Posted inଖେଳ

ଟୁର୍ନାମେଣ୍ଟ ଛାଡ଼ିବାକୁ ରାଜି, ହେଲେ ଟିକା ନେବି ନାହିଁ: ଜୋକାଭିଚ୍‌

ୱାଶିଂଟନ,୧୫।୨: ଗୋଟିଏ ପଟେ ମହାମାରୀ କରୋନା ସହ ଲଢ଼ିବା ଲାଗି ଟିକାକରଣକୁ ଗୁରୁତ୍ୱ ଦିଆଯାଉଥିବା ବେଳେ ଟିକା ନ ନେବା ଜିଦରେ ଅଟଳ ରହିଛନ୍ତି ଟେନିସ ସୁପରଷ୍ଟାର ନୋଭାକ ଜୋକୋଭିଚ। ତାଙ୍କୁ ଟିକା ନେବାକୁ ବାଧ୍ୟ କରାଗଲେ ସେ ବିଭିନ୍ନ ଟୁର୍ନାମେଣ୍ଟରୁ ଓହରି ଯିବାକୁ ବେଶୀ ପସନ୍ଦ କରିବେ ବୋଲି କହିଛନ୍ତି।

ନିକଟରେ ଟିକା ନେଇ ନଥିବାରୁ ଜୋକୋଭିଚ୍‌ଙ୍କୁ ଅଷ୍ଟ୍ରେଲିଆ ଓପନରେ ଖେଳିବାକୁ ଅନୁମତି ମିଳି ନ ଥିଲା। ଏପରିକି ଟୁର୍ନାମେଣ୍ଟ ପୂର୍ବରୁ ଅଷ୍ଟ୍ରେଲିଆରେ ପହଞ୍ଚିଥିବା ଜୋକଭିଚଙ୍କ ଭିସାକୁ ସସପେଣ୍ଡ କରାଯାଇଥିଲା ଓ ତାଙ୍କୁ ଅଟକ କେନ୍ଦ୍ରରେ ମଧ୍ୟ ରଖାଯାଇଥିଲା। ଏହି ଘଟଣା ପରେ ବିବିସିକୁ ସାକ୍ଷାତକାର ଦେଇ ଜୋକୋଭିଚ୍‌ କହିଛନ୍ତି, ନିଜ ଶରୀର ଉପରେ ନିଷ୍ପତ୍ତି ନେବା ମୋ ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ। କୌଣସି ଟାଇଟଲ ମୋ ଶରୀରଠାରୁ ବଡ଼ ନୁହେଁ।

ସାକ୍ଷାତକାର ବେଳେ ଖବରଦାତା ଜୋକାଭିଚ୍‌ଙ୍କୁ ଯଦି ଟିକା ନ ନେବା ପାଇଁ ତାଙ୍କୁ ଫ୍ରେଞ୍ଚ ଓପନ ଏବଂ ୱିମ୍ବଲଡନ୍‌ ଭଳି ବଡ଼ ଟୁର୍ନାମେଣ୍ଟରେ ଭାଗ ନେବାକୁ ଅନୁମତି ମିଳିବ ନାହିଁ, ତାହେଲେ ଆପଣ କ’ଣ କରିବେ ବୋଲି ପଚାରିଥିଲେ। ଏହାର ଜବାବରେ ସେ କହିଛନ୍ତି, ହଁ ଏଥିପାଇଁ ମୁଁ ସବୁ କିଛି ଛାଡ଼ିବାକୁ ପ୍ରସ୍ତୁତ ରହିଛି। ମୋର ଶରୀର ଉପରେ ନିଷ୍ପତ୍ତି ନେବା ମୋ ପାଇଁ ଗୁରୁତ୍ୱପୂର୍ଣ୍ଣ। ଏହି ନୀତିରେ ମୁଁ କେବେ ହେଲେ ବୁଝାମଣା କରିନାହିଁ। ଯେତେଦିନ ଯାଏ ସମ୍ଭବ ମୁଁ ମୋ ଶରୀରକୁ ଯତ୍ନର ସହ ରଖିବାକୁ ଚେଷ୍ଟା କରିବି। ସେଥିପାଇଁ ସବୁକିଛି ଛାଡ଼ିବାକୁ ମୁଁ ରାଜି।

ତେବେ ସର୍ବିଆର ଏହି ଷ୍ଟାର ଟେନିସ ତାରକା ଟିକାକରଣ ଅଭିଯାନକୁ ନେଇ କହିଛନ୍ତି, ମୁଁ କେବେ ହେଲେ ଟିକାକରଣ ବିରୋଧରେ ନାହିଁ। ବିଶ୍ୱସ୍ତରରେ ସମସ୍ତେ ଭାଇରସକୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରୁଛନ୍ତି। ମୁଁ ମଧ୍ୟ ଆଶା କରୁଛି ଭାଇରସ ଉପରେ ବ୍ରେକ ଲାଗିବ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଗୋଟିଏ ଦିନର ମୁଖ୍ୟମନ୍ତ୍ରୀ ହେଲେ ବୁମ୍‌ରା! VIDEOରୁ ଖୋଲିଲା ରାଜ୍‌

ନୂଆଦିଲ୍ଲୀ,୧୬।୫: ଭାରତୀୟ କ୍ରିକେଟ ଦଳର ଷ୍ଟାର ଫାଷ୍ଟ ବୋଲର ଜସପ୍ରୀତ ବୁମରାଙ୍କୁ IPL 2026 ସମୟରେ ଗୋଟିଏ ଦିନ ପାଇଁ ମୁଖ୍ୟମନ୍ତ୍ରୀ ହେବାର ଦେଖାଯାଇଥିଲା। ସେ ବଲିଉଡ…

ସ୍ତ୍ରୀଙ୍କ ପାଇଁ ଆମିଷ ଛାଡ଼ିଦେଲେ କୋହଲି: କହୁ କହୁ କହିଦେଲେ…

ବିରାଟ କୋହଲି ଏବଂ ଅନୁଷ୍କା ଶର୍ମା ବଲିଉଡ ଏବଂ କ୍ରିକେଟ ଉଭୟରେ ସବୁଠାରୁ ଚର୍ଚ୍ଚିତ ଦମ୍ପତିଙ୍କ ମଧ୍ୟରୁ ଜଣେ। ଏହି ଦମ୍ପତି ସେମାନଙ୍କର କଠିନ ପରିଶ୍ରମ ଦ୍ୱାରା…

ଏହି ଦିନ ମାହିକା ଶର୍ମାଙ୍କୁ ବିବାହ କରିବେ ହାର୍ଦ୍ଦିକ ପାଣ୍ଡ୍ୟା! ସାମ୍‌ନାକୁ ଆସିଲା ତାରିଖ, IPL ମଝିରେ କରିବେ ଦ୍ୱିତୀୟ ବିବାହ

ମୁମ୍ବାଇ,୧୬।୫: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗ ମଧ୍ୟରେ କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସୁଛି। ରିପୋର୍ଟ ଅନୁଯାୟୀ ହାର୍ଦ୍ଦିକ…

ଆଇପିଏଲ୍‌ ଛାଡ଼ିଲେ ରାଚିନ ରବୀନ୍ଦ୍ର

କୋଲକାତା,୧୫ା୫: ନ୍ୟୁଜିଲାଣ୍ଡର ଇଂଲଣ୍ଡ ଟେଷ୍ଟ ଟୁର୍‌ ପାଇଁ ପ୍ରସ୍ତୁତି ଆରମ୍ଭ କରିବା ଲାଗି କୋଲକାତା ନାଇଟ୍‌ ରାଇଡର୍ସ (କେକେଆର୍‌) ଅଲ୍‌ରାଉଣ୍ଡର ରାଚିନ ରବୀନ୍ଦ୍ର ଆଇପିଏଲ୍‌ ଛାଡ଼ିଛନ୍ତି। ଗୁଜରାଟ…

ଦଣ୍ଡିତ ହେଲା ପାକିସ୍ତାନ

ମୀରପୁର,୧୫ା୫: ବାଂଲାଦେଶ ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚରେ ସ୍ଲୋ ଓଭର-ରେଟ୍‌ ପାଇଁ ପାକିସ୍ତାନ କ୍ରିକେଟ ଦଳ ଦଣ୍ଡିତ ହୋଇଛି। ଖେଳାଳିଙ୍କ ମ୍ୟାଚ ଫି’ର ୪୦ ପ୍ରତିଶତ ଜରିମାନା…

ଇଶାନଙ୍କୁ ୧ କୋଟି ଟଙ୍କାର ଚେକ୍‌ ଦେଲେ ମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀ, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ, ୧୫।୫: ବିସ୍ଫୋରକ ବ୍ୟାଟସମ୍ୟାନ ଇଶାନ କିଷାନ ଶୁକ୍ରବାର ବିହାର ମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀଙ୍କୁ ଭେଟଛନ୍ତି। ଏହି ସମୟରେ ସମ୍ରାଟ ଚୌଧୁରୀ ପାଟନାର ବାସିନ୍ଦା ଇଶାନ କିଷାନଙ୍କୁ…

ଲଗାତର ପଞ୍ଚମ ପରାଜୟ: ପ୍ଲେଅଫ୍‌ରେ ପହଞ୍ଚିବା ବଢ଼ିଲା ଚିନ୍ତା…

ଧର୍ମଶାଳା,୧୫ା୫: ପିଛା ଛାଡ଼ୁନି ପରାଜୟ। ଶାର୍ଦ୍ଦୁଳ ଠାକୁରଙ୍କ ଘାତକ ବୋଲିଂ ପରେ ତିଲକ ବର୍ମାଙ୍କ ବିସ୍ଫୋରକ ଅର୍ଦ୍ଧଶତକ ବଳରେ ମୁମ୍ବାଇ ଇଣ୍ଡିଆନ୍ସ ୬ ଉଇକେଟରେ ପଞ୍ଜାବ କିଙ୍ଗ୍ସକୁ…

ମୁମ୍ୱାଇ ଇଣ୍ଡିଆନ୍ସ ଆଗରେ ୨୦୧ ରନ୍‌ର ଚ୍ୟାଲେଞ୍ଜିଂ ଟାର୍ଗେଟ

ଧର୍ମଶାଳା,୧୪ା୫: ଚଳିତ ଆଇପିଏଲ୍‌ରେ ଗୁରୁବାର ଖେଳାଯାଇଥିବା ମ୍ୟାଚ୍‌ରେ ମୁମ୍ୱାଇ ଇଣ୍ଡିଆନ୍ସ ଓ ପଞ୍ଜାବ କିଙ୍ଗ୍ସ ପରସ୍ପରକୁ ଭେଟିଛନ୍ତି। ଶାର୍ଦ୍ଦୁଳ ଠାକୁରଙ୍କ ୪ ଉଇକେଟ ସଫଳତା ସତ୍ତ୍ୱେ ପଞ୍ଜାବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri