ରାଜ୍ୟପାଳଙ୍କୁ ଜାତୀୟ ପତାକା ପ୍ରଦାନ

ଭୁବନେଶ୍ୱର, ୯ା୮ (ବ୍ୟୁରୋ):ଆଜାଦୀ କା ଅମୃତ ମହୋତ୍ସବ ପାଳନକୁ ସ୍ମରଣୀୟ କରିବା ପାଇଁ ଆସନ୍ତା ୧୩ରୁ ୧୫ ଅଗଷ୍ଟ ୩ଦିନ ପର୍ଯ୍ୟନ୍ତ ନିଜ ଘରେ ଜାତୀୟ ପତାକା ଉତ୍ତୋଳନ କରିବା ପାଇଁ ସରକାର ଦେଶର ସମସ୍ତ ନାଗରିକଙ୍କୁ ନିବେଦନ କରିଛନ୍ତି। ଏହି ପରିପ୍ରେକ୍ଷୀରେ ଭାରତୀୟ ଡାକ ବିଭାଗ ତା’ର ୧ଲକ୍ଷ ୫୯ହଜାରରୁ ଅଧିକ ଡାକଘର ଏବଂ ଉତ୍ସର୍ଗୀକୃତ କର୍ମଚାରୀଙ୍କ ସହାୟତାରେ ସ୍ଥାନୀୟ ତଥା ଗ୍ରାମାଞ୍ଚଳର ଲୋକଙ୍କୁ ସଚେତନ କରିଛି। ଏଥିସହିତ ସଂସ୍କୃତି ମନ୍ତ୍ରଣାଳୟ ସହାୟତାରେ ସମସ୍ତ ଡାକଘରେ ଜାତୀୟ ପତାକା ଉପଲବ୍ଧ କରାଯାଇଛି। ସୋମବାର ଭୁବନେଶ୍ୱର ଡାକମଣ୍ଡଳର ବରିଷ୍ଠ ଡାକ ଅଧୀକ୍ଷକ ବସନ୍ତ କୁମାର ପଣ୍ଡା, ସହଅଧୀକ୍ଷକ ଦେବଦତ୍ତ ଜେନା, ରାଜଭବନ ଉପଡାକଘର ପୋଷ୍ଟମାଷ୍ଟର ସ୍ବପ୍ନାରାଣୀ ପଣ୍ଡା ପ୍ରମୁଖ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କୁ ଭେଟି ଏକ ଜାତୀୟ ପତାକା ପ୍ରଦାନ କରିଥିଲେ। ରାଜ୍ୟପାଳ ତୁରନ୍ତ ରାଜଭବନ କର୍ମଚାରୀଙ୍କ ପାଇଁ ୧୬୦ଟି ପତାକା ଅର୍ଡର କରିଥିଲେ।

ସୂଚନାଯୋଗ୍ୟ, ସମସ୍ତ ନାଗରିକଙ୍କ ପାଇଁ ପ୍ରତ୍ୟେକ ଡାକଘରେ ୨୫ ଟଙ୍କାରେ ଜାତୀୟ ପତାକା ଉପଲବ୍ଧ ହେବ। ସେହି ନିର୍ଦ୍ଦେଶ ଅନୁସାରେ ଭୁବନେଶ୍ୱର ଡାକମଣ୍ଡଳ ପକ୍ଷରୁ ସମସ୍ତ ଡାକଘରେ ଜାତୀୟ ପତାକା ଉପଲବ୍ଧ କରାଯାଇଛି। ନିକଟସ୍ଥ ଡାକଘରୁ ଜାତୀୟ ପତାକାଟିଏ ସଂଗ୍ରହ କରିବାକୁ ଭୁବନେଶ୍ୱର ଡାକମଣ୍ଡଳର ବରିଷ୍ଠ ଡାକ ଅଧୀକ୍ଷକ ବସନ୍ତ କୁମାର ପଣ୍ଡା ଅନୁରୋଧ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କ୍ଷତିପୂରଣ ଦାବିରେ ଖଣି ବନ୍ଦ ଆନ୍ଦୋଳନ

ତାଳଚେର,୨।୧୧(ନି.ପ୍ର.) ତାଳଚେରସ୍ଥିତ ହିଙ୍ଗୁଳା କୋଇଲା ଖଣିରେ ଦୁର୍ଘଟଣାରେ ଜଣେ ଠିକା ଶ୍ରମିକଙ୍କ ମୃତ୍ୟୁ ପରେ କ୍ଷତିପୂରଣ ଦାବିରେ ଦୁଇଦିନ ହେଲା କଣିହାଁ ବ୍ଲକ ସାନତ୍ରିବିଡା ଗ୍ରାମବାସୀ...

ଅନ୍ତର୍ଜାତୀୟ ରେଡିିଓ ମେଳା ଆରମ୍ଭ

ଭୁବନେଶ୍ୱର,୧୪।୨(ବ୍ୟୁରୋ): ବିଶ୍ୱ ରେଡିଓ ଦିବସ ଅବସରରେ ଆଉଟ୍‌ରିଚ୍‌ ପକ୍ଷରୁ ୬ଷ୍ଠ ଅନ୍ତର୍ଜାତୀୟ ରେଡିଓ ମେଳା ଗୁରୁବାର ଭଞ୍ଜକଳା ମଣ୍ଡପଠାରେ ଉଦ୍‌ଘାଟିତ ହୋଇଯାଇଛି। ରାଜ୍ୟ ପର୍ଯ୍ୟଟନ ଓ...

ଡାକଘର ପଦବୀ ପାଇଁ ନକଲି ସାର୍ଟିଫିକେଟ

ବଲାଙ୍ଗୀର ଅଫିସ,୨୪ା୩: ବଲାଙ୍ଗୀର ଡାକମଣ୍ଡଳର ୮୩ ବ୍ରାଞ୍ଚ ପୋଷ୍ଟ ମାଷ୍ଟର, ଏବିପିଏମ ଓ ଡାକସେବକ ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଏହି ପଦବୀ ପାଇଁ...

ବଦଳୁଛି ଜଳବାୟୁ, ହଜିଯାଉଛି ଶୀତ

ଭୁବନେଶ୍ୱର,୧୬ା୧ (ବ୍ୟୁରୋ): ଜଳବାୟୁ ପରିବର୍ତ୍ତନର ସଙ୍କେତ ସବୁଠି ଦେଖାଗଲାଣି। ବର୍ଷା କମିବା ସହିତ ଅନ୍ୟାନ୍ୟ ଋତୁ ଉପରେ ମଧ୍ୟ ଏହାର ପ୍ରଭାବ ପଡ଼ିଲାଣି। ଗତ କିଛି...

ଫେରୁଛି ଶୀତ: ୫ ଡିଗ୍ରୀ ତଳକୁ ଖସିଲା ୧୨ ସହର

ଭୁବନେଶ୍ୱର,୧୫।୧(ବ୍ୟୁରୋ): ଗତ କିଛି ଦିନ ଶୀତ ଗାଏବ ହେବା ପରେ ପୁଣି ଥରେ ଝଲକ ଦେଖାଇଛି। ଆଭ୍ୟନ୍ତୀଣ ଓଡିଶାରେ ପାରଦ ୩ରୁ ୫ ଡିଗ୍ରୀ ସେଲସିୟସ୍‌...

ମୋବିଲ ରିଫାଇନାରି କାରଖାନାରେ ବଡ଼ ଧରଣର ଅଗ୍ନିକାଣ୍ଡ

ଧର୍ମଶାଳା,୨୨ା୧୨(ଡି.ଏନ୍‌.ଏ.): ଯାଜପୁର ଜିଲା ଧର୍ମଶାଳା ଥାନା ଅଧୀନ ହରିଦାସପୁରର ରାମ୍‌କୋ ସିମେଣ୍ଟ୍‌ କାରଖାନା ନିକଟ ରେଳ ଲାଇନ ପାର୍ଶ୍ୱରେ ଥିବା ତାପସ ମହାନ୍ତିଙ୍କ ଗଜାନନ ପେଟ୍ରୋ...

କମୁଛି ସଂଖ୍ୟା: ରାଜ୍ୟରେ ୬୪୨ନୂଆ ପଜିଟିଭ୍‌ ଚିହ୍ନଟ, ଆଗରେ କେନ୍ଦୁଝର

ଭୁବନେଶ୍ୱର,୨୪।୧୧(ବ୍ୟୁରୋ): ରାଜ୍ୟରେ ମଙ୍ଗଳବାର ୬୪୨ ନୂଆ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୩୧୫୨୭୧କୁ ବୃଦ୍ଧି ପାଇଥିବା ରାଜ୍ୟ...

କାଳ ହେଲା ମର୍ନିଂ ଓ୍ବାକ୍‌

ଭଞ୍ଜନଗର/ବୁଗୁଡ଼ା,୧୦।୬: ଗଞ୍ଜାମ ଜିଲା ଦକ୍ଷିଣ ଘୁମୁସର ବନଖଣ୍ଡ ବୁଗୁଡ଼ା ରେଞ୍ଜ ଅଞ୍ଚଳରେ ଗୁରୁବାର ଏକ ଅଭାବନୀୟ ଘଟଣା ଘଟିଛି। ହାତୀ ଆକ୍ରମଣରେ ପ୍ରାତଃ ଭ୍ରମଣରେ ଯାଉଥିବା...

Advertisement
Archives

Model This Week