Posted inଖେଳ

ଡୁରାଣ୍ଡ କପ୍‌ ଟ୍ରଫି ଉନ୍ମୋଚିତ କଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ, ୪ା୭: ଏସିଆର ପୁରାତନ ଡୁରାଣ୍ଡ କପ୍‌ର ୧୩୪ତମ ସଂସ୍କରଣରେ ମୋଟ ୨୪ଟି ଦଳ ଅଂଶଗ୍ରହଣ କରିବେ। ଇଣ୍ଡିଆନ ଆର୍ମି ଦ୍ୱାରା ଆୟୋଜିତ ଏହି ଟୁର୍ନାମେଣ୍ଟ ୫ଟି ରାଜ୍ୟରେ ଜୁଲାଇ ୨୩ରୁ ଅଗଷ୍ଟ ୨୩ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ବିଶ୍ୱର ଏହି ତୃତୀୟ ସର୍ବପୁରାତନ ଟୁର୍ନାମେଣ୍ଟ ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ, ମଣିପୁର, ମେଘାଳୟ ଓ ଆସାମରେ ଖେଳାଯିବ।

ଶୁକ୍ରବାର ରାଷ୍ଟ୍ରପତି ଭବନରେ ଏକ ସ୍ବତନ୍ତ୍ର ଉତ୍ସବରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଦ୍ୱାରା ଟୁର୍ନାମେଣ୍ଟର ଟ୍ରଫି ଉଦ୍‌ଘାଟିତ ହୋଇଯାଇଛି। ଇଭେଣ୍ଟରେ ଭାରତୀୟ ସଶସ୍ତ୍ର ବାହିନୀର ଚିଫ୍‌ ଅଫ୍‌ ଡିଫେନ୍ସ ଷ୍ଟାଫ୍‌ (ସିଡିଏସ୍‌) ଅନିଲ ଚୌହାନ, ଚିଫ୍‌ ଅଫ୍‌ ଇଣ୍ଡିଆନ ଆର୍ମି ଉପେନ୍ଦ୍ର ଦ୍ୱିବେଦୀ, ଚିଫ୍‌ ଇଣ୍ଡିଆନ ଏୟାର ଫୋର୍ସ ଏୟାର ଚିଫ୍‌ ମାର୍ଶଲ ଅମରପ୍ରୀତ୍‌ ସିଂ ଓ ଚିଫ୍‌ ଅଫ୍‌ ଇଣ୍ଡିଆ ନ୍ୟାଭି ଆଡ୍‌ମିରାଲ ଦୀନେଶ କେ. ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ।

ଏହି ଅବସରରେ ରାଷ୍ଟ୍ରପତି ମୁର୍ମୁ ସମ୍ବୋଧନ କରି କହିଥିଲେ, କ୍ରୀଡ଼ା ହେଉଛି ଏକ ମାଧ୍ୟମ ଯାହା ଶୃଙ୍ଖଳା, ଦୃଢ଼ ସଂକଳ୍ପ ଏବଂ ଦଳଗତ ମନୋଭାବକୁ ପ୍ରୋତ୍ସାହିତ କରିଥାଏ ଏବଂ ବିଭିନ୍ନ ଧର୍ମ, ଭାଷାଭାଷୀର ଲୋକ ଏବଂ ଦେଶକୁ ଯୋଡ଼ିିବା କ୍ଷେତ୍ରରେ ସହାୟକ ହୋଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଶିକ୍ଷାନୁଷ୍ଠାନରେ ଛାତ୍ରୀଙ୍କ ସୁରକ୍ଷା ପାଇଁ ବଡ଼ ଘୋଷଣା କଲେ ସରକାର

ଭୁବନେଶ୍ୱର,୧୯।୭: ଏଣିକି ଶିକ୍ଷାନୁଷ୍ଠାନରେ ଛାତ୍ରୀଙ୍କୁ ମିଳିବ ସୁରକ୍ଷା। ଏନେଇ ବଡ଼ ଘୋଷଣା କରିଛନ୍ତି ସରକାର। ଉଚ୍ଚ ଶିକ୍ଷାନୁଷ୍ଠାନ ପାଇଁ କାର୍ଯ୍ୟକାରୀ ହେବ ‘ଶକ୍ତିଶ୍ରୀ’ କାର୍ଯ୍ୟକ୍ରମ। ଶନିବାର...

୭ ବର୍ଷୀୟା ନାବାଳିକାଙ୍କୁ ବଳାତ୍କାର ଉଦ୍ୟମ: ବାଳସୁଧାର ଗୃହ ଗଲେ ନାବାଳକ…

ଦିଗପହଣ୍ଡି,୧୯।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅଧୀନ ଏକ ଗାଁରେ ଜଣେ ୭ ବର୍ଷୀୟା ନାବାଳିକାଙ୍କୁ ବଳାତ୍କାର ଉଦ୍ୟମ କରାଯାଇଥିବା ଘଟଣାରେ ସମ୍ପୃକ୍ତ...

ବଳଙ୍ଗା ପୀଡ଼ିତାଙ୍କୁ ନେଇ ବଡ଼ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୯।୭: ଏମ୍ସରେ ଚିକିତ୍ସାଧିନ ଥିବା ବଳଙ୍ଗା ପୀଡ଼ିତାଙ୍କୁ ନେଇ ବଡ଼ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ। ଦରକାର ପଡ଼ିଲେ ଦିଲ୍ଲୀକୁ ଏୟାର ଲିଫ୍ଟ ହେବ ବୋଲି କହିଲେ...

ହିନ୍ଦୁଙ୍କୁ ନେଇ ବଡ଼ ବୟାନ ଦେଲେ କିରେନ ରିଜିଜୁ

ନୂଆଦିଲ୍ଲୀ,୧୯।୭: ଏକ ଆଲୋଚନା ସମୟରେ କେନ୍ଦ୍ର ମନ୍ତ୍ରୀ କିରେନ ରିଜିଜୁ କହିଛନ୍ତି ଯେ ଭାରତ ଏକ ଧର୍ମନିରପେକ୍ଷ ରାଷ୍ଟ୍ର ଏବଂ ସଂଖ୍ୟାଲଘୁମାନେ ଏହି ଦେଶରେ ସବୁଠାରୁ...

ମୋଦି ୪୨ ଦେଶ ବୁଲିପାରୁଛନ୍ତି ହେଲେ ମଣିପୁର ଯାଇପାରୁ ନାହାଁନ୍ତି, ପ୍ରଧାନମନ୍ତ୍ରୀଙ୍କୁ କଟାକ୍ଷ କଲେ ମଲ୍ଲିକାର୍ଜୁନ

ନୂଆଦିଲ୍ଲୀ,୧୯।୭: କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ଶନିବାର କର୍ନାଟକର ମୈସୁରୁରେ ଏକ ସାଧାରଣ ସଭାକୁ ସମ୍ବୋଧିତ କରିବା ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଭାରତୀୟ...

ଦିଗପହଣ୍ଡି ପାଇଁ ଏମ.ପି ପ୍ରତିନିଧି ହେଲେ ଭବାନୀ

ଦିଗପହଣ୍ଡି,୧୯।୭(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ସହରର ଭାଜପା ଯୁବନେତା ଭବାନୀ ଶଙ୍କର ପଣ୍ଡାଙ୍କୁ ଦିଗପହଣ୍ଡି ଏନଏସି ପାଇଁ ବ୍ରହ୍ମପୁର ଏମପିଙ୍କ ପ୍ରତିନିଧି ଭାବେ...

୬ ଛାତ୍ରୀଛାତ୍ର ଅସୁସ୍ଥ ଘଟଣା ଟିକା ନୁହେଁ, ଭୁତାଣୁ ଜନିତ ଜ୍ୱର

ଦାରିଙ୍ଗବାଡ଼ି,୧୯ା୭ (ଅରୁଣ ସାହୁ): ଦାରିଙ୍ଗବାଡି ବ୍ଲକ୍‌ କିରିକୁଟି ପଞ୍ଚାୟତ ପାଟାଙ୍ଗି ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଶୁକ୍ରବାର ୬ଜଣ ଛାତ୍ରୀଛାତ୍ର ଅସୁସ୍ଥ ଘଟଣାରେ ରାଜ୍ୟ ସରକାର ତଦନ୍ତ...

କନ୍ଧମାଳରେ ଲଜ୍ଜା: ପୁଣି ଦଶମ ଶ୍ରେଣୀ ଛାତ୍ରୀ ଗର୍ଭବତୀ, ମାସିକ ସାନିଟାରୀ ପ୍ୟାଡ୍‌ ନ ନେବାରୁ…

ତୁମୁଡିବନ୍ଧ/ବାଲିଗୁଡ଼ା,୧୯।୭(ଦୀପକ କୁମାର ପରାସେଠ/ସଞ୍ଜୟ କୁମାର ପାଣିଗ୍ରାହୀ): ଦଶମ ଶ୍ରେଣୀ ଛାତ୍ରୀ ଗର୍ଭବତୀ। ମାସିକ ସାନିଟାରୀ ପ୍ୟାଡ୍‌ ନ ନେବାରୁ ସନ୍ଦେହକୁ ଆସି ଡାକ୍ତରୀ ମାଇନା ପରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri