ଡଙ୍ଗରୁଣୀର ବାଟରେ ପ୍ରାଥମିକ ଶିକ୍ଷା

ଆମ୍ବଗଛ ଭିତରୁ ଧୀରେ ଧୀରେ ଶୀତୁଆ ଖରା ପିଲାଙ୍କ ଉପରେ ଅଣେଇହୋଇ ଆସୁଥାଏ। ରାୟଗଡ଼ା ଜିଲା ବିଷମକଟକ ବ୍ଲକ୍‌ର ନିର୍ଗୁଣ୍ଡି ଗାଆଁ। ଗାଆଁ ଭିତରୁ ପବନ କାନ୍ଦୁଲ ବାଡ଼ ଆଡ଼କୁ ମାଡ଼ି ଆସୁଥାଏ। ଦେହକୁ ଥଣ୍ଡା ଆଉ ଥଣ୍ଡା ଆଉଜି ପଡୁଥାଏ। ଖରା ଆଜି ନାହିଁ କହିଲେ ହେବ। ପବନର ମଗଜ ତେଣୁ ବହୁତ ବେଶି ଆମ୍ବଗଛ ତଳକୁ । ଆକାଶରେ ଧଳା ଧଳା ଖଣ୍ଡ ବଉଦ। ବଉଦ ସେପଟରେ ଡଙ୍ଗରର ମଥା ଦେଖାଯାଉଛି ନୁଖୁରା ନୁଖୁରା। ନିର୍ଗୁଣ୍ଡି ସ୍କୁଲ ପଛ କାନି କାନ୍ଦୁଲ ବାଡ଼, ସୂର୍ଯ୍ୟମୁଖୀ ବାଡ଼ ଆଉ କପା ବାଡ଼। ଏଥରକ ଜହ ଜହ ବର୍ଷା ହେବାରୁ କପା ଜୁରି (ପାକଳ ହେବା) ନାହିଁ। ସୂର୍ଯ୍ୟମୁଖୀ ଜୁରି ଗଲାଣି। ବଜାରରେ ଝୁଣୁଙ୍ଗ ମିଳିଲାଣି। କିଲୋପିଛା ରଙ୍ଗ ଝୁଣୁଙ୍ଗ ୫୦ଟଙ୍କା। କୁଇକନ୍ଧ କୁଳ ସମାଜରେ ମାଣ୍ଡିଆ, ଝୁଣୁଙ୍ଗ, କୋଳଥ, କୋଶଲା, ଜହ୍ନା, ସୁଆଁର ଭିତ୍ତିଭୂମି କେତେ କେତେ ଗହୀରକୁ ଭେଦିଯାଇଛି, ତାକୁ ଆକଳନ କରିବା ପାଠକର ପାଠ। ଏବେ ଏବେକୁ ବାଡ଼ା ଉପରେ ବି ଝୁଣୁଙ୍ଗ ଶୁଖି ଶୁଖି ଓହଳିଛି। ଲଇ ଝୁଣୁଙ୍ଗ ଭଜାହୁଏ, ଆଉ ଗୋଟେ ଝୁଣୁଙ୍ଗ ଡାଲି ହୁଏ। ମାଣ୍ଡିଆ ଜାଉରେ ବି ଝୁଣୁଙ୍ଗ ପଡ଼େ। ଏସବୁର ସୁଆଦ କେବଳ ନିଆରା ନୁହେଁ ଖୁବ୍‌ ବଳିଷ୍ଠ ଓ ସକ୍ରିୟ ମଧ୍ୟ। ଅଧକଂସେ ମାଣ୍ଡିଆ ଜାଉ ପିଇ ଦେଲେ ବେଳେ ଅଉତେ ପର୍ଯ୍ୟନ୍ତ କାମ ଚାଲିଯିବ। ଦେହକୁ ବାଧିବ ନାହିଁ ଖରାତରା। କୁଇକନ୍ଧ କୁଳ ସମାଜର ପ୍ରତି ପରିବାରର ସମସ୍ତେ ମାଣ୍ଡିଆର ଆହାରରେ ବନ୍ଧା। ସେଦିନ ନିର୍ଗୁଣ୍ଡି ଗାଆଁ ସ୍କୁଲ ପଛକାନିରେ କେଇଜଣ ପିଲା ଆମ୍ବଗଛ ଛାଇରେ ଆଙ୍କି ବସିଥିଲେ କାନ୍ଦୁଲବାଡ଼ର ପ୍ରତ୍ୟକ୍ଷ ଚିତ୍ର। ନିକଟରୁ ଦୂରହେଉଛି ପ୍ରାଥମିକ ଶିକ୍ଷାର ଏକ ଅନନ୍ୟ ପ୍ରସଙ୍ଗ। କାହିଁକିନା ଏହାରି ଭିତରେ ଜମାଟ ବାନ୍ଧିଥାଏ ପରିଚିତ ଶବ୍ଦ, ପରିଚିତ ଭାବନା, ପରିଚିତ ସଂଯୋଜନା, ପରିଚିତ ଭାବ ବିନିମୟ। ଏହାକୁ ମୂଳକରି ଧରିଲେ ଆଗକୁ ବଢ଼ିହୁଏ, ଭାଷା ବାଧକ ହୁଏ ନାହିଁ, ଭାଷା ଅଲୌକିକ ସମ୍ପଦର ସମ୍ବଳ ହୁଏ। ପ୍ରାଥମିକ ଶିକ୍ଷାରେ ଏହି ଅଲୌକିକ ଭୂଷଣ ହେଉଛି ଭାଷା। ଚାରିପାଖର ଭାଷା-ଛଟା। କୌଶଳ ଅପେକ୍ଷା ଭାବାବେଗ ଅଧିକ ଥାଏ। ଦେଖିବା ଓ ବୁଝିବା ଗୋଟିଏ ମନର ଦୁଇ କାନି ହୋଇରହିଥାନ୍ତି।
ଆମ୍ବଗଛ ତଳେ କାଠମଞ୍ଚା । ତା’ରି ଉପରେ ବସି କାନ୍ଦୁଲ ବାଡ଼କୁ ଆଖିପାଇ ଯାଉଥାଏ ପିଲାଙ୍କର। ଭାବନାରେ ବାଧା ନାହିଁ, କହିବାରେ ମଧ୍ୟ ବାଧା ନାହିଁ। ଭାଷା ନିଜର, ଭାବ ନିଜର ଚାରିପାଖର ପରିବେଶ ଆହୁରି ମଧ୍ୟ ନିଜର। ପ୍ରାଥମିକ ଶିକ୍ଷାରେ ଏହି ନିଜର ପଣଟି ଅମୂଲ ମୂଲ। ଏଥକୁ ହାତ, ମନ ଓ ମୁଣ୍ଡ ପାଇବା ସହଜ। ଦୂରକୁ ଯିବାକୁ ପଡ଼େ ନାହିଁ। ପିଲାଏ ଆଙ୍କିଲେ କାନ୍ଦୁଲ ବାଡ଼ର ଛବି। ରଙ୍ଗ ଓ ତୂଳୀ ଧରି ନ ଥିବା ହାତ, ଖୁବ୍‌ ନିକଭାବରେ ପିଲାଙ୍କ ହାତକୁ ସଳଖି ଦେଲେ। ଯାହା ଥିଲା ତାକୁ ଦେଖିଲେ, ତାକୁ ମଧ୍ୟ ଆଙ୍କିଲେ। ଧଳା କାଗଜ ଉପରେ ଚିତ୍ରମାନ ଧୀରେ ଧୀରେ ଝଟକି ଉଠିଲେ। କାନ୍ଦୁଲଗଛର ମୂଳଠାରୁ ଆକାଶର ଖଣ୍ଡ ଖଣ୍ଡ ଧଳା ବଉଦ ଆହା କି ମନଲୋଭା ହୋଇ ଉଠିଲା। ପିଲାଙ୍କ ନଜରରୁ କିଛି ବି ହଟୁ ନ ଥିଲା ସେତେବେଳେ କାନ୍ଦୁଲବାଡ଼ର ଘାସଠାରୁ କୁମୁଡ଼ା (ବୋଇତାଳୁ) ମାଳ (ଡଙ୍କ ବା ଲଟି)। ଶୁଖିଲା ଝୁଣୁଙ୍ଗଠାରୁ କପାବାଡ଼ରେ ଉଡୁଥିବା ପ୍ରଜାପତି। ଏମାନେ ଧରାଦେଉଥିଲେ ପିଲାଙ୍କ ରଙ୍ଗରେ। ଶିକ୍ଷକଭାଇମାନଙ୍କର ଆଦୌ ହସ୍ତକ୍ଷେପ ନ ଥିଲା। ଥିଲା କେବଳ ଯତ୍‌ସାମାନ୍ୟ ପରାମର୍ଶ ରଙ୍ଗ ଓ ତୂଳୀର ବ୍ୟବହାରକୁ ନେଇ। ଫୁଲ କାହାର ବୋଲକଥା ନ ମାନି ଗଛରେ ବେଶ୍‌ ଫୁଟେ। ସେହିପରି କାନ୍ଦୁଲବାଡ଼ରେ ବି ଫୁଲ ଆସିଲା କାହାକୁ କିଛି ନ ଜଣାଇ। ପ୍ରାଥମିକ ଶିକ୍ଷାରେ ଫୁଲ ଫୁଟିବାର ନଜର ସେହିପରି। ସମସ୍ତଙ୍କ ଅଜାଣତରେ ଫୁଟି ଉଠୁଥାଏ। ଯେଉଁଠି ଶିକ୍ଷକ-ଭାଇ ସକ୍ରିୟ-ସହାୟକ ସେଠାରେ ଏହାକୁ ଅନ୍ଦାଜ କରିହୁଏ। କେହି ବି ପିଲା ଅଲୋଡ଼ା ହୁଅନ୍ତି ନାହିଁ। ‘ମୋ ହୃଦୟ ପିଲାଙ୍କ ପାଇଁ’ ଗ୍ରନ୍ଥ ଭାସିଲି ସୁଖୋମୋଲିନ୍‌ସ୍କଙ୍କର ଅମର ଚାହାଣୀ ସେଥିପାଇଁ ସମସ୍ତଙ୍କ ଲାଗି। ଡଙ୍ଗରୁଣୀଠାରୁ କଥା ନେଇ ଶୁଖିଯାଇଥିବା ଲଇ ଝୁଣୁଙ୍ଗର ଚେହେରା ପର୍ଯ୍ୟନ୍ତ। ଆପଣ ଯେଉଁମାନେ ପରିଚୟ ପାଇ ନ ଥିବେ ଡଙ୍ଗରୁଣୀ ସେମାନଙ୍କ ଲାଗି ଏହା ନୂଆ ନୂଆ। ଡଙ୍ଗରୁଣୀ ବା କଟିଂ ହେଉଛି ଡାଲିଜାତୀୟ ଶସ୍ୟ। ଝୁଣୁଙ୍ଗ ଦାନା ପରି ସବୁଜ ଓ ହଳଦିଆ ରଙ୍ଗର ମିଶାମିଶି। ଡଙ୍ଗର କାନିରେ କାହାର ଆକଟ ନ ମାନି ଡଙ୍ଗର ପବନରେ ଡଙ୍ଗରର ଭସା ମେଘକୁ ଅନାଇ ଅନାଇ ବଢୁଥାଏ। ଡଙ୍ଗରୁଣୀର ଅମଳ ସମୟ ଏତିକିବେଳେ ମାର୍ଗଶିର ଓ ପୁଷମାସରେ। ତାକୁ ନା ଦିଆଯାଏ ସାର, ନା ଖତ, ନା ଆଉ କିଛି। ଆଦିବାସୀ ଜନ ସମୁଦାୟ ବିହନ ଛାଟିଦିଏ ଡଙ୍ଗର ଦିହରେ ପାଣିପାଗକୁ ନଜର ଦେଇ। ଡଙ୍ଗରୁଣୀ ସମସ୍ତଙ୍କ ନିକଟରେ ଖୁବ୍‌ ନିଜର। ଆମ ଗାଆଁ ସ୍କୁଲର ପ୍ରାଥମିକ ଶିକ୍ଷା ଏହି ଡଙ୍ଗରୁଣୀର ଛବି। କେବଳ ପିଲା ପାଇଁ ଯେତିକ ନୁହେଁ, ଆମ ସଭିଙ୍କ ଲାଗି ହେପାଜତର ପ୍ରସଙ୍ଗ। କାନ୍ଦୁଲବାଡ଼ ନିକଟରେ ପିଲାଏ ଡଙ୍ଗର କାନିକୁ ଖରା ଆସିବାବେଳକୁ ଆସିଯାଇଥିଲେ; କାନ୍ଦୁଲବାଡ଼ ଅଙ୍କା ସରିଲା ବେଳକୁ ଡଙ୍ଗର ମଥାକୁ ଛୁଇଁଆସୁଥିଲେ ସୂର୍ଯ୍ୟ। ଚିତ୍ର ସିନା ସରି ଆସୁଥିଲା, ମାତ୍ର ମନ ସରୁ ନ ଥିଲା ।
ଡଙ୍ଗରୁଣୀର ଭାବନାରେ ପିଲାଏ ଥିଲେ ଏତେ ଏତେ ହସର ଗୋଟେ ଗୋଟେ ଉଛୁଳୁଥିବା ଝୁଡ଼ି।
ବିଷମକଟକ, ରାୟଗଡ଼ା
ମୋ: ୮୨୪୯୬୫୭୭୭୮

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

କେନ୍ଦ୍ରାପଡ଼ା: ୨୧ ବର୍ଷ ପରେ କାର୍ଯ୍ୟାନୁଷ୍ଠାନ; ୩ ବାଂଲାଦେଶୀଙ୍କୁ ଦେଶାନ୍ତର କଲା ଜିଲା ପ୍ରଶାସନ

କେନ୍ଦ୍ରାପଡ଼ା, ୩୦ା୧ (ଜଗନ୍ନାଥ ଧଳ): ଦୀର୍ଘ ୨୧ ବର୍ଷ ପରେ କେନ୍ଦ୍ରାପଡ଼ା ଜିଲାରେ ଅନୁପ୍ରବେଶକାରୀଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ୩ ଜଣ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ଜିଲା…

କୈଳାସ ସାହୁଙ୍କୁ ଗଳା କାଟି ହତ୍ୟା, ପହଞ୍ଚିଲା ବିଷମ କଟକ ପୋଲିସ… 

ବିଷମ କଟକ, ୩୦।୧(ପ୍ରସନ୍ନ କୁମାର ପଣ୍ଡା): ରାୟଗଡା ଜିଲା ବିଷମ କଟକ ସଦର ସ୍ଥିତ ବ୍ରାହ୍ମଣ ସାହି ନିବାସୀ କୈଳାସ ଚନ୍ଦ୍ରଙ୍କୁ କେହି ଦୁର୍ବୃତ୍ତ ଗଳା କାଟି…

ଅଭିଯୋଗ ଆଣିଲେ ଏମ୍‌ପି:ଦେଶର ଅର୍ଥନୈତିକ ଅଭିବୃଦ୍ଧି ଚିନ୍ତାଜନକ; ଗ୍ରାମୀଣ ବିକାଶକୁ ଅଣଦେଖା, ବଡ଼ ବଡ଼ …

ରାୟଗଡ଼ା,୩୦।୧(ଆଶିଷ ରଞ୍ଜନ ପଣ୍ଡା): ଆର୍ଥିକ ସର୍ବେକ୍ଷଣ ୨୦୨୫-୨୬ ଅନୁସାରେ ଭାରତର ଅର୍ଥନୈତିକ ଅଭିବୃଦ୍ଧି ପ୍ରାୟ ୭% ରହିବାର ପୂର୍ବାନୁମାନ କରାଯାଇଛି। ଯାହା ବିଶ୍ୱସ୍ତରୀୟ ଅନିଶ୍ଚିତତା ସତ୍ୱେ ଦେଶର ସାମଗ୍ରିକ…

ସରକାରଙ୍କ ବଡ଼ ଘୋଷଣା : ଝାରବନ୍ଧ ଓଡ଼ିଶାର ପ୍ରଥମ ଦୁଗ୍ଧ ଗ୍ରାମ; ସମୃଦ୍ଧି, ସଶକ୍ତିକରଣ ସ୍ଥାୟୀ ଗ୍ରାମୀଣ ବିକାଶର…

ବରଗଡ଼, ୩୦।୧( ପ୍ରେମାନନ୍ଦ ଖମାରୀ) – ସାମୁହିକ ପ୍ରଚେଷ୍ଟାରେ ଗ୍ରାମୀଣ ଅର୍ଥନୀତିକୁ ସୁଦୃଢ଼ କରିବା ଦିଗରେ ବରଗଡ଼ ଜିଲା ପଦ୍ମପୁର ଉପଖଣ୍ଡ ଅନ୍ତର୍ଗତ ଉପାନ୍ତ ଝାରବନ୍ଧ ଦୁଗ୍ଧ…

ଗୁଣପୁର-ବିଷମକଟକ ବିଧାନସଭା ଆସନ ଉପରେ ଭାଜପାର ଫୋକସ୍‌: ପୂର୍ବତନ ଜିଲା ପରିଷଦ ଦମ୍ପତିଙ୍କ ପୁଅ ମିଶିଲେ ଭାଜପାରେ

ରାୟଗଡ଼ା,୩୧।୧(ଆଶିଷ ରଞ୍ଜନ ପଣ୍ଡା): ୨୦୨୪ ସାଧାରଣ ନିର୍ବାଚନ ପରେ ରାଜ୍ୟରେ ଭାଜପା ଏକାକୀ ସରକାର ଗଠନ କରିବା ପରେ ଜିଲାରେ ସକ୍ରିୟ ହୋଇଛନ୍ତି ଭାଜପା କାର୍ଯ୍ୟକର୍ତ୍ତା। ଆଗାମୀ…

YouTube ଏବଂ Instagramରୁ କେମିତି କରିବେ ମୋଟା ଅଙ୍କର ରୋଜଗାର? ସରଳ ଭାଷାରେ ବୁଝନ୍ତୁ…

ନୂଆଦିଲ୍ଲୀ,୩୦।୧:  ଆଜିର ଡିଜିଟାଲ୍ ଯୁଗରେ ଯୁଟ୍ୟୁବ୍ ଓ ଇନ୍‌ଷ୍ଟାଗ୍ରାମ୍ ଅନେକ ଲୋକଙ୍କ ପାଇଁ ମୋଟା ଅଙ୍କର ରୋଜଗାରର ଏକ ମାଧ୍ୟମ ହୋଇଛି। ଏହି ଦୁଇଟି ପ୍ଲାଟଫର୍ମରେ ଆଡ୍ସ…

ଋଷିମାଳରେ କନ୍ଧମାଳ ଜିଲାପାଳ: ବ୍ରାହ୍ମଣୀଗାଁର ବିଭିନ୍ନ ଉନ୍ନୟନ କାର୍ଯ୍ୟ ଦେଖିଲେ

ଦାରିଙ୍ଗବାଡି,୩୦।୧(ଅରୁଣ ସାହୁ): କନ୍ଧମାଳ ଜିଲାପାଳ ବେଦ ଭୂଷଣ ଶୁକ୍ରବାର ଅପରାହ୍ନରେ ହଟାତ ଦାରିଙ୍ଗବାଡି ଗସ୍ତରେ ଆସିଥିଲେ। ସେ ଉକ୍ତ ବ୍ଲକର ଦୁର୍ଗମ ବ୍ରାହ୍ମଣୀଗାଁ ଥାନା ଅଞ୍ଚଳ ହାତୀମୁଣ୍ଡା…

ଗଲା ଗୋଟିଏ ପରେ ଗୋଟିଏ ଜୀବନ: ୫ ମଇଁଷି ମୃତ

ଖଜୁରିପଡ଼ା,୩୦ା୧ ( ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ଅନ୍ତର୍ଗତ ଚାରିପଡ଼ା ଗ୍ରାମରେ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ୫ଟି ମଇଁଷିଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ବିଦ୍ୟୁତ୍‌ ଖୁଣ୍ଟରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri