ଆତ୍ମହତ୍ୟା ଏଡ଼ାଇବାକୁ ସାମଗ୍ରିକ ରଣନୀତି ଆବଶ୍ୟକ

ଭୁବନେଶ୍ୱର,୫।୯ (ବ୍ୟୁରୋ):ବର୍ତ୍ତମାନ ଆତ୍ମହତ୍ୟା ପ୍ରବଣତା ଦିନକୁ ଦିନ ବଢିବାରେ ଲାଗିଛି। ପାରିବାରିକ କଳହ, ପ୍ରେମ ପ୍ରତାରଣା, ଅର୍ଥନୈତିକ ସମସ୍ୟା ଭଳି ଅନ୍ୟାନ୍ୟ କାରଣ ପାଇଁ ସେଲିବ୍ରିଟି ହୁଅନ୍ତୁ ବା ସାଧାରଣ ଲୋକ ଜୀବନ ହାରିଦେଉଛନ୍ତି। ୨୦୨୧ ଏନ୍‌ସିଆର୍‌ବି ରିପୋର୍ଟ ମୁତାବକ, ଆତ୍ମହତ୍ୟା ମାମଲା ଦେଶରେ ୧୨ ପ୍ରତିଶତ ରହିଥିବାବେଳେ ଓଡିଶାରେ ୧୨.୫ ପ୍ରତିଶତ ରହିଛି। ଜାତୀୟ ହାରଠାରୁ ଓଡ଼ିଶାରେ ଆମତ୍ହତ୍ୟା ହାର ଅଧିକ ଥିବାରୁ ଅଧିକ ସଚେତନତା ଆବଶ୍ୟକ ରହିଛି। ଏଥିସହ ଆତ୍ମହତ୍ୟା ପ୍ରବଣତା ପଛର କାରଣ ବୁଝାଇଛନ୍ତି ମାନସିକ ରୋଗ ବିଶେଷଜ୍ଞ ଡା. ସୌମିତ୍ର ପଠାରେ। ପୋଲିସ ସେବା ଭବନରେ ରବିବାର ଭୁବନେଶ୍ୱର-କଟକ କମିଶନରେଟ ପୋଲିସ ପକ୍ଷରୁ ‘ସୁଇସାଇଡ୍‌ ଆଣ୍ଡ୍‌ ଲ’ ଏନ୍‌ଫୋର୍ସମେଣ୍ଟ’ ସମ୍ପର୍କିତ କର୍ମଶାଳା ଆୟୋଜିତ ହୋଇଥିଲା। ମୁଖ୍ୟ ଅତିଥି ଭାବେ ଡ. ପଠାରେ ଯୋଗଦେଇ କହିଛନ୍ତି, କ୍ରମାଗତ ଭାବେ ଆତ୍ମହତ୍ୟା ମାମଲା ବୃଦ୍ଧି ପାଇବା ଜନସାଧାରଣଙ୍କ ମନରେ ଏକ ନକାରାତ୍ମକ ଭାବନା ସୃଷ୍ଟି କରୁଛି। ତେଣୁ ଆତ୍ମହତ୍ୟାର କାରଣ, ନିରାକରଣ, ତଦନ୍ତର ଦିଗ ଉପରେ ସେ ତର୍ଜମା କରି ବିଶ୍ଳେଷଣାତ୍ମକ ତଥ୍ୟ ରଖିଥିଲେ। ସେହିଭଳି ଆତ୍ମହତ୍ୟା କ୍ଷେତ୍ରରେ ଗଣମାଧ୍ୟମର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହୁଥିବାରୁ ବହୁ ଯତ୍ନଶୀଳ ହୋଇ ଖବର ପରିବେଷଣ କରିବା ନିହାତି ଆବଶ୍ୟକ ବୋଲି ସେ କହିଥିଲେ। ଏଥିସହ ଆତ୍ମହତ୍ୟା ତଥ୍ୟକୁ ଠିକ ଭାବରେ ସଂଗ୍ରହ କରିବାକୁ ପୋଲିସ ଅଧିକାରୀଙ୍କୁ ଡ. ପଠାରେ ପରାମର୍ଶ ଦେବା ସହ ରାଜ୍ୟରେ ବୃଦ୍ଧି ପାଉଥିବା ଆତ୍ମହତ୍ୟାର ମୁକାବିଲା ପାଇଁ ସାମଗ୍ରିକ ରଣନୀତି ପ୍ରସ୍ତୁତ କରିବାକୁ ଓଡ଼ିଶା ସରକାରଙ୍କୁ ଅନୁରୋଧ କରିଛନ୍ତି।
ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ସୁନୀଲ ବଂଶଲ କହିଲେ, ସମାଜରେ ଆତ୍ମହତ୍ୟାକୁ ସମ୍ପୂର୍ଣ୍ଣ ରୋକାଯାଇପାରିବ ନାହିଁ। କିଛି ଲୋକଙ୍କ ପାଖରେ ଜନ୍ମରୁ ଆତ୍ମହତ୍ୟା ପ୍ରବଣତା ଦେଖାଯାଏ। ଆଉ ଯେଉଁମାନେ ଆତ୍ମହତ୍ୟା କରୁଛନ୍ତି ତାହା ଭୁଲ୍‌ ଧାରଣା। ଏଭଳି କ୍ଷେତ୍ରରେ କମିଶନରେଟ ପୋଲିସର ଏହି କର୍ମଶାଳା ନିଆର ପଦକ୍ଷେପ ବୋଲି ସେ କହିଥିଲେ। ଏହି କର୍ମଶାଳାରେ ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ, ଅତିରିକ୍ତ ପୋଲିସ କମିଶନର ଉମାଶଙ୍କର ଦାଶ, ଭୁବନେଶ୍ୱର ଡିସିପି ପ୍ରତୀକ ସିଂଙ୍କ ସହ ବହୁ ପୋଲିସ ଅଧିକାରୀ, ମନସ୍ତତ୍ତ୍ୱବିତ୍‌ ଓ ବିଶେଷଜ୍ଞ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମେ ଦ୍ୱିତୀୟ ସପ୍ତାହ ଆରମ୍ଭ ଯାଏଁ ଜାରି ରହିବ ତାତି!

ଭୁବନେଶ୍ୱର,୨୫।୪: ସମଗ୍ର ଓଡ଼ିଶାରେ ପ୍ରଚଣ୍ଡ ତାତି ଜାରି ରହିଛି। ସକାଳ ୮ଟା ରେ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି। ଗୁରୁବାର ପୂର୍ବାହ୍ନ ୧୧ଟା ୩୦ ସୁଦ୍ଧା...

ପୋଖରୀରେ ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ଭଉଣୀ

ଗୋପ,୨୫ା୪(ଭାରତୀ ଭୂଷଣ): ପୋଖରୀରେ ଗାଧୋଇବା ହେଲା କାଳ। ଦୁଇ ଭଉଣୀ ଗୁରୁବାର ପୋଖରୀରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ପୁରୀ ଜିଲା ଗୋପ ଥାନା ଡଭାର ଗାଁରେ...

ଏମ୍‌ପି ସୁରେଶ ପୂଜାରୀଙ୍କ ଘର ପରିସରରେ ଖସିଲା ଡ୍ରୋନ୍‌

ଭୁବନେଶ୍ୱର,୨୫।୪: ଏମ୍‌ପି ସୁରେଶ ପୂଜାରୀଙ୍କ ଘର ପରିସରରେ ଖସିଲା ଡ୍ରୋନ୍‌। ବେଲପାହାଡ଼ ଗାନ୍ଧି ଛକ ଆମ୍ବଝର ନିକଟ ଭଡ଼ା ଘର ପରିସରରେ ଡ୍ରୋନ୍‌ ପଡିଥିବା ସୂଚନା...

ପୁରୀରେ ପହଞ୍ଚିଲା ତୃତୀୟ ପର୍ଯ୍ୟାୟ ରଥକାଠ

ପୁରୀ,୨୫ା୪: ପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ନୟାଗଡ଼ରୁ ତୃତୀୟ ପର୍ଯ୍ୟାୟ ରଥକାଠ ଆସି ବଡ଼ଦାଣ୍ଡସ୍ଥିତ ରଥଖଳାରେ ପହଞ୍ଚିଛି। ଆସିଥିବା କାଠରେ ୨୩ ଖଣ୍ଡ...

ନିଜେ ପଞ୍ଚମ ଫେଲ୍, ଚାକିରି ଦେବା ଆଳରେ ଠକିନେଲେ ୨କୋଟିରୁ ଊର୍ଦ୍ଧ୍ୱ ଟଙ୍କା 

ସୋର, ୨୫।୪: (ଜନ୍ମେଜୟ ମିଶ୍ର): ଚାକିରି କରାଇ ଦେବାର ଆଳ ଦେଖାଇ ବାଲେଶ୍ୱର ଜିଲା ସୋର ଅଞ୍ଚଳର ଜଣେ ଯୁବକ ବିଭିନ୍ନ ଲୋକଙ୍କଠାରୁ ୨କୋଟିରୁ ଊର୍ଦ୍ଧ୍ୱ...

ନିଜ ଦେହରେ କିରୋସିନ ନିଆଁ ଲଗାଇ ଦେଲେ ମହିଳା, ରକ୍ଷା କରିବାକୁ ଯାଇ ସ୍ବାମୀ ଗୁରୁତର

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା କାଠକଟା ଗାଁରେ ବୁଧବାର ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପରିବାରିକ କଳହରୁ ଜଣେ...

ଗଣିତ ଦକ୍ଷତା ବୃଦ୍ଧି ପାଇଁ ରୂପରେଖ ପ୍ରସ୍ତୁତ

ଭୁବନେଶ୍ୱର, ୨୫।୪(ଅସମାପିକା ସାହୁ)ଗଣିତ ଶିକ୍ଷାରେ କିପରି ସରକାରୀ ଏବଂ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟର ଛାତ୍ରୀଛାତ୍ର ଦକ୍ଷ ହେବା ସହ ଉନ୍ନତ ପ୍ରଦର୍ଶନ କରିବେ ସେଥିପାଇଁ ବିଦ୍ୟାଳୟ...

ଅମରେନ୍ଦ୍ରଙ୍କୁ ଖୋଲା ଚ୍ୟାଲେଞ୍ଜ କଲେ ଚିରଞ୍ଜୀବ

ଜଗତ୍‌ସିଂହପୁର, ୨୫ା୪(ପ୍ରମୋଦ କୁମାର ନାୟକ)ବରିଷ୍ଠ କଂଗ୍ରେସ ନେତା ଚିରଞ୍ଜୀବ ବିଶ୍ୱାଳ ଦଳ ଛାଡ଼ି ବିଜେଡିରେ ମିଶିଥିଲେ ସୁଦ୍ଧା ୨୦୨୪ ସାଧାରଣ ନିର୍ବାଚନରେ ପ୍ରାର୍ଥୀ ହୋଇନାହାନ୍ତି। କିନ୍ତୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri