Posted inଜାତୀୟ

ବହୁତ ହୋଇଗଲା, ଆଉ ବରଦାସ୍ତ କରାଯିବନି, କାହିଁକି ଏମିତି କହିଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ,୨୮ା୮: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଏକ ବଡ଼ ବିବୃତ୍ତି ସାମ୍ନାକୁ ଆସିଛି। ସେ କହିଛନ୍ତି, ବହୁତ ହୋଇଗଲା, ଆଉ ବରଦାସ୍ତ କରାଯିବନି। କୋଲକାତାର ଜଣେ ଟ୍ରେନି ମହିଳା ଡାକ୍ତରଙ୍କ ବଳାତ୍କାର ଓ ହତ୍ୟା ମାମଲାରେ ରାଷ୍ଟ୍ରପତି ଏପରି କଡ଼ା ବିବୃତ୍ତି ଦେଇଛନ୍ତି। ଏକ ସାକ୍ଷାତକାରରେ ସେ କହିଛନ୍ତି, ମୁଁ ବହୁତ ନିରାଶ ଏବଂ ଭୟଭୀତ ଅଟେ। ଝିଅମାନଙ୍କ ବିରୋଧରେ ଅପରାଧକୁ ଆଉ ବରଦାସ୍ତ କରଯିବନି। ବହୁତ ହୋଇଗଲା।

ମହିଳାଙ୍କ ପ୍ରତି ହେଉଥିବା ଅତ୍ୟାଚାର ଉପରେ ରାଷ୍ଟ୍ରପତି କହିଛନ୍ତି, ଯେତେବେଳେ କୋଲକାତାରେ ଛାତ୍ର, ଡାକ୍ତର ଏବଂ ନାଗରିକମାନେ ବିରୋଧ ପ୍ରଦର୍ଶନ କରୁଥିଲେ, ଅପରାଧୀମାନେ ଅନ୍ୟ ସ୍ଥାନରେ ଅପେକ୍ଷା କରି ରହିଥିଲେ।

କୋଲକାତାରେ ଘଟିଥିବା ଏହି ଘଟଣାରେ ଦୁଃଖ ପ୍ରକାଶ କରି ରାଷ୍ଟ୍ରପତି କହିଛନ୍ତି, କୌଣସି ସଭ୍ୟ ସମାଜରେ ମହିଳାଙ୍କ ପ୍ରତି ହେଉଥିବା ଅତ୍ୟାଚାରକୁ ଅନୁମତି ଦିଆଯାଇପାରିବ ନାହିଁ। ସମାଜ ମଧ୍ୟ ସଚ୍ଚୋଟ, ନିରପେକ୍ଷ ଏବଂ ଆତ୍ମନିରୀକ୍ଷଣ ହେବା ଉଚିତ।

ରାଷ୍ଟ୍ରପତି କହିଛନ୍ତି, ଅନେକ ସମୟରେ ନିନ୍ଦନୀୟ ମାନସିକତା ଥିବା ଲୋକମାନେ ମହିଳାମାନଙ୍କୁ କମ୍‌ ଶକ୍ତିଶାଳୀ, କମ୍‌ ଦକ୍ଷ, କମ୍‌ ବୁଦ୍ଧିମତି ବୋଲି ଭାବନ୍ତି। କୌଣସି ସଭ୍ୟ ସମାଜ ଝିଅ ଏବଂ ଭଉଣୀମାନଙ୍କ ଉପରେ ଏପରି ଅତ୍ୟାଚାରକୁ ଅନୁମତି ଦେଇପାରିବ ନାହିଁ। ଯେଉଁମାନଙ୍କର ଏପରି ଦୃଷ୍ଟିକୋଣ ରହିଛି, ସେମାନେ ମହିଳାମାନଙ୍କୁ ଏକ ବସ୍ତୁ ଭାବରେ ଦେଖନ୍ତି। ଭୟରୁ ମୁକ୍ତି ପାଇବା ବାଟରେ ଆସୁଥିବା ପ୍ରତିବନ୍ଧକକୁ ହଟାଇବା ଆମ ଝିଅମାନଙ୍କର କର୍ତ୍ତବ୍ୟ।

ସେ କହିଛନ୍ତି, ନିର୍ଭୟା ପରେ ଗତ ୧୨ ବର୍ଷ ମଧ୍ୟରେ ସମାଜ ଅଗଣିତ ବଳାତ୍କାରକୁ ଭୁଲି ଯାଇଛି। ଏହି ପ୍ରକାର ମାନସିକ ରୋଗ ଅତି ଅହସ୍ୟ। ବର୍ତ୍ତମାନ ସମୟ ଆସିଛି ଭାରତ ଇତିହାସକୁ ସାମ୍ନା କରିବାକୁ।

ଆହୁରି ମଧ୍ୟ ରାଷ୍ଟ୍ରପତି କହିଛନ୍ତି, ସମାଜ ନିଜକୁ କିଛି କଠିନ ପ୍ରଶ୍ନ ପଚାରିବା ଆବଶ୍ୟକ। କୌଣସି ସଭ୍ୟ ସମାଜ ଝିଅ ଏବଂ ଭଉଣୀମାନଙ୍କ ଉପରେ ଏପରି ଅତ୍ୟାଚାରକୁ ଅନୁମତି ଦେଇପାରିବ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ରାଧାକୃଷ୍ଣ ମନ୍ଦିର ସାହିରେ ମଦ ନାମରେ ବିଷ ବିକ୍ରୀ ଅଭିଯୋଗ, ସବୁ ଜାଣି ଚୁପ୍ ପୋଲିସ ଓ ଅବକାରୀ ବିଭାଗ!

ଦାରିଙ୍ଗବାଡି,୧୬।୨(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ରାଧାକୃଷ୍ଣ ମନ୍ଦିର ନିକଟରେ ଚୋରାମଦ ନାମରେ ବେଧଡ଼କ ଚାଲିଛି ବିଷ ବିକ୍ରୀ । ଏଥିପାଇଁ ଏକାଧିକ ଗରୀବ…

‘ବିବାହ ପୂର୍ବରୁ କାହାକୁ ବି ବିଶ୍ୱାସ କରନ୍ତୁ ନାହିଁ’: ଶାରୀରିକ ସମ୍ପର୍କକୁ ନେଇ ସୁପ୍ରିମକୋର୍ଟଙ୍କ ବଡ଼ ଚେତାବନୀ

ନୂଆଦିଲ୍ଲୀ,୧୬।୨: ଭାରତରେ ବିବାହ ପୂର୍ବରୁ ଶାରୀରିକ ସମ୍ପର୍କ ରଖିବା ଏବଂ ପରେ ବିବାହ ପ୍ରତିଶ୍ରୁତି ଭାଙ୍ଗିବା ଅଭିଯୋଗ ସାଧାରଣ ହୋଇଗଲାଣି। ଏହି ପ୍ରସଙ୍ଗରେ ସୋମବାର ସୁପ୍ରିମକୋର୍ଟ ଏକ…

ମାର୍ଚ୍ଚ ୮ରେ ଗର୍ଜିବେ ମହିଳା, ମଦ ନୁହଁ ମୌଳିକ ସୁବିଧା ଯୋଗାଇବାକୁ ହେବ ଲଢେଇ

ଦାରିଙ୍ଗବାଡି, ୧୬।୨(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକର ନାରୀ ମହାସଙ୍ଘର ତ୍ରୟ ମାସିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ମହାସଙ୍ଘର ସଭାନେତ୍ରୀ ଲୁସିମା…

ତାରିକ ରହମାନଙ୍କ ଶପଥ ଗ୍ରହଣକୁ ମୋଦିଙ୍କୁ ନିମନ୍ତ୍ରଣ ମିଳିବାରୁ, ପାକିସ୍ତାନ ଏକ୍ସପର୍ଟ କହୁଛନ୍ତି, ବହୁତ ବଡ଼ ଭୁଲ କଲା…

ନୂଆଦିଲ୍ଲୀ/ଢାକା/ଇସଲାମାବାଦ,୧୬।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ବାଂଲାଦେଶ ପ୍ରଧାନମନ୍ତ୍ରୀଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗଦେବାକୁ ନିମନ୍ତ୍ରଣ କରାଯିବା ପରେ ପାକିସ୍ତାନବାସୀ ଖୁବ ରାଗିଛନ୍ତି। ପାକ ବିଶେଷଜ୍ଞ କମର ଚିମା…

ବିଦାୟୀ ପୂର୍ବରୁ କିନ୍ନର ବାହାରିଲା ବର, ଶ୍ବଶୁର ଘର ଲୋକେ କଲେ….

ଲକ୍ଷ୍ନୌ,୧୬।୨: ଉତ୍ତର ପ୍ରଦେଶର ବାରବାଙ୍କି ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ବିଦାୟୀ ସମୟରେ ବର କିନ୍ନର ବୋଲି ଜଣାପଡିଲା । ଏହାପରେ ହଙ୍ଗାମା…

ଜାନୁଆରୀରେ ବଢ଼ିଲା ହୋଲସେଲ୍ ଦରଦାମ୍: ୧୦ ମାସର ସର୍ବୋଚ୍ଚ ସ୍ତରରେ…

ନୂଆଦିଲ୍ଲୀ,୧୬।୨: ଦେଶରେ ପୁଣି ଥରେ ମହଙ୍ଗା ମାଡ଼ର ଆଭାସ ମିଳିଛି। ଜାନୁଆରୀ ମାସରେ ଭାରତର ହୋଲସେଲ୍ ଦରଦାମ୍ (WPI) ୧୦ ମାସର ସର୍ବୋଚ୍ଚ ସ୍ତର ୧.୮୧% କୁ…

ପୁଣିଥରେ ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ! ବୁଝନ୍ତୁ ସମିକରଣ

ନୂଆଦିଲ୍ଲୀ,୧୬।୨: ଭାରତୀୟ ଦଳ ପୁଣିଥରେ ପାକିସ୍ତାନକୁ ପରାସ୍ତ କରିଛି। ଫେବୃଆରୀ ୧୫ରେ କଲମ୍ବୋର ପ୍ରେମଦାସା ଷ୍ଟାଡିୟମରେ ଖେଳାଯାଇଥିବା ଟି-୨୦ ବିଶ୍ୱକପ ୨୦୨୬ ମ୍ୟାଚରେ ଭାରତ ପାକିସ୍ତାନକୁ ୬୧…

ପରବର୍ତ୍ତୀ ରାଜନୀତିକୁ ନେଇ ମୁହଁ ଖୋଲିଲେ ଅରବିନ୍ଦ ମହାପାତ୍ର, ବିଧାନସଭାରେ ଯଦି…

ଭୁବନେଶ୍ବର,୧୬।୨: ବିଜେଡିରୁ ନିଲମ୍ବନ ପରଠାରୁ ଚର୍ଚ୍ଚାରେ ରହିଛନ୍ତି ଅରବିନ୍ଦ ମହାପାତ୍ର । ନିଲମ୍ବନ ଓ ପରବର୍ତ୍ତୀ ରାଜନୀତିକୁ ନେଇ ଆଜି ସେ ମୁହଁ ଖୋଲିଛନ୍ତି । ନବୀନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri