ପ୍ରାୟତଃ ପ୍ରାଣୀଙ୍କୁ ନେଇ ସୋସିଆଲ ମିଡିଆରେ କିଛି ନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହୋଇଥାଏ। ଟୁଇଟରରେ ଏବେ ଏକ ଭିଡିଓ ବହୁତ ଭାଇରାଲ ହେବାରେ ଲାଗିଛି। ଏଥିରେ ଏକ ମାଙ୍କଡ଼କୁ ଦେଖିବାକୁ ମିଳୁଛି। ମାଙ୍କଡ଼ଟି ମୁହଁରେ ଏକ ବଡ଼ ମାସ୍କ ପିନ୍ଧିଥିବା ଦେଖିବାକୁ ମିଳୁଛି। ପରେ ମାଙ୍କଡ଼ ମୁହଁରୁ ଏହା ଖସିଯିବାରୁ ସେ ପୁଣି ପିନ୍ଧି ଚାଲିଛି। ଯାହାକୁ ଦେଖିଲେ ଏପରି ଲାଗିବ କରୋନାର ତୃତୀୟ ଲହର ପାଇଁ ସେ ପ୍ରସ୍ତୁତ ଅଛି। ଭିଡିଓକୁ ଭାରତୀୟ ବନସେବା ଅଧିକାରୀ ସୁଶାନ୍ତ ନନ୍ଦ ତାଙ୍କ ଟୁଇଟରରେ ଶେୟାର କରିଛନ୍ତି। ଏହି ଭିଡିଓଟି ଅଧିକ ଭାଇରାଲ ହେବାରେ ଲାଗିଛି।
Everybody wants to be masked pic.twitter.com/eSGoYY6HOW
— Susanta Nanda IFS (Retd) (@susantananda3) August 24, 2021

