୬ବର୍ଷ ୩ମାସ ହୋଇଥିଲା ପ୍ରସ୍ତୁତି କାର୍ଯ୍ୟ

ପଣ୍ଡିତ ବନ୍ଧୁ ରଥେ ନିକଟସ୍ଥ ବେଦପୁର ଶାସନର ବାସିନ୍ଦା ଥିଲେ। ଆମେ ତେଣୁ ସକ୍ଷମ ଥିଲୁ ଶାସ୍ତ୍ର ଆଲୋଚନା ଦିଗରେ। ବାହାର ପଣ୍ଡିତଙ୍କୁ ଆମଦାନୀ କରାଯାଇ ନ ଥିଲା। ପଣ୍ଡିତେ ରହିଲେ, ସୂତ୍ରଧର ରହିଲେ, ଗଙ୍ଗା ମହାପାତ୍ରେ ଓ ଗଦେଇ ମହାପାତ୍ରେ ଅଙ୍କ କଷିଲେ। ଚଉବନ ହାତ ଗଭୀର ପର୍ଯ୍ୟନ୍ତ ବାଲି ଖୋଳାହେଲା। ଅଠରଟି ଦଳରେ ବିଭକ୍ତ ହୋଇ ପାଇଟିଆଳ କାମ କଲେ।
ଆମର ବିଶ୍ୱାସ ଅଛି ଚନ୍ଦ୍ରଭାଗା ନଦୀର ଗଣ୍ଡସ୍ଥଳରେ ଅର୍ଥାତ୍‌ ପଦ୍ମତୋଳା ଗଣ୍ଡରେ ମନ୍ଦିର ନିର୍ମାଣ ହୋଇଥିଲା। ଗଣ୍ଡରେ ଯଦି ହେଲା, ତେବେ ବାଲି ଖୋଳାଗଲା କିପରି? ବାସ୍ତବିକ ଗଣ୍ଡ ପୋତା ହୋଇଥିଲା। ମୂଳଦୁଆ ଖୋଳା ଆରମ୍ଭ ପୂର୍ବରୁ ଛଅ ବର୍ଷ ତିନି ମାସ ଧରି ପ୍ରସ୍ତୁତି କାର୍ଯ୍ୟ ଚାଲିଥିଲା। ପୋଥି ଲେଖକ ଲେଖିଛନ୍ତି ‘ମୁଁ ଏହି କାମ ଅର୍ଥାତ୍‌ ପୋଥିରେ ଯାହା ଯାହା ଲେଖିଛି, ତାହାକୁ ନିର୍ବାହ କରିବା ପାଇଁ ସତ୍ୟତା ଓ ସଚେତନତା ସହିତ କରିଛି। ସତ୍ୟ ଓ ଧର୍ମ ସହିତ କାର୍ଯ୍ୟ କରିଛି। ମୁଁ ନିଯୁକ୍ତି ପାଇଛି ବର୍ତ୍ତମାନ ଶ୍ରୀପଦ୍ମକେଶର ମନ୍ଦିରର ‘ସାନ-ପରିଚ୍ଛା’ ଭାବରେ। ପ୍ରଥମରୁ ୬ ବର୍ଷ ୩ ମାସ ପ୍ରସ୍ତୁତି ଚାଲିଥିବାବେଳେ ମୁଁ ଦାୟିତ୍ୱରେ ନ ଥିଲି, ଥିଲେ ଶ୍ରୀପୁରୁଷୋତ୍ତମ କ୍ଷେତ୍ରର ମୁଖ୍ୟ ପରିଦର୍ଶକ। ମୋର ସେ ସମୟରେ କାମ ସମ୍ବନ୍ଧରେ କୌଣସି ଜ୍ଞାନ ନାହିଁ।
ଆମେ ଏହାକୁ ଲେଖିବାର କାରଣ: ସେଇ ୬ ବର୍ଷ ୩ ମାସ ମଧ୍ୟରେ ପୋତା ହୋଇଥିବା ପଦ୍ମତୋଳା ଗଣ୍ଡ ଉପରେ ହିଁ ମାପଚୁପ ହୋଇ ଚଉବନ ହାତ (ହାରାହାରି ୮୦ଫୁଟ) ମୂଳଦୁଆ ହୋଇଥିଲା। ମନେହୁଏ ହାତୀ ଟାଣୁଥିବା ଶଗଡ଼ ପୋତାବେଳେ ବ୍ୟବହାର ହୋଇଥିଲା। ପୋଥିରେ ୧୩ଟି ହାତୀ ଶଗଡ଼ ଓ ଶଗଡ଼ିଆଙ୍କ କଥା ଆମକୁ ମିଳେ। ମୂଳଦୁଆ ଗୋଡ଼ି କଙ୍କରରେ ପୂର୍ଣ୍ଣ କରିଥିଲେ ରଘୁ ଓଝା। ଭୂମି ତଳେ ‘ଗର୍ଭ ରେଖା ବସାଣ’ ରାଜଗୁରୁଙ୍କ ଦ୍ୱାରା ପୂଜା ହୋଇ ଆରମ୍ଭ ହୋଇଥିଲା। କାମ ଆରମ୍ଭ ପରେ ପ୍ରଥମେ କାମ ତଦାରଖ କରିବାକୁ ଆସିଥିଲେ ବଳଶ୍ରୀ ଜଳନ୍ଧର ଦେବରାଜା। ‘ବୀରଶ୍ରୀ’ ଉପାଧି ଭଳି ୟାଙ୍କର ‘ବଳଶ୍ରୀ’ ଉପାଧି ବ୍ୟବହାର ହେଉଥିଲା। କାମ ଦେଖି ସେ ଖୁସି ହୋଇ ୧୦୩ ମାଢ଼ ସୁନା ଶିଳ୍ପୀମାନଙ୍କୁ ଉପହାର ଦେଇଥିଲେ।
ବର୍ଣ୍ଣନାରୁ ଜଣାପଡ଼ୁଛି- ବଳଶ୍ରୀ କୋଣାର୍କରେ ଅବସ୍ଥାନ ପାଇଁ ଶିବିର ନିର୍ମାଣ ହୋଇଥିଲା। ସେ କୋଣାର୍କରେ ଥିବାବେଳେ – ୧) ଶିବେଇ ସାମନ୍ତରା ପୀଠର ସୀମା ଚିହ୍ନିତ କରି ରେଖା ବସାଣ କାର୍ଯ୍ୟ କରିଥିଲେ।
୨) ଗଦା ମହାପାତ୍ର ରଥାକୃତି ମନ୍ଦିରର ‘ଚକ’ ଗୁଡ଼ିକର ନକ୍ସା କରି ଦାଖଲ କରିଥିଲେ। ଆମେ ଯେଉଁ ମନ୍ଦିର ଚକାଗୁଡ଼ିକ ଦେଖୁଛେ, ତାହା ଗଦା ମହାପାତ୍ରଙ୍କ ପରିକଳ୍ପନା।
୩) ଦାମ ମହାରଣାଙ୍କୁ ଦାୟିତ୍ୱ ଦିଆଗଲା ୪୦ଜଣ ଶିଳ୍ପୀଙ୍କ ସହାୟତାରେ ପୀଠର ସୂକ୍ଷ୍ମ କାରୁକାର୍ଯ୍ୟ କରିବା ପାଇଁ।
୪) ଗଜପତିଙ୍କ ପରାମର୍ଶ ଅନୁଯାୟୀ ଖୋର୍ଦ୍ଧା ହଳଦିଆ ଗ୍ରାମର ବୈଦ୍ୟ ରାମଚନ୍ଦ୍ର ସାମନ୍ତଙ୍କୁ କୋଣାର୍କ ଅଣାଯାଇଥିଲା। ପ୍ରଥମେ ଔଷଧ ଗୋଦାମ ନିର୍ମାଣ ହୋଇ ଚିକିତ୍ସା ପାଇଁ ଶିବିର ବ୍ୟବସ୍ଥା ହୋଇଥିଲା। ତାଙ୍କୁ ସହଯୋଗ କରିବା ପାଇଁ ତେଲୁଗୁଭାଷୀ ‘ବୈଦ୍ୟ ବୁଦ୍ଧଧର’ଙ୍କୁ ନିଯୁକ୍ତ କରାଗଲା। ସେମାନଙ୍କ ମାସିକ ପାଉଣା ଅଗ୍ରୀମ ୩୦ ମାଢ଼ ସୁନା ଦିଆଯାଇଥିଲା।
ଶିଳ୍ପୀ, ବଢ଼େଇ ଓ ପାଇଟିଆଳଙ୍କ ପାଇଁ ପ୍ରଥମରୁ ହିଁ ଚିକିତ୍ସା ସୁଯୋଗ ସୃଷ୍ଟି କରାଯାଇଥିଲା। ବଳଶ୍ରୀ ପ୍ରାଥମିକ ଭାବେ କିଛି କରିବା ପରେ କୋଣାର୍କରୁ ଫେରି ଯାଇଥିଲେ। ଏଥିସହ ତତ୍କାଳ ୨୦୦ ଶଗଡ଼ ଧାନ ନିଜ ଦୁର୍ଗରୁ କୋଣାର୍କକୁ ପଠାଇଥିଲେ।
ଗଜପତିଙ୍କ ଉଦ୍ଦେଶ୍ୟରେ ‘ମହାଶ୍ରୀ’ ଶବ୍ଦ ବ୍ୟବହାର ହୋଇଛି ପୋଥିରେ। ‘ବଳଶ୍ରୀ’ ଶବ୍ଦ ମଧ୍ୟ ଉପାଧି। ଶ୍ରେଷ୍ଠ ବୀରଙ୍କୁ ଦିଆଯାଉଥିଲା। ବଳଶ୍ରୀ ଜଳନ୍ଧର ଦେବ ଥିଲେ ବିଶାଳ କଳିଙ୍ଗ ସାମ୍ରାଜ୍ୟର ମହାମାତ୍ୟ ବା ମହାମନ୍ତ୍ରୀ। ସାମରିକ ବିଭାଗର ଅନ୍ୟତମ ମୁଖ୍ୟ ବିନ୍ଧାଣୀ।
ଆଲୋଚନାରୁ ଆମେ ଜାଣୁଛେ ସାମ୍ରାଜ୍ୟର ବିଭିନ୍ନ ପଦାଧିକାରୀମାନେ ମନ୍ଦିର ନିର୍ମାଣରେ ପ୍ରତ୍ୟକ୍ଷ ଭାବରେ ଜଡ଼ିତ ଥିଲେ। କାର୍ଯ୍ୟ ସଫଳ ପାଇଁ କେତେକ ପଦକ୍ଷେପ ବି ନେଇପାରୁଥିଲେ। ଦ୍ୱିତୀୟ କଥାଟିଏ ଲକ୍ଷ୍ୟ କରିବା କଥା ଚିକିତ୍ସା ଶାସ୍ତ୍ର ଅଧ୍ୟୟନର ବ୍ୟବସ୍ଥା ଥିଲା। ଆୟୁର୍ବେଦ ବିଜ୍ଞାନରେ ଜ୍ଞାନ ଅର୍ଜନ କରିବା ପରେ ‘ବୈଦ୍ୟ’ ବା ବୈଦ୍ୟରାଜ ରୂପେ ରାଜ ପୃଷ୍ଠପୋଷକତାରେ ସମାଜର ସେବା କରୁଥିଲେ। ଆମକୁ ପଛୁଆ ରାଜ୍ୟ, ଅଶିକ୍ଷିତ ଓ ଅପାଠୁଆ ରାଜ୍ୟ ଭାବରେ ଯେଉଁ ଲେଖକମାନେ ଉପସ୍ଥାପନ କରିଛନ୍ତି, ସେମାନେ ଭାବିବା ଉଚିତ ଥିଲା ବହୁ ପ୍ରାଚୀନ କାଳରୁ ଏ ଜାତି ସବୁ ଦିଗରୁ ସମ୍ମୁନ୍ନତ ଥିଲା। ଘରେ ଖାଇବାକୁ ନ ଥିଲେ ଭୋକ ଉପାସରେ କେହି କଳା-ସଂସ୍କୃତିର ବିଭବଟିଏ ଗଢ଼ିବା ପାଇଁ ଚିନ୍ତା କରିପାରିବ କି?
ଶିକ୍ଷା କ୍ଷେତ୍ରରେ ଆମେ ସେତିକି ଉନ୍ନତ ନ ଥିଲେ କୋଣାର୍କଠାରେ ମନ୍ଦିର ନିର୍ମାଣର ଶହ ଶହ ବର୍ଷ ପୂର୍ବରୁ ନାଳନ୍ଦା ବିଶ୍ୱବିଦ୍ୟାଳୟ କୁଳପତି ଓ ଧର୍ମାଧ୍ୟକ୍ଷ ପଦବୀ ଓଡ଼ିଆ ମଣ୍ଡନ କରିଥାନ୍ତେ କି?

ଡ. ସୁରେନ୍ଦ୍ର କୁମାର ମିଶ୍ର


Enter your email to get our daily news in your inbox.

All Right Reserved By Dharitri.Com

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ରାଜ୍ୟରେ ସକାଳୁଆ ହେଲା ସ୍କୁଲ, ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଏଣିକି…

ଭୁବନେଶ୍ୱର,୨।୪: ରାଜ୍ୟରେ  ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଣିକି ରାଜ୍ୟର ସମସ୍ତ ସ୍କୁଲରେ…

ମା’ ଦକ୍ଷିଣ କାଳୀଙ୍କ ୧୩ଦିନିଆ ଦଣ୍ଡ ଯାତ୍ରା ଆରମ୍ଭ, ଢହଢହ ଖରାରେ ଭୋକତା ଭୋଗିବେ….

ଗଞ୍ଜାମ,୧।୪(ବିଦ୍ୟାଧର ସାହୁ ): ଗଞ୍ଜାମ ସହର କଲେଜ ରୋଡ଼ ସ୍ଥିତ ମା’ ଦକ୍ଷିଣ କାଳୀଙ୍କ ତେର ଦିନିଆ ଦଣ୍ଡଯାତ୍ରା ଗୁରୁବାର ଶୁଭାରମ୍ଭ ହୋଇଛି । ମା’ ଦକ୍ଷିଣ…

ବଡ଼ ଘୋଷଣା କଲେ ଉପମୁଖ୍ୟମନ୍ତ୍ରୀ, ଝିଅ ଜନ୍ମ ହେବାର ବର୍ଷକ ଭିତରେ ଟଙ୍କା ପଠାଇବେ ସରକାର

ଭୁବନେଶ୍ବର,୨ା୪: ଖୁଵ୍‌ ଶୀଘ୍ର ଆସିବ କନ୍ୟା ସୁମଙ୍ଗଳ ଯୋଜନାର ଏସ୍‌ଓପି । ସୂଚନା ଦେଲେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଝିଅ ଜନ୍ମ ହେବାର ବର୍ଷକ…

ଚତୁର୍ଥ ଥର ପାଇଁ ସମ୍ବଲପୁର କୋର୍ଟକୁ ବୋମା ଧମକ, ନେଦରଲାଣ୍ଡ ଓ ଜର୍ମାନୀରେ ଆଇପି ଆଡ୍ରେସ ଚିହ୍ନଟ

ସମ୍ବଲପୁର,୨।୪(ପ୍ରମୋଦ ବହିଦାର): ସମ୍ବଲପୁର ସହରର ଗୁରୁତ୍ୱପୂର୍ଣ୍ଣ କୋର୍ଟ ପରିସରକୁ ବୋମା ବିସ୍ଫୋରଣ ଉଡ଼ାଇବାର ଧମକପୂର୍ଣ୍ଣ ଇ-ମେଲ ଜିଲା ପୋଲିସ ପ୍ରଶାସନ ପାଇଁ ମୁଣ୍ଡବିନ୍ଧାର କାରଣ ସାଜିଛି। ଏହା…

ମଦ ବନ୍ଦ ଦାବିରେ ଅବକାରୀ ଥାନା ଘେରିଲେ ମହିଳା

ପାଟଣା,୨ା୪(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣାବ୍ଲକ ବଡ଼ ପାଟଣା ପଞ୍ଚାୟତ ଓ ଟାଙ୍ଗରପଡ଼ା ପଞ୍ଚାୟତ ବିଭିନ୍ନ ଗ୍ରାମର ଶତାଧିକ ମହିଳା କେନ୍ଦୁଝର ଏମ୍‌ପି ଅନନ୍ତ ନାୟକଙ୍କ ଅବକାରୀ…

ଏପ୍ରିଲ ୨୦ରେ ଐତିହାସିକ ଚନ୍ଦନ ଯାତ୍ରା, ଠାକୁରଙ୍କ ନୌବିହାର ପାଇଁ ଆସିଲା ଡ଼ଙ୍ଗା

ଗଞ୍ଜାମ,୨ା୪(ବିଦ୍ୟାଧର ସାହୁ ): ଗଞ୍ଜାମ ଏନଏସି ଅନ୍ତର୍ଗତ କରଣ ସାହି ସ୍ଥିତ ଶ୍ରୀଶ୍ରୀ ମଦନ ମୋହନ ଗୋପାଳ ସ୍ୱାମୀଙ୍କ ପୀଠରେ ଚଳିତ ମାସ ରୁ ଆରମ୍ଭ ହେବ…

ମୁହାଁମୁହିଁ ଧକ୍କା ହୋଇ ଓଲଟିପଡିଲା ଅଟୋ, ଦୁଇ ଯାତ୍ରୀ….

ନନ୍ଦପୁର,୨।୪(ତୁଷାର କାନ୍ତ ମହାନ୍ତି): ନନ୍ଦପୁର ହାଣ୍ଡିପୁଟ ସଂଯୋଗୀ ଏମଡିଆର ୫୫ ରାସ୍ତାର ହିକିମପୁଟ-ମାରଡା ଛକ ମଧ୍ୟରେ ଗୁରୁବାର ସକାଳେ ଏପି୩୯ ଟିଏମ ୦୦୬୫ ଓ ଓଡ଼ି ୧୦…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri