ସିଭିଲ ସର୍ଭ୍ୟାଣ୍ଟରୁ ପ୍ରଧାନମନ୍ତ୍ରୀ

ଫ୍ରାନ୍ସ ପ୍ରଧାନମନ୍ତ୍ରୀ ଏଡୁଆର୍ଡ ଫିଲିପ୍‌ ତାଙ୍କ ପଦରୁ ଇସ୍ତଫା ଦେବା ପରେ ରାଷ୍ଟ୍ରପତି ଇମାନୁଏଲ ମାକ୍‌ରଁ ୩ ଜୁଲାଇରେ ଜିନ୍‌ କାଷ୍ଟେକ୍ସଙ୍କୁ ଦେଶର ପ୍ରଧାନମନ୍ତ୍ରୀ ଭାବେ ନିଯୁକ୍ତ କରିଛନ୍ତି। ସେ ଏଡୁଆର୍ଡ ଫିଲିପ୍‌ଙ୍କ ସ୍ଥାନରେ ଦାୟିତ୍ୱ ଗ୍ରହଣ କରିଛନ୍ତି। ଗତ କିଛିଦିନ ପୂର୍ବରୁ ଫ୍ରାନ୍ସରେ ହୋଇଥିବା ସ୍ଥାନୀୟ ନିର୍ବାଚନରେ ଇମାନୁଏଲଙ୍କ ଦଳର ଶୋଚନୀୟ ପରାଜୟ ଓ କୋଭିଡ-୧୯ ମହାମାରୀ ପାଇଁ ସମାଲୋଚିତ ସରକାରର ଭାବମୂର୍ତ୍ତି ଫେରାଇ ଆଣିବା ଲାଗି କାଷ୍ଟେକ୍ସଙ୍କ ନିଯୁକ୍ତି ଗୁରୁତ୍ୱ ବହନ କରୁଛି। ଏଭଳି ପରିବର୍ତ୍ତନ କରି କାଷ୍ଟେକ୍ସଙ୍କଠାରୁ ଏକ ସଫଳ ନେତୃତ୍ୱ ଆଶା କରିଛନ୍ତି ଇମାନୁଏଲ। ଫିଲିପ୍‌ ରାଷ୍ଟ୍ରପତିଙ୍କୁ ତାଙ୍କ ଇସ୍ତଫାପତ୍ର ପ୍ରଦାନ କରିବାର କିଛି ଘଣ୍ଟା ପରେ ଲ’ କୋର୍ଟ ଅଫ୍‌ ରିପବ୍ଲିକ୍‌ ସରକାର ମହମାରୀକୁ କିଭଳି ନୟନ୍ତ୍ରଣ କରିଛନ୍ତି ତା’ ଉପରେ ତଦନ୍ତ କରିବା ଲାଗି ଘୋଷଣା କରିଛନ୍ତି। ତଦନ୍ତରୁ ଯାହା ପ୍ରକାଶ ପାଇବ ତାହା ତ ଦୂରର କଥା, କିନ୍ତୁ କାଷ୍ଟେକ୍ସଙ୍କ ନେତୃତ୍ୱ ଅର୍ଥନୀତିକୁ ସଜାଡିବା ସହ ମହାମାରୀକୁ ସଫଳତାର ସହ ମୁକାବିଲା କରିପାରିବ ବୋଲି କୁହାଯାଇପାରେ। କାରଣ ପ୍ରଧାନମନ୍ତ୍ରୀ ହେବା ପୂର୍ବରୁ ଜଣେ ସିଭିଲ ସର୍ଭ୍ୟାଣ୍ଟ ଭାବେ ସେ ସଫଳତାର ସହ ଦାୟିତ୍ୱ ନିର୍ବାହ କରିଛନ୍ତି। ସେ ମଧ୍ୟ ଦେଶରେ ବିଭିନ୍ନ ସରକାରରେ କାର୍ଯ୍ୟ କରିଛନ୍ତି। ଏଣୁ ତାଙ୍କ ଅଭିଜ୍ଞତାକୁ ପୁଞ୍ଜି କରି ଫ୍ରାନ୍ସ ଅନେକ କିଛି ହାସଲ କରିପାରିବ ବୋଲି ଆଶା କରାଯାଏ। କାଷ୍ଟେକ୍ସ ମଧ୍ୟ ଭାଷଣରେ ସୂଚାଇ ଦେଇଛନ୍ତି ଯେ, ଦେଶରେ ସ୍ବାସ୍ଥ୍ୟ ସମସ୍ୟା ଦୁର୍ଭାଗ୍ୟଜନକ। ଅର୍ଥନୈତିକ ଓ ସାମାଜିକ ସମସ୍ୟା ବି ଲାଗି ରହିଛି ଓ ଏହା ବିରୋଧରେ ଆମକୁ ଏକାଠି ଲଢ଼ିବାକୁ ପଡ଼ିବ ବୋଲି କହିଛନ୍ତି ୫୫ ବର୍ଷୀୟ କାଷ୍ଟେକ୍ସ।
ଲକ୍‌ଡାଉନ ଉଠାଇବା ପାଇଁ ଫ୍ରାନ୍ସର ରଣନୀତି ପ୍ରସ୍ତୁତ କରିବାରେ ତାଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିଛି। କରୋନା ସଙ୍କଟରେ ଦେଶ ସାମାଜିକ ଓ ଅର୍ଥନୈତିକ କ୍ଷେତ୍ରରେ ଏକ ପରିବର୍ତ୍ତନ ଚାହଁୁଛି ଓ କାଷ୍ଟେକ୍ସଙ୍କ ନେତୃତ୍ୱ ଏହା ପୂରଣ କରିପାରିବ ବୋଲି ଫ୍ରାନ୍ସବାସୀ ଭରସା କରିବା ସ୍ବାଭାବିକ। ତିନି ବର୍ଷ ପୂର୍ବେ କ୍ଷମତାକୁ ଆସିଥିବା ମାକ୍‌ରଁ ସରକାର ଏବେ କରୋନା ମହାମାରୀ ଭଳି ଜଟିଳ ପରିସ୍ଥିତିରୁ ମୁକୁଳିବା, ଲୋକମାନଙ୍କ ଚାକିରି ବଞ୍ଚାଇବା ସହ ଅର୍ଥନୈତିକ, ସାମାଜିକ ଏବଂ ପରିବେଶର ପୁନରୁଦ୍ଧାରରେ କାଷ୍ଟେକ୍ସଙ୍କ ଭୂମିକା ରହିବ। ପ୍ରଧାନମନ୍ତ୍ରୀ ହେବା ଲାଗି ପ୍ରତିରକ୍ଷା ମନ୍ତ୍ରୀ ଫ୍ଲୋରେନ୍ସ ପାର୍ଲି ଓ ଅଭିଜ୍ଞ ବୈଦେଶିକ ମନ୍ତ୍ରୀ ଜିନ ଏଭେସ ଲି ଡ୍ରିଆନଙ୍କୁ ବାଦଦେଇ ଇମାନୁଏଲ ସିଧା କାଷ୍ଟେକ୍ସଙ୍କୁ ନିଯୁକ୍ତ କରି ତାଙ୍କ ଉପରେ ଅଧିକ ଆସ୍ଥା ପ୍ରକଟ କରିଛନ୍ତିି। ରାଜନୈତିକ ଦୃଷ୍ଟିକୋଣରୁ ନୂଆ ପ୍ରଧାନମନ୍ତ୍ରୀ ଅପେକ୍ଷାକୃତ କମ୍‌ ଜଣାଶୁଣା ହୋଇପାରିଥାନ୍ତି, କିନ୍ତୁ ସରକାରୀ କାର୍ଯ୍ୟ କରିବାର ଏକ ଲମ୍ବା ଅନୁଭୂତିରୁ ଫ୍ରାନ୍ସ ଲାଭବାନ୍‌ ହେବ।
ଯେଉଁ ବିଶ୍ୱବିଦ୍ୟାଳୟରେ ମାକ୍‌ରଁ ଓ ଫିଲିପ୍‌ ପଢିଛନ୍ତି ସେହି ବିଶ୍ୱବିଦ୍ୟାଳୟର ଛାତ୍ର କାଷ୍ଟେକ୍ସ। ଜୁନ ୨୫, ୧୯୬୫ରେ କାଷ୍ଟେକ୍ସଙ୍କ ଜନ୍ମ। ଦକ୍ଷିଣପଶ୍ଚିମ ଫ୍ରାନ୍ସର ଭିକ-ଫେଜେନ୍‌ସାକ ନିବାସୀ କାଷ୍ଟେକ୍ସ ୧୯୮୬ରେ ପ୍ୟାରିସ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ପଲିଟିକାଲ ଷ୍ଟଡିଜ୍‌ରୁ ଡିଗ୍ରୀ ହାସଲ କରିଛନ୍ତି। ସେ ୧୯୯୧ରେ ଏକୋଲେ ନ୍ୟାଶ୍‌ନାଲ ଆଡ୍‌ମିନିଷ୍ଟ୍ରେଶନରୁ ଶିକ୍ଷା ଲାଭ କରିବା ପରେ କୋର୍ଟ ଅଫ୍‌ ଅଡିଟ୍‌ରେ ସିଭିଲ ସର୍ଭ୍ୟାଣ୍ଟ ହୋଇପାରିଥିଲେ। ୨୦୦୮ରୁ ସେ ଦକ୍ଷିଣ ଫ୍ରାନ୍ସର ପ୍ରାଡେଶ ସହରର ମେୟର ରହିଆସିଛନ୍ତି। ୨୦୧୧ ଓ ୨୦୧୨ ମଧ୍ୟରେ ରାଷ୍ଟ୍ରପତି ନିକୋଲାସ ସାର୍କୋଜିଙ୍କ ଡେପୁଟି ସେକ୍ରେଟାରି ଜେନେରାଲ ଭାବେ କାର୍ଯ୍ୟ କରିଛନ୍ତି। ୨୦୧୦ରୁ ୨୦୧୫ ଯାଏ କାଷ୍ଟେକ୍ସ ପାୟିରିନିସ ଓରିଏଣ୍ଟାଲିସର ଡିପାର୍ଟମେଣ୍ଟାଲ କାଉନସିଲର ଭାବେ ଦାୟିତ୍ୱ ନିର୍ବାହ କରିଛନ୍ତି। ସେପ୍ଟେମ୍ବର ୨୦୧୭ରେ ତାଙ୍କୁ ୨୦୨୪ ଅଲିମ୍ପିକ୍ସ ଓ ପାରାଅଲିମ୍ପିକ୍ସ ପାଇଁ ଇଣ୍ଟର ଡିପାର୍ଟମେଣ୍ଟାଲ ଡେଲିଗେଟ ଭାବେ ନିଯୁକ୍ତି ଦିଆଯିବା ସହ ନ୍ୟାଶ୍‌ନାଲ ସ୍ପୋର୍ଷ୍ଟ ଏଜେନ୍ସିର ସଭାପତି ଦାୟିତ୍ୱ ଅର୍ପଣ କରାଯାଇଥିଲା। ସେବେଠାରୁ ସେ ମାକ୍‌ରଁଙ୍କ ନିକଟତର ହେବାରେ ଲାଗିଥିଲେ। ୨୦୧୫ ପର୍ଯ୍ୟନ୍ତ କାଷ୍ଟେକ୍ସ ୟୁନିୟନ ଫର୍‌ ଏ ପପୁଲାର ମୁଭ୍‌ମେଣ୍ଟ ଦଳର ସଦସ୍ୟ ରହିଥିଲେ। ପରେ ୨୦୨୦ ଆରମ୍ଭ ପର୍ଯ୍ୟନ୍ତ ସେ ଦି ରିପବ୍ଲିକାନ୍‌ସର ସଦସ୍ୟ ତଥା ପାର୍ଟିରେ ସୋସିଆଲ କଞ୍ଜର୍‌ଭେଟିଭ ଭାବେ ରହିଥିଲେ। ୨୦୦୬ରେ ବି ସେ ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ଚିଫ ଅଫ୍‌ ଷ୍ଟାଫ୍‌ ଭାବେ କାର୍ଯ୍ୟ କରୁଥିବା ସମୟରେ ଦେଶର ସ୍ବାସ୍ଥ୍ୟ ସଙ୍କଟକୁ ସଫଳତାର ସହ ନିୟନ୍ତ୍ରଣ କରିପାରିଥିଲେ।
ଦକ୍ଷିଣପଶ୍ଚିମ ଫ୍ରାନ୍ସରେ କାଷ୍ଟେକ୍ସଙ୍କ ପରିବାରର ଏକ ସ୍ବତନ୍ତ୍ର ପରିଚୟ ରହିଛି। ତାଙ୍କ ଜେଜେବାପା ବି ଉଚ୍ଚ ସରକାରୀ ପଦବୀରେ ରହି ଦେଶସେବା କରିଥିେଲେ। କାଷ୍ଟେକ୍ସଙ୍କ ପିତା ପ୍ରାଡେଶ ରଗ୍‌ବି କ୍ଲବ୍‌ର ସଭାପତି ଥିଲେ। କାଷ୍ଟେକ୍ସ ରଗ୍‌ବି ସହ ଟେନିସ୍‌ ଖେଳୁଥିଲେ। ସେ ସାଣ୍ଡ୍ରା ରିବେଲେଗୁଙ୍କୁ ବିବାହ କରିଛନ୍ତି। ୪ କନ୍ୟା ସନ୍ତାନଙ୍କ ପିତା କାଷ୍ଟେକ୍ସ ରେଳପଥର ଇତିହାସ ସମ୍ପର୍କରେ ଏକ ପୁସ୍ତକ ବି ଲେଖିଛନ୍ତି।

– ଶିବ ପ୍ରସାଦ ପୁହାଣ


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଦିଲ୍ଲୀର କିଡ୍‌ଓ୍ବାଇ ନଗରରେ ଚାଲୁଛି ଏକ ନିଆରା ସ୍କୁଲ। ଏହି ସ୍କୁଲର ଘର ନାହିଁ କି କୌଣସି ସରକାରୀ ପାଠ୍ୟକ୍ରମ ଅନୁଯାୟୀ ଶିକ୍ଷା ଦିଆଯାଉନାହିଁ। ପିଲାମାନେ ଗଛମୂଳେ…

ନେତା ହେବାକୁ ଅନୁକୂଳ ପରିବେଶ

ସଭା ସମିତି, ଜଳଖିଆ ଦୋକାନ, ଚା’ ଦୋକାନ, ପାନ ଦୋକାନ ଆଗରେ ଓ ଘରେ ବସି ସାଙ୍ଗସାଥୀ ସହିତ କଥାହେଲା ବେଳେ ଅନେକ ଶିକ୍ଷିତ ଲୋକ କହିଥା’ନ୍ତି,…

ନୈତିକ ମୂଲ୍ୟବୋଧ ଓ ଧର୍ମ

ଯେତେବେଳେ ଆମେ ଜଣେ କରୁଥିବା କାର୍ଯ୍ୟକୁ ‘ନୈତିକ’ ବୋଲି ବିଚାର କରୁ, ତାକୁ ଭଲ ଲୋକ କହୁ ଓ ଅନୈତିକ କାର୍ଯ୍ୟ କରୁଥିବା ଲୋକକୁ ମନ୍ଦ ଲୋକ…

ପାଖ ବିଦେଶ

ବାଂଲାଦେଶ ଜାତୀୟ ନିର୍ବାଚନରେ ଭୋଟ ହୋଇଥିବା ୨୯୯ ଆସନ ମଧ୍ୟରୁ ବାଂଲାଦେଶ ନ୍ୟାଶନାଲିଷ୍ଟ ପାର୍ଟି(ବିଏନ୍‌ପି) ଏକାକୀ ୨୦୯ ଆସନ ପାଇଥିବା ବେଳେ ସହଯୋଗୀଙ୍କୁ ମିଶାଇଲେ ସଂଖ୍ୟା ୨୧୨…

ମହେନ୍ଦ୍ରଗିରିର ଶିବ ମହିମା

ମହେନ୍ଦ୍ରଗିରି ପର୍ୱତ, ଯେଉଁ ପର୍ୱତ ଦିନେ ଥିଲା ଶ୍ୱେତକମଣ୍ଡଳ ରାଜ୍ୟର ଅଂଶବିଶେଷ, ଯେଉଁ ପର୍ୱତକୁ ନିଜ କବିତାରେ ସ୍ଥାନ ଦେଇଛନ୍ତି ଗୋଦାବରୀଶ ମିଶ୍ର, ଗୋପବନ୍ଧୁ ଦାସ ଏବଂ…

ଦେଶଭକ୍ତି ଚିନ୍ତା

ଆମ ଦେଶରେ ଜାତୀୟତାବାଦର ଅତ୍ୟଧିକ ଚାହିଦା ରହିଛି, ହେଲେ ସବୁବେଳେ ଏଠାରେ ଏହାର ଅଭାବ ଥିବା ମନେହୁଏ। ମୋ ଜୀବନରେ ଅତିବାହିତ ସବୁ ଦଶନ୍ଧିରେ ‘ବନ୍ଦେ ମାତରମ୍‌’କୁ…

ମୁଁ ଗୋଟିଏ ଗାଈ

ହାଁ ହାଁ ବାଇମନ… ରୁହ ରୁହ…! ଶୀର୍ଷକଟିକୁ ପଢ଼ି ଦେଇ ପିଲାବେଳର ରଚନା ଭାବି ଆଖି ବୁଲାଇ ନିଅନ୍ତୁନି! ଯେମିତି ଆପଣଙ୍କର ପିଲାବେଳ ଆଉ ନାହିଁ! ସେମିତି…

ଆମକୁ ଯାହା ଲଜ୍ଜା ନାହିଁ

ଅମ ଓଡ଼ିଶା ଭାଷା, ସାହିତ୍ୟ, ସଂସ୍କୃତି, ଚଳଣି, ଆମ ଖାଦ୍ୟ, ଆମ ବିଚାରଧାରା ସବୁଠି ବର୍ତ୍ତମାନ ଅନୁପ୍ରବେଶର ଉପଦ୍ରବ। ଏସବୁ ଭିତରେ ଊଣା ଅଧିକେ ହଜିବାକୁ ବସିଲାଣି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri