ପ୍ରସ୍ତୁତି ଶେଷ: ନିୟୋଜିତ ହେବେ ୨୨ ହଜାର ପୋଲିଂ କର୍ମଚାରୀ

ଭୁବନେଶ୍ୱର,୨୨ା୩(ବ୍ୟୁରୋ):ଆସନ୍ତା ୨୪ ତାରିଖରେ ୧୦୬ ପୌରସଂସ୍ଥା ଓ ୩ ମହାନଗର ନିଗମରେ ନିର୍ବାଚନ ଅନୁଷ୍ଠିତ ହେବ। ସକାଳ ୮ଟାରୁ ଅପରାହ୍ନ ୫ଟା ମଧ୍ୟରେ ଭୋଟଗ୍ରହଣ କରାଯିବ। ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି ବୋଲି ସୋମବାର ଖବରଦାତା ସମ୍ମିଳନୀରେ ରାଜ୍ୟ ନିର୍ବାଚନ କମିଶନର ଆଦିତ୍ୟ ପ୍ରସାଦ ପାଢ଼ୀ ସୂଚନା ଦେଇଛନ୍ତି। କମିଶନର କହିଛନ୍ତି, ନିର୍ବାଚନକୁ ଶୃଙ୍ଖଳାର ସହ ପରିଚାଳନା କରିବା ପାଇଁ ୧୯୫ ପ୍ଲାଟୁନ୍‌ ଫୋର୍ସ ମୁତୟନ ହେବେ। ଭୁବନେଶ୍ୱର ମହାନଗର ନିଗମ ପାଇଁ ୩୦ ପ୍ଲାଟୁନ୍‌ ଫୋର୍ସ, କଟକ ମହାନଗର ନିଗମ ପାଇଁ ୨୦ ପ୍ଲାଟୁନ୍‌ ଫୋର୍ସ ଓ ବ୍ରହ୍ମପୁର ମ୍ୟୁନିସିପାଲ କର୍ପୋରେଶନ ପାଇଁ ୧୦ ପ୍ଲାଟୁନ୍‌ ଫୋର୍ସ ମୁତୟନ ହେବେ। ଏହାଛଡ଼ା ୩୦୦ ମୋବାଇଲ ପାର୍ଟି ରହିବେ। ସେଥିମଧ୍ୟରୁ ୧୦୯ ମୋବାଇଲ ପାର୍ଟି ୩ଟି ମହାନଗର ନିଗମ ପାଇଁ ନିୟୋଜିତ ହେବେ। ପ୍ରତି ବୁଥ୍‌ରେ ଜଣେ ଲେଖାଏ ହାବିଲଦାର କିମ୍ବା କନଷ୍ଟେବଳ କିମ୍ବା ସଶସ୍ତ୍ର ପୋଲିସ ମୁତୟନ ରହିବେ। ଅତି ସମ୍ବେଦନଶୀଳ ବୁଥ୍‌ରେ ଜଣେ ହାବିଲଦାର କିମ୍ବା କନଷ୍ଟେବଳ ସହ ଆଉ ଜଣେ ସଶସ୍ତ୍ର ପୋଲିସ ରହିବେ। ନିର୍ବାଚନ ହେଉଥିବା ପ୍ରତ୍ୟେକ ପୌରାଞ୍ଚଳ ଥାନାରେ ଗୋଟିଏ କିମ୍ବା ଦୁଇଟି ଷ୍ଟ୍ରାଇକିଂ ଫୋର୍ସ ରହିବେ। ଏହାଛଡ଼ା ପ୍ରତି ଜିଲା ସଦରମହକୁମାରେ ଗୋଟିଏ କିମ୍ବା ଦୁଇ ପ୍ଲାଟୁନ୍‌ ଫୋର୍ସ ଜରୁରୀ ପରିସ୍ଥିତି ପାଇଁ ନିୟୋଜିତ ହେବେ।
ଏହି ନିର୍ବାଚନରେ ମେୟର ଓ ଅଧ୍ୟକ୍ଷ ପଦବୀ ପାଇଁ ୫୬୯, କର୍ପୋରେଟର ଓ କାଉନସିଲର ପଦବୀ ପାଇଁ ୫,୮୪୨ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ମ୍ୟୁନିସିପାଲିଟି ଓ ଏନ୍‌ଏସିର ୧୬୭୨ ୱାର୍ଡ ଓ ୩ କର୍ପୋରେଶନର ୧୬୫ ୱାର୍ଡରେ ନିର୍ବାଚନ ହେବ। କଟକ ମହାନଗର ନିଗମ ଏବଂ ବାରିପଦା ମ୍ୟୁନିସିପାଲିଟିର ଅଧ୍ୟକ୍ଷ ପଦ ପାଇଁ ମୋଟ ୧୬ ଜଣ ପ୍ରାର୍ଥୀ ଥିବା ବେଳେ କୋରାପୁଟ ଜିଲା ଜୟପୁର ମ୍ୟୁନିସିପାଲିଟିର ଅଧ୍ୟକ୍ଷ ପଦବୀ ପାଇଁ ମୋଟ ୧୮ ଜଣ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ମ୍ୟୁନିସିପାଲିଟି ଓ ଏନ୍‌ଏସିର ୨,୯୮୯ ବୁଥ୍‌ ଏବଂ ୩ଟି କର୍ପୋରେଶନର ୧୩୮୪ ବୁଥ୍‌ରେ ୪୦ ଲକ୍ଷ ୫୫ ହଜାର ଭୋଟରଙ୍କ ପାଇଁ ମତଦାନ ବ୍ୟବସ୍ଥା କରାଯାଇଛି। ଭୋଟ ଗ୍ରହଣ ପାଇଁ ମୋଟ ୨୨ ହଜାର ପୋଲିଂ କର୍ମଚାରୀ ରହିବେ। ମାର୍ଚ୍ଚ ୨୨ ଅପରାହ୍ନ ୫ଟା ସୁଦ୍ଧା ପ୍ରଚାର କାର୍ଯ୍ୟ ସରିବ। ୨୩ ଅପରାହ୍ନ ସୁଦ୍ଧା ସବୁ ପୋଲିଂ ଷ୍ଟାଫ୍‌ ନିଜ ନିଜ ବୁଥ୍‌ରେ ପହଞ୍ଚିବେ। ୨୪ ତାରିଖରେ ସକାଳ ୮ଟାରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ଭୋଟ ଗ୍ରହଣ ହେବ। ନିର୍ଦ୍ଦିିଷ୍ଟ ମତଦାନ କେନ୍ଦ୍ରରେ ସମସ୍ତ ପୌର ଭୋଟର ୨୪ ତାରିଖ ସକାଳ ୮ଟାରୁ ସନ୍ଧ୍ୟା ୫ଟା ମଧ୍ୟରେ ନିଜ ମତାଧିକାର ସାବ୍ୟସ୍ତ କରିବାକୁ ମତଦାତାଙ୍କୁ ନିର୍ବାଚନ କମିଶନର ଅନୁରୋଧ କରିଛନ୍ତି। ଏଥିସହ ବ୍ରହ୍ମପୁର ମ୍ୟୁନିସିପାଲ କର୍ପୋରେଶନର ୩ଟି ୱାର୍ଡ ସମେତ ଅନ୍ୟ ମ୍ୟୁନିସିପାଲ କର୍ପୋରେଶନର ୫୮ଟି ୱାର୍ଡରେ ମନୋନୟନ ଦାଖଲ କରିଥିବା ପ୍ରାର୍ଥୀ ନିର୍ଦ୍ୱନ୍ଦ୍ୱରେ ବିଜୟୀ ହୋଇଛନ୍ତି। ସେହିପରି ପଟ୍ଟାମୁଣ୍ଡାଇ ମ୍ୟୁନିସିପାଲିଟି, କାମାକ୍ଷାନଗର ଏନ୍‌ଏସି ଓ ପୁରୁଷୋତ୍ତମପୁର ଏନ୍‌ଏସିର ଗୋଟିଏ ଲେଖାଏ ୱାର୍ଡରେ କେହି ପ୍ରାର୍ଥତ୍ପତ୍ର ଦାଖଲ କରିନାହାନ୍ତି। ୨୬ ତାରିଖ ସକାଳ ୮ଟାରୁ ଭୋଟ ଗଣତି ଚାଲିବ।


Enter your email to get our daily news in your inbox.

All Right Reserved By Dharitri.Com

ବ୍ରହ୍ମପୁରରେ ପୁଣି ଏନ୍‌କାଉଣ୍ଟର: ପୋଲିସ ଗୁଳି ଖାଇ ଏବେ ଆଇସିୟୁରେ ଅପରାଧୀ ଜଗା

ବ୍ରହ୍ମପୁର,୨୫ା୫: ଗଞ୍ଜାମ ଜିଲାରେ ଗତ ମାସକ ମଧ୍ୟରେ ୧୦ ହତ୍ୟାକାଣ୍ଡ, ଗୋଷ୍ଠୀ କନ୍ଦଳକୁ ନେଇ ଏକାଧିକ ହଣାକଟା ଘଟଣା ଯୋଗୁ ଆଇନଶୃଙ୍ଖଳା ବିପର୍ଯସ୍ତ ହୋଇପଡିଥିଲା। ଯାହାକି ପୋଲିସ…

ସକାଳୁ ସକାଳୁ ଇରାନକୁ ଧମକ ଦେଲେ ଟ୍ରମ୍ପ! ଡିଲ ଉପରେ ସସପେନ୍ସକୁ ନେଇ ପଠାଇଲେ…

ଓ୍ବାଶିଂଟନ,୨୫।୫: ଇରାନ ଏବଂ ଆମେରିକା ମଧ୍ୟରେ ସମ୍ଭାବ୍ୟ ଚୁକ୍ତିକୁ ନେଇ ସସପେନ୍ସ ଜାରି ରହିଛି। ଏହା ମଧ୍ୟରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସୋସିଆଲ ମିଡିଆରେ ଏକ…

ପ୍ରଧାନମନ୍ତ୍ରୀ ମୋଦିଙ୍କ ଉପସ୍ଥିତିରେ ଟ୍ରମ୍ପ ତାଙ୍କ ସ୍ବତନ୍ତ୍ର ପ୍ରତିନିଧି ସର୍ଗିଓ ଗୋରଙ୍କୁ ଫୋନ ମାଧ୍ୟମରେ କ’ଣ ନିର୍ଦ୍ଦେଶ ଦେଇଥିଲେ? ଜାଣନ୍ତୁ…

ନୂଆଦିଲ୍ଲୀ,୨୫।୫: ଆମେରିକାର ସ୍ବାଧୀନତା ଘୋଷଣାର ୨୫୦ତମ ବାର୍ଷିକୀ ପାଳନ ପାଇଁ ଦିଲ୍ଲୀରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଆମେରିକୀୟ ରାଷ୍ଟ୍ରଦୂତ ସର୍ଗିଓ ଗୋର ଏବଂ ଆମେରିକାର ବୈଦେଶିକ ସଚିବ…

ଶୀଥିଳ ହୋଇପଡ଼ିଛି ଧାନ ବିକ୍ରି-ଉଠାଣ ପ୍ରକ୍ରିୟା: ଚାଲିଲା ଛାନଭିନ୍‌, ଫସରଫାଟିଲା ଫଲ୍ସ ଏଣ୍ଟ୍ରି

ବରଗଡ଼,୨୫।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ରବିଧାନ ସଂଗ୍ରହ ପ୍ରକ୍ରିୟାକୁ ରବିବାର ୨ସପ୍ତାହ ପୂରି ଯାଇଛି। ହେଲେ ଏବେ ମଧ୍ୟ କେତେକ ମିଲର୍ସ ନିୟମିତ ଭାବେ ଆସୁ ନ…

ଘରୋଇ ବିବାଦୀୟ ଜମିରେ ଗୋଷ୍ଠୀ ସାଂସ୍କୃତିକ କେନ୍ଦ୍ର ନିର୍ମାଣ: ବିଡିଓ ଦୃଷ୍ଟିଦେବାକୁ ଦାବି

ମହାକାଳପଡ଼ା, ୨୫ା୫(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ କେବି ଦାଣ୍ଡୁଆ ପଞ୍ଚାୟତ ବଗଗହଣ ଗ୍ରାମରେ ବିକଶିତ ଗାଁ ବିକଶିତ ଓଡ଼ିଶା ପ୍ରକଳ୍ପ ଯୋଜନାରେ ଷୋଳ…

ଭତ୍ତା ପାଇଁ ଶାଶୁଙ୍କୁ ୯ କି.ମି. ପିଠିରେ ବୋହିଲେ ବୋହୂ

ଅମ୍ବିକାପୁର,୨୫ା୫: ଛତିଶଗଡ଼ର ସୁର୍ଗୁଜା ଜିଲାରେ ଜଣେ ମହିଳା ତାଙ୍କ ୯୦ ବର୍ଷୀୟା ଶାଶୁଙ୍କ ଭତ୍ତା ଟଙ୍କା ଉଠାଇବା ପାଇଁ ପିଠିରେ ୯ କି.ମି. ବୋହି ବ୍ୟାଙ୍କକୁ ଯିବା…

ସାହିତ୍ୟରେ ଶସ୍ତା ରାଜନୀତି

ହଁଆଜ୍ଞା, ଅକବି ଓ ଅଲେଖକ ପ୍ରବଳ! ଚିନ୍ତାରେ କବି ଓ ଲେଖକକୁଳ। ସବଳ ଡମ୍ଫା,ଡହରା,ଟାଉଟର। ଦୁର୍ବଳ, ସ୍ରଷ୍ଟା, ସାଧକ, କଳାକାର। କବିବର ରାଧାନାଥ ରାୟଙ୍କ କାଳଜୟୀ କବିତାଂଶ;…

ଡାଇବେଟିସ୍‌ ଥିଲେ ରୁହନ୍ତୁ ସତର୍କ, ଏଥିରୁ ମୁକ୍ତି ପାଇବା ପାଇଁ ଆପଣାନ୍ତୁ…

ବର୍ତ୍ତମାନ ଏଭଳି ସମୟ ଆସିଛି, ଯେତେବେଳେ ଆମେ ନିଜ ସ୍ବାସ୍ଥ୍ୟ ପ୍ରତି ଅଧିକ ସଚେତନ ରହିବା ନିହାତି ଦରକାର। ଯଦି ଆପଣଙ୍କର ଡାଇବେଟିସ୍‌ କିମ୍ବା ରକ୍ତଚାପ ପରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri