ଭୁବନେଶ୍ୱର,୧୮ା୬: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଆସନ୍ତାକାଲି ଅର୍ଥାତ୍ ଶୁକ୍ରବାର ଅପରାହ୍ନରେ ରାଷ୍ଟ୍ରପତି ଓଡ଼ିଶାରେ ପହଞ୍ଚିବେ। କାଲି ଅପରାହ୍ନ ୩ଟା ୪୫ରେ ଦାଣ୍ଡବୋଷ ଏୟାରଷ୍ଟ୍ରିପ୍ରେ ପହଞ୍ଚି ସନ୍ଧ୍ୟାରେ ରାଇରଙ୍ଗପୁରରେ ଏମ୍ସ ସାଟେଲାଇଟ୍ ସେଣ୍ଟର ଉଦ୍ଘାଟନ କରିବାର କାର୍ଯ୍ୟକ୍ରମ ରହିଥିବାବେଳେ ୨୦ ତାରିଖ ସକାଳ ୧୦ଟାରେ ପାହାଡ଼ପୁର ଯିବାର କାର୍ଯ୍ୟକ୍ରମ ରହିଛି।