Posted inଖେଳ

୨୦୨୩ ହକି ବିଶ୍ୱକପ ପ୍ରସ୍ତୁତି

ରାଉରକେଲା ଅଫିସ/ସୁନ୍ଦରଗଡ଼ (ଡି.ଏନ.ଏ), ୧୨।୧୨-
୨୦୧୮ରେ ପୁରୁଷ ହକି ବିଶ୍ୱକପ ସଫଳତାର ସହ ଆୟୋଜନ ହେବାପରେ ଅନ୍ତର୍ଜାତୀୟ ହକି ଫେଡେରେଶନ (ଏଫ୍‌ଆଇଏଚ୍‌) ପକ୍ଷରୁ କ୍ରମାଗତ ଦ୍ୱିତୀୟ ଥରପାଇଁ ଏହି ମେଗା ପ୍ରତିଯୋଗିତା ଓଡ଼ିଶାରେ ହେବ ବୋଲି ଗତବର୍ଷ ଘୋଷଣା କରାଯାଇଥିଲା। ପୂର୍ବଥର ବିଶ୍ୱକପ କେବଳ ଭୁବନେଶ୍ୱରରେ ଅନୁଷ୍ଠିତ ହୋଇଥିଲା। ଆଗାମୀ ୨୦୨୩ ସଂସ୍କରଣ ୨ଟି ସ୍ଥାନ ଭୁବନେଶ୍ୱର ଓ ରାଉରକେଲାରେ ଆୟୋଜନ ହେବ ବୋଲି ପ୍ରକାଶ କରାଯାଇଥିଲା। ଫଳରେ ହକିର ଅନ୍ତୁଡ଼ିଶାଳଭାବେ ପରିଚିତ ସୁନ୍ଦରଗଡ଼ ଏବଂ ଇସ୍ପାତ ସହର ରାଉରକେଲାରେ ଅହେତୁକ ଉତ୍ସାହ ପ୍ରକାଶ ପାଇଛି। ଆଗାମୀ ବିଶ୍ୱକପକୁ ଅଧିକ ଆକର୍ଷଣୀୟ କରାଇବା ପାଇଁ ପ୍ରସ୍ତୁତି ଆଗେଇ ଚାଲିଛି। ଭୁବନେଶ୍ୱରରେ ଆପାତତଃ ଭିତ୍ତିଭୂମି ପ୍ରସ୍ତୁତ ଥିବାବେଳେ ଏବେ ରାଉରକେଲା ଉପରେ ଫୋକସ ରହିଛି। ଏଥିପାଇଁ ଶୁକ୍ରବାର ରାଜ୍ୟ କ୍ରୀଡ଼ାମନ୍ତ୍ରୀ ତୁଷାରକାନ୍ତି ବେହେରା, ମୁଖ୍ୟ ଶାସନ ସଚିବ ଅସିତ କୁମାର ତ୍ରିପାଠୀ, ଏଫ୍‌ଆଇଏଚ୍‌ ସଭାପତି ନରିନ୍ଦର ଧ୍ରୁବ ବାତ୍ରା, କ୍ରୀଡ଼ା ସଚିବ ବିଶାଲ ଦେବ, ନିର୍ଦ୍ଦେଶକ ଭିନିଲ କ୍ରିଷ୍ଣା, ଇଣ୍ଡଷ୍ଟ୍ରିଆଲ ଇନ୍‌ଫ୍ରାଷ୍ଟ୍ରକ୍ଚର ଡେଭଲପ୍‌ମେଣ୍ଟ କର୍ପୋରେଶନ ଅଫ୍‌ ଓଡ଼ିଶା (ଇଡ୍‌କୋ)ର ପରିଚାଳନା ନିର୍ଦ୍ଦେଶକ ସଞ୍ଜୟ କୁମାର ସିଂ ଏବଂ ହକି ଇଣ୍ଡିଆର ଅଧିକାରୀମାନେ ରାଉରକେଲାର ଭିତ୍ତିଭୂମି ଅନୁଧ୍ୟାନ କରିବା ସହ କାର୍ଯ୍ୟ ଅଗ୍ରଗତିର ସମୀକ୍ଷା କରିଥିଲେ। ଏଥିପାଇଁ ରୋଡ୍‌ମ୍ୟାପ୍‌ ପ୍ରସ୍ତୁତି ଅବସରରେ ରାଉରକେଲା ସହରର ଉନ୍ନତୀକରଣ ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଥିଲା। ଏହି ଅବସରରେ ରାଉରକେଲା ବିଧାୟକ ତଥା ଜିଲା ଯୋଜନା ବୋର୍ଡ ଅଧ୍ୟକ୍ଷ ସାରଦା ପ୍ରସାଦ ନାୟକ, ସୁନ୍ଦରଗଡ଼ ଜିଲାପାଳ ନିଖିଲ ପୱନ କଲ୍ୟାଣ, ରାଉରକେଲା ମହାନଗର ନିଗମ କମିଶନର ଦିବ୍ୟଜ୍ୟୋତି ପରିଡା, ରାଉରକେଲା ଏଡିଏମ୍‌ ଆବୋଲି ସୁନିଲ ନରୱଣେ, ପଶ୍ଚିମାଞ୍ଚଳ ଡିଆଇଜି କବିତା ଜଲାନ, ରାଉରକେଲା ଏସପି କେ.ଶିବା ସୁବ୍ରମଣି, ଆରଏସପି କାର୍ଯ୍ୟ ନିର୍ବାହୀ ନିର୍ଦ୍ଦେଶକ (କାର୍ମିକ)ପ୍ରଦ୍ୟୁତ କୁମାର ଦାଶ ଓ କାର୍ଯ୍ୟ ନିର୍ବାହୀ ନିର୍ଦ୍ଦେଶକ (ମାନବ ସମ୍ବଳ) ରାଜବୀର ସିଂ ପ୍ରମୁଖ ଉପସ୍ଥିତ ରହିଥିଲେ ା ହକି ବିଶ୍ୱକପ୍‌ ସମୟରେ ଗ୍ୟାଲେରୀରେ ୨୦ ହଜାର ଦର୍ଶକ ବସିବାର ବ୍ୟବସ୍ଥା ଉପରେ ଗୁରୁତ୍ୱାରୋପ କରାଯାଇଥିଲା।
”୨୦୧୮ ଅପେକ୍ଷା ୨୦୨୩ ପୁରୁଷ ହକି ବିଶ୍ୱକପକୁ ଅଧିକ ବଡ଼ ଆକାରରେ ଆୟୋଜନ କରାଯିବ। ମ୍ୟାଚଗୁଡ଼ିକ ୨ଟି ସ୍ଥାନରେ ଆୟୋଜନ ହେବାକୁ ଯାଉଥିବାରୁ ଆମପାଇଁ ଏକ ଚ୍ୟାଲେଞ୍ଜ ଏବଂ ସୁଯୋଗ ମଧ୍ୟ। ଭୁବନେଶ୍ୱରରେ ବିଶ୍ୱକପ ହୋଇସାରିଥିବାରୁ ସେଠାରେ ଭିତ୍ତିଭୂମି ପାଖାପାଖି ପ୍ରସ୍ତୁତ ହୋଇରହିଛି। ରାଉରକେଲା ଏକ ବିକଶିତ ସହର। ତେଣୁ ଉଭୟ ଭେନ୍ୟୁରେ ବିଶ୍ୱସ୍ତରୀୟ ଭିତ୍ତିଭୂମି ଉପଲବ୍ଧ କରାଇବା ସହ ଓଡ଼ିଶା ପୁଣିଥରେ ଏକ ସଫଳ ଏବଂ ସ୍ମରଣୀୟ ବିଶ୍ୱକପ ଆୟୋଜନ ଲକ୍ଷ୍ୟ ରଖିଛି। ଗତ ବିଶ୍ୱକପଭଳି ଏଥର ମଧ୍ୟ ଉଭୟ ସ୍ଥାନରେ ଖେଳାଳି, ଅଫିସିଆଲ ଏବଂ ବିଶ୍ୱର କ୍ରୀଡ଼ାପ୍ରେମୀଙ୍କ ପାଇଁ ସବୁପ୍ରକାର ବ୍ୟବସ୍ଥା କରାଯିବ“ ବୋଲି କ୍ରୀଡ଼ାମନ୍ତ୍ରୀ ପ୍ରକାଶ କରିଛନ୍ତି। ୨୦୨୨ ମଧ୍ୟଭାଗ ସୁଦ୍ଧା ସମସ୍ତ କାର୍ଯ୍ୟ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି ବୋଲି ସେ କହିଛନ୍ତି। ” ୨୦୧୮ ହକି ବିଶ୍ୱକପକୁ ସଫଳତାର ସହ ଆୟୋଜନ ପାଇଁ ଓଡ଼ିଶା ସରକାର ସମସ୍ତ ପ୍ରକାର ପ୍ରୟାସ କରିଥିଲେ। ୨୦୨୩ ବିଶ୍ୱକପକୁ ମଧ୍ୟ ସେପରି ଆୟୋଜନ କରିବା ପାଇଁ ସମସ୍ତେ ମିଳିମିଶି କାର୍ଯ୍ୟ କରୁଛନ୍ତି। କ୍ରୀଡ଼ାକୁ ପ୍ରୋତ୍ସାହନ ଦେବାରେ ଓଡ଼ିଶା ଅଗ୍ରଣୀ ଭୂମିକା ଗ୍ରହଣ କରିଆସିଛି। ରାଉରକେଲା ଓ ସୁନ୍ଦରଗଡ଼ରେ ଉନ୍ନୟନ କାର୍ଯ୍ୟ ଆଗେଇ ଚାଲିଛି“ ବୋଲି ମୁଖ୍ୟ ଶାସନ ସଚିବ ପ୍ରକାଶ କରିଛନ୍ତି। ”ମହିଳା ହେଉ କି ପୁରୁଷ ବିଶ୍ୱକପ ଏଫ୍‌ଆଇଏଚ୍‌ ଏହାକୁ ସର୍ବଦା ଗୁରୁତ୍ୱ ଦେଇଥାଏ। ଆଥଲେଟ୍‌ ଓ ଦର୍ଶକମାନେ ଯେପରି ଏହାକୁ ମନଭରି ଉପଭୋଗ କରିବେ ତାହା ଗୁରୁତ୍ୱପୂର୍ଣ୍ଣ। ବିଶ୍ୱବ୍ୟାପୀ ଆୟୋଜନର ଭେନ୍ୟୁ ବଢ଼ିବା ସ୍ବାଗତଯୋଗ୍ୟ। ରାଉରକେଲାରେ ଅଗ୍ରଗତି କାର୍ଯ୍ୟ ସନ୍ତୋଷ ଜନକ। ଏଥିପାଇଁ ମୁଁ କାର୍ଯ୍ୟରେ ଲାଗିଥିବା ଅଧିକାରୀମାନଙ୍କୁ ଧନ୍ୟବାଦ ଜଣାଉଛି। ୨୦୨୩ ବିଶ୍ୱକପ ପାଇଁ ରାଉରକେଲା ଅନ୍ୟତମ ଶ୍ରେଷ୍ଠ ଭେନ୍ୟୁ ହେବା ଆଶା ରହିଛି“ ବୋଲି ଏଫ୍‌ଆଇଏଚ୍‌ ସଭାପତି କହିଛନ୍ତି। ପ୍ରକାଶ ଯୋଗ୍ୟ ଯେ, ବିଶ୍ୱକପ ପୂର୍ବରୁ ସୁନ୍ଦରଗଡ଼ର ୧୬ଟି ବ୍ଲକରେ ୧୬ଟି ସିନ୍ଥେଟିକ୍‌ ଟର୍ଫ ପକାଇବା ପାଇଁ ରାଜ୍ୟ କ୍ରୀଡ଼ା ବିଭାଗର ଯୋଜନା ରହିଛି। ଏହି କାର୍ଯ୍ୟ ଦ୍ରୁତ ଗତିରେ ଆଗେଇ ଚାଲିଛି।

 


Enter your email to get our daily news in your inbox.

All Right Reserved By Dharitri.Com

ସମ୍ପର୍କୀୟଙ୍କ ସହ ଘରୁ ବାହାରିଥିଲେ, ଗଛରେ ପିଟି ହୋଇ ଚାଲିଗଲା ଯୁବକଙ୍କ ଜୀବନ; ଏଯାଏ ମିଳୁନି…

ଭବାନୀପାଟଣା,୧୭।୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲା ଜୁନାଗଡ଼ ଥାନା ଅନ୍ତର୍ଗତ ଜାରିଙ୍ଗ ଛକ ନିକଟରେ ମଙ୍ଗଳବାର ରାତି ପାୟ ସାଢ଼େ ୮ ଟାରେ ଗଛରେ ପିଟି ହୋଇ ଜଣେ…

ଗ୍ୟାସ ସିଲିଣ୍ଡର ଖୋଲି ଘରେ ନିଆଁ ଲଗାଇଦେଲେ ସ୍ବାମୀ, ଥାନାରେ ପହଞ୍ଚିଲେ ସ୍ତ୍ରୀ; ଗିରଫ ପରେ ଜେଲ…

ଦିଗପହଣ୍ଡି,୧୭|୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ୭ ନଂ ୱାର୍ଡ ବଜାର ସାହି ଗୁଣ୍ଡିଚା ଛକ ରେ ରହୁଥିବା ଏ.ରାଜୁଙ୍କୁ ମଙ୍ଗଳବାର ପୋଲିସ ଗିରଫ କରି…

ପାକିସ୍ତାନ ପାଇଁ BCCI ସହିବ କ୍ଷତି! ଭାରତରୁ ଛଡ଼ାଇ ନିଆଯାଇପାରେ ବଡ଼ ଟୁର୍ଣ୍ଣାମେଣ୍ଟ

ନୂଆଦିଲ୍ଲୀ,୧୭।୨: କ୍ରିକେଟ୍ ପ୍ରେମୀଙ୍କ ପାଇଁ ଏକ ଚିନ୍ତାଜନକ ଖବର। ଭାରତ ଓ ପାକିସ୍ତାନ ମଧ୍ୟରେ ଲାଗି ରହିଥିବା ସୀମା ବିବାଦର ପ୍ରଭାବ ଏବେ କ୍ରିକେଟ୍ ମୈଦାନ ଉପରେ…

ଦୁଇ ଦିନ ପରେ ଦେଇଥାନ୍ତେ ମାଟ୍ରିକ୍‌ ପରୀକ୍ଷା, ବାଇକ୍‌ ସହ ଦୁର୍ଘଟଣା ପରେ ଟ୍ରାକ୍ଟର ଚାପି ଦେବାରୁ ଚାଲିଗଲା ଛାତ୍ରଙ୍କ ଜୀବନ

ରାୟଗଡ଼ା,୧୭।୨(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡ଼ା ସହରରେ ଚିନ୍ତାଜନକ ହୋଇପଡ଼ିଛି ଟ୍ରାଫିକ ସମସ୍ୟା । ସହର ଦେଇ ଯାଇଥିବା ୩୨୬ନଂ ଜାତୀୟ ରାଜପଥ କଡ଼ରେ ବେଆଇନ ପାର୍କିଂ ଯୋଗୁ…

ବ୍ରହ୍ମପୁର-ରେଢ଼ାଖୋଲ ରେଳ ପ୍ରକଳ୍ପ: ୩୩୨ କିମି ହେବ ରେଳ ଲାଇନ୍‌, ଅର୍ଥ ଅନୁମୋଦନ କେବେ…?

ଭଞ୍ଜନଗର,୧୭।୨(ବାବୁଲା ପ୍ରଧାନ)- ସରକାର ପରେ ସରକାର ବଦଳୁଛି, କିନ୍ତୁ ବ୍ରହ୍ମପୁର ଭାୟା ଭଞ୍ଜନଗର, ଫୁଲବାଣୀ ରେଢ଼ାଖୋଲ ରେଳ ପ୍ରକଳ୍ପ ଅଗ୍ରଗତି ହୋଇପାରୁନାହିଁ। କନ୍ଧମାଳ ଜିଲାବାସୀଙ୍କ ପାଇଁ ରେଳ…

କଲେଜ ଯାଇଥିବା ବେଳେ ଛାତ୍ରୀଙ୍କୁ ଅପହରଣ କରି ୫ ଦିନ ଧରି ବଳାତ୍କାର, ଜେଲ ହାଜତକୁ ଗଲେ …

ଦିଗପହଣ୍ଡି,୧୭।୨(ଅଶେଷ  ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳର ଏକ କଲେଜରେ ଯୁକ୍ତ ୨ ଦିତୀୟ ବର୍ଷ କଳା ଶ୍ରେଣୀରେ ପଢୁଥିବା ୧୭ ବର୍ଷର ଛାତ୍ରୀଙ୍କୁ ଅପହରଣ…

‘ମୁଖ୍ୟମନ୍ତ୍ରୀ ମୋ ସାନ ଭାଇ, ବିଜେଡି ଫେରିବା ଆଶା ନାହିଁ’- ସନାତନ ମହାକୁଡ଼

ଭୁବନେଶ୍ୱର,୧୭l୨: ବିଜୁ ଜନତା ଦଳ (ବିଜେଡି) ରୁ ନିଲମ୍ବିତ ହେବା ପରେ ପ୍ରଥମ ଥର ପାଇଁ ମୁହଁ ଖୋଲିଛନ୍ତି ଚମ୍ପୁଆ ବିଧାୟକ ସନାତନ ମହାକୁଡ଼। ଦଳରୁ ନିଲମ୍ବନ…

ଦୁର୍ବ୍ୟବହାର ଅଭିଯୋଗ ଆଣିଥିଲେ ଅତିରିକ୍ତ ତହସିଲଦାର, ଆଖି ବୁଜିଲେ ବିଷ ପିଇଥିବା ଚିକିଟି ପିଇଓ 

ଚିକିଟି,୧୭।୨(ପ୍ରକାଶ ଚନ୍ଦ୍ର ସାହୁ): ଚିକିଟି ଅତିରିକ୍ତ ତହସିଲଦାରଙ୍କ ଦ୍ୱାରା ଦୁର୍ବ୍ୟବହାର କରିଥିବା ଅଭିଯୋଗ ଆସିବା ପରେ ଗଞ୍ଜାମ ଜିଲା ରାମଚନ୍ଦ୍ରପୁର ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ(ପିଇଓ) ଦଣ୍ଡପାଣି ପାତ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri