ଆତ୍ମହତ୍ୟା ଏଡ଼ାଇବାକୁ ସାମଗ୍ରିକ ରଣନୀତି ଆବଶ୍ୟକ

ଭୁବନେଶ୍ୱର,୫।୯ (ବ୍ୟୁରୋ):ବର୍ତ୍ତମାନ ଆତ୍ମହତ୍ୟା ପ୍ରବଣତା ଦିନକୁ ଦିନ ବଢିବାରେ ଲାଗିଛି। ପାରିବାରିକ କଳହ, ପ୍ରେମ ପ୍ରତାରଣା, ଅର୍ଥନୈତିକ ସମସ୍ୟା ଭଳି ଅନ୍ୟାନ୍ୟ କାରଣ ପାଇଁ ସେଲିବ୍ରିଟି ହୁଅନ୍ତୁ ବା ସାଧାରଣ ଲୋକ ଜୀବନ ହାରିଦେଉଛନ୍ତି। ୨୦୨୧ ଏନ୍‌ସିଆର୍‌ବି ରିପୋର୍ଟ ମୁତାବକ, ଆତ୍ମହତ୍ୟା ମାମଲା ଦେଶରେ ୧୨ ପ୍ରତିଶତ ରହିଥିବାବେଳେ ଓଡିଶାରେ ୧୨.୫ ପ୍ରତିଶତ ରହିଛି। ଜାତୀୟ ହାରଠାରୁ ଓଡ଼ିଶାରେ ଆମତ୍ହତ୍ୟା ହାର ଅଧିକ ଥିବାରୁ ଅଧିକ ସଚେତନତା ଆବଶ୍ୟକ ରହିଛି। ଏଥିସହ ଆତ୍ମହତ୍ୟା ପ୍ରବଣତା ପଛର କାରଣ ବୁଝାଇଛନ୍ତି ମାନସିକ ରୋଗ ବିଶେଷଜ୍ଞ ଡା. ସୌମିତ୍ର ପଠାରେ। ପୋଲିସ ସେବା ଭବନରେ ରବିବାର ଭୁବନେଶ୍ୱର-କଟକ କମିଶନରେଟ ପୋଲିସ ପକ୍ଷରୁ ‘ସୁଇସାଇଡ୍‌ ଆଣ୍ଡ୍‌ ଲ’ ଏନ୍‌ଫୋର୍ସମେଣ୍ଟ’ ସମ୍ପର୍କିତ କର୍ମଶାଳା ଆୟୋଜିତ ହୋଇଥିଲା। ମୁଖ୍ୟ ଅତିଥି ଭାବେ ଡ. ପଠାରେ ଯୋଗଦେଇ କହିଛନ୍ତି, କ୍ରମାଗତ ଭାବେ ଆତ୍ମହତ୍ୟା ମାମଲା ବୃଦ୍ଧି ପାଇବା ଜନସାଧାରଣଙ୍କ ମନରେ ଏକ ନକାରାତ୍ମକ ଭାବନା ସୃଷ୍ଟି କରୁଛି। ତେଣୁ ଆତ୍ମହତ୍ୟାର କାରଣ, ନିରାକରଣ, ତଦନ୍ତର ଦିଗ ଉପରେ ସେ ତର୍ଜମା କରି ବିଶ୍ଳେଷଣାତ୍ମକ ତଥ୍ୟ ରଖିଥିଲେ। ସେହିଭଳି ଆତ୍ମହତ୍ୟା କ୍ଷେତ୍ରରେ ଗଣମାଧ୍ୟମର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହୁଥିବାରୁ ବହୁ ଯତ୍ନଶୀଳ ହୋଇ ଖବର ପରିବେଷଣ କରିବା ନିହାତି ଆବଶ୍ୟକ ବୋଲି ସେ କହିଥିଲେ। ଏଥିସହ ଆତ୍ମହତ୍ୟା ତଥ୍ୟକୁ ଠିକ ଭାବରେ ସଂଗ୍ରହ କରିବାକୁ ପୋଲିସ ଅଧିକାରୀଙ୍କୁ ଡ. ପଠାରେ ପରାମର୍ଶ ଦେବା ସହ ରାଜ୍ୟରେ ବୃଦ୍ଧି ପାଉଥିବା ଆତ୍ମହତ୍ୟାର ମୁକାବିଲା ପାଇଁ ସାମଗ୍ରିକ ରଣନୀତି ପ୍ରସ୍ତୁତ କରିବାକୁ ଓଡ଼ିଶା ସରକାରଙ୍କୁ ଅନୁରୋଧ କରିଛନ୍ତି।
ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ସୁନୀଲ ବଂଶଲ କହିଲେ, ସମାଜରେ ଆତ୍ମହତ୍ୟାକୁ ସମ୍ପୂର୍ଣ୍ଣ ରୋକାଯାଇପାରିବ ନାହିଁ। କିଛି ଲୋକଙ୍କ ପାଖରେ ଜନ୍ମରୁ ଆତ୍ମହତ୍ୟା ପ୍ରବଣତା ଦେଖାଯାଏ। ଆଉ ଯେଉଁମାନେ ଆତ୍ମହତ୍ୟା କରୁଛନ୍ତି ତାହା ଭୁଲ୍‌ ଧାରଣା। ଏଭଳି କ୍ଷେତ୍ରରେ କମିଶନରେଟ ପୋଲିସର ଏହି କର୍ମଶାଳା ନିଆର ପଦକ୍ଷେପ ବୋଲି ସେ କହିଥିଲେ। ଏହି କର୍ମଶାଳାରେ ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ, ଅତିରିକ୍ତ ପୋଲିସ କମିଶନର ଉମାଶଙ୍କର ଦାଶ, ଭୁବନେଶ୍ୱର ଡିସିପି ପ୍ରତୀକ ସିଂଙ୍କ ସହ ବହୁ ପୋଲିସ ଅଧିକାରୀ, ମନସ୍ତତ୍ତ୍ୱବିତ୍‌ ଓ ବିଶେଷଜ୍ଞ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଧୋଇଗଲା ୨୦ ଫୁଟର ରାସ୍ତା, ଝରିଗାଁ-ଡାବୁଗାଁ ମୁଖ୍ୟ ରାସ୍ତାରେ ଯାତାୟାତ ବନ୍ଦ

ଝରିଗାଁ,୨୩ା୮(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକରେ ଲଗାଣ ବର୍ଷା ଯୋଗୁ ଝରିଗାଁ ବ୍ଲକ କୁଟ୍ରିଛାପର ପଞ୍ଚାୟତ ଅନ୍ତର୍ଗତ ଚିକିଲି ନଦୀର ସୁରକ୍ଷା ପାଚେରୀ ସହ…

ଚିନିର ମୂଲ୍ୟ କିଲୋଗ୍ରାମ ପିଛା ୨୦ଟଙ୍କାରେ ପହଞ୍ଚିବା ପରେ କ’ଣ କହିଥିଲେ ଅଟଳ ବିହାରୀ ବାଜପେୟୀ? ଭିଡ଼ିଓ ହେଉଛି ଭାଇରାଲ, ତେଜିଲାଣି ରାଜନୀତି!

ନୂଆଦିଲ୍ଲୀ,୨୩।୮: ଚିନିର ମୂଲ୍ୟ ବୃଦ୍ଧି ପୁଣି ଥରେ ସାଧାରଣ ଲୋକଙ୍କ ବଜେଟକୁ ବାଧା ଦେବା ଆରମ୍ଭ କରିଛି। ଦେଶର ଅନେକ ରାଜ୍ୟରେ ଚିନିର ମୂଲ୍ୟ ପ୍ରତି କିଲୋଗ୍ରାମ…

ସ୍ୱାମୀଙ୍କୁ ନଜଣାଇ ଟ୍ରଙ୍କରେ ରଖିଥିଲେ ୧୨ ଲକ୍ଷ, ସବୁ ଖାଇଦେଲା ମୂଷା! ତାପରେ….

ଲକ୍ଷ୍ନୌ,୨୩।୮: ତ୍ତତ୍ତରପ୍ରଦେଶର ଗୋଣ୍ଡାରୁ ଏପରି ଏକ ଘଟଣା ସାମ୍ନାକୁ ଆସିଛି, ଯାହାକୁ ନେଇ ସୋସିଆଲ ମିଡିଆରେ ବେଶ୍ ଚର୍ଚ୍ଚା ହେଉଛି । ଜଣେ ମହିଳା ପ୍ରାୟ ୮…

SIM କାର୍ଡ ନିୟମରେ ବଡ଼ ପରିବର୍ତ୍ତନ! କାଲିଠୁ ଏମାନଙ୍କର କଟିଯିବ କନେକ୍ସନ…

ଯଦି ଆପଣଙ୍କ ନାମରେ ଏକାଧିକ ମୋବାଇଲ୍ ସିମ୍ କାର୍ଡ ଅଛି, ତେବେ ଏହି ଖବର ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ। ସରକାର ଏବେ ନିର୍ଦ୍ଧାରିତ ସୀମାଠାରୁ ଅଧିକ ମୋବାଇଲ୍…

କ୍ୟାରିଅର ଶେଷ! ଭାରତୀୟ କ୍ରିକେଟରଙ୍କ ଅବସର ଘୋଷଣା, ଟେଷ୍ଟ, ODI,T20 ଫର୍ମାଟରେ ଟିମ ଇଣ୍ଡିଆ ପାଇଁ କରିଛନ୍ତି ଚମତ୍କାର ପ୍ରଦର୍ଶନ

ନୂଆଦିଲ୍ଲୀ,୨୩।୮: ଗୋଟିଏ ଟେଷ୍ଟ, ଦୁଇଟି ଦିନିକିଆ ଏବଂ ଗୋଟିଏ ଟି-୨୦ରେ ଭାରତର ପ୍ରତିନିଧିତ୍ୱ କରିଥିବା ଲେଗ-ସ୍ପିନର କର୍ଣ୍ଣ ଶର୍ମା ଅନ୍ତର୍ଜାତୀୟ ଏବଂ ଭାରତୀୟ ଘରୋଇ କ୍ରିକେଟରୁ ଅବସର…

ଜନ୍ତର-ମନ୍ତର ଭଳି ପୁଣି ଆନ୍ଦୋଳନର ଚେତାବନୀ ଦେଲା CJP, ଏହିଦିନ ଯୁବବର୍ଗ….

ନୂଆଦିଲ୍ଲୀ,୨୩।୮: ଜନ୍ତର ମନ୍ତରରେ ଚାଲିଥିବା ବିରୋଧ ପ୍ରଦର୍ଶନ ସମୟରେ କେନ୍ଦ୍ର ସରକାର ଦେଇଥିବା ପ୍ରତିଶ୍ରୁତି ପୂରଣ କରିବାକୁ ଦାବି କରିଛି କକ୍ରୋଚ ଜନତା ପାର୍ଟି (CJP) ।…

ନାବାଳିକାଙ୍କୁ ବଳାତ୍କାର କରି ଗର୍ଭବତୀ କରିଥିବା ଅଭିଯୋଗ: ଜଣେ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ

ବଞ୍ଚୋ,୨୩ା୮(ପ୍ରଦୋଷ ବିଶ୍ୱାଳ): ଜଣେ ନାବାଳିକାଙ୍କୁ ବଳାତ୍କାର କରି ଗର୍ଭବତୀ କରିଥିବା ଅଭିଯୋଗରେ ରାମଚନ୍ଦ୍ରପୁର ପୋଲିସ ଜଣେ ଅଭିଯୁକ୍ତଙ୍କୁ ଗିରଫ କରି ପୋକ୍ସୋ କୋର୍ଟକୁ ପଠାଇଛି। ଏନେଇ ରାମଚନ୍ଦ୍ରପୁର…

କେନ୍ଦ୍ରୀୟ କର୍ମଚାରୀଙ୍କ ବଢିବ ଦରମା, ରାକ୍ଷୀରେ ଆସିବ DA!

ନୂଆଦିଲ୍ଲୀ,୨୩।୮: ଦେଶବ୍ୟାପୀ ଲକ୍ଷ ଲକ୍ଷ କେନ୍ଦ୍ରୀୟ କର୍ମଚାରୀ ଏବଂ ପେନଶନଭୋଗୀ ଅଷ୍ଟମ ବେତନ ଆୟୋଗ (8th Pay Commission) ଗଠନକୁ ଅପେକ୍ଷା କରିଥିବା ବେଳେ, ବର୍ତ୍ତମାନ ସେମାନଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri