ରାଜ୍ୟପାଳଙ୍କୁ ଜାତୀୟ ପତାକା ପ୍ରଦାନ

ଭୁବନେଶ୍ୱର, ୯ା୮ (ବ୍ୟୁରୋ):ଆଜାଦୀ କା ଅମୃତ ମହୋତ୍ସବ ପାଳନକୁ ସ୍ମରଣୀୟ କରିବା ପାଇଁ ଆସନ୍ତା ୧୩ରୁ ୧୫ ଅଗଷ୍ଟ ୩ଦିନ ପର୍ଯ୍ୟନ୍ତ ନିଜ ଘରେ ଜାତୀୟ ପତାକା ଉତ୍ତୋଳନ କରିବା ପାଇଁ ସରକାର ଦେଶର ସମସ୍ତ ନାଗରିକଙ୍କୁ ନିବେଦନ କରିଛନ୍ତି। ଏହି ପରିପ୍ରେକ୍ଷୀରେ ଭାରତୀୟ ଡାକ ବିଭାଗ ତା’ର ୧ଲକ୍ଷ ୫୯ହଜାରରୁ ଅଧିକ ଡାକଘର ଏବଂ ଉତ୍ସର୍ଗୀକୃତ କର୍ମଚାରୀଙ୍କ ସହାୟତାରେ ସ୍ଥାନୀୟ ତଥା ଗ୍ରାମାଞ୍ଚଳର ଲୋକଙ୍କୁ ସଚେତନ କରିଛି। ଏଥିସହିତ ସଂସ୍କୃତି ମନ୍ତ୍ରଣାଳୟ ସହାୟତାରେ ସମସ୍ତ ଡାକଘରେ ଜାତୀୟ ପତାକା ଉପଲବ୍ଧ କରାଯାଇଛି। ସୋମବାର ଭୁବନେଶ୍ୱର ଡାକମଣ୍ଡଳର ବରିଷ୍ଠ ଡାକ ଅଧୀକ୍ଷକ ବସନ୍ତ କୁମାର ପଣ୍ଡା, ସହଅଧୀକ୍ଷକ ଦେବଦତ୍ତ ଜେନା, ରାଜଭବନ ଉପଡାକଘର ପୋଷ୍ଟମାଷ୍ଟର ସ୍ବପ୍ନାରାଣୀ ପଣ୍ଡା ପ୍ରମୁଖ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କୁ ଭେଟି ଏକ ଜାତୀୟ ପତାକା ପ୍ରଦାନ କରିଥିଲେ। ରାଜ୍ୟପାଳ ତୁରନ୍ତ ରାଜଭବନ କର୍ମଚାରୀଙ୍କ ପାଇଁ ୧୬୦ଟି ପତାକା ଅର୍ଡର କରିଥିଲେ।

ସୂଚନାଯୋଗ୍ୟ, ସମସ୍ତ ନାଗରିକଙ୍କ ପାଇଁ ପ୍ରତ୍ୟେକ ଡାକଘରେ ୨୫ ଟଙ୍କାରେ ଜାତୀୟ ପତାକା ଉପଲବ୍ଧ ହେବ। ସେହି ନିର୍ଦ୍ଦେଶ ଅନୁସାରେ ଭୁବନେଶ୍ୱର ଡାକମଣ୍ଡଳ ପକ୍ଷରୁ ସମସ୍ତ ଡାକଘରେ ଜାତୀୟ ପତାକା ଉପଲବ୍ଧ କରାଯାଇଛି। ନିକଟସ୍ଥ ଡାକଘରୁ ଜାତୀୟ ପତାକାଟିଏ ସଂଗ୍ରହ କରିବାକୁ ଭୁବନେଶ୍ୱର ଡାକମଣ୍ଡଳର ବରିଷ୍ଠ ଡାକ ଅଧୀକ୍ଷକ ବସନ୍ତ କୁମାର ପଣ୍ଡା ଅନୁରୋଧ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଖିରୁ ଝରାଇଲାଣି ଲୁହ, କେବେ କମିବ ପିଆଜ ଦର? ଆସିଲା ବଡ଼ ଅପଡେଟ

ନୂଆଦିଲ୍ଲୀ,୧୨।୧୦: ଦଶହରା, ଦୀପାବଳି ଏବଂ ଛଠ ପରି ପ୍ରମୁଖ ପର୍ବପର୍ବାଣୀ ଗୋଟିଏ ପରେ ଗୋଟିଏ ଆସୁଥିବା ବେଳେ, ପିଆଜର ବୃଦ୍ଧି ପାଉଥିବା ଦର ସାଧାରଣ ଲୋକଙ୍କ ପାଇଁ…

କେଶୁରାରେ ସିରିଜ୍‌ ଦୁର୍ଘଟଣା ନୁହେଁ, ସିସିଟିଭି ଫୁଟେଜରୁ ସାମ୍ନାକୁ ଆସିଲା ସାଂଘାତିକ ସତ, ଫିଲ୍ମ ଷ୍ଟାଇଲ୍‌ରେ…

ଭୁବନେଶ୍ୱର,୧୨ା୧୦: ରାଜଧାନୀର କେଶୁରା ଅଞ୍ଚଳରେ ଘଟିଥିବା ସିରିଜ ଦୁର୍ଘଟଣାରେ ଆସିଛି ନୂଆ ଟୁଇଷ୍ଟ୍‌। ସିସିଟିଭି ଫୁଟେଜରୁ ସାମ୍ନାକୁ ଆସିଛି ସାଙ୍ଘାତିକ ସତ। ପ୍ରଥମେ ଏହାକୁ ସିରିଜ୍‌ ଦୁର୍ଘଟଣା…

କାହିଁକି ବିରୋଧୀ ଦଳକୁ ଭେଟିବାକୁ ମନା କଲେ CJI ସୂର୍ଯ୍ୟ କାନ୍ତ? ଏହି ୫ କାରଣ ମାଧ୍ୟମରେ ବୁଝନ୍ତୁ ସମ୍ପୂର୍ଣ୍ଣ ଘଟଣାକୁ

ନୂଆଦିଲ୍ଲୀ,୧୨।୧୦: ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ସୂର୍ଯ୍ୟ କାନ୍ତ ବିରୋଧୀ ଦଳର ନେତାମାନଙ୍କୁ ଭେଟିବାକୁ ମନା କରିଦେଇଛନ୍ତି। ରାହୁଲ ଗାନ୍ଧୀଙ୍କ ବ୍ୟତୀତ ମଲ୍ଲିକାର୍ଜୁନ ଖାର୍ଗେ ଏବଂ ଅନ୍ୟାନ୍ୟ କଂଗ୍ରେସ…

ଧର୍ମଶାଳା ABEOଙ୍କ ଘରେ ଭିଜିଲାନ୍ସ ରେଡ୍, ଏକକାଳୀନ ୭ ଠିକଣାରେ ଚଢ଼ାଉ

ଧର୍ମଶାଳା,୧୨।୧୦(ଶିବପ୍ରସାଦ ମହାନ୍ତି): ଯାଜପୁର ଧର୍ମଶାଳା ABEOଙ୍କ ଘରେ ଭିଜିଲାନ୍ସ ରେଡ୍ । ମୋଟ ୭ଟି ସ୍ଥାନରେ ଚଢାଉ ଜାରି ରହିଥିବା ସୂଚନା ରହିଛି । ଆୟ ବହିର୍ଭୂତ…

ବଲାଙ୍ଗୀର-ଦେଓଗାଁ ରାସ୍ତାରେ ଦୁର୍ଘଟଣା, ଜଙ୍ଗଲକୁ ପଶିଗଲା ଟମାଟୋ ବୋଝେଇ ଟ୍ରକ୍

ବଲାଙ୍ଗୀର,୧୨।୧୦(ସୁନିଲ କୁମାର ମହାନ୍ତି ): ବଲାଙ୍ଗୀର-ଦେଓଗାଁ ମୁଖ୍ୟ ରାସ୍ତା ଏନଏଚ ୨୬ରେ ଦୁର୍ଘଟଣା ଘଟିଛି । ଦେଓଗାଁ ଚିନିକଳ କଲୋନୀ ବୁଲାଣି ନିକଟରେ ଭାରସାମ୍ୟ ହରାଇ ଜଙ୍ଗଲ…

ଅସ୍ତ ହେବେ ଶୁକ୍ରଦେବ; ୫ରାଶି ପାଇଁ ଅଶୁଭ, ଧନହାନି ସାଙ୍ଗକୁ….

ଜ୍ୟୋତିଷ ଶାସ୍ତ୍ରରେ ଶୁକ୍ରଦେବଙ୍କୁ ପ୍ରେମ, ଦାମ୍ପତ୍ୟ ଜୀବନ, ସମ୍ପର୍କ, ସୌନ୍ଦର୍ଯ୍ୟ, ଐଶ୍ୱର୍ଯ୍ୟ ଓ ଭୌତିକ ସୁଖର କାରକ ଭାବେ ବିବେଚନା କରାଯାଏ । ଜ୍ୟୋତିଷୀୟ ଗଣନା ଅନୁଯାୟୀ,…

ପୂର୍ବତନ ଭାଜପା ବିଧାୟକଙ୍କୁ ନିର୍ମମ ହତ୍ୟା; ୭୦-୮୦ ଜଣ ଲୋକ କ୍ରସର୍‌ ପ୍ଲାଣ୍ଟ ଉପରେ ଆକ୍ରମଣ କରି ନେଇଗଲେ ଜୀବନ…

ଜୟପୁର,୧୨।୧୦: ରାଜସ୍ତାନ ଭରତପୁରରେ ଖଣି କାର୍ଯ୍ୟକୁ ନେଇ ହୋଇଥିବା ବିବାଦ ମଧ୍ୟରେ ପୂର୍ବତନ ଭାଜପା ବିଧାୟକ ଅତର ସିଂହ ଭଦାନାଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଛି, ଯାହା…

ଆଖିରୁ ବହିଗଲା ଧାର ଧାର ଲୁହ…! ଶ୍ରେୟସ ଆୟରଙ୍କୁ ଏମିତି ପଡ଼ିଆରେ ଦେଖି ସହ୍ୟ କରିପାରିଲେ ନାହିଁ ଏହି ମହିଳା ପ୍ରଶଂସକ

ନୂଆଦିଲ୍ଲୀ,୧୨।୧୦: ଶ୍ରେୟସ ଆୟରଙ୍କ ଆଶ୍ଚର୍ଯ୍ୟଜନକ ପାଗଳାମି ଇନ୍ଦୋରରେ ଦେଖିବାକୁ ମିଳିଥିଲା। ୱେଷ୍ଟଇଣ୍ଡିଜ ବିପକ୍ଷରେ ଭାରତୀୟ ଅଧିନାୟକ ବାହାରକୁ ଯିବା ମାତ୍ରେ ତାଙ୍କର ଜଣେ ମହିଳା ପ୍ରଶଂସକ କାନ୍ଦିବାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?