର ଚିନ୍ତା

୨୦୨୬ ଦେଶର ରାଜନୈତିକ ଦଳ ଓ ସରକାର ପାଇଁ ବ୍ୟସ୍ତବହୁଳ ହେବା ଅବଶ୍ୟମ୍ଭାବୀ। ଆସାମ, କେରଳ, ତାମିଲନାଡ଼ୁ, ପଶ୍ଚିମବଙ୍ଗ ଓ କେନ୍ଦ୍ରଶାସିତ ଅଞ୍ଚଳ ପୁଡ଼ୁଚେରୀରେ ଆଲୋଚ୍ୟ...

କାର୍ଯ୍ୟରେ ବିଳମ୍ବ

ଜମି ବିବାଦ ଦେଖାଦେଲେ ସରକାରୀ କାମଗୁଡ଼ିକର ସମୟସୀମା ଗଡ଼ିଚାଲେ। ଠିକାଦାର ବିଳମ୍ବ କରନ୍ତି କିମ୍ବା ଏଥିରେ ଜଡ଼ିତ ବିଭାଗଗୁଡ଼ିକ ନିଜ ମୁଣ୍ଡରୁ ଦୋଷ ଖସାଇବାକୁ ଚେଷ୍ଟା...

ଏଇ ଭାରତରେ

ଚାକିରି ଛାଡ଼ି ଛତିଶଗଡ଼ର ଚାଷୀ ସମୀକ୍ଷା ଚନ୍ଦ୍ରକର ଟମାଟୋ ଓ ଅନ୍ୟାନ୍ୟ ପରିବା ଚାଷକରି ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି। ସମୀକ୍ଷା ଏମ୍‌ବିଏ ପାସ୍‌ କରିବା...

ଜୀବନର ଧାଁ ଦଉଡ଼

ବହୁତ ତରତର ବା ବ୍ୟସ୍ତ ଥିବା ମଣିଷକୁ ଦେଖି ମନରେ ଉଙ୍କିମାରେ ପ୍ରଶ୍ନଟିଏ, ଇଏ ଏତେ ବ୍ୟସ୍ତ କାହିଁକି? କାମଟି ଧୀରେ ଧୀରେ କଲେ କ’ଣ...

ଟଙ୍କାଖିଆ ମଣିଷ

ପିଲାବେଳର କଥା ମନେପଡ଼େ। ସେତେବେଳେ (ଆଜକୁ ଚାଳିଶ ବର୍ଷ ପୂର୍ବେ) ବିଶେଷକରି ଗାଁ ଲୋକେ ଚାକିରି କରିବା କିମ୍ବା ବାହାର ରାଜ୍ୟକୁ ଯାଇ ଦାଦନ ଖଟିବାକୁ...

ଦୁଇ ଦେଶ ଲୁଟୁଛନ୍ତି

ସମ୍ଭବତଃ ୨୦୨୫ ବର୍ଷଟି ସମସ୍ତଙ୍କର ମନେ ରହିବ, କାରଣ ଆମେରିକାର ରାଷ୍ଟ୍ରପତି ଏହି ବର୍ଷ ବୈଶ୍ୱିକ ବାଣିଜ୍ୟ ବ୍ୟବସ୍ଥାକୁ ଶେଷ କରିଦେଇଛନ୍ତି। କନ୍ତୁ ସତ କଥା...

ଏଇ ଭାରତରେ

ପଲିଥିନ ବ୍ୟବହାର ଉପରେ କଟକଣା ଲାଗୁ ହୋଇଥିଲେ ମଧ୍ୟ ଏହାର ବ୍ୟବହାର ପୂର୍ୱଭଳି ଜାରି ରହିଛି। ଅଧିକାଂଶ ଲୋକ ବ୍ୟାଗ୍‌ ନ ନେଇ ପଲିଥିନରେ ପରିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri