Posted inଜାତୀୟ

ରାଷ୍ଟ୍ରପତି ନିର୍ବାଚନ, ପାରସ୍ପରିକ ମତଭେଦଠାରୁ ଦୂରେଇ ରହି କାର୍ଯ୍ୟ କରିବାକୁ କଂଗ୍ରେସର ଆହ୍ବାନ…

ନୂଆଦିଲ୍ଲୀ, ୧୨।୬ : ଦେଶରେ ଜୁଲାଇ ୧୮ରେ ହେବାକୁଥିବା ରାଷ୍ଟ୍ରପତି ନିର୍ବାଚନ ପରିପ୍ରେକ୍ଷୀରେ ବିରୋଧୀ ଦଳର ନେତାମାନଙ୍କୁ ଏକଜୁଟ କରିବା ଲାଗି ପଶ୍ଚିମବଙ୍ଗ ମୁଖ୍ୟନ୍ତ୍ରୀ ମମତା ବାନାର୍ଜୀ ଏକ ବୈଠକ ଜୁନ୍‌ ୧୫ରେ ଡକାଇଛନ୍ତି। ମମତାଙ୍କ ପଦକ୍ଷେପ ନେଇ କଂଗ୍ରେସ କହିଛି ଯେ ପାରସ୍ପରିକ ମତଭେଦରୁ ଉର୍ଦ୍ଧ୍ୱକୁ ଉଠିବା ଏବଂ ସମ୍ବିଧାନର ରାଷ୍ଟ୍ରପତି ଥିବା ବ୍ୟକ୍ତିଙ୍କୁ ଚୟନ କରିବାର ସମୟ ଆସିଛି। କଂଗ୍ରେସର ମୁଖ୍ୟ ମୁଖପାତ୍ର ରଣଦୀପ ସୁର୍ଜେୱାଲା ଏକ ବିବୃତ୍ତିରେ କହିଛନ୍ତି ଯେ ରାଷ୍ଟ୍ରପତି ନିର୍ବାଚନ ସମ୍ପର୍କରେ ତଥା କରୋନା ସଂକ୍ରମିତ ହେବା ନେଇ ଦଳର ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଏନସିପି ମୁଖ୍ୟ ଶରଦ ପାୱାର, ଟିଏମସି ମୁଖ୍ୟ ମମତା ବାନାର୍ଜୀ ଏବଂ ବିରୋଧୀ ଦଳର ଅନେକ ନେତାଙ୍କ ସହ କଥା ହୋଇଛନ୍ତି। ଏହି ବାର୍ତ୍ତାଳାପର ଦାୟିତ୍ୱ ମଲ୍ଲିକାର୍ଜୁନ ଖାଡଗେଙ୍କୁ ଦିଆଯାଇଛି। ସମ୍ବିଧାନର ସୁରକ୍ଷା କରିପାରୁଥିବା ଜଣେ ବ୍ୟକ୍ତି ରାଷ୍ଟ୍ରପତି ଭାବରେ ନିର୍ବାଚିତ ହେବା ଉଚିତ। ସେ କହିଛନ୍ତି, କଂଗ୍ରେସ ମତ ରଖିଛି ଯେ ଦେଶ ରାଷ୍ଟ୍ରପତିଙ୍କ ରୂପରେ ଜଣେ ବ୍ୟକ୍ତି ଆବଶ୍ୟକ କରେ ଯିଏ ସମ୍ବିଧାନ ସୁରକ୍ଷା ସହିତ ଶାସକ ଦଳ ଦ୍ୱାରା ଆକ୍ରମଣ ହେଉଥିବା ବିଭିନ୍ନ ଅନୁଷ୍ଠାନକୁ ସୁରକ୍ଷା ଦେଇପାରିବ। ଏହା ହେଉଛି ସମୟର ଆବଶ୍ୟକତା। କଂଗ୍ରେସ କୌଣସି ନାମ ନେଇ ପରାମର୍ଶ ଦେଇ ନାହିଁ, କିନ୍ତୁ ରାଷ୍ଟ୍ରପତିଙ୍କ ଭଳି ବ୍ୟକ୍ତିଙ୍କୁ ବାଛିବା ଆମର ଦାୟିତ୍ୱ ବୋଲି କହିଛି। ସେ ଆମ ଭଙ୍ଗା ଯାଇଥିବା ସମାଜକୁ ସଜାଡ଼ି ପାରିବେ ଏବଂ ସମ୍ବିଧାନର ସୁରକ୍ଷା କରିପାରିବ। ସୁର୍ଜେୱାଲା କହିଛନ୍ତି, ଦେଶ ତଥା ଲୋକଙ୍କ ସ୍ବାର୍ଥ ପାଇଁ ପାରସ୍ପରିକ ମତଭେଦରୁ ଉପରକୁ ଉଠିବାର ସମୟ ଆସିଛି। ଖୋଲା ମନ ଏବଂ ଏକଜୁଟ ହୋଇ ଏକ ଆତ୍ମାରେ ଆଲୋଚନା ହେବା ଉଚିତ୍‌। ଆମେ ବିଶ୍ୱାସ କରୁ ଯେ କଂଗ୍ରେସ ଏବଂ ଅନ୍ୟ ରାଜନୈତିକ ଦଳ ଏହି ଆଲୋଚନାକୁ ଆଗକୁ ନେବା ଜରୁରୀ।


Enter your email to get our daily news in your inbox.

All Right Reserved By Dharitri.Com

‘ଭାଜପା ସରକାର ଅଢ଼େଇ ବର୍ଷରେ ଓଡ଼ିଶା ଛବିକୁ ମଳିନ କରିସାରିଲେଣି’

ଭୁବନେଶ୍ୱର, ୯।୧୦(ସୁନିତ୍‌ ମିଶ୍ର): ବିଜେଡି ସବୁବେଳେ ସେବା ଓ ବିକାଶରେ ବିଶ୍ୱାସ କରେ। ବିଜେଡି ସରକାର ସମୟରେ ଦ୍ରୁତ ବିକାଶ ପାଇଁ ଓଡ଼ିଶା ସାରା ଦେଶରେ ଏକ…

ଜୁଆଆଡ୍ଡା ପରିଚାଳନାକୁ ନେଇ ଉତ୍ତେଜନା: ହତ୍ୟା ଉଦ୍ୟମ ଘଟଣାରେ …

ଦିଗପହଣ୍ଡି,୯|୧୦(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ପୋଲିସ ଶୁକ୍ରବାର ବ୍ରହ୍ମପୁର ସଦର ଥାନା ବାଲିପଡ଼ା ଗ୍ରାମର ନିଲୁ ଗୌଡ଼(୨୧) ଙ୍କୁ ଗିରଫ କରି ସନ୍ଧ୍ୟାରେ କୋର୍ଟ…

ଘୂର୍ଣ୍ଣିବଳୟ ସକ୍ରିୟ, ୧୩ ବେଳକୁ ଲଘୁଚାପ: ଫେରନ୍ତା ମୌସୁମୀ ପ୍ରଭାବରେ ବର୍ଷା ଆରମ୍ଭ; ୟେଲୋ ଓ୍ବାର୍ନିଂ ଜାରି…

ଭୁବନେଶ୍ୱର, ୯ା୧୦(ବନ୍ଦନା ସେଠୀ) – ବଙ୍ଗୋପସାଗରରେ ପୁଣି ଏକ ଲଘୁଚାପ ସୃଷ୍ଟି ହେବାକୁ ଯାଉଛି। ଇତିମଧ୍ୟରେ ଥାଇଲାଣ୍ଡ ଉପସାଗର ଓ ଆଖପାଖ ଅଞ୍ଚଳରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ…

ଆମେରିକା କାର୍ଯ୍ୟାନୁଷ୍ଠାନ ଉପରେ ସ୍ପଷ୍ଟୀକରଣ ରଖିଲା ଭାରତ, H-1B ଭିସା ଉପରେ …

ନୂଆଦିଲ୍ଲୀ,୯।୧୦: ଆମେରିକା ସରକାରଙ୍କ ଦ୍ୱାରା କେତେକ ପ୍ରମୁଖ ଟେକ୍ କମ୍ପାନୀକୁ ନିଯୁକ୍ତି-ଭିତ୍ତିକ ଗ୍ରୀନ୍ କାର୍ଡ କାର୍ଯ୍ୟକ୍ରମରୁ ନିଲମ୍ବିତ କରାଯିବା ନିଷ୍ପତ୍ତି ଉପରେ ଭାରତର ବୈଦେଶିକ ମନ୍ତ୍ରାଳୟ (MEA)…

ରାଷ୍ଟ୍ରପତିଙ୍କୁ ଭେଟିଲେ ବିରୋଧୀ MPଙ୍କ ପ୍ରତିନିଧିମଣ୍ଡଳୀ, ରାହୁଲ କହିଲେ- ଆମ କଥା ଶୁଣାଗଲା, ହୃଦୟରୁ ଧନ୍ୟବାଦ

ନୂଆଦିଲ୍ଲୀ,୯।୧୦: ମୁଖ୍ୟ ନିର୍ବାଚନ କମିଶନର (CEC) ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ବିରୋଧୀ ଦଳ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ ଜାରି ରହିଛି। ଏହି କ୍ରମରେ ‘ଇଣ୍ଡିଆ’ (INDIA)…

ସ୍ନାତକ ମହାବିଦ୍ୟାଳୟରେ ଇଲେକ୍ସନ ବଦଳରେ ସିଲେକ୍ସନ

ଗୁଡ଼ାରି, ୯।୧୦ (ପ୍ରମୋଦ କୁମାର ପତି): ଗୁଡ଼ାରି ବିଜ୍ଞାନ ସ୍ନାତକ ମହାବିଦ୍ୟାଳୟରେ ଚଳିତ ବର୍ଷ ପ୍ରଥମ ଥର ପାଇଁ ଛାତ୍ର ସଂସଦର ବିଭିନ୍ନ ପଦବୀ ପାଇଁ ଶୁକ୍ରବାର…

ସୁପରଷ୍ଟାର ସଲମାନଙ୍କ ନୂଆ ଇନିଂସ, କିଛି ଏଭଳି ଘୋଷଣା କରି ଚମକାଇଲେ

ମୁମ୍ବାଇ: ବଲିଉଡ୍‌ ସୁପରଷ୍ଟାର ସଲମାନ ଖାନଙ୍କ ନୂଆ ଇନିଂସ। ଆପଣ ଯଦି ଭାବୁଛନ୍ତି ସେ ବୋଧହୁଏ ବିବାହ କରିବାକୁ ଯାଉଛନ୍ତି, ତେବେ ନା। କେତେବେଳେ ସିନେମା ତ…

ପ୍ରଥମେ ସୋସିଆଲ ମିଡିଆରେ ପୋଷ୍ଟ, ଏବେ ଭାଜପାରୁ ଇସ୍ତଫା ଦେଇ ଚମକାଇଲେ ଧର୍ମେନ୍ଦ୍ର

ଲକ୍ଷ୍ନୌ, ୯।୧୦: ଉତ୍ତର ପ୍ରଦେଶରେ ରାଜ୍ୟ ସଭା ନିର୍ବାଚନ ପାଇଁ ଟିକେଟ ନ ମିଳିବାରୁ ଅସନ୍ତୁଷ୍ଟ ହୋଇ ଭାରତୀୟ ଜନତା ପାର୍ଟିର ପୂର୍ବତନ MP ଧର୍ମେନ୍ଦ୍ର କଶ୍ୟପ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?