ଶିକ୍ଷାନୁଷ୍ଠାନ ପୃଥକୀକରଣ ପ୍ରସ୍ତୁତି

ଢେଙ୍କାନାଳ ଅଫିସ, ୪।୩ – ଢେଙ୍କାନାଳ ଜିଲାରେ ପ୍ରସ୍ତାବିତ ଶିକ୍ଷାନୁଷ୍ଠାନ ପୃଥକୀକରଣ କାର୍ଯ୍ୟ ଲାଗି ପ୍ରଶାସନିକ ପ୍ରସ୍ତୁତି ଆରମ୍ଭ ହୋଇଛି। ଏ ନେଇ ଜିଲା ସଦ୍‌ଭାବନା ଗୃହରେ ଗୁରୁବାର ଜିଲାପାଳ ସରୋଜ କୁମାର ସେଠୀଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଆଗାମୀ ଦିନରେ ଢେଙ୍କାନାଳ ଜିଲା ଶିକ୍ଷାର ହବ୍‌ ହେବାକୁ ଯାଉଛି। ଜିଲା ପ୍ରଶାସନ ପକ୍ଷରୁ ଶିକ୍ଷାର ଉନ୍ନତି ଲାଗି ବହୁବିଧ ପଦକ୍ଷେପ ନିଆଯାଉଛି। ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ଗୋଟିଏ କଲେଜ ପରିସରରେ ଥିବା ଡିଗ୍ରୀ କଲେଜ ଏବଂ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଗୁଡ଼ିକୁ ପୃଥକୀକରଣ କରାଯିବ। ଏଥିଲାଗି ଆବଶ୍ୟକ ପଦକ୍ଷେପ ନେବା ସହିତ ସହଯୋଗ କରିବାକୁ ଜିଲାପାଳ ବୈଠକରେ ଉପସ୍ଥିତ ଡିଗ୍ରୀ ମହାବିଦ୍ୟାଳୟ ଏବଂ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷଙ୍କୁ ନିବେଦନ କରିଛନ୍ତି।
ସମ୍ମିଶ୍ରିତ ମହାବିଦ୍ୟାଳୟରେ ଥିବା ଡିଗ୍ରୀ କଲେଜ ଏବଂ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଜମି, ଶ୍ରେଣୀଗୃହ, ପ୍ରୟୋଗଶାଳା, ପାଠାଗାରଗୁଡ଼ିକର ପୃଥକୀକରଣ ହେବ। ଶିକ୍ଷାନୁଷ୍ଠାନର ନିଜସ୍ବ ଜମିପଟ୍ଟା ଲାଗି ଆବେଦନ କରାଯିବ। ବିଦ୍ୟୁତ୍‌ ସଂଯୋଗ ସାଙ୍ଗକୁ ଇଣ୍ଟରନେଟ୍‌ ସୁବିଧା କରାଯିବ। ଆବଶ୍ୟକ ସୌନ୍ଦର୍ଯ୍ୟକରଣ, ଆପ୍ରୋଚ୍‌ ରୋଡ୍‌ ନିର୍ମାଣକୁ ଗୁରୁତ୍ୱ ଦିଆଯିବ। ଏସବୁ କାର୍ଯ୍ୟ ସୁଚାରୁରୁପେ କାର୍ଯ୍ୟକାରୀ କରିବା ଲାଗି ନିଷ୍ପତ୍ତି ନିଆଯାଇଛି। ବୈଠକରେ ଉତ୍ତରାଞ୍ଚଳ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶକ ବିକାଶ ଚନ୍ଦ୍ର ଜେନା, ଜିଲା ଶିକ୍ଷାଧିକାରୀ ନିବେଦିତା ପାଣି, ବିଭିନ୍ନ କଲେଜର ଅଧ୍ୟକ୍ଷଙ୍କ ସମେତ ଶିକ୍ଷା ବିଭାଗର ପଦସ୍ଥ ଅଧିକାରୀ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆବାସ ଯୋଜନାରେ ଦୁର୍ନୀତି ଘଟଣା: ପ୍ରାଥମିକ ତଦନ୍ତ ପରେ କାଗଜପତ୍ର ଖୋଳତାଡ଼

ଅନୁଗୋଳ ଅଫିସ, ୯।୯: ଅନୁଗୋଳ ବ୍ଲକ ବେଡ଼ାଶାସନ ପଞ୍ଚାୟତର ଦୁଇଟି ଗାଁରେ ଆବାସ ଯୋଜନାରେ ଦୁର୍ନୀତି ହୋଇଥିବା ନେଇ ବିଡିଓଙ୍କ ନିକଟରେ ଅଭିଯୋଗ ହୋଇଥିଲା। ଏହି ଘଟଣାରେ...

ଚନ୍ଦ୍ରଭାଗା ବେଳାଭୂମି ବୁଲିଲେ ମୁଖ୍ୟ ଶାସନ ସଚିବ

କୋଣାର୍କ,୧୯ା୧(ଡି.ଏନ.ଏ): କୋଣାର୍କ ନିକଟରେ ଚାଲିଥିବା ମେରାଇନ୍‌ ଡ୍ରାଇଭ୍‌ ଇକୋ ରିଟ୍ରିଟ୍‌ ଉତ୍ସବସ୍ଥଳରେ ଶନିବାର ବରିଷ୍ଠ ଅଧିକାରୀମାନଙ୍କର ବୈଠକ ହୋଇଛି। ଏଥିରେ ମୁଖ୍ୟ ଶାସନ ସଚିବ ଅସିତ...

୫ ମାସ ହେଲା ଅକାମୀ ହୋଇ ପଡ଼ିଛି କେସିଙ୍ଗା ରେଳଷ୍ଟେଶନର ନୂତନ କାର୍ଯ୍ୟାଳୟ, ଗେଟ୍‌: ଗମନାଗମନରେ ସମସ୍ୟା

କେସିଙ୍ଗା, ୨୬।୭ (ଡି.ଏନ୍‌.ଏ.): ସମ୍ବଲପୁର ରେଳ ଡିଭିଜନ ଅନ୍ତର୍ଗତ କେସିଙ୍ଗାସ୍ଥିତ ରେଳ ଷ୍ଟେଶନର ନୂତନ ମୁଖ୍ୟ କାର୍ଯ୍ୟାଳୟ ଓ କମ୍ପ୍ୟୁଟର ଗୃହ ଆଜକୁ ୫ମାସ ହେବ...

ରାଜ୍ୟସ୍ତରୀୟ ଫୁଟବଲ ଟୁର୍ନାମେଣ୍ଟ ଉଦ୍‌ଘାଟନୀ ମ୍ୟାଚରେ କଟକ ବିଡ଼ାନାସୀ ବିଜୟୀ

ଗଣିଆ,୨୧ା୧(ଡି.ଏନ.ଏ.): ଗଣିଆ ମହାବୀର ସାଂସ୍କୃତିକ ପରିଷଦ ଆନୁକୂଲ୍ୟରେ ଗଣିଆ ମିନି ଷ୍ଟାଡିୟମରେ ସୋମବାର ରାଜ୍ୟସ୍ତରୀୟ ଗଣିଆ କପ ଫୁଟବଲ ଟୁର୍ନାମେଣ୍ଟ ୨୦୨୦ ଉଦ୍‌ଘାଟିତ ହୋଇଯାଇଛି। ରାଜ୍ୟ...

ଶାଳଚୁଆ ଉଚ୍ଚ ବିଦ୍ୟାଳୟର ଛାତ୍ରୀ ମୃତ୍ୟୁ ଘଟଣା: ନ୍ୟାୟ ଦାବିରେ ଥାନାରେ ହୋହଲ୍ଲା

କପ୍ତିପଦା,୧୩ା୯(ଡ଼ି.ଏନ୍‌.ଏ)- କପ୍ତିପଦା ବ୍ଲକ୍‌ ଅଧୀନ ଶାଳଚୁଆ ନୂତନ ସରକାରୀ ଉଚ୍ଚ ବିଦ୍ୟାଳୟର ଛାତ୍ରୀ ନିବାସରେ ରହୁଥିବା ଜଣେ ୧୦ମ ଶ୍ରେଣୀ ଛାତ୍ରୀଙ୍କ ମୃତ୍ୟୁ ଘଟଣାରେ ଦୋଷୀଙ୍କ...

ବେଳାଭୂମି ସଫେଇ ସହ ସ୍ବଚ୍ଛତା ବାର୍ତ୍ତା ଦେଲେ ଆଇନଜୀବୀ

ପୁରୀ ଅଫିସ,୧୦ା୮: ପୁରୀ ଜିଲା ପ୍ରଶାସନ ପକ୍ଷରୁ ବେଳାଭୂମି ସ୍ବଚ୍ଛତା ପାଇଁ ଚାଲିଛି ‘ମୋ ବିଚ୍‌’ ଅଭିଯାନ। ଏଥିପ୍ରତି ଜନସାଧାରଣଙ୍କ ସମର୍ଥନ ବଢିବାରେ ଲାଗିଛି। ଶନିବାର...

ବାରଣ ସତ୍ତ୍ୱେ ଘରକୁ ଫେରୁଛନ୍ତି ବହିରାଗତ:  ୭ ଭୁବନେଶ୍ୱର ଫେରନ୍ତା କ୍ୱାରାଣ୍ଟାଇନ୍‌ରେ

ଦାରିଙ୍ଗବାଡ଼ି,୧୨।୪(ଡି.ଏନ.ଏ)- କରୋନା ପାଇଁ ସମସ୍ତ ଜିଲାର ସୀମାକୁ ସିଲ୍‌ କରାଯାଇଛି। ଜିଲା ପ୍ରଶାସନର ବାରଣ ସତ୍ତ୍ୱେ ବିଭିନ୍ନ ସ୍ଥାନରୁ ପାସ ହାସଲ କରି ଭଡ଼ାଗାଡ଼ି ନେଇ...

ନିଶା ନିବାରଣ କେନ୍ଦ୍ରକୁ ନେବା ବାଟରେ ଯୁବକଙ୍କୁ ହତ୍ୟା

ବାରିପଦା ଅଫିସ,୩୦।୩: ମୟୂରଭଞ୍ଜ ଜିଲା ଯଶିପୁର ଥାନା ଅଞ୍ଚଳର ଏକ ଜଙ୍ଗଲରୁ ଜନୈକ ଯୁବକଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଜବତ ଘଟଣାର ପର୍ଦ୍ଦାଫାଶ କରିଛି ପୋଲିସ। ଅଭିଯୁକ୍ତମାନେ...

Advertisement
Archives

Model This Week