Posted inଜାତୀୟ

ଆଜି ରାଷ୍ଟ୍ରପତି ନିର୍ବାଚନ

ନୂଆଦିଲ୍ଲୀ,୧୮ା୭: ଭାରତର ପଞ୍ଚଦଶ ରାଷ୍ଟ୍ରପତି ନିର୍ବାଚନ ସୋମବାର ଅନୁଷ୍ଠିତ ହେବ। ଦେଶର ସର୍ବୋଚ୍ଚ ସାମ୍ବିଧାନିକ ପଦବୀ ପାଇଁ ହେଉଥିବା ଏହି ବହୁପ୍ରତୀକ୍ଷିତ ନିର୍ବାଚନ ଲାଗି ଭାଜପା ନେତୃତ୍ୱାଧୀନ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନ୍‌ଡିଏ) ପକ୍ଷରୁ ଓଡ଼ିଶାର ପୂର୍ବତନ ମନ୍ତ୍ରୀ ତଥା ଝାଡ଼ଖଣ୍ଡର ପ୍ରାକ୍ତନ ରାଜ୍ୟପାଳ ଦ୍ରୌପଦୀ ମୁର୍ମୁଙ୍କୁ ପ୍ରାର୍ଥୀ କରାଯାଇଥିବାବେଳେ ବିରୋଧୀ ଦଳଗୁଡ଼ିକ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଯଶଓ୍ବନ୍ତ ସିହ୍ନାଙ୍କୁ ପ୍ରାର୍ଥୀ କରିଛନ୍ତି। ଦ୍ରୌପଦୀଙ୍କ ସପକ୍ଷରେ ୬୦%ରୁ ଊର୍ଦ୍ଧ୍ୱ ଭୋଟ ଥିବାରୁ ତାଙ୍କ ବିଜୟ ସମ୍ଭାବନା ଉଜ୍ଜ୍ୱଳ ରହିଛି। ପାର୍ଲାମେଣ୍ଟ ହାଉସ୍‌ ଏବଂ ବିଧାନସଭାଗୁଡ଼ିକରେ ପୂର୍ବାହ୍ନ ୧୦ଟାରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ମତଦାନ ଚାଲିବ। ଏଥିପାଇଁ ବାଲଟ୍‌ ବାକ୍ସ ପହଞ୍ଚତ୍ସାରିଛି ଏବଂ ଭୋଟିଂ ଲାଗି ସବୁ ପ୍ରକାର ବନ୍ଦୋବସ୍ତ ହୋଇଛି। ଜୁଲାଇ ୨୧ (ଗୁରୁବାର)ରେ ଭୋଟ ଗଣତି କରାଯିବ।
ବର୍ତ୍ତମାନର ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ କାର୍ଯ୍ୟକାଳ ଜୁଲାଇ ୨୪ରେ ଶେଷ ହେବ। ନୂଆ ରାଷ୍ଟ୍ରପତି ୨୫ ତାରିଖରେ ଶପଥ ନେବେ। ତେଣୁ ସମ୍ବିଧାନର ଅନୁଚ୍ଛେଦ ୫୫ ଅନୁସାରେ ସୋମବାର ଭାରତର ପ୍ରଥମ ନାଗରିକଙ୍କୁ ବାଛିବା ପାଇଁ ନିର୍ବାଚନ କରାଯିବ। ଏଥିରେ ଇଲେକ୍ଟୋରାଲ କଲେଜ (ବିଧାନ ମଣ୍ଡଳୀ)ର ପ୍ରାୟ ୪,୮୦୯ ନିର୍ବାଚିତ ଏମ୍‌ପି ଏବଂ ବିଧାୟକ ମତଦାନ କରିବେ। ସେମାନଙ୍କ ମଧ୍ୟରେ ରାଜ୍ୟ ସଭାର ୨୩୩ ଓ ଲୋକ ସଭାର ୫୪୩ ସଦସ୍ୟ ଅଛନ୍ତି। ସେହିପରି ସମସ୍ତ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳ ଦିଲ୍ଲୀ ଓ ପଣ୍ଡିଚେରୀ ବିଧାନସଭାର ସଦସ୍ୟଙ୍କ ସଂଖ୍ୟା ହେଉଛି ୪୦୩୩। ବିଧାୟକମାନଙ୍କ ଭୋଟ ମୂଲ୍ୟ ସମ୍ପୃକ୍ତ ରାଜ୍ୟ ବା କେନ୍ଦ୍ରଶାସିତ ଅଞ୍ଚଳର ଜନସଂଖ୍ୟା ଆଧାରରେ ସ୍ଥିର କରାଯାଇଥାଏ। ଉତ୍ତର ପ୍ରଦେଶ ବିଧାୟକଙ୍କ ଭୋଟ ମୂଲ୍ୟ ୪୦୩ ରହିଥିବାବେଳେ ସିକିମ ଏମ୍‌ଏଲ୍‌ଏଙ୍କ ଭୋଟ ମୂଲ୍ୟ ହେଉଛି ୭। ଜମ୍ମୁ-କଶ୍ମୀର ବିଧାନସଭା ଭଙ୍ଗ ହୋଇଥିବାରୁ ପ୍ରତ୍ୟେକ ଏମ୍‌ପିଙ୍କ ଭୋଟ ମୂଲ୍ୟ ୭୦୮ରୁ ୭୦୦କୁ ଖସିଛି। ଏନ୍‌ଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ଓଡ଼ିଶାର ଶାସକ ବିଜୁ ଜନତା ଦଳ (ବିଜେଡି) ସମେତ ଓ୍ବାଇଏସ୍‌ଆର୍‌ସିପି, ବିଏସ୍‌ପି, ଏଆଇଏଡିଏମ୍‌କେ, ଟିଡିପି, ଜେଡିଏସ୍‌, ଶିରୋମଣି ଅକାଳୀ ଦଳ, ଶିବସେନା ଏବଂ ଜେଏମ୍‌ଏମ୍‌ ସମର୍ଥନ ଘୋଷଣା କରିଛନ୍ତି। ଇଲେକ୍ଟୋରାଲ କଲେଜର ମୋଟ ଭୋଟ ସଂଖ୍ୟା ୧୦,୮୬,୪୩୧ ଥିବାବେଳେ ତହିଁରୁ ଦ୍ରୌପଦୀଙ୍କୁ ୬.୬୭ ଲକ୍ଷରୁ ଅଧିକ ଭୋଟ ମିଳିପାରେ। ଏପରି ହେଲେ ପ୍ରାୟ ଦୁଇ-ତୃତୀୟାଂଶ ଭୋଟ ସହ ଦ୍ରୌପଦୀ ପ୍ରଥମ ଆଦିବାସୀ ମହିଳା ରୂପେ ଦେଶର ସର୍ବୋଚ୍ଚ ସାମ୍ବିଧାନିକ ପଦବୀ ଅଳଙ୍କୃତ କରିବେ। ସେହିପରି ସେ ସ୍ବାଧୀନୋତ୍ତର ଭାରତରେ ଜନ୍ମିତ ପ୍ରଥମ ରାଷ୍ଟ୍ରପତି ହେବାର ସୌଭାଗ୍ୟ ମଧ୍ୟ ଲାଭ କରିବେ। ଅନ୍ୟପକ୍ଷେ ତୃଣମୂଳ କଂଗ୍ରେସ (ଟିଏମ୍‌ସି) ନେତା ଯଶଓ୍ବନ୍ତ ସିହ୍ନାଙ୍କୁ କଂଗ୍ରେସ, ଡିଏମ୍‌କେ, ଏଆଇୟୁଏମ୍‌ଏଲ୍‌, ଆର୍‌ଜେଡି ଏବଂ ଏଏପି ଭଳି ବିରୋଧୀ ଦଳଗୁଡ଼ିକ ସମର୍ଥନ କରିବାକୁ ଘୋଷଣା କରିଛନ୍ତି। ଦ୍ରୌପଦୀଙ୍କ ବିଜୟ ଏକପ୍ରକାର ନିଶ୍ଚିତ ଥିଲେ ମଧ୍ୟ ଗଣତାନ୍ତ୍ରିକ ବ୍ୟବସ୍ଥା ଅନୁସାରେ ବିରୋଧୀ ତାଙ୍କୁ ପ୍ରାର୍ଥୀ କରିଛନ୍ତି। ସୋମବାର ହେବାକୁ ଥିବା ଭୋଟ ଉପରେ ଏବେ ସମସ୍ତଙ୍କ ନଜର ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଦମଦାର ବିଜୟ ସହ ସିଜିନ୍‌ ଆରମ୍ଭ କଲା ରାଜସ୍ଥାନ ରୟାଲ

ଗୁଆହାଟୀ,୩୦।୩: ରାଜସ୍ଥାନ ରୟାଲ୍ସ ଏକ ଦମଦାର ବିଜୟ ସହିତ IPL 2026 ସିଜିନ ଆରମ୍ଭ କରିଛି। ଗୁଆହାଟୀରେ ଖେଳାଯାଇଥିବା ସେମାନଙ୍କର ପ୍ରଥମ ମ୍ୟାଚରେ ରାଜସ୍ଥାନ ରୟାଲ୍ସ ସମ୍ପୂର୍ଣ୍ଣ…

୧୫ କିଲୋ ଗଞ୍ଜେଇ ସହ ଯୁବକଙ୍କୁ ବାନ୍ଧିଲା ପୋଲିସ

ନନ୍ଦପୁର,୩୦।୩( ତୁଷାର କାନ୍ତ ମହାନ୍ତି): ନନ୍ଦପୁର ଅବକାରୀ ଦଳ ସୋମବାର ଜଣେ ଯୁବକଙ୍କୁ ୧୫ କିଲୋ ୨୦୦ ଗ୍ରାମ ଗଞ୍ଜେଇ ସହ ଗିରଫ କରିଛି। ନନ୍ଦପୁର ଅଞ୍ଚଳରୁ…

ଡାକ୍ତରଙ୍କ ପାଖକୁ ଯାଆନ୍ତୁ ନିଶିକାନ୍ତ ଦୁବେ: ବର୍ଷିଲେ ନବୀନ

ଭୁବନେଶ୍ୱର, ୩୦।୩: ଏମ୍‌ପି ନିଶିକାନ୍ତ ଦୁବେଙ୍କ ଦ୍ୱାରା ବିଜୁ ବାବୁଙ୍କ ବାବଦରେ ରବିବାର ରଖାଯାଇଥିବା ବିବୃତ୍ତି ଶୁଣି ଆଶ୍ଚର୍ଯ୍ୟ ହେଲି। ତାଙ୍କର ଏଭଳି ମନ୍ତବ୍ୟକୁ ନିନ୍ଦା କରୁଛି।…

ବିଜୁ ପଟ୍ଟନାୟକଙ୍କ ଉପରେ ଅସମ୍ମାନଜନକ ମନ୍ତବ୍ୟକୁ ନେଇ ମୁହଁ ଖୋଲିଲେ ବୈଜୟନ୍ତ ପଣ୍ଡା: କହୁ କହୁ କହିଦେଲେ…

ଭୁବନେଶ୍ୱର,୩୦।୩: ଭାଜପା ଏମ୍‌ପି ନିଶିକାନ୍ତ ଦୁବେ ସ୍ବର୍ଗତଃ ବିଜୁ ପଟ୍ଟନାୟକଙ୍କୁ ଉପରେ ଦେଇଥିବା ମନ୍ତବ୍ୟକୁ ନେଇ ରାଜନୀତି ଜୋର ଧରିଛି। ବିଜୁ ବାବୁଙ୍କ ପ୍ରତି ମନ୍ତବ୍ୟ ନେଇ…

ନାବାଳିକାଙ୍କୁ ଅପହରଣ କରିନେଇଥିଲେ ଶୁଭମ, ବଳାତ୍କାର ପରେ…

ଦିଗପହଣ୍ଡି,୩୦।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଧିନ ଏକ ଗାଁରୁ ଆକସ୍ମିକ ଭାବେ ନିଖୋଜ ହୋଇଯାଇଥିବା ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ପାଟପୁର ପୋଲିସ…

କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା: ଚାଷୀ ଶୁଣିଲେ ହୋଇଯିବେ ଖୁସି

ନୂଆଦିଲ୍ଲୀ,୩୦।୩: ଦେଶରେ ଆଗାମୀ ଖରିଫ ଋତୁକୁ ନେଇ ଚାଷୀମାନେ କିଛି ଆଶ୍ୱସ୍ତି ପାଇଛନ୍ତି। କେନ୍ଦ୍ର ସରକାର ସ୍ପଷ୍ଟ କରିଛନ୍ତି ଯେ ଦେଶରେ ପ୍ରଚୁର ପରିମାଣରେ ସାର ଗଚ୍ଛିତ…

ମୋଦିଙ୍କୁ ନେଇ ଏମିତି କହିଦେଲେ ଓମାର ଅବଦୁଲ୍ଲା: ରାଜନୀତିରେ ହଲଚଲ

ଶ୍ରୀନଗର,୩୦।୩: ଜମ୍ମୁ ଏବଂ କଶ୍ମୀର ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଯୁଦ୍ଧକୁ ନେଇ ନିଜ ମତ ରଖିଛନ୍ତି। ସେ କହିଛନ୍ତି, ଆମେ ନିଶ୍ଚିତ ଭାବରେ ଆଶା କରୁଛୁ ଯେ…

ଦିଗପହଣ୍ଡିରେ ଅସାମାଜିକ ଯୁବକଙ୍କ ଆତଙ୍କ: ଦେଶୀମଦ ପାଇଁ କରୁଛନ୍ତି ଚୋରି

ଦିଗପହଣ୍ଡି,୩୦।୩(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ସହରରେ ଅସାମାଜିକ ଯୁବକଙ୍କ ଆତଙ୍କରାଜ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ପୁଞ୍ଜିକଂୟା ଛକ, ବଜାର ସାହି, ଜନତା ଲେନ, ମେଡିକାଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri